Excuse Me Odisha

ଯାହା କହିବୁ ସତ କହିବୁ

ହନୁମାନ ଚାଳିଶା ପଢ଼ୁଥିଲେ ସାବଧାନ । ଜାଣି ରଖନ୍ତୁ କେଉଁ ସମୟରେ ଏବଂ କେମିତି ପଢ଼ିବେ ।

ସେୟାର୍ କରନ୍ତୁ

ସାଧରଣତଃ ଲୋକେ ପ୍ରତ୍ୟେକ ଦିନ ହନୁମାନ ଚାଳିଶା ପାଠ କରନ୍ତି । କିନ୍ତୁ ତଥାପି ସେମାନଙ୍କ ଜୀବନର ସମସ୍ୟା ଦୂର ହୋଇ ନଥାଏ । ଯେଉଁ କାରଣରୁ ସେମାନେ ସବୁବେଳେ ଚିନ୍ତିତ ରହନ୍ତି । ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ହନୁମାନ ଶାଳିଶା ପାଠ କରିବାର ଉଚିତ ବିଧି ଏବଂ ନିୟମ ବିଷୟରେ କହିବୁ ଯାହାକୁ ସମସ୍ତେ ଜାଣି ରଖିବା ନିହାତି ଜରୁରୀ ଅଟେ । ଏହାବ୍ୟତୀତ ମଙ୍ଗଳବାର ହନୁମାନଙ୍କୁ ପାନ ପତ୍ର ଚଢ଼ାଇବା ଉପରେ କଣ ଖାସ ନିୟମ ଅଛି ସେହି ବିଷୟରେ ମଧ୍ୟ କହିବୁ । ପ୍ରଥମତଃ ଶ୍ରୀହନୁମାନଙ୍କର ୪୦ ପଦ ବିଶିଷ୍ଟ ଚାଳିଶା ଯେତେବେଳେ ପାଠ କରାଯାଏ ସେତେବେଳେ ଶ୍ରୀହନୁମାନଙ୍କ ବିଗ୍ରହ ସାମ୍ନାରେ ଫୁଲରେ ସଜାଇବା ପରେ ହିଁ ପାଠ କରିବା ଉଚିତ ।

ହନୁମାନଙ୍କ ସାମ୍ନାରେ ଏକ ଗ୍ଲାସ ପାଣି ରଖି ଦିଅନ୍ତୁ । ହନୁମାନ ଚାଳିଶା ୧୦ ଥର ପାଠ କରି ସାରିବା ପରେ ସେହି ପାଣିକୁ ପ୍ରସାଦ ଆକାରରେ ଗ୍ରହଣ କରନ୍ତୁ । ଆପଣ ଚାହିଁଲେ ୧୦୦ ଥର ମଧ୍ୟ ପାଠ କରି ପାରିବେ । ଯଦି ସ୍ୱାସ୍ଥ୍ୟ ଭଲ ରହୁନି କିମ୍ବା ଶୋଇବା ସମୟରେ ଖରାପ ସ୍ୱପ୍ନ ଦେଖୁଛନ୍ତି ତେବେ ରାତିରେ ଶୋଇବା ପୂର୍ବରୁ ଏହାର ପାଠ କରି ପାରିବେ ।

କିନ୍ତୁ ମନେ ରଖନ୍ତୁ କେ ହନୁମାନ ଚାଳିଶା ପାଠ କରିବା ପୂର୍ବରୁ ସର୍ବପ୍ରଥମେ ଶ୍ରୀରାମଚନ୍ଦ୍ର ନାମ ଜପ କରନ୍ତୁ । ହନୁମାନ ଚାଳିଶା ପାଠ କରି ସାରିବା ପରେ ଆପଣ ନିଜର ସବୁ ମନସ୍କାମନା ହନୁମାନଙ୍କୁ ଜଣାଇ ପାରିବେ । ହନୁମାନ ଚାଳିଶାର ପ୍ରତ୍ୟେକ ପଦ ନାନା ପ୍ରକାରର ସମସ୍ୟାରେ ମହାବୀର ବଜରଙ୍ଗବଳି କିଭଳି ସଙ୍କଟ ଦୂର କରିବେ ସେହି ବିଷୟରେ ବର୍ଣ୍ଣନା କରାଯାଇଛି ।

ମନେ ରଖନ୍ତୁ ଯେ ହନୁମାନ ଚାଳିଶା ପାଠ କରୁଥିଲେ ମଦ ମାଂସ କିମ୍ବା ଅନ୍ୟ ତାମସିକ ଭୋଜନ ଠାରୁ ଦୂରେଇ ଯାଆନ୍ତୁ । ବିଶେଷ ଭାବରେ କିଛି ଜିନିଷ ଅଛି ଯାହାକୁ ଯଦି ଆପଣ ହନୁମାନଙ୍କୁ ଅର୍ପଣ କରନ୍ତି ତେବେ ବହୁତ ଜଲଦି ଫାଇଦା ମିଳିଥାଏ । ଯଦି ଆପଣଙ୍କ ଜୀବନରେ ଅନେକ ବଡ଼ ସମସ୍ୟା ରହିଛି ତେବେ ପ୍ରତ୍ୟେକ ମଙ୍ଗଳବାର ହନୁମାନ ମନ୍ଦିରରେ ଶ୍ରୀହନୁମାନଙ୍କୁ ବିଡ଼ା ପାନ ବନାଇ ଅର୍ପଣ କରି ଦିଅନ୍ତୁ ।

କିନ୍ତୁ ପାନ ସାଧା ବନାଇଲେ ବି ତାହା ଅର୍ପଣ କରାଯାଇ ପାରିବ କିନ୍ତୁ ଚୂନ ବାରଣ ଅଟେ । ପାନ ପତ୍ରରେ ଲବଙ୍ଗ , ଗୁଜୁରାତି , ମିଶ୍ରୀ ଏବଂ କେଶର ଥିଲେ ତାହାକୁ ଅର୍ପଣ କରି ଦିଅନ୍ତୁ । ଏହାଦ୍ବାରା ସଂକଟ ମୋଚନ ବହୁତ ଜଲଦି ପ୍ରସନ୍ନ ହୋଇଯିବେ ଏବଂ ସବୁ ସମସ୍ୟାରୁ ମୁକ୍ତି ମିଳିଯିବ । ଏହି ଉପାୟ ଯଦି ଆପଣ ଶନିବାର ଦିନ କରନ୍ତି ତେବେ ଶ୍ରୀହନୁମାନ ପ୍ରସନ୍ନ ହେବା ସହିତ ଶନି ଦୋଷା ମଧ୍ୟ ଦୂର ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *