Excuse Me Odisha

ଯାହା କହିବୁ ସତ କହିବୁ

ରାମନବମୀ ଦିନ ଏହି ଗଛକୁ ଛୁଇଁ ଚାଲି ଆସନ୍ତୁ । ପୁରା ବର୍ଷ ଜମିକି ଆସିବ ଟଙ୍କା ।

ସେୟାର୍ କରନ୍ତୁ

ରାମନବମୀ ଦିନ ଗୋଟିଏ ଗଛକୁ ଛୁଇଁ ଆସିଲେ ତତ୍କାଳ ଦାରିଦ୍ର୍ୟତା ଦୂର ହୋଇଯିବ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ରାମନବମୀ ଦିନ କରାଯାଉଥିବା କିଛି ସରଳ ଉପାୟ ବିଷୟରେ କହିବୁ । ଯାହାକୁ ଆପଣ କଲେ ଘରେ କୌଣସି ଜିନିଷର ଅଭାବ ହେବନାହିଁ । ଚୈତ୍ର ମାସ ଶୁକ୍ଳପକ୍ଷ ନବମୀ ତିଥିର ଦିନକୁ ରାମନବମୀ ଭାବରେ ପାଳନ କରାଯାଏ । ତେଣୁ ଏହି ଖାସ ଦିନରେ ଯଦି ଆପଣ ଏକ ଖାସ ଗଛକୁ ଛୁଇଁ ଆସୁଛନ୍ତି ତେବେ ସବୁ ସମସ୍ୟା ଦୂର ହୋଇଯିବ । ଆପଣଙ୍କର କୌଣସି ମନସ୍କାମନା ଥିଲେ ତାହାବି ପୂରଣ ହୋଇ ପାରିବ । ଏଥର ରାମନବମୀ ୧୭ ଏପ୍ରିଲ ୨୦୨୪ ଦିନ ପଡ଼ୁଛି । ଏହିଦିନ ବାଉନ ପ୍ରକାରର ନୂଆ ଯୋଗ ସୃଷ୍ଟି ହେଉଛି ।

ନବରାତ୍ରୀରେ କିଛି ଗଛରେ ମହାନ ଶକ୍ତି ମାନଙ୍କର ବାସ ହୋଇଥାଏ । ତେଣୁ ଏହି ଗଛକୁ ଛୁଇଁ ଆସିଲେ ଜୀବନର ସବୁ ସମସ୍ୟା ଦୂର ହୋଇଯିବ । କାମରେ ସଫଳତା ମିଳିବ ଏବଂ ମନସ୍କାମନା ପୂରଣ ହେବ । ଏହି ଗଛ ହେଉଛି ବାମନ ବୃକ୍ଷ ଯାହାକୁ ଛୁଇଁବା ଦ୍ୱାରା ସବୁ ମନସ୍କାମନା ପୂରଣ ହୋଇଥାଏ ।

ଯଦି ଆପଣଙ୍କଙ୍କ ମାନସିକ ଚିନ୍ତା ରହିଛି ଏବଂ ଆପଣ ଏହି ବୃକ୍ଷକୁ ଛୁଇଁ ଦେଉଛନ୍ତି ତେବେ ଆପଣଙ୍କର ସବୁ ଚିନ୍ତା ଦୂର ହୋଇଯିବ । ରାମନବମୀ ଦିନ କିଛି ଏପରି ଗଛ ଯାହାକୁ ଛୁଇଁବା ଶୁଭ ହୋଇଥାଏ । ଏହିଦିନ ଶ୍ରୀରାମଙ୍କୁ ବିଶେଷ ଭାବରେ ପୂଜା କରାଯାଏ । ଏହିଦିନ ମାତା ଦୁର୍ଗାଙ୍କ ପୂଜା ସମେତ କନ୍ୟା ପୂଜନ ମଧ୍ୟ ହୋଇଥାଏ ।

ବେଲଗଛ ଏପରି ଏକ ଗଛ ଅଟେ ଯେଉଁଥିରେ ସବୁ ପତ୍ରରେ ମାତା ପାର୍ବତୀଙ୍କର ବାସ ହୋଇଥାଏ । ଏହି ଗଛରେ ମହାଦେବଙ୍କର ମଧ୍ୟ ବାସ ହୋଇଥାଏ । ରାମନବମୀ ଦିନ ଏକ ଲୋଟା ଜଳ ନେଇ ସେଥିରେ ଅଳ୍ପ ଗଙ୍ଗା ଜଳ ମିଶାଇ ଦିଅନ୍ତୁ । ସେହି ଜଳକୁ କୌଣସି ବେଲ ବୃକ୍ଷରେ ଯାଇ ଅର୍ପଣ କରିବା ସହିତ ବେଲ ଗଛକୁ ଛୁଇଁ ଦିଅନ୍ତୁ । ଏହାପରେ ଘରକୁ ଚାଲି ଆସନ୍ତୁ । ଏତିକି କରିବା ଦ୍ୱାରା ଆପଣ ପୁରା ବର୍ଷ ସୁଖରେ ରହିବେ । ପୁରା ବର୍ଷ ଆପଣଙ୍କୁ କେବେ ଆର୍ଥିକ ଅଭାବ ରହିବ ନାହିଁ । ଦ୍ୱିତୀୟ ଗଛ ହେଉଛି ଅଶ୍ୱତ୍ଥ ଗଛ ଯାହାକୁ ରାମନବମୀ ଦିନ ସ୍ପର୍ଶ କରି ଆସିବାର ଅଛି । ଏହି ଗଛରେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ବାସ କରନ୍ତି । ଏଥିରେ ଶ୍ରୀହନୁମାନଙ୍କ ବାସ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *