Excuse Me Odisha

ଯାହା କହିବୁ ସତ କହିବୁ

ଲକ୍ଷେ ଟଙ୍କାର କରଜ ବି ଗୋଟିଏ ମିନିଟରେ ହୋଇଯିବ ସମାପ୍ତ । ଶ୍ରୀହନୁମାନଙ୍କୁ ଚଢ଼ାଇ ଦିଅନ୍ତୁ କେବଳ ଏହି ଗୋଟିଏ ଜିନିଷ ।

ସେୟାର୍ କରନ୍ତୁ

କରଜ ସମସ୍ୟା ଜୀବନକୁ ଖୁବ ସମସ୍ୟାରେ ପକାଇ ଦେଇଥାଏ । କରଜ ନେବା ଯେତିକି ସହଜ ତାକୁ ସୁଝିବା ତାଠାରୁ ଅଧିକ କଷ୍ଟ ହୋଇଥାଏ । କରଜ କାରଣରୁ କରଜ କରିଥିବା ବ୍ୟକ୍ତି ସମେତ ପୁରା ପରିବାର ସଦସ୍ୟଙ୍କ ଜୀବନରେ ସମସ୍ୟା ଆସିଥାଏ । କାରଣ ଏହାଦ୍ବାରା କରଜ ନେଇଥିବା ଏବଂ ଦେଇଥିବା ମନୁଷ୍ୟ ଉପରେ ମଧ୍ୟ ସମସ୍ୟା ହୋଇପାରେ । କରଜ ନେଇଥିବା ବ୍ୟକ୍ତି ସବୁବେଳେ ଚିନ୍ତାରେ ରହିଥାଏ । କରଜ କାରଣରୁ ମାନହାନୀ ଭଳି ସମସ୍ୟା ହୋଇଥାଏ । କରଜ ନେବା ସମୟରେ ଗ୍ରହର ସ୍ଥିତି ମଧ୍ୟ ଦେଖିବା ଜରୁରୀ ଅଟେ । କାରଣ ଠିକ ସମୟରେ ନିଆଯାଇଥିବା କରଜ ସୁଝିବାରେ ସହଜ ହୋଇଥାଏ ।

କରଜ ନେବା ପୂର୍ବରୁ କିଛି ବିଶେଷ କଥା ପ୍ରତି ଧ୍ୟାନ ଦେବା ନିତାନ୍ତ ଜରୁରୀ ଅଟେ । ଆଠ ଅଙ୍କ ଶନିଙ୍କର ମାନା ଯାଇଥାଏ । ତେଣୁ ୮ , ୧୮ ଏବଂ ୨୬ ତାରିଖରେ କେବେ କରଜ ନିଅନ୍ତୁ ନାହିଁ । ଏହି ତାରିଖରେ ନିଆଯାଇଥିବା କରଜ ଜୀବନରେ ସମସ୍ୟା ବଢ଼ାଇ ଥାଏ । କରଜ ନେବାକୁ ଚାହୁଁଥିଲେ ସୋମବାର , ବୁଧବାର ଏବଂ ଗୁରୁବାର ନେଇ ପାରିବେ । ଏହାକୁ ସୁଝିବାରେ କୌଣସି ବଡ଼ ସମସ୍ୟା ଆସେ ନାହିଁ । କରଜରେ ନେବା ସମୟରେ ହସ୍ତାକ୍ଷର କରିବା ସମୟରେ ସର୍ବଦା ଈଶ୍ୱରଙ୍କୁ ସ୍ମରଣ କରନ୍ତୁ । କରଜରୁ ମୁକୁଳିବାର ଏକ ସହଜ ଉପାୟ ପାଇଁ ଏକ ଭଲ ପାନ ପତ୍ର ନିଅନ୍ତୁ । ବର୍ତ୍ତମାନ ଏହି ପତ୍ର ଉପରେ ଦୁଇଟି ଲବଙ୍ଗ ଏବଂ ଗୋଟିଏ ଅଳେଇଚ ରଖନ୍ତୁ । ତାପରେ ଏହି ପାନ ପତ୍ରକୁ ମୋଡି ନିଅନ୍ତୁ ଏବଂ ମଙ୍ଗଳବାର ଦିନ ସକାଳୁ ସ୍ନାନ କରି ସ୍ୱଚ୍ଛ ବସ୍ତ୍ର ପରିଧାନ କରି ହନୁମାନଙ୍କ ମନ୍ଦିରକୁ ଯାଆନ୍ତୁ ଏବଂ ଏହି ପାନ ପୁଡ଼ିଆ ଅର୍ପିତ କରିଦିଅନ୍ତୁ ।

ଏହି ଉପାୟ ଲଗାତାର ୩ ମାସ ମଙ୍ଗଳବାର ଏହି ଉପାୟ କରନ୍ତୁ । ଏହି ଉପାୟ ସମୟରେ ତାମସିକ ପଦାର୍ଥର ସେବନ କରନ୍ତୁ ନାହିଁ । ସାତ୍ଵିକତା ବଜାୟ ରଖନ୍ତୁ । ଯଦି ଜୀବନରେ ଅନବରତ କରଜ ବଢ଼ି ବଢ଼ି ଚାଲିଛି ତେବେ ମଙ୍ଗଳବାର ଦିନ ରାତ୍ରି ସମୟରେ ଏକାକୀ ଏକ ଆସନ ପକାଇ ଶ୍ରୀହନୁମାନଙ୍କ ସାମ୍ନାରେ ବସି ଯାଆନ୍ତୁ । ଦୀପ ପ୍ରଜ୍ଜ୍ୱଳନ କରନ୍ତୁ ଏବଂ ନାଲି ଫୁଲ ଅର୍ପଣ କରନ୍ତୁ । ଏବଂ ୧୧ ଥର ହନୁମାନ ଚାଲିଶା ପାଠ କରନ୍ତୁ । ଏହି ଉପାୟକୁ ନିୟମିତ ଭାବରେ ଆପଣଙ୍କୁ ୧୧ ଟି ମଙ୍ଗଳବାର କରିବାକୁ ପଡ଼ିବ । ପ୍ରତ୍ୟେକ ମଙ୍ଗଳବାର ରାତି ୧୧ ରୁ ୧୨ ମଧ୍ୟରେ ହିଁ ଏହି ଉପାୟକୁ କରନ୍ତୁ । ଦେଖିବେ ଅଳ୍ପ ଦିନ ମଧ୍ୟରେ ସବୁ ସମସ୍ୟା ଦୂରେଇ ଯିବ । କରଜ ସମସ୍ୟା ହୋଇଥିଲେ ତାହା ମଧ୍ୟ ଠିକ ହୋଇଯିବ ।

ଅନେକ ସମୟରେ କରଜ ନେବା ପରେ ସମସ୍ୟା ବହୁତ ଅଧିକ ବଢ଼ିଯାଏ । ଆମଦାନୀ କରଜ ଠାରୁ ଖୁବ କମ ହୋଇଯାଏ । ଏହାବ୍ୟତୀତ ଅନ୍ୟାନ୍ୟ କାମରେ ମଧ୍ୟ ସମସ୍ୟା ଦେଖାଦିଏ । ଶୁଭ କାର୍ଯ୍ୟରେ ବାଧା ଆସିଥାଏ । ବ୍ୟବସାୟ ହଠାତ ବନ୍ଦ ହୋଇଯାଏ । ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଏକ ଗୋଟା ପାନ ପତ୍ର ନେଇ ଚିକ୍କଣ ଭାଗକୁ ଉପରକୁ ରଖି ତାହା ଉପରେ ଦୁଇଟି ଲବଙ୍ଗ ରଖନ୍ତୁ ଏବଂ ସାବଧାନତାର ସହିତ ପାନ ପତ୍ରକୁ ଉଠାଇ ପ୍ରବାହିତ ପାଣିରେ ଭସାଇ ଦିଅନ୍ତୁ । ହାତ ଯୋଡ଼ି ଈଶ୍ୱରଙ୍କୁ ନିଜ ସମସ୍ୟା ବିଷୟରେ କୁହନ୍ତୁ । ସେହି ପତ୍ର ଆପଣଙ୍କ ସମସ୍ୟାକୁ ନିଜ ସହିତ ପ୍ରବାହିତ କରି ନେଇଯିବ । ପଛକୁ ନବୁଲି ସିଧା ଘରକୁ ପଳାଇ ଆସନ୍ତୁ । ଅଳ୍ପ ଦିନ ମଧ୍ୟରେ ଆପଣଙ୍କର ସବୁ ସମସ୍ୟା ଦୂରେଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *