Excuse Me Odisha

ଯାହା କହିବୁ ସତ କହିବୁ

ଜୁନ ୧୮ ଆଷାଢ଼ ଅମାବାସ୍ୟା । ଗାଈକୁ ଚୁପଚାପ ଖୁଆଇ ଦିଅନ୍ତୁ ଏହି କିଛି ଛୋଟ ଜିନିଷ । ଧନ ସମ୍ପତ୍ତିରେ ହେବ ବୃଦ୍ଧି ।

ସେୟାର୍ କରନ୍ତୁ

ହିନ୍ଦୁ ଧର୍ମରେ ଅମାବାସ୍ୟା ଏବଂ ପୂର୍ଣ୍ଣିମାର ଅନେକ ମହତ୍ତ୍ୱ ରହିଛି ଏବଂ ଏହି ଦିନ ଦାନ ଧର୍ମ କରିବାର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି । ସେହିଭଳି ହିନ୍ଦୁ ଧର୍ମରେ ଗାଈକୁ ଖାଦ୍ୟ ଖୁଆଇବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଏ । ତେବେ କହି ରଖିବୁ ଯେ ଯଦି ହିନ୍ଦୁ ଘରେ ଗାଈକୁ ଘରେ ରଖି ସେବା କରି ପୂଜା କରାଯାଏ ତେବେ ଜୀବନର ସବୁ ପାପ ଦୂର ହୋଇଯାଏ । କିନ୍ତୁ ଗାଈକୁ ପଚା ସଢ଼ା ଖାଦ୍ୟ , ବଳକା ଖାଦ୍ୟ , କ୍ଷୀର ଦହି କିମ୍ବା ଖରାପ ହୋଇ ଯାଇଥିବା ଖାଦ୍ୟ ଖାଇବାକୁ ଦେବା ଆଦୋୖ ଉଚିତ ନୁହେଁ । ଏହାଦ୍ବାରା ଗୋମାତାଙ୍କ ଦେହରେ ବାସ କରୁଥିବା ୩୫ କୋଟି ଦେବଦେବୀ , ପିତୃ ପୁରୁଷ ମଧ୍ୟ କ୍ରୋଧିତ ହୁଅନ୍ତି । କହି ରଖିବୁ ଯେ ଗାଈକୁ ଗୁରୁ ଗ୍ରହ ସହିତ ଯୋଡ଼ା ଯାଇଥାଏ ।

ତେଣୁ ଗାଈକୁ ରୋଟି ଖୁଆଇବା ସମୟରେ ସେଥିରେ ଏକ ଚିମୁଟା ହଳଦୀ ମିଶାଇ ଖୁଆଇବା ଦ୍ୱାରା ବୃହସ୍ପତି ଗ୍ରହ ମଜବୁତ ହୋଇଥାଏ । ସେହିଭଳି ମାନସିକ ଚିନ୍ତା ଥିଲେ ରୋଟିରେ ଗୁଡ଼ ମିଶାଇ ଗାଈକୁ ଖାଇବାକୁ ଦିଅନ୍ତୁ । ଏମିତିରେ ତ ଘରର ପ୍ରଥମ ରୋଟି ଗାଈକୁ ଏବଂ ଶେଷ ରୋଟି କୁକୁରକୁ ଖାଇବାକୁ ଦେବାର ବିଧାନ ରହିଛି । କୁହାଯାଏ ଯେ ଯଦି ଆପଣଙ୍କ ଘରକୁ ହଠାତ ଗାଈ ଆସୁଛି ତେବେ ତାକୁ ନଘଉଡ଼ାଇ କିଛି ଖାଇବାକୁ ଦେଇ ଆଶୀର୍ବାଦ ନିଅନ୍ତୁ । ଏହାଦ୍ବାରା ଆପଣଙ୍କ ଜୀବନର ତମାମ ପାପ ନଷ୍ଟ ହୋଇଯିବ । ଗାଈକୁ ଅଶ୍ୱତ୍ଥ ପତ୍ର କେବେବି ନିଜେ ଗଛରୁ ଛିଡ଼ାଇ ଖୁଆନ୍ତୁ ନାହିଁ । ଏମିତିରେ ଗାଈ ଅତ୍ୟନ୍ତ ଶୁଭ ହୋଇଥାଏ ତେଣୁ କୌଣସି ସ୍ଥାନରେ ଘର ବନାଇବାର ଥିଲେ ସେହି ଭୂଭାଗରେ ୧୫ ଦିନ ପର୍ଯ୍ୟନ୍ତ ଗାଈ ବାଛୁରୀ ବାନ୍ଧି ଦିଅନ୍ତୁ ।

ଏହାଦ୍ବାରା ସେହି ସ୍ଥାନରୁ ସମସ୍ତ ନକରାତ୍ମକ ଶକ୍ତି ଦୂର ହେବା ସହିତ ସେହି ସ୍ଥାନ ପବିତ୍ର ମଧ୍ୟ ହୋଇଯିବ । ସେହିଭଳି ଏକା ସାଥିରେ ଗାଈର ଦର୍ଶନ , ଗାଈ ବାଛୁରୀର ଏକା ସାଥିରେ ଦର୍ଶନ ଏବଂ ଗାଈ ସମୀପକୁ ଗଲେ ସବୁ ସମସ୍ୟାର ସମାଧାନ ହେବା ସହିତ ସବୁ ପ୍ରକାରର ସଂକ୍ରାମକ ରୋଗରୁ ମୁକ୍ତି ମିଳିଥାଏ । ଘର ଚାରି ପାଖରେ ଗାଈ ବାଛୁରୀ ଘୁରି ବୁଲିଲେ ଏହାର ଅର୍ଥ ବହୁତ ଜଲଦି ଆପଣଙ୍କ ସମସ୍ୟାର ଅନ୍ତ ହେବାକୁ ଯାଉଛି । ଗୋମାତାଙ୍କ ଠାରୁ ମିଳୁଥିବା ପଞ୍ଚଗବ୍ୟ ରୋଗ ପ୍ରତିରୋଧକ କ୍ଷମତାକୁ ବଢ଼ାଇବା ସହିତ ସବୁ ରୋଗର ନିବାରକ ହୋଇଥାଏ । କହିରଖିବୁ ଯେ ଏମିତିରେ ତ ଘରେ ଗାଈ ରଖି ସେବା କରିବା ଅତ୍ୟନ୍ତ ଶୁଭ ହୋଇଥାଏ ମାତ୍ର ଆଜିକା ସମୟରେ ଯେହେତୁ ମନୁଷ୍ୟର ନିଜେ ରହିବା ପାଇଁ ଜାଗା ନାହିଁ ତେଣୁ ଅତିକମରେ ଗାଈକୁ ପ୍ରତ୍ୟେକ ଦିନ ଗୋଟିଏ ରୋଟି ନିଶ୍ଚୟ ଖୁଆଇ ଦିଅନ୍ତୁ ।

ରାମାୟଣ କାଳରୁ ଗୋମାତାଙ୍କୁ ମିଳିଥିବା ଏକ ଅଭିଶାପ ଅନୁଯାୟୀ ହିଁ ଗୋମାତା ଅଇଁଠା ଖାଇଥାନ୍ତି । ବାସ୍ତବରେ ରାମାୟଣ ଯୁଗରେ ଗୋମାତା ମାତା ସୀତାଙ୍କୁ ଦେଇଥିବା ପ୍ରତିଶୃତିକୁ ଭୁଲି ମିଛ କହିଥିଲେ । ଯେଉଁ କାରଣରୁ ମାତା ସୀତା ତାଙ୍କୁ ଅଭିଶାପ ଦେଇଥିଲେ ଯେ କଳିଯୁଗରେ ଗୋମାତା ପୂଜ୍ୟ ହୋଇଥିଲେବି ତାଙ୍କୁ ଅଇଁଠା ସେବନ କରିବାକୁ ପଡ଼ିବ । ସେହିଭଳି ସେହି ସମୟରେ ମାତା ସୀତା କେତକୀ ଫୁଲକୁ ଅଭିଶାପ ଦେଇଥିବାରୁ ବର୍ତ୍ତମାନ କେତକୀ ଫୁଲର ବାସ୍ନା ଥିବା ସତ୍ତ୍ୱେବି ତାହା ପୂଜାରେ ନିଷିଦ୍ଧ ଥାଏ ଏବଂ ଫାଲ୍ଗୁ ନଦୀ ସବୁବେଳେ ଶୁଖିଲା ରହେ । ଯଦି ଆପଣ ରୋଷେଇ ଘରେ ତିଆରି ହେଉଥିବା ପ୍ରଥମ ରୋଟି ଗାଈକୁ ଖାଇବାକୁ ଦିଅନ୍ତି ତେବେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇଯିବ ଏବଂ କୌଣସି ପ୍ରକାରର ଅଭାବ ରହିବ ନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *