Excuse Me Odisha

ଯାହା କହିବୁ ସତ କହିବୁ

କେଉଁ କାରଣରୁ ପୁରୁଷ ହୋଇଥିଲେ କିନ୍ନର । ଜାଣି ରଖନ୍ତୁ ଏହି କଥା ।

ସେୟାର୍ କରନ୍ତୁ

ଥରେ ଦେବର୍ଷି ନାରଦ ଭଗବାନ ବିଷ୍ଣୁଙ୍କ ପାଖରେ ପହଞ୍ଚି ତାଙ୍କୁ ଏକ ପ୍ରଶ୍ନ ପଚାରିବାକୁ ଇଚ୍ଛା କଲେ । ଆଉ ସେହି ପ୍ରଶ୍ନ ନିଶ୍ଚିତ ଭାବରେ ସମଗ୍ର ମାନବ ଜଗତର କଲ୍ୟାଣ ନିମନ୍ତେ ବୋଲି ଜାଣିନେଲେ ଭଗବାନ ବିଷ୍ଣୁ । ନାରଦ ପଚାରିଲେ ଯେ ସଂସାରରେ ପୁରୁଷ ଏବଂ ମହିଳା ପରସ୍ପରର ପରିପୁରକ ଭାବରେ ସୃଷ୍ଟି ହୋଇଛନ୍ତି କିନ୍ତୁ ଏହି ସଂସାରରେ ନପୁଂସକର ମହତ୍ତ୍ୱ କଣ ? ଏହାରର ଉତ୍ତର କହିବାକୁ ଯାଇ ଭଗବାନ ବିଷ୍ଣୁ ନାରଦଙ୍କୁ ମହାରାଜ ସୁଦ୍ୟୁମ୍ନଙ୍କ କଥା ପଚାରିଛନ୍ତି । ସେହି କଥା ଅନୁଯାୟୀ ପ୍ରାଚୀନ କାଳରେ ସୁଦ୍ୟୁମ୍ନ ନାମକ ଜଣେ ଅତି ପରାକ୍ରମୀ ରାଜା ଥିଲେ ଯିଏକି ନିଜ ପ୍ରଜାଙ୍କ ମଙ୍ଗଳ ପାଇଁ ସବୁବେଳେ କାମ କରୁଥିଲେ । ଥରେ ରାଜା ନିଜର କିଛି ସିପାହୀଙ୍କ ସହିତ ଜଙ୍ଗଲକୁ ଶିକାର ପାଇଁ ଗଲେ ।

ସେହି ଜଙ୍ଗଲ ପାଖରେ ଏକ କୁମାର ନାମକ ଜଙ୍ଗଲ ଥିଲା ଯାହାକି ଖୁବ ସୁନ୍ଦର ଥିଲା । ତାହାର ପରିବେଶ ଦେଖି ରାଜା ନିଜ ସିପାହୀ ମାନଙ୍କ ସହିତ ତାହା ମଧ୍ୟକୁ ପ୍ରବେଶ କରିବା ମାତ୍ରେ ସମସ୍ତେ ପୁରୁଷରୁ ନାରୀ ହୋଇଗଲେ । ଏମିତିକି ଘୋଡ଼ା ମଧ୍ୟ । ଏଭଳି ପରିବର୍ତ୍ତନ ଦେଖି ରାଜା ଚିନ୍ତାରେ ପଡ଼ିଗଲେ ଏବଂ ଘରକୁ ଫେରି ରାଜ୍ୟ କିଭଳି ସମ୍ଭାଳିବେ ଭାବି ଲଜ୍ଜିତ ହୋଇଗଲେ । ଏହି ବିଷୟରେ ଯେତେବେଳେ ନାରଦ ପଚାରିଲେ ତାହା ମହାଦେବଙ୍କ ଚମତ୍କାର ଥିଲା ବୋଲି ଭଗବାନ ବିଷ୍ଣୁ ଉତ୍ତର ଦେଲେ । ଏକ କାହାଣୀ ଅନୁଯାୟୀ ଥରେ ମହାଦେବ ପାର୍ବତୀଙ୍କ ସହିତ ଏକାନ୍ତରେ ସେହି ବଣରେ ବୁଲୁଥିଲେ । ସେହି ସମୟରେ ଚାରି ଜଣ ମୁନି ଯେଉଁ ମାନଙ୍କୁ କୁଆଡ଼େ ଆସିବାକୁ କିମ୍ବା ଯିବାକୁ କୌଣସି ଅନୁମତିର ଆବଶ୍ୟକତା ନଥିଲା ସେମାନେ ହଠାତ ଯାଇ ଭଗବାନ ଶିବ ଏବଂ ପାର୍ବତୀଙ୍କୁ ଦେଖି ନେବାରୁ ପାର୍ବତୀ ଲଜ୍ଜିତ ହୋଇଗଲେ ।

ଆଉ ସେହିଠାରୁ ହିଁ ମହାଦେବ କହିଲେ ଯେ ସେହି ଜଙ୍ଗଲକୁ ଯିଏବି ପୁରୁଷ ଆସିବେ ସେ ନାରୀ ହୋଇଯିବେ । ଏହି କାରଣରୁ ଯେଉଁ ପୁରୁଷ ସେହି ଜଙ୍ଗଲକୁ ଯାଏ ସେ ନାରୀ ହୋଇଯାଏ । ମହାରାଜ ସୁଦ୍ୟୁମ୍ନ ସେହି ବିଷୟରେ ଜାଣି ନଥିଲେ ଏବଂ ଭୁଲରେ ସେହି ଜଙ୍ଗଲକୁ ଚାଲି ଯାଇଥିଲେ । ସ୍ତ୍ରୀତ୍ୱ ପ୍ରାପ୍ତ ହେବା କାରଣରୁ ସେ ସେହି ଜଙ୍ଗଲରେ ରହିଲେ ଏବଂ ତାଙ୍କ ନାମ ଇଲା ନାମରେ ପରିଚିତ ହେଲା । ଥରେ ସେ ନିଜ ସଖୀଙ୍କ ସହିତ ଜଳାଶୟ ନିକଟରେ ଖେଳୁଥିବା ସମୟରେ ଚନ୍ଦ୍ରଙ୍କ ପୁତ୍ର ବୁଦ୍ଧ ତାଙ୍କୁ ଦେଖି ମୋହିତ ହୋଇଗଲେ ଏବଂ ବିବାହ କରିବାକୁ ସ୍ଥିର କଲେ । ଦୁହେଁ ପରସ୍ପରକୁ ସାକ୍ଷାତ କରିବା ପରେ ପ୍ରେମ କରି ବସିଲେ ଏବଂ ବିବାହ ମଧ୍ୟ କଲେ । କିଛିଦିନ ପରେ ଇଲାଙ୍କ ଗର୍ଭରୁ ପୁରୁଡୱା ନାମକ ପୁତ୍ରର ଜନ୍ମ ହେଲା ।

ଯିଏକି ଆଗାମୀ ସମୟରେ ଚକ୍ରବର୍ତ୍ତୀ ସମ୍ରାଟ ହେଲେ । ଥରେ ଇଲା ନିଜ ପୁରୁଷ ରୂପକୁ ମନେ ପକାଇ ଚିନ୍ତିତ ହେଲେ ଏବଂ ମୁନିରାଜ ବଶିଷ୍ଠଙ୍କୁ ସ୍ମରଣ କରିବା ମାତ୍ରେ ବଶିଷ୍ଠ ଆସିଲେ । ନିଜର ସବୁ ସମସ୍ୟା କହିବା ପରେ ବଶିଷ୍ଠ ତାଙ୍କୁ କିଭଳି ସେହି ଜଙ୍ଗଲରେ ମହାଦେବ ମାୟା ରହିଛି ତାହା କହିଲେ । ଏହାପରେ ଇଲା ତାଙ୍କୁ ପୂର୍ବ ରୂପ ଫେରି ପାଇବାକୁ ସହାୟତା ମାଗିଲେ । ଋଷି ବଶିଷ୍ଠ ମହାଦେବଙ୍କୁ ପ୍ରାର୍ଥନା କଲେ ଏବଂ ମହାଦେବ ପ୍ରସନ୍ନ ହୋଇ ତାଙ୍କୁ ବର ମାଗିବାକୁ କହିଲେ । ବଶିଷ୍ଠ କହିଲେ ଯେ ତାଙ୍କର ଶିଷ୍ୟ ସୁଦ୍ୟୁମ୍ନଙ୍କୁ ମହାଦେବ ପୁନର୍ବାର ପୁରୁଷ ବନାଇ ଦିଅନ୍ତୁ । ମହାଦେବ ମଧ୍ୟ ତଥାସ୍ତୁ କହିଲେ କିନ୍ତୁ ସୁଦ୍ୟୁମ୍ନ ଏକ ମାସ ପୁରୁଷ ଏବଂ ଏକ ମାସ ମହିଳା ରହିବେ ବୋଲି କହି ଚାଲିଗଲେ । ରାଜା ତାହାହିଁ କଲେ ।

ଯେତେବେଳେ ତାଙ୍କ ପୁତ୍ର ଯୁବକ ହେଲେ ତାଙ୍କୁ ରାଜ୍ୟ ଦେଇ ସେ ସବୁଦିନ ପାଇଁ ଜଙ୍ଗଲରେ ରହିଗଲେ । ନିଜ ସ୍ତ୍ରୀ ରୂପରେ ତପସ୍ୟା କଲେ ଏବଂ ଦେବର୍ଷି ନାରଦଙ୍କ ଠାରୁ ନବାକ୍ଷର ମନ୍ତ୍ରର ଦୀକ୍ଷା ନେଲେ । ପାର୍ବତୀଙ୍କ ତପସ୍ୟା କରିବା ପରେ ମାତା ପାର୍ବତୀ ତାଙ୍କୁ ସବୁଦିନ ପାଇଁ ସେହି ନାରୀ ରୂପରୁ ମୁକ୍ତି ଦେଲେ । ମହାରାଜଙ୍କ ସହିତ ଯେଉଁ ସିପାହୀ ମାନେ ଆସିଥିଲେ ସେମାନେ କିନ୍ନର ହେବା ପରେ ସୁମେରୁ ପର୍ବତରେ ରହିବା ଆରମ୍ଭ କଲେ । ସେହିଠାରୁ କିନ୍ନର ବଂଶର ଉତ୍ପତ୍ତି ହୋଇଥିଲା ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *