Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରୀର କୌଣସି ଦିନ ଚୁପଚାପ ଏହି ସ୍ଥାନରେ ଫିଙ୍ଗି ଦିଅନ୍ତୁ ଦୁଇଟି ଲବଙ୍ଗ । ଏତେ ଟଙ୍କା ଆସିବ ଯେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ ।

ସେୟାର୍ କରନ୍ତୁ

ସୃଷ୍ଟିହିଁ ଦେବୀ ମହାମାୟା ଠାରୁ ଆରମ୍ଭ ହୋଇ ପରିଚାଳିତ ହେଉଛି । ଆଉ ବର୍ଷରେ ଚାରୋଟି ନବରାତ୍ରୀ ମଧ୍ୟରୁ ଦୁଇଟି ନବରାତ୍ରୀର ମହତ୍ତ୍ୱ ଅଧିକ ରହିଥାଏ । ସେଥିମଧ୍ୟରୁ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଚୈତ୍ର ନବରାତ୍ରୀ । ଯାହାକି ଆରମ୍ଭ ହୋଇ ସାରିଛି ଏବଂ ତାହା ଏପ୍ରିଲ ୧୭ ପର୍ଯ୍ୟନ୍ତ ରହିବ । ଚୈତ୍ର ନବରାତ୍ରୀ ଆରମ୍ଭ ଠାରୁ ହିନ୍ଦୁ ନବବର୍ଷର ଆରମ୍ଭ ମଧ୍ୟ ହୋଇଥାଏ । ଏହି ନବରାତ୍ରୀରେ ମାତା ଦୁର୍ଗାଙ୍କ ଆରାଧନା କରାଯାଇଥାଏ । ବଡ଼ ନବରାତ୍ରୀକୁ ବସନ୍ତ ନବରାତ୍ରୀ ଏବଂ ଛୋଟ ନବରାତ୍ରୀକୁ ଶାରଦୀୟ ନବରାତ୍ରୀ କୁହାଯାଏ । ନବରାତ୍ରୀର ନଅ ଦିନରେ ଦେବୀଙ୍କର ନଅ ରୂପର ଆରାଧନା କରାଯାଏ । ଏହାଦ୍ବାରା ବିଶେଷ ଫଳର ପ୍ରାପ୍ତି ହୋଇଥାଏ ।

ଏହି ସମୟରେ ଭକ୍ତ ମାନେ ଉପବାସ ରଖନ୍ତି ଏବଂ ସିଦ୍ଧି ପ୍ରାପ୍ତ ପାଇଁ ନାନା ପ୍ରକାରର ଉପାୟ ମାତାଙ୍କୁ ସମର୍ପଣ କରି କରିଥାନ୍ତି । ଏହି ଦିନରେ ଉପବାସ ରଖିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ମାତା ଦୁର୍ଗାଙ୍କୁ ସୁଖ ଶାନ୍ତି ଏବଂ ଧନର ଦେବୀ ମାନାଯାଏ । ମାନ୍ୟତା ଅନୁଯାୟୀ ଯେଉଁ ବ୍ୟକ୍ତି ନବରାତ୍ରୀର ବ୍ରତ ରଖେ ତାକୁ ଉତ୍ତମଲୋକର ପ୍ରାପ୍ତି ହୋଇଥାଏ । ମଣିଷର ସବୁ ପାପ ନଷ୍ଟ ହୋଇଯିବା ସହିତ ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଯାଏ । ସବୁ ଦିନ ନହେଲେବି କେବଳ ଏହି ନଅ ଦିନ ମାତାଙ୍କ କୃପା ପ୍ରାପ୍ତି ପାଇଁ ଉତ୍ତମ ଦିନ ହୋଇଥାଏ ବୋଲି କୁହାଯାଏ । ଏକ ଖାସ ଉପାୟ କରିବା ନିମନ୍ତେ ନଅ ଦିନ ମଧ୍ୟରୁ କୌଣସି ଗୋଟିର ଦିନ ସକାଳୁ ସ୍ନାନ କରି ସ୍ୱଚ୍ଛ ବସ୍ତ୍ର ଧାରଣ କରି ମାତାଙ୍କୁ ପୂଜା କରିବା ସହିତ ଏକ ଆସନ ପକାଇ ବସି ଯାଆନ୍ତୁ ।

ଏହାପରେ ସବୁ ଦେବଦେବୀ ଏବଂ କଳସକୁ ପ୍ରଣାମ କରି ଅଖଣ୍ଡ ଦୀପ ଜାଳି ଦିଅନ୍ତୁ ଏବଂ କଳସରେ ସିନ୍ଦୁର ଏବଂ ଚାଉଳ ଲଗାଇ ଦେବୀଙ୍କ ପୂଜା କରନ୍ତୁ । ଏହାପରେ ଏକ ଅଟା ଦୀପ ନେଇ ଘିଅରେ କର୍ପୂର ଏବଂ ଲବଙ୍ଗ ବୁଡ଼ାଇ ରଖି ଦିଅନ୍ତୁ । ତାହାକୁ ଜାଳିବା ପରେ ଆରତୀ କରି ମାତାଙ୍କ ନଅ ରୂପାର ଆରାଧନା କରି ଦିଅନ୍ତୁ । ଦୁଇ ଦୁଇ ଥର ଲେଖାଏଁ ମାତା ଶୈଳପୁତ୍ରୀ , ମାତା ବ୍ରହ୍ମଚାରିଣୀ , ମାତା ଚନ୍ଦ୍ରଘଣ୍ଟା , ମାତା କୁସ୍ମାଣ୍ଡା , ମାତା ସ୍କନ୍ଧମାତା , ମାତା କାତ୍ୟାୟନି , ମାତା କାଳରାତ୍ରୀ , ମାତା ମହାଗୌରୀ ଏବଂ ମାତା ସିଦ୍ଧିଦାତ୍ରୀ ଜପ କରି ଦିଅନ୍ତୁ । ଏହାପରେ ଆରତୀ କରି ମାଳା ଜପ କରନ୍ତୁ ଏବଂ ‘ ଓଁ ଏଂ ହ୍ରୀଂ କ୍ଲିଙ୍ଗ ଚାମୁଣ୍ଡାୟ ବିଜେ ମନ୍ତ୍ର ‘ ଜପ କରି ଦିଅନ୍ତୁ ।

ଏହି ମନ୍ତ୍ର ଜପ କରି ନିଜର ସବୁ ଦୁଃଖ ଏବଂ ମନସ୍କାମନା ପୂରଣ କରି ଦିଅନ୍ତୁ । ନବରାତ୍ରୀରେ ଏହିଭଳି ମାତା ଦୁର୍ଗାଙ୍କ ପୂଜା କଲେ ଜୀବନର ସବୁ ମନସ୍କାମନା ପୂରଣ ହୋଇଥାଏ । ପୂଜନ ଏବଂ ବ୍ରତର ସମସ୍ତ ଫଳ ପ୍ରାପ୍ତ ହୋଇଥାଏ । ସୁଖ ସମୃଦ୍ଧି ଆରୋଗ୍ୟ ପ୍ରାପ୍ତି ହେବା ସହିତ ଏବଂ ନଅ ସିଦ୍ଧି ରାତ୍ରିର ସିଦ୍ଧି ମଧ୍ୟ ପ୍ରାପ୍ତ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *