Excuse Me Odisha

ଯାହା କହିବୁ ସତ କହିବୁ

କୁଆ ଦେଇଥାଏ ଭାଗ୍ୟ ବଦଳିବାର ୧୪ଟି ଶୁଭ ସଂକେତ। ଜାଣନ୍ତୁ କେମିତି।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ କୁଆ ଦେଇଥାଏ ଭାଗ୍ୟ ବଦଳିବାର ୧୪ଟି ଶୁଭ ସଂକେତ। ଜାଣନ୍ତୁ କେମିତି।

କୁଆ ଦ୍ୱାରା ଜଣା ଯାଉଥିବା ୧୪ ଟି ଶୁଭ ସଂକେତ କୁଆ ସହିତ ଜଡ଼ିତ ଶୁଭ ଏବଂ ଅଶୁଭ ବିଷୟରେ। ଏହା ସହିତ ଜାଣିବା ପଶୁପକ୍ଷୀଙ୍କ ଦ୍ଵାରା କେମିତି ଆପଣଙ୍କୁ ପ୍ରତିଦିନ ଜୀବନରେ କିଛି ସଂକେତ ମିଳିଥାଏ ଯାହା ଦ୍ୱାରା ଆପଣ ଜାଣିପାରିବେ ଆସୁଥିବା ସମୟ ଭଲ ହେବ କିମ୍ବା ଖରାପ ଶୁଭ ହେବ କିମ୍ବା ଅଶୁଭ। ଏହା ସହିତ ଜାଣିବା କିଛି ପକ୍ଷୀ ଘରକୁ ଆସିବା ଅଶୁଭ ହୋଇଥାଏ। ଯଦି ଏହି ପକ୍ଷୀ ମାନଙ୍କୁ ଦେଖିବେ ତ ତୁରନ୍ତ ଘଉଡ଼ାଇ ଦିଅନ୍ତୁ।

ଜ୍ୟୋତିଷ ଶାସ୍ତ୍ରରେ କୁଆ ଏକ ଏପରି ପକ୍ଷୀ ଆପଣଙ୍କ ପାଇଁ ଆଗକୁ ଘଟିବାକୁ ଥିବା ସମସ୍ୟା ସମ୍ପର୍କରେ ଜଣା ଯାଇଥାଏ। କୁଆକୁ ଅନେକ ଦିବ୍ୟ ଶକ୍ତି ପ୍ରାପ୍ତ ଅଟେ। କୁଆକୁ ପୂର୍ବରୁ ହିଁ ଜଣା ଯାଇଥାଏ କି ମନୁଷ୍ୟଙ୍କ ସହିତ କଣ କଣ ହେବାକୁ ଯାଉଛି। ଆମର ସମାଜରେ କୁଆକୁ ନେଇ ଶୁଭ ଅଶୁଭ କଥାକୁ ନେଇ ଉଲ୍ଲେଖ କରାଯାଇଛି। ଶକୁନ ଶାସ୍ତ୍ରରେ ବି କୁଆକୁ ନେଇ ଅନେକ କଥା ବର୍ଣ୍ଣନା କରାଯାଇଛି। ଆଜିର ପୋଷ୍ଟରେ କୁଆକୁ ନେଇ ଶୁଭ ଏବଂ ଅଶୁଭ କଥା ବିଷୟରେ ଜାଣିବା।

ଯାତ୍ରା ସମୟରେ ଯଦି କୁଆ କୌଣସି ପାତ୍ରରେ ମୁହଁ ଲଗାଇ ପାଣି ପିଉଥିବାର ଦେଖିବେ ତେବେ ବୁଝିନେବେ ଯେ ଆପଣଙ୍କୁ ଧନ ଲାଭ ହେବାର ସଂକେତ ଦେଇଥାଏ ଆପଣଙ୍କ କାର୍ଯ୍ୟରେ ସଫଳତା ମିଳିବ।

କୁଆ ଯଦି ମାଂସ କିମ୍ବା ରୋଟି ନିଜ ପାଟିରେ ନେଉଥିବାର ଦେଖନ୍ତି ତ ଏହା ବଡ଼ ଇଛା ପୁରା ହେବାର ସଂକେତ ଦେଇଥାଏ।

ଯଦି ପ୍ରାତଃ ସମୟରେ କୁଆ ଉଡିଯିବା ସମୟରେ ଶରୀରର କୌଣସି ଅଙ୍ଗ ଛୁଇଁଯାଏ ତେବେ ଏହାକୁ ବହୁତ ଶୁଭ ସଂକେତ କୁହାଯାଇଥାଏ। ଏହାର ଅର୍ଥ ଆପଣଙ୍କୁ ଧନ ଲାଭର ସଂକେତ ଦେଇଥାଏ।

ଯଦି କୁଆ ଭୂମିକୁ ଖୋଳିବାର ଦେଖନ୍ତି ତ ବହୁତ ଲାଭ ହୋଇଥାଏ।

ଯଦି ରାସ୍ତାରେ ଯିବା ସମୟରେ କୁଆକୁ ଡାଳ ଉପରେ ବସିଥିବାର ଦେଖନ୍ତି ତ ମନ ଇଛା ଫଳ ମିଳିଥାଏ।

ସକାଳ ସମୟରେ କୁଆ ଆସି ଆପଣଙ୍କ ଛାତ ଉପରେ ଆବାଜ କରେ ତ ଧନର ବୃଦ୍ଧି ହେବାର ସଂକେତ ଦେଇଥାଏ। କିନ୍ତୁ ସନ୍ଧ୍ୟା ସମୟରେ କୁଆ ଆସି ଛାତ ଉପରେ ଆବାଜ ଦେବାକୁ ଶୁଭ ମାନାଯାଏ ନାହିଁ।

ଯଦି କୁଆ କୌଣସି କପଡା ନେଇ ଉଡିବାର ଦେଖନ୍ତି ତ ଶୁଭ ସଂକେତ ଅଟେ।

ଯାତ୍ରା ସମୟରେ କୁଆ ନିଜର ମଧୁର ବାଣୀରେ ଆପଣଙ୍କର ଡାହାଣ ପାଖରୁ ବହାରିଯାଏ ତେବେ ଆପଣଙ୍କର କୌଣସି କଠିନ କାର୍ଯ୍ୟ ସମ୍ପାଦନ ହେବାର ସଂକେତ ଅଟେ।

ଯଦି ଦ୍ୱିପ୍ରହର ସମୟରେ ଆପଣଙ୍କୁ ଉତ୍ତର କିମ୍ବା ପୂର୍ବ ଦିଗରୁ କୁଆର ଆବାଜ ଆସିଥାଏ ତେବେ ଏଥିରୁ ସ୍ତ୍ରୀ ସୁଖର ସଂକେତ ମନାଯାଇଥାଏ

ଯଦି ସ୍ତ୍ରୀଙ୍କ ମୁଣ୍ଡ ଉପରେ ପାଣିର କଳସ ଥାଏ ଏବଂ ସେହି ସ୍ତ୍ରୀଙ୍କ ମଥାରେ ଥିବା ପାଣିକୁ କୁଆ ପିଇ ନିଏ ତେବେ ଶୁଭ ସଂକେତ ଅଟେ। ଧନ ଲାଭର ଯୋଗ ବନିଥାଏ।

ଯଦି କୁଆ ଫଳ ଫୁଲ ମାଟି ନେଇ ଆପଣଙ୍କ ଘରକୁ ଆସିଯାଏ ତ ଏହା ଧନ ପ୍ରାପ୍ତିର ସଂକେତ ଅଟେ।

ଯଦି କୁଆ କୌଣସି ହରା ଭରା ଗଛ ଉପରେ ନିଜର ବସା ବାନ୍ଧିଥାଏ ତେବେ ଏହା ବର୍ଷା ଆସିବାର ସଙ୍କେତ ଅଟେ।

ରାସ୍ତାରେ ଯଦି କୁଆ ପରସ୍ପର ମୁହଁରେ ଭଜନ ଦେବାର ଦେଖନ୍ତି ତେବେ ଏହା ବଡ଼ ଶୁଭ ସଂକେତ ଅଟେ।

ଯଦି ସକାଳୁ ଉଠି କୁଆର କା କା ଆବାଜ ଶୁଣନ୍ତି ତେବେ ଏହା କୌଣସି ଅତିଥିଙ୍କ ଆଗମନର ସଂକେତ ଅଟେ କିମ୍ବା କୌଣସି ଖୁସି ଖବର ମିଳିପାରେ।

ଏହି ସବୁ ସଂକେତ ମିଳିଲେ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି।

ଏବେ ଆସନ୍ତୁ ଜାଣିବା କେଉଁ ପକ୍ଷୀ ମାନଙ୍କୁ ଘରକୁ ଆସିଲେ ଘଉଡ଼ାଇ ଦେବା ଉଚିତ।

ପେଚା। ବନ୍ଧୁଗଣ ପେଚା ମା ଲକ୍ଷ୍ମୀଙ୍କର ବାହନ ଅବଶ୍ୟ ହୋଇଥାଏ କିନ୍ତୁ ଘରକୁ ପେଚା ଆସିବା ଅଶୁଭ ହିଁ ମାନାଯାଇଥାଏ। କିନ୍ତୁ ଧାର୍ମିକ ମାନ୍ୟତା ଅନୁସାରେ ଦୀପାବଳି ଦିନ ପେଚା ଘରକୁ ଆସିବା ଶୁଭ ମାନାଯାଇଥାଏ। ଏହିଦିନ ମା ଲକ୍ଷ୍ମୀ ଆସିବାର ସଂକେତ ଦେଇଥାଏ କିନ୍ତୁ ଅନ୍ୟ ଦିନ ମାନଙ୍କରେ ଏହାର ଘରକୁ ଆସିବା ହାନିକାରକ ହୋଇଥାଏ। ମାନାଯାଇଥାଏ କି ଘରକୁ ପେଚା ଆସିବା ଦ୍ୱାରା ଘରେ ନକରାତ୍ମକ ଉର୍ଜାର ବାସ ହୋଇଥାଏ ଏବଂ ଘରର ଉନ୍ନତି ରୋକିଯାଇଥାଏ। ଏହାବି କୁହାଯାଏ କି ଘରେ କିମ୍ବା ଘର ଉପରେ ପେଚା ବୋବାଇବା ମୃତ୍ୟୁର ସୂଚନା ଦେଇଥାଏ। ଯଦି ସନ୍ଧ୍ୟାରେ ଘର ବାହାରେ ଗଛ ଉପରେ ପେଚା ବବେଇଥାଏ ତ ବର୍ଷେ ଭିତରେ କୌଣସି ମିତ୍ର କିମ୍ବା ସମ୍ପର୍କୀୟଙ୍କର ମୃତ୍ୟୁ ହୋଇପାରେ।

ମହୁମାଛି ବି ଘରର କୌଣସି କୋଣରେ ବସା ବନେଇ ଥାନ୍ତି ତାଜା ଏବଂ ମିଠା କାରଣରୁ କିଛି ଲୋକ ଜାଣିଶୁଣି ଏମାନଙ୍କୁ ଘଉଡ଼ାନ୍ତି ନାହିଁ। କିନ୍ତୁ ବାସ୍ତୁ ଅନୁସାରେ ଘରେ ମହୁମାଛିର ବସା ହେବା ଭଲ ସଂକେତ ନୁହେଁ। ଏହା ଦ୍ବାରା ବଡ଼ ଦୁର୍ଘଟଣାର ସମ୍ଭାବନା ବଢି ଯାଇଥାଏ। ଯଦି ଏମାନେ ଘରେ ବସା ବନେଇ ଦିଅନ୍ତି ତ ଏମାନଙ୍କୁ ସତର୍କତାର ସହିତ ଘଉଡ଼ାଇ ଦିଅନ୍ତୁ।।

ବିରାଡ଼ି। ଏମାନେ ଯଦି ଘରେ ବସା ବନେଇ ନିଅନ୍ତି ତ ଏମାନଙ୍କୁ ତୁରନ୍ତ ଘଉଡ଼ାଇ ଦିଅନ୍ତୁ। ଏହାକୁ ବାସ୍ତ ଅନୁସାରେ ଠିକ ମାନାଯାଏ ନାହିଁ। ଏମାନଙ୍କ ଦ୍ୱାରା ଘରେ ସଙ୍କଟର ଛାଇ ଖେଳି ଯାଇଥାଏ। ତ ଏମାନଙ୍କୁ ସତର୍କତାର ସହିତ ଘଉଡ଼ାଇ ଦିଅନ୍ତୁ ଏବଂ ଆସୁଥିବା ସଙ୍କଟରୁ ବଞ୍ଚି ଯିବେ।

ସାଗୁଣା। ଆପଣ ଜାଣିଥିବେ କି ସାଗୁଣା ମୃତ ଜୀବଙ୍କୁ ଖାଇଥାଏ। ଏଥିପାଇଁ ହିନ୍ଦୁ ଧର୍ମରେ ଏହାକୁ ଅଶୁଭ ପକ୍ଷୀ ମାନାଯାଇଥାଏ। ଏହା ସହିତ ସାଗୁଣା ଘରକୁ ଆସିବା ଅଶୁଭ ମାନାଯାଇଥାଏ। ଯେଉଁ ଘରେ ଏମାନଙ୍କର ବାସ ହୋଇଥାଏ ସେହି ଘରର କେବେବି ବିକାଶ ହୋଇନଥାଏ। ସେହି ଘରର ସଦସ୍ୟ ମାନଙ୍କ ମଧ୍ୟରେ ଲଢେଇ ଝଗଡା ସବୁବେଳେ ଲାଗି ରହିଥାଏ। ଘରୁ ସକାରାତ୍ମକ ଉର୍ଜା ସବୁଦିନ ପାଇଁ ସମାପ୍ତ ହୋଇଯାଇଥାଏ ଏବଂ ଧନର ହାନି ମଧ୍ୟ ହୋଇଥାଏ। ଏଥିପାଇଁ ଧାର୍ମିକ ମାନ୍ୟତାରେ କୁହାଯାଇଛି କି ଯଦି ଆପଣଙ୍କର ଘରକୁ କେବେ ସାଗୁଣା ଆସିଥାଏ ତ ତାହାକୁ ବାହାର କରି ଘରେ ଶାନ୍ତିପାଠ ଅବଶ୍ୟ କରନ୍ତୁ।

କୁଆ। କୁହାଯାଏ କି କାଉ ଏକ ଏମିତି ପକ୍ଷୀ ଅଟେ ଯାହାକୁ ଆଗକୁ ଘଟିବାକୁ ଯାଉଥିବା ଘଟଣାବଳୀ ବିଷୟରେ ପୂର୍ବରୁ ହିଁ ଜଣା ପଡ଼ିଯାଏ। ଆପଣଙ୍କୁ କହି ଦେଉଛୁ କି ଯଦି କାଉ କୌଣସି ବ୍ୟକ୍ତିର ମୁଣ୍ଡ ଉପରେ ବସିଯାଏ ତ ଏହାର ଅର୍ଥ ଏହା ହୋଇଥାଏ କି ସେହି ବ୍ୟକ୍ତିର ମାନ ସମ୍ମାନରେ ଆଞ୍ଚ ଆସିବାର ଅଛି କିମ୍ବା ତାଙ୍କର ଘରେ ପଇସାର କମି ହେବାର ଅଛି। ଯଦି ଅଚାନକ ବହୁତ ସାରା କାଉ ଆପଣଙ୍କର ଘର ଉପରେ ଆସି ରାବି ଥାନ୍ତି ତ ଏହା ଅଶୁଭ ସଂକେତ ମାନାଯାଇଥାଏ। କୁହାଯାଇଥାଏ କି ସେହି ଘରର ମାଲିକ ପାଇଁ ସଂକଟର ସଂକେତ ହୋଇପାରେ।

ଆପଣ ଜାଣିଥିବେ କି ବାଦୁଡିକୁ ଦିନରେ ଦେଖାଯାଇନଥାଏ। ଏଥିପାଇଁ ଏହାକୁ ରାତିର ପକ୍ଷୀ କୁହାଯାଇଥାଏ। ଏହା ସହିତ ଏହା ଭୁତ ପ୍ରେତ ଭଳି ଓଲଟା ଝୁଲି ରହିଥାଏ। ଧାର୍ମିକ ମାନ୍ୟତା ଅନୁସାରେ ଶାସ୍ତ୍ରରେ ବି ଘରକୁ ବାଦୁଡି ଆସିବା ଅଶୁଭ ମାନାଯାଇଥାଏ। ଘରକୁ ବାଦୁଡି ଆସିବା ମୃତ୍ୟୁ ସୂଚକ ଦେଇଥାଏ। ଏଥିପାଇଁ ଏମାନଙ୍କୁ ସତର୍କତାର ସହିତ ଘଉଡ଼ାଇ ଦେବା ଉଚିତ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *