Excuse Me Odisha

ଯାହା କହିବୁ ସତ କହିବୁ

କୁକୁଡ଼ାର ତିନୋଟି କଥା ଜାଣି ନିଅନ୍ତୁ । କାହାରି ଗୁଲାମୀ କରିବାକୁ ପଡ଼ିବନି । ଘରକୁ ଦାରିଦ୍ର୍ୟତା ଆସିବନି ।

ସେୟାର୍ କରନ୍ତୁ

ଆଜିକାର ଲେଖାରେ ଆମେ ଆପଣଙ୍କୁ ଏକ କୋଇଲି ଏବଂ ଏକ କୁକୁଡ଼ାର କାହାଣୀ ମଣିଷଙ୍କୁ କିଭଳି ଶିକ୍ଷା ଦେଇପାରେ ସେହି ବିଷୟରେ କହିବୁ । ଯେଉଁ ମାନେ ଆଜାଦିରେ ରହନ୍ତି ଏବଂ କାହାରି ଗୁଲାମୀ କରନ୍ତି ନାହିଁ ସେମାନେ କେବେ ବିପଦରେ ପଡ଼ନ୍ତି ନାହିଁ । ମାତ୍ର ଯେଉଁମାନେ ଅନ୍ୟର ଗୁଲାମୀ କରିଥାନ୍ତି ସେମାନେ ସବୁବେଳେ ବିପଦର ସାମ୍ନା କରନ୍ତି । କାହାଣୀ ଅନୁଯାୟୀ ଗୋଟିଏ ଗାଁ ପାଖରେ ଏକ ଜଙ୍ଗଲ ଥିଲା । ଯେଉଁଠି ଗୋଟିଏ କୋଇଲି ଏବଂ ଗୋଟିର କୁକୁଡ଼ା ପରସ୍ପରର ଅତି ଘନିଷ୍ଠ ମିତ୍ର ଥିଲେ । ସେମାନେ ଖୁବ ହସ ଖୁସିରେ ଜୀବନ ବ୍ୟତୀତ କରୁଥିଲେ । ଜଙ୍ଗଲ ଏବଂ ଏତେ ମାତ୍ରାରେ ପଶୁ ପକ୍ଷୀ ଥିବାରୁ ସେଠାରେ ଶିକାରୀ ମାନେ ମଧ୍ୟ ଫାସ ବସାଇ ଶିକାର କରୁଥିଲେ ।

କୋଇଲି ଖୁବ ଚାଲାକ ଥିଲା ଏବଂ ତାକୁ କେବେ ଖାଦ୍ୟ ପାଇଁ ଭୂଇଁକୁ ଆସିବାକୁ ପଡ଼ୁନଥିଲା । କିନ୍ତୁ କୁକୁଡ଼ା ତଳେ ରହୁଥିବାରୁ ତା ପାଇଁ ଶିକାରୀ ସବୁବେଳେ ସମସ୍ୟା ସୃଷ୍ଟି କରୁଥିଲେ । ଯେଉଁଥିରେ କୋଇଲି କହିଲା ଯେ ଶିକାରୀ ମାନେ ସବୁବେଳେ ବୋକା ପଶୁ ପକ୍ଷୀଙ୍କୁ ହିଁ ଶିକାର କରନ୍ତି । କାରଣ ଚାଲାକ ପଶୁ ପକ୍ଷୀ ଫାସରେ ଫସି ନଥାନ୍ତି । କୁକୁଡ଼ା ତଳେ ରହୁଥିବାରୁ ନିଜର ଦୁର୍ବଳତା ଦର୍ଶାଇ କହିଲା ଯେ କୋଇଲି ଉପରେ ରହୁଛି ବୋଲି ତାକୁ ଶିକାରୀ ମାନେ ଶିକାର କରିପାରୁ ନାହାଁନ୍ତି । କିନ୍ତୁ ଏଥିରେ କୋଇଲି କହେ ଯେ ସବୁ ପଶୁପକ୍ଷୀଙ୍କୁ ନିଜର ଜୀବନ ଅତି ପ୍ରିୟ ହୋଇଥାଏ । ତେଣୁ ସବୁ ପଶୁ ପକ୍ଷୀ ଯଦି ବର୍ତ୍ତିବା ପାଇଁ ନିଜର ବୁଦ୍ଧି ପ୍ରୟୋଗ କରନ୍ତି ତେବେ ସେମାନେ ନିଶ୍ଚୟ ବଞ୍ଚିଯିବେ । ଏହା କହି କୋଇଲି କୁକୁଡ଼ାକୁ ଅନ୍ୟ ପକ୍ଷୀ ମାନଙ୍କ ସହିତ ମିଳାମିଶା କରିବା ସହିତ ସେମାନଙ୍କ ଠାରୁ କିଛି ଶିକ୍ଷା କରିବାକୁ କହିଲା ।

କିନ୍ତୁ କୁକୁଡ଼ା ସେଥିରେ ଆଦୋୖ ବିଶ୍ୱାସ କଲା ନାହିଁ । ଅନେକ ସମୟ ପର୍ଯ୍ୟନ୍ତ ଦୁହିଁଙ୍କ ଭିତରେ ଯୁକ୍ତିତର୍କ ଲାଗିଲା । କୋଇଲି ଯେତେ ବୁଝାଇବାକୁ ଚେଷ୍ଟା କଲେବି ସୁଦ୍ଧା କୁକୁଡ଼ା ବୁଝି ପାରୁ ନଥିଲା । କୁକୁଡ଼ା କହିଲା ଯେ ସବୁଦିନ ସକାଳୁ ଉଠି ଲୋକଙ୍କୁ ସକାଳ ହେବା ଏବଂ ଭଗବାନଙ୍କ ପୂଜା ପାଠ ହେବାର ସଙ୍କେତ ଦେବା ସତ୍ତ୍ୱେବି ଭଗବାନ ତାଙ୍କୁ ସହାୟତା କରୁ ନାହାଁନ୍ତି । ଏହା ଶୁଣି କୋଇଲି କହିଲା ଯେ ସେ ଅନ୍ୟ ପକ୍ଷୀର ବସାରେ ଅଣ୍ଡା ଦେଲେ ବି ଅନ୍ୟ ପକ୍ଷୀ ତାର ପିଲାଙ୍କୁ ପାଳିଥାଏ । କୋଇଲିର ବଚନ ମଧୁର ଯାହାକି ଲୋକଙ୍କୁ ପସନ୍ଦ କିନ୍ତୁ ତଥାପି ଶିକାରୀ ଶିକାର କରନ୍ତି । କିନ୍ତୁ କୋଇଲି କେବଳ ନିଜର ବୁଦ୍ଧି ଦ୍ୱାରା ହିଁ ବର୍ତ୍ତି ଆସିଛି । ଏତେ ସବୁ କହିବା ପରେବି କୁକୁଡ଼ା କିଛି ବୁଝିଲା ନାହିଁ । ଏହାପରେ କୁକୁଡ଼ା କୋଇଲିକୁ ତା ସ୍ଥାନରେ ରହି କୁକୁଡ଼ାର ଜୀବନ ବଞ୍ଚିବାକୁ ଚ୍ୟାଲେଞ୍ଜ ଦେଲା ଯାହାକୁ କୋଇଲି ମଧ୍ୟ ମାନିଗଲା ।

ଏମିତି ଦୁହେଁ କଥା ହେଉଥିବା ସମୟରେ ଏକ ଶିକାରୀ ଆସି ସେମାନଙ୍କ ଉପରେ ଜାଲ ପକାଇ ଦେଲା । ଦୁହେଁ ଜାଲରେ ଫସିଯିବାରୁ କୁକୁଡ଼ା କୋଇଲିକୁ କହିଲା ଯେ ଯଦି କୋଇଲି କୁକୁଡ଼ା ଜାଗାରେ ରହେ ତେବେ ଶିକାରୀ ତାକୁ ମଧ୍ୟ ଶିକାର କରିବ । କୋଇଲିର ଚିନ୍ତା କରୁଥିବା କୁକୁଡ଼ାକୁ କୋଇଲି କହିଲା ଯେ ସେ ଯେମିତିବି ହେଉ ସେହି ଜାଲରୁ ମୁକୁଳି ଯିବ । ଏହାପରେ ଶିକାରୀ ଆସି କୁକୁଡ଼ାକୁ ଧରିଲା ଏବଂ କୋଇଲିକୁ ଧରିବାକୁ ଯାଉଥିବା ସମୟରେ କୋଇଲି ଶିକାରୀଙ୍କୁ ତିନୋଟି ଜ୍ଞାନ ବର୍ଦ୍ଧକ କଥା କହିଲା । ଯଦି ଶିକାରୀ ତାର ତିନୋଟି କଥା ଶୁଣି ନିଏ ତେବେ ତାକୁ କେବେବି ଶିକାର କରିବାକୁ ପଡ଼ିବ ନାହିଁ ଏବଂ ସେ ଧନୀ ହୋଇଯିବ । ଶିକାରୀ ତା ଉପରେ ବିଶ୍ୱାସ କରୁ ନଥିଲେବି ତାର କଥା ଶୁଣିଲା ।

ସର୍ବପ୍ରଥମେ କୋଇଲିର ପଙ୍ଖକୁ ଆଜାଦ କଲେ ପ୍ରଥମ କଥା କହିବ ବୋଲି କହିଲା । ଏହାପରେ ତାର ପଙ୍ଖକୁ ଆଜାଦ କରି ଶିକାରୀ କୋଇଲିର ଗୋଡ଼ ଧରି ରଖିଲା । ପ୍ରଥନ ଜ୍ଞାନ ଥିଲା ଯେ ହାତକୁ ଆସିଥିବା ଶତ୍ରୁକୁ କେବେ ଛାଡ଼ିବା ଉଚିତ ନୁହେଁ । ଦ୍ୱିତୀୟ କଥାରେ କୋଇଲି ତାର ଗୋଡ଼କୁ ଟିକିଏ ଢ଼ିଲା କରିବାକୁ କହିଲା ଏବଂ ଦ୍ୱିତୀୟ କଥା କହିଲା ଯେ କୌଣସି ଅଜଣା ଲୋକର କଥାକୁ କେବେ ବିଶ୍ୱାସ କରିବା ଉଚିତ ନୁହେଁ । ଏହାପରେ କୋଇଲିର ଗୋଡ଼କୁ ଆଉ ଟିକିଏ ଢ଼ିଲା କରିବାକୁ କହିଲା । ଶିକାରୀ ମଧ୍ୟ ତାହା କଲା । ଏତିକି ବେଳେ କୋଇଲି ଉଡ଼ିଗଲା ଏବଂ ଗଛ ଡାଳରେ ଯାଇ ବସିଗଲା । ଶିକାରୀ କହିଲା ଯେ ଆଉ ଥରେ ଯଦି ସେ ହାତରେ ଲାଗେ ତେବେ ସେ ତାକୁ ଛାଡ଼ିବନି ଏବଂ ତାକୁ ରାଗି ଚାହିଁଲା । ଗଛ ଉପରେ ବସି କୋଇଲି ଶେଷ କଥା କହିଲା ଯେ ଯାହା ହୋଇ ଯାଇଛି ସେଥିରେ କେବେ ପଶ୍ଚାତାପ କରିବା ଉଚିତ ନୁହେଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *