Excuse Me Odisha

ଯାହା କହିବୁ ସତ କହିବୁ

୭୦୦ ବର୍ଷ ପରେ ଏପ୍ରିଲ ୧୪ ବଡ଼ ହନୁମାନ ଜୟନ୍ତୀ । ଏହି ଗୋଟିଏ ଜିନିଷ ଅର୍ପଣ କଲେ ଚମକିବ ଭାଗ୍ୟ ।

ସେୟାର୍ କରନ୍ତୁ

ଚଳିତ ବର୍ଷ ଏପ୍ରିଲ ୧୪ ରେ ପଡ଼ୁଛି ହନୁମାନ ଜୟନ୍ତୀ ଯାହାକି ହିନ୍ଦୁ ଧର୍ମରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମାନା ଯାଇଥାଏ । କିନ୍ତୁ ଏଥରର ହନୁମାନ ଜୟନ୍ତୀ ଅତ୍ୟନ୍ତ ଖାସ ହେବାକୁ ଯାଉଛି ଯାହାକି ମଙ୍ଗଳବାର ଦିନ ପଡ଼ୁଛି । ଏମିତିରେ ମଙ୍ଗଳବାର ଦିନଟି ମଧ୍ୟ ଅତ୍ୟନ୍ତ ଖାସ ଅଟେ । ପ୍ରତ୍ୟେକ ମଙ୍ଗଳବାର ଦିନ ହନୁମାନଙ୍କୁ ପୂଜା କଲେ ଭାଗ୍ୟ ଦୃଢ଼ ହେବା ସହିତ ମଙ୍ଗଳ ଗ୍ରହର ସ୍ଥିତି ମାଧ୍ୟ ଭଲ ରହିଥାଏ । ଖାସକରି ହନୁମାନ ଜୟନ୍ତୀ ଦିନ ଖାସ ଭାବରେ ପୂଜା କଲେ ଜୀବନର ସବୁ ସମସ୍ୟା ଦୂର ହୋଇଥାଏ । ଏହି ଏପ୍ରିଲ ୧୪ ଟି ଅତ୍ୟନ୍ତ ଖାସ ଦିନ ବୋଲି କୁହାଯାଉଛି । ଏହିଦିନ ଅନ୍ୟ ଦେବଦେବୀଙ୍କ କୃପା ମଧ୍ୟ ପୁରା ସୃଷ୍ଟି ଉପରେ ପଡ଼ିଥାଏ ।

ଯଦି ଆପଣ ଆପଣଙ୍କ ଜୀବନରେ ଖୁବ ପରିଶ୍ରମ କରୁଛନ୍ତି କିନ୍ତୁ ଆପଣଙ୍କୁ କୌଣସି ସଫଳତା ମିଳୁନାହିଁ ତେବେ ଏହାର କାରଣ ହେଉଛି ଜାତକରେ ମଙ୍ଗଳ ଗ୍ରହର ସ୍ଥିତି ଭଲ ନାହିଁ । ତେଣୁ ଏହି ହନୁମାନ ଜୟନ୍ତୀ ଦିନ ସକାଳୁ ଶୀଘ୍ର ଉଠି ନିତ୍ୟକର୍ମ ସାରି କୌଣସି ହନୁମାନ ମନ୍ଦିରକୁ ଯାଆନ୍ତୁ । ହନୁମାନଙ୍କୁ ଏକ ନାଲି ଗୋଲାପ ଫୁଲର ମାଳା ପିନ୍ଧାଇ ଦିଅନ୍ତୁ । ହନୁମାନଙ୍କୁ ନାଲି ରଙ୍ଗ ଖୁବ ପ୍ରିୟ ହୋଇଥାଏ । ତେଣୁ ଏହି ମାଳା ପିନ୍ଧାଇ ଏଗାର ଥର ହନୁମାନ ଚାଲିଶା ପାଠ କରି ଦିଅନ୍ତୁ । ଏହାଦ୍ବାରା ମଙ୍ଗଳ ଗ୍ରହ ଦୃଢ଼ ହୋଇଥାଏ । ଏହାଦ୍ବାରା ଯେଉଁ ୨୧ ଶୁଭ ଯୋଗ ସୃଷ୍ଟି ହେଉଛି ତାହାର ଫଳ ମଧ୍ୟ ଆପଣଙ୍କୁ ପ୍ରାପ୍ତ ହେବ ।

ଯଦି ଆପଣଙ୍କ ଘରେ କେହି ବ୍ୟକ୍ତି ଖୁବ ରୋଗଗ୍ରସ୍ତ ଅଛନ୍ତି ଏବଂ ଶରୀର ସୁସ୍ଥ ହେଉନାହିଁ ତେବେ ସେହି ବ୍ୟକ୍ତିଙ୍କ ହାତରୁ ଏଗାରଟି ରୋଟି ନେଇ କୌଣସି କଳା କୁକୁରକୁ ଏହି ମଙ୍ଗଳବାର ଦିନ ଖୁଆଇ ଦିଅନ୍ତୁ । ହନୁମାନ ଜୟନ୍ତୀ ଦିନ ଏହି ଉପାୟ କଲେ ସେହି ରୋଗୀର ରୋଗ ଦୂରେଇ ଯିବ ।

ଯଦି ଆପଣ କୌଣସି କରଜ ଜନିତ ସମସ୍ୟାରେ ପଡିଛନ୍ତି ତେବେ ସକାଳ , ଦ୍ୱିପ୍ରହର ଏବଂ ସନ୍ଧ୍ୟାରେ ନାଲି ବସ୍ତ୍ର ଧାରଣ କରି ମୋତି ଲଡୁ କିମ୍ବା ବେସନ ଲଡୁ ନେଇ ଶ୍ରୀହନୁମାନଙ୍କୁ ଭୋଗ ଲଗାଇ ଦିଅନ୍ତୁ । ଏହାପରେ ୧୧ ଥର ହନୁମାନ ଚାଲିଶାର ପାଠ କରି ନିଅନ୍ତୁ । ଯଦି ଏହି ଉପାୟ ଆପଣ ହନୁମାନ ଜୟନ୍ତୀ ଦିନ କରି ଦିଅନ୍ତି ତେବେ ଆପଣଙ୍କ କରଜ ସମସ୍ୟା ଦୂର ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *