Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରୀରେ କୌଣସି ଦିନ କରନ୍ତୁ କନ୍ୟା ପୂଜନ । କୌଣସି ଛୋଟ କନ୍ୟାଙ୍କୁ ଦେଇ ଦିଅନ୍ତୁ ଏହି ଗୋଟିଏ ଛୋଟ ଜିନିଷ । ଚମକିବ ଭାଗ୍ୟ ।

ସେୟାର୍ କରନ୍ତୁ

ହିନ୍ଦୁ ଧର୍ମର ଚୈତ୍ର ନବରାତ୍ରୀ ଯେଉଁଥିରେ ଲୋକେ ମାତାଙ୍କର ନଅ ରୂପର କାମନା କରି ବିଧି ବିଧାନର ସହିତ ପୂଜା କରିଥାନ୍ତି । ତେବେ ଏହି ଚୈତ୍ର ନବରାତ୍ରୀରେ ଲୋକେ କମସେକମ ପୂଜାପାଠରେ ମାତାରାଣୀଙ୍କୁ ପ୍ରସନ୍ନ କରିପାରନ୍ତି । ଏଥର ଚୈତ୍ର ନବରାତ୍ରୀରେ ଅନେକ ଦିବ୍ୟ ଦୁର୍ଲଭ ସଂଯୋଗ ବନୁଛି । ତେଣୁ ଏଥର ବାର ବ୍ରତର ଅନେକ ଗୁଣା ଫଳ ମିଳିବାକୁ ଯାଉଛି । ନବରାତ୍ରୀରେ ମାତାଙ୍କ ପୂଜନ ସହିତ କନ୍ୟା ପୂଜନ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । କନ୍ୟା ପୂଜନ ଦ୍ୱାରା ଲକ୍ଷ୍ମୀ , ବିଦ୍ୟା ଏବଂ ତେଜ ପ୍ରାପ୍ତ ହୋଇଥାଏ । ମାତାଙ୍କ ପୂଜାରେ କେବଳ ନାଲି ସୁଗନ୍ଧିତ ଫୁଲ ହିଁ ଅର୍ପଣ କରନ୍ତୁ ।

କେବେବି ସ୍ନାନ ପରେ ଓଦା କପଡ଼ାରେ ମାତାଙ୍କ ପୂଜା କରନ୍ତୁ ନାହିଁ । ଗୋଟିଏ ଘରେ ମାତାଙ୍କର ତିନୋଟି ପ୍ରତିମା ରହିବା ଉଚିତ ନୁହେଁ ଏବଂ ମାତାଙ୍କ ମନ୍ଦିରର ପରିକ୍ରମା ଭୁଲରେବି କରନ୍ତୁ ନାହିଁ । ନବରାତ୍ରୀର ଅଷ୍ଟମୀ ଏବଂ ନବମୀ ତିଥିରେ କନ୍ୟାଙ୍କୁ ଭୋଜନ କରାଇବା ଏବଂ ଉପହାର ଆଦି ଦେବା ଅତ୍ୟନ୍ତ ଶୁଭ ହୋଇଥାଏ । କନ୍ୟା ପ୍ରସନ୍ନ ହେଲେ ମାତାରାଣୀ ପ୍ରସନ୍ନ ହୋଇଛନ୍ତି ବୋଲି କୁହାଯାଏ ।

ଅଷ୍ଟମୀ ଏବଂ ନବମୀରେ ନଅ କନ୍ୟାଙ୍କ ପୂଜନ କରିବାର ନିୟମ ରହିଛି । ଯଦି ଏହା ନକରି ପାରନ୍ତି ତେବେ ଏକ ସହଜ ଉପାୟ କରି ପାରିବେ । ତେବେ ଏହି ଉପାୟ କରିବାକୁ ନବରାତ୍ରୀର କୌଣସି ଦିନ ସ୍ନାନ କରି ସ୍ୱଚ୍ଛ ବସ୍ତ୍ର ଧାରଣ କରି ଏକ ଜଟା ଥିବା ନଡ଼ିଆକୁ ଧୋଇ ଏକ ଥାଳି ଉପରେ ରଖନ୍ତୁ ।

ମାତାଙ୍କୁ ଭୋଗ ଲଗାଇବା ସହିତ କୁମକୁମ ଲଗାଇ ସେହି ନଡ଼ିଆରେ ମଧ୍ୟ କୁମକୁଁମ ଲଗାଇ ଦିଅନ୍ତୁ । ଏହାକୁ ମାତାଙ୍କ ଏବଂ ଭଗବାନଙ୍କ ଚରଣରେ ଅର୍ପିତ କରି ଦିଅନ୍ତୁ । ମାତାଙ୍କୁ ନିଜର ସବୁ ସମସ୍ୟା ଜଣାଇ ଦିଅନ୍ତୁ । ଏହାପରେ ମନ୍ତ୍ର : ସର୍ବମଙ୍ଗଲ୍ୟେ ସର୍ବମଙ୍ଗଲ୍ୟେ ଶିବେ ସର୍ବା ତସାଧିକେ , ସରନୟେ ପ୍ରିୟମ୍ବକେ ଗୋରୀ ନାରାୟଣୀ ନମସ୍ତୁତେ । ଏହାପରେ ଦେଣୀଙ୍କ ନବାଣ ମନ୍ତ୍ର ଜପ କରନ୍ତୁ । ଏହାପରେ ସେହି ନଡ଼ିଆକୁ ଉଠାଇ ମସ୍ତକରେ ଲଗାଇ କୌଣସି ୧୦ ବର୍ଷର କନ୍ୟାକୁ ଦେଇ ଦିଅନ୍ତୁ । ନଡ଼ିଆ ଦେବା ପରେ କନ୍ୟାର ପାଦ ଛୁଇଁ ପ୍ରଣାମ କରନ୍ତୁ । ନବରାତ୍ରୀରେ କନ୍ୟାକୁ ଶ୍ରୀଫଳ ଦେଲେ ଆପଣଙ୍କୁ ଆପଣଙ୍କ ଶୁଭ କର୍ମର ଫଳ ପ୍ରାପ୍ତ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *