Excuse Me Odisha

ଯାହା କହିବୁ ସତ କହିବୁ

ପେଚା ଏବଂ ବଗର ଝଗଡ଼ା । ଜାଣି ରଖନ୍ତୁ କେଉଁ ସାତୋଟି ସ୍ଥାନରେ ଚୁପ ରହିବା ହୋଇଥାଏ ଭଲ ।

ସେୟାର୍ କରନ୍ତୁ

ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ଖରାପ କର୍ମର ପରିଣାମ କିପରି ଖରାପ ହୋଇଥାଏ । ଏକ କାହାଣୀରେ ବଗ ଦ୍ୱାରା କୁହାଯାଇଥିବା ଏପରି ୧୦ ଟି କଥା ଯାହାକୁ ସବୁ ଲୋକେ ଜାଣିବା ଉଚିତ । ତେବେ କାହାଣୀ ଅନୁଯାୟୀ ଏକ ପୋଖରୀ ପାଖରେ ଏକ ବୃଦ୍ଧ ବଗ ରହୁଥିଲା । କିନ୍ତୁ ଖୁବ ଚେଷ୍ଟା ସତ୍ତ୍ୱେବି ତାକୁ ଶିକାର ମିଳୁନଥିଲା । ଏହା ଦେଖି ବଗ ମନେ ମନେ ଏକ ଉପାୟ ଭାବିଲା ଏବଂ ସେହି ପୋଖରୀର ଜୀବଜନ୍ତୁଙ୍କ ସାମ୍ନାରେ କିଭଳି ବୈଷ୍ଣବ ଧର୍ମ ନେବାର ଅଭିନୟ କରିବ ଭାବିଲା । ଏହାପରେ ବଗ ଗୋଟିଏ ଗୋଡ଼କୁ ମୋଡ଼ି କେବଳ ଗୋଟିଏ ଗୋଡ଼ରେ ଛିଡ଼ା ହୋଇ ଭଗବାନଙ୍କ ନାମ ଜପ କରିବା ଆରମ୍ଭ କରିଦେଲା ।

ଯାହାଦେଖି ପୋଖରୀର ଜୀବଜନ୍ତୁ ମାନେ ଆଶ୍ଚର୍ଯ୍ୟ ହୋଇଗଲେ କାରଣ ଯେଉଁ ବଗ ପୋଖରୀର ଜୀବଜନ୍ତୁଙ୍କୁ ମାରି ଖାଇଯାଉଥିଲା ହଠାତ ତାଭିତରେ ଏଭଳି ପରିବର୍ତ୍ତନ କିଭଳି ଦେଖା ଦେଲା । ତଥାପି ଜୀବଜନ୍ତୁ ତା ପାଖକୁ ଗଲେ ନାହିଁ । କିନ୍ତୁ ବଗ ନିଜର ଅଭିନୟ ଜାରି ରଖିଲା । ଏମିତି କିଛିଦିନ ଯିବା ପରେ ପୋଖରୀର ସବୁ ଜୀବଜନ୍ତୁଙ୍କୁ ତା’ ଉପରେ ଭରସା ହୋଇଗଲା । ସବୁ ଜୀବଜନ୍ତୁ ପରସ୍ପର ଭିତରେ ଆଲୋଚନା ପରେ ସେମାନେ ପ୍ରଥମେ କଇଁଛକୁ ବଗ ପାଖକୁ ପଠାଇବାକୁ ସ୍ଥିର କଲେ କାରଣ ବଗ କଇଁଛର କୌଣସି କ୍ଷତି କରି ପାରିବ ନାହିଁ । କଇଁଛ ଯାଇ ବଗକୁ ତାର ଏଭଳି ପରିବର୍ତ୍ତନର କାରଣ ପଚାରିଲା । ବଗ ନିଜର ସବୁ ପାପର ପ୍ରାୟଶ୍ଚିତ କରିବାକୁ ଏଭଳି କରୁଥିବା କହିଲା ।

ଏହି ବିଷୟରେ କଇଁଛ ଯାଇ ସବୁ ଜୀବଜନ୍ତୁଙ୍କୁ ଜଣାଇ ଦେଲା । ଏହାପରେ ଅନ୍ୟ ସବୁ ଜୀବଜନ୍ତୁ ବଗ ଆଖପାଖରେ ବୁଲିବାକୁ ଲାଗିଲେ ଏବଂ ତାସହିତ କଥା ମଧ୍ୟ ହେଲେ । କିନ୍ତୁ କିଛିଦିନ ପରେ ବଗ ଆଖି ଛଳ ଛଳ କରି ଗଭୀର ଚିନ୍ତାରେ ବସି ରହିଥିଲା । ଯାହା ଦେଖି ସବୁ ଜୀବଜନ୍ତୁ ତାକୁ ଏଭଳି ଚିନ୍ତାରେ ରହିବାର କାରଣ ବିଷୟରେ ପଚାରିଲେ । ବଗ କହିଲା ଯେ କିଛି ଦିନ ପରେ ସେହି ପୋଖରୀର ପାଣି ଶୁଖିଯିବ ଯାହାକି ସେ ନିଜ ଦିବ୍ୟଦୃଷ୍ଟିରୁ ଜାଣି ପାରୁଛି । ତେଣୁ ତାକୁ ସବୁ ଜୀବଜନ୍ତୁର ଚିନ୍ତା ଅଛି । ଆଉ ଏହାର ସମାଧାନ ବିଷୟରେ ସବୁ ଜୀବଜନ୍ତୁ ପଚାରିବା ପରେ ବଗ ଅନ୍ୟ ଏକ ବଡ଼ ପୋଖରୀ କଥା କହିଲା ଯାହାର ପାଣି କେବେ ହେଲେ ଶୁଖିବ ନାହିଁ । କିନ୍ତୁ ସେହି ଜୀବଜନ୍ତୁ ସେହି ଜଳାଶୟକୁ ଯିବା ଅସମ୍ଭବ କାରଣ ସେମାନଙ୍କର ବଗ ଭଳି ଡେଣା ନାହିଁ ।

ତେଣୁ ସେମାନେ ବଗକୁ ପଚାରିଲେ ଯେ ସେହି ବଡ଼ ପୋଖରୀକୁ ସେମାନେ କିପରି ଯିବେ । କଇଁଛ ମଧ୍ୟ ସବୁ ଜୀବଜନ୍ତୁଙ୍କୁ ବଗକୁ ଭରସା କରିବାକୁ କହିଲା । ତେଣୁ ବଗ ଏମିତି ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ ଜୀବକୁ ନେଇ ଏକ ଉଚ୍ଚ ପାହାଡ଼ ଉପରୁ ପକାଇ ଦେଉଥିଲା ଏବଂ ସେମାନଙ୍କ ମୃତ୍ୟୁ ହେବା ପରେ ସେମାନଙ୍କୁ ଖାଇ ଦେଉଥିଲା । ଏମିତି କରୁ କରୁ ଦିନେ ପୋଖରୀର ସେହି ବୁଢ଼ା କଙ୍କଡ଼ାର ପାଳି ପଡ଼ିଲା ଯିଏକି ବଗକୁ ଆଦୋୖ ବିଶ୍ୱାସ କରୁ ନଥିଲା । ତେବେ ଯେତେବେଳେ ବଗ ତାକୁ ନିଜ ବେକରେ ବୋହି ନେଇ ଯାଉଥିଲା ସେତେବେଳେ ବଗ ପାହାଡ଼ ପାହାଡ଼ ପାଖରେ ପହଞ୍ଚି ତଳକୁ ଚାହିଁ ଦେଖେ ତ ଅନ୍ୟ ମାଛ ମାନଙ୍କର କଣ୍ଟା ପଡ଼ିଥିବାର ଦେଖିଲା ଏବଂ ବଗର ସବୁ ଚାଲ ବୁଝିଗଲା ।

ଏହାପରେ କଙ୍କଡ଼ା ବଗର ବେକକୁ ଏଭଳି ଚାପିଲା ଯେ ବଗ ଶ୍ଵାସରୁଦ୍ଧ ହୋଇ ସେଠାରେ ମରିଗଲା । ଯେଉଁଠି ବଗ ଅନ୍ୟ ଜୀବଜନ୍ତୁଙ୍କ ପକାଇ ମାରୁଥିଲେ ସେହିଠାରେ ନିଜେ ପଡ଼ି ଜୀବନ ଦେଲା । କିନ୍ତୁ ନିଜର ଅନ୍ତିମ ସମୟରେ କିଛି ଶିକ୍ଷଣୀୟ କଥା କଙ୍କଡ଼ାକୁ କହିଲା । ପ୍ରଥମତଃ ଯେଉଁ ମଣିଷ କିମ୍ବା ପଶୁପକ୍ଷୀ ନିଶାଶକ୍ତ ତା ଉପରେ କେବେ ଭରସା କରିବା ଉଚିତ ନୁହେଁ । ଯିଏ ଅସବଧାନ ବ୍ୟକ୍ତି ତାକୁ ମଧ୍ୟ କେବେ ବିଶ୍ୱାସ କରିବା ଉଚିତ ନୁହେଁ । ପାଗଳ ବ୍ୟକ୍ତି ଉପରେ କେବେ ଭରସା କରାଯିବା ଉଚିତ ନୁହେଁ । ଭୋକିଲା ଜୀବ ପ୍ରତି ମଧ୍ୟ ବିଶ୍ୱାସ କରାଯିବା ମୁର୍ଖତା ଅଟେ । ଯେଉଁ ବ୍ୟକ୍ତି କ୍ରୋଧି ତା ଉପରେ ମାଧ୍ୟ କେବେ ବିଶ୍ୱାସ କରାଯାଇ ପାରିବ ନାହିଁ ।

ଯେଉଁ ବ୍ୟକ୍ତି ଜଲଦବାଜି କରିଥାଏ ସେ ସବୁବେଳେ ଠକିଥାଏ । ତେଣୁ ଏଭଳି ବ୍ୟକ୍ତି ଉପରେ ମଧ୍ୟ କେବେ ଭରସା କରିବା ଉଚିତ ନୁହେଁ । ଲୋଭୀ ବ୍ୟକ୍ତି ଉପରେ କେବେ ବିଶ୍ୱାସ କରିବା ଉଚିତ ନୁହେଁ । କାରଣ ସେପରି ବ୍ୟକ୍ତି ନିଜ ଲୋଭକୁ ସଂଯତ କରିନପାରି କିଛିବି କରିପାରେ । ଯିଏ ଭୟରେ ଗ୍ରସ୍ତ ତାଉପରେ ମଧ୍ୟ ଭରସା କରନ୍ତୁ ନାହିଁ । ଯେଉଁ ଲୋକଙ୍କ ଭିତରେ କାମନା ବାସନା ଭାବନା ଅଧିକ ଥାଏ ସେହି ବ୍ୟକ୍ତିଙ୍କ ଉପରେ ମଧ୍ୟ ଭରସା କରିବା ମୂର୍ଖତା ଅଟେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *