Excuse Me Odisha

ଯାହା କହିବୁ ସତ କହିବୁ

ଚୈତ୍ର ନବରାତ୍ରୀରେ ଘରକୁ ନେଇ ଆସନ୍ତୁ ଏହି ଗୋଟିଏ ଜିନିଷ । ଦାରିଦ୍ର୍ୟତା ହୋଇଯିବ ଦୂର ।

ସେୟାର୍ କରନ୍ତୁ

ଚୈତ୍ର ନବରାତ୍ରୀ ମାତାରାଣୀଙ୍କୁ ସମର୍ପିତ ଅଟେ । ଆଜିକାର ଲେଖାରେ ଆମେ ଆପଣଙ୍କୁ ଏପରି ଏକ ଜିନିଷ ବିଷୟରେ କହିବୁ ଯାହାକୁ ଯଦି ଆପଣ ଏହି ନବରାତ୍ରୀରେ ଘରକୁ ନେଇ ଆସନ୍ତି ତେବେ ମାତା ରାଣୀ ଆପଣଙ୍କୁ ଘରକୁ ଆସିବେ । ମାତା ରାଣୀଙ୍କ କୃପାରୁ ଆପଣଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳିଯିବ ଏବଂ ଆପଣଙ୍କର ସମସ୍ତ ଇଚ୍ଛା ମଧ୍ୟ ପୂରଣ ହୋଇଯିବ । ଏଥର ଚୈତ୍ର ନବରାତ୍ରୀ ଏପ୍ରିଲ ୯ ମଙ୍ଗଳବାର ଠାରୁ ଆରମ୍ଭ ହେଉଛି । ଏହି ନଅ ଦିନରେ ମାତା ପୃଥିବୀରେ ଭ୍ରମଣ କରନ୍ତି ତେଣୁ ଏହି ସମୟରେ ମାତାଙ୍କୁ ପ୍ରସନ୍ନ କରିବା ଅତି ସହଜ ଅଟେ । କିଛି ଏପରି ଜିନିଷ ଅଛି ଯାହାକୁ ନବରାତ୍ରୀ ସମୟରେ ଘରକୁ ନେଇ ଆସିବା ଉଚିତ ।

ସେହିସବୁ ଜିନିଷ ବିଷୟରେ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି । ତାହାମଧ୍ୟରୁ ପ୍ରଥମ ଜିନିଷ ହେଉଛି ଷୋହଳ ଶୃଙ୍ଗାର ଯାହାକି ମାତା ରାଣୀଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ଆପଣ ମାତାଙ୍କୁ ଶାଢ଼ୀ କିମ୍ବା ନାଲି ଚୁନି ମଧ୍ୟ ଅର୍ପଣ କରିପାରିବେ । ନବରାତ୍ରୀରେ ମାତାଙ୍କୁ ଯେଉଁ ବ୍ୟକ୍ତି ବିଧି ପୂର୍ବକ ଷୋହଳ ଶୃଙ୍ଗାର ଅର୍ପିତ କରିଥାଏ

ସେହି ବ୍ୟକ୍ତିର ଘରକୁ ସୁଖ ସମୃଦ୍ଧି ଆସିଥାଏ ଏବଂ ଅଖଣ୍ଡ ସୌଭାଗ୍ୟର ବରଦାନ ପ୍ରାପ୍ତ ହୋଇଥାଏ । ଯେଉଁ ମହିଳା ମାତାଙ୍କୁ ଷୋହଳ ଶୃଙ୍ଗାର ଅର୍ପିତ କରିଥାଏ ସେ ନିଜେ ମଧ୍ୟ ଷୋହଳ ଶୃଙ୍ଗାର ଧାରଣ କରିବା ଉଚିତ । ଏହାଦ୍ବାରା ମାତା ବହୁତ ଜଲଦି ପ୍ରସନ୍ନ ହୋଇଯାଆନ୍ତି । ନବରାତ୍ରୀ ସମୟରେ ରୂପାର ମୁଦ୍ରା ଘରକୁ ଆଣିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ ।

ଆପଣ ସୁନାର ମୁଦ୍ରା ମଧ୍ୟ ଆଣିପାରିବେ । ଏହାକୁ ଘରକୁ ଆଣି ବିଧି ପୂର୍ବକ ପୂଜା କରି ଘରର ସିନ୍ଧୁକରେ ରଖିଦେଲେ ଆର୍ଥିକ ସମସ୍ୟା ସବୁ ଦୂର ହେବା ସହିତ ଧନ ପ୍ରାପ୍ତିର ନୂତନ ରାସ୍ତା ଖୋଲିଯିବ । ନବରାତ୍ରୀ ସମୟରେ ଘରକୁ ପଦ୍ମ ଫୁଲ ଆଣିବା ଅତ୍ୟନ୍ତ ଶୁଭ ହୋଇଥାଏ । କାରଣ ଏହା ମାତାରାଣୀଙ୍କର ଅତ୍ୟନ୍ତ ପ୍ରିୟ ଜିନିଷ ଅଟେ । ଏହାବ୍ୟତୀତ ନବରାତ୍ରୀ ସମୟରେ ଘରକୁ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ଦକ୍ଷିଣାବର୍ତ୍ତି ଶଙ୍ଖ ନେଇ ଆସନ୍ତୁ ଏବଂ ସ୍ଥାପନ କରିଦିଅନ୍ତୁ । ଏହାକୁ ଘରେ ଆଣି ସ୍ଥାପିତ କଲେ ଘରକୁ ସୁଖ ସମୃଦ୍ଧି ଆସିଥାଏ ଏବଂ ଘରେ ମାତାଙ୍କର ସ୍ଥାୟୀ ବାସ ହୋଇଥାଏ । ଏହାଦ୍ବାରା ଘରେ ଶାନ୍ତି ବଜାୟ ରହିବା ସହିତ ଆରୋଗ୍ୟ ପ୍ରାପ୍ତି ହୋଇଥାଏ । ନବରାତ୍ରୀ ସମୟରେ ଘରକୁ ଧଳା କଉଡ଼ି ଆଣି ସ୍ଥାପିତ କଲେ ମାତା ପ୍ରସନ୍ନ ହୁଅନ୍ତି କାରଣ ଏହା ସମୁଦ୍ର ମନ୍ଥନ ସମୟରେ ମାତାଙ୍କ ସହିତ ଉତ୍ପନ୍ନ ହୋଇଥିଲା ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *