Excuse Me Odisha

ଯାହା କହିବୁ ସତ କହିବୁ

ଲୁଣ ଡବାରେ ଭୁଲରେ ରଖନ୍ତୁ ନାହିଁ ଏହି ଗୋଟିଏ ଜିନିଷ । ନଚେତ ପୁରା ପରିବାର ହୋଇଯିବ ବର୍ବାଦ ।

ସେୟାର୍ କରନ୍ତୁ

ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ଲୁଣ ଡବାରେ ଗୋଟିଏ ଏପରି ଜିନିଷ ରଖିବାର ଖାସ ପ୍ରୟୋଗ କରିଦେଲେ ଆପଣଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳି ଯିବ ଏବଂ ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ବର୍ଷା ହେବ । ଘରେ ରଖା ଯାଉଥିବା ଲୁଣ ଡବା ସିଧାସଳଖ ଘରର ଆର୍ଥିକ ସ୍ଥିତି ସହିତ ଜଡ଼ିତ ଥାଏ । ସେହିପରି ଲୁଣ ଡବା ଖାଲି ହୋଇଗଲେ ସେହି ଘର ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଯେଉଁ ଘରେ ଲୁଣ ଡବା ଖାଲି ରହିଥାଏ ସେହି ଘରେ କେବେବି ଉନ୍ନତି ହୋଇ ନଥାଏ । ଘରେ ପୋଛା ଲଗାଉଥିବା ସମୟରେ ପୋଛା ପାଣିରେ ଅଳ୍ପ ଲୁଣ ମିଶାଇ ପୋଛା ଲଗାଇଲେ ଘରୁ ନକାରାତ୍ମକ ଶକ୍ତି ଦୂର ହେବା ସହିତ ସକାରାତ୍ମକ ଶକ୍ତିର ବାସ ହୋଇଥାଏ । ଯେଉଁ ଘରେ ସକାରାତ୍ମକ ଶକ୍ତିର ବାସ ହୋଇଥାଏ ସେହି ଘରେ ମାତା ଲକ୍ଷ୍ମୀଙ୍କ ବାସ ସହିତ ପରିବାରର ସଦସ୍ୟଙ୍କ ମଧ୍ୟରେ ସବୁବେଳେ ଭଲ ସମ୍ପର୍କ ମଧ୍ୟ ରହିଥାଏ

ଯଦି ଆପଣ ଅନେକ ପରିଶ୍ରମ କରିବା ସତ୍ତ୍ୱେବି ପରିଶ୍ରମର ଫଳ ପ୍ରାପ୍ତ ହେଉନାହିଁ ତେବେ ବୃହସ୍ପତି ବାରରୁ ଏକ ଉପାୟ ଆରମ୍ଭ କରନ୍ତୁ । ଏକ କାଚ ଗ୍ଲାସ ନେଇ ସେଥିରେ ଏକ ଚାମଚ ଲୁଣ ପକାଇ ଏକ ନାଲି କପଡ଼ା ଘୋଡ଼ାଇ ଦିଅନ୍ତୁ । ଆପଣଙ୍କ କୋଠରୀରେ ଯେଉଁଠି ଆପଣ ଅଧିକ ସମୟ ବିତାନ୍ତି ସେହିଠାରେ ହିଁ ରଖି ଦିଅନ୍ତୁ । ପ୍ରତି ପନ୍ଦର ଦିନରେ ତାହାର ପାଣି ବଦଳାଇବା ସହିତ ଏକ ଚାମଚ ଲେଖାଏଁ ଲୁଣ ପକାଇଲେ ଦେଖିବେ ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ । ଯଦି ଆପଣଙ୍କ ଉପରେ ଶନି ଦୋଷ କିମ୍ବା ଅନ୍ୟାନ୍ୟ ଗ୍ରହ ଦୋଷ ରହିଛି ତେବେ ୨୧ ଦିନ ପର୍ଯ୍ୟନ୍ତ ସକାଳୁ ସ୍ନାନ ସମୟରେ ସ୍ନାନ ପାଣିରେ ଅଳ୍ପ ଲୁଣ ମିଶାଇ ସ୍ନାନ କରନ୍ତୁ । ମାତ୍ର ଏହି ଉପାୟ ଗୁରୁବାର ଦିନ କରନ୍ତୁ ନାହିଁ । ଏହି ଉପାୟ ଦ୍ୱାରା ଆପଣଙ୍କ ଉପରେ କୌଣସି ପ୍ରକାରର ଗ୍ରହ ଦୋଷ ଥିଲେ ଦୂର ହୋଇଯିବ ।

ଯଦି ଆପଣ ଚାକିରୀ ପାଇବାକୁ ଚାହୁଁଛନ୍ତି କିମ୍ବା ଶତ୍ରୁ ଉପରେ ବିଜୟ କିମ୍ବା କାହାକୁ ବଶ କରିବାକୁ ଚାହୁଁଛନ୍ତି ତେବେ ବଜାରରୁ ୧୧ ଟଙ୍କା କିମ୍ବା ୨୧ ଟଙ୍କାରେ ଲୁଣ ଆଣି ଘରର ଆଗ୍ନେୟ କୋଣରେ ରଖି ମାତା ଲକ୍ଷ୍ମୀଙ୍କ ମନ୍ତ୍ର ‘ ଓଁ ହ୍ରୀଂ ଶ୍ରୀଙ୍ଗ ଲକ୍ଷ୍ମୀଭ୍ୟ ନମଃ ‘ ଏହି ମନ୍ତ୍ରକୁ ଜପ କରି ସିଦ୍ଧ କରି ଦିଅନ୍ତୁ । ଆଗାମୀ ଦିନ ସେହି ଲୁଣକୁ କୌଣସି ଜଳାଶୟରେ ପ୍ରବାହିତ କରି ଦିଅନ୍ତୁ । ଏହି ଉପାୟ ବିଷୟରେ କାହାକୁ କୁହନ୍ତୁ ନାହିଁ । ଫଳ ଆପଣଙ୍କୁ ନିଶ୍ଚୟ ମିଳିବ । ସନ୍ଧ୍ୟା ସମୟରେ କାହାକୁ ଲୁଣ ଦେବା ଠାରୁ ବର୍ଜିତ ରୁହନ୍ତୁ । ଏହାଦ୍ବାରା ଘରର ସୁଖ ସମୃଦ୍ଧି ଅନ୍ୟ ଘରକୁ ଚାଲିଯାଏ । ଖରାପ ନଜର ଦୋଷ , ଖରାପ ଆତ୍ମା ଏବଂ ଶକ୍ତିକୁ ଦୂର କରିବା ପାଇଁ ଅଳ୍ପ ଲୁଣ ଏବଂ ଅଳ୍ପ ଅଟା ସହିତ , ଶୁଖିଲା ନାଲି ଲଙ୍କା ଏବଂ ଅଳ୍ପ ହଲଦୀକୁ ଏକ କାଗଜରେ ଏକା ସାଥିରେ ମୋଡ଼ି ଦିଅନ୍ତୁ ।

ମୁଣ୍ଡ ଉପର ଦେଇ ସାତ ଥର ବୁଲାଇ ଜାଳି ଦିଅନ୍ତୁ । ଏହି ଉପାୟ ଦ୍ୱାରା ସବୁ ନଜର ଦୋଷ ଉତୁରିଯିବ । ଭୁଲରେବି କାହାରି ଲୁଣ ଖାଇବା ଉଚିତ ନୁହେଁ । ଯଦି ଆପଣଙ୍କ ଘରେ ଗୃହ କ୍ଳେଶ ଅଛି ଏବଂ ପରିବାରର ସଦସ୍ୟଙ୍କ ମଧ୍ୟରେ ଭଲ ପଡୁନାହିଁ କିମ୍ବା ଘରେ ଦାରିଦ୍ର୍ୟତା ରହିଛି ତେବେ ଏକ ବାଲ୍ଟି ପାଣି ନେଇ ସେଥିରେ ପାଞ୍ଚ ଚାମଚ ଲୁଣ ପକାଇ ଘରର ପୋଛା ଲଗାନ୍ତୁ । ପୋଛା ଲଗାଇବା ସମୟରେ ପାଞ୍ଚ ଥର ମାତା ଲକ୍ଷ୍ମୀଙ୍କ ନାମ ନିଅନ୍ତୁ । ଏହାଦ୍ବାରା ଘରୁ ଦାରିଦ୍ର୍ୟତା ଦୂର ହୋଇଯିବ । ଯଦି ଆପଣ କାହାରି ଶବ ସତ୍କାରରୁ ଫେରୁଛନ୍ତି ତେବେ ସେହି ପୋଷକକୁ ଲୁଣ ମିଶା ପାଣିରେ ଧୋଇବା ଉଚିତ । କାରଣ ସେହି ସବୁ ସ୍ଥାନରୁ ଅତି କ୍ଷତିକାରକ ବ୍ୟାକ୍ଟେରିଆ ପୋଷାକ ସହିତ ଆସିଥାଏ । ସେହି ବ୍ୟାକ୍ଟେରିଆକୁ ମାରିବାର କ୍ଷମତା ଲୁଣ ଠାରେ ରହିଛି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *