Excuse Me Odisha

ଯାହା କହିବୁ ସତ କହିବୁ

ଜୁନ ୪ ରେ ୯୦ ବର୍ଷ ପରେ ଦେଖାଯିବ ଜ୍ୟେଷ୍ଠ ପୂର୍ଣ୍ଣିମା ଚାନ୍ଦ । ଚାରୋଟି ରାଶିର ବଦଳିବ ଭାଗ୍ୟ ।

ସେୟାର୍ କରନ୍ତୁ

ଜ୍ୟେଷ୍ଠ ପୂର୍ଣ୍ଣିମା ଆସୁଛି ଏବଂ ଏଥିରେ ଅନେକ ଶୁଭ ଯୋଗ ସୃଷ୍ଟି ହେବାକୁ ଯାଉଛି । ଯେଉଁ କାରଣରୁ କିଛି ରାଶିର ଭାଗ୍ୟ ବଦଳିବାକୁ ଯାଉଛି । ଜ୍ୟେଷ୍ଠ ମାସ ବର୍ଷର ତୃତୀୟ ମାସ ଅଟେ ଏବଂ ଏହା ଅତ୍ୟନ୍ତ ଖାସ ହୋଇଥାଏ । ଏଭଳି ମାନ୍ୟତା ରହିଛି ଯେ ଏହିଦିନ ଯେଉଁ ବ୍ୟକ୍ତି ପବିତ୍ର ଗଙ୍ଗାରେ ବୁଡ଼ ଲଗାଇଥାଏ ସେହି ମହିଳା ସୌଭଗ୍ୟବତୀ ହୋଇଥାଏ ଏବଂ ଶାରୀରିକ ଏବଂ ମାନସିକ ସୁସ୍ଥତା ମିଳିଥାଏ । ଜୁନ ୪ ରେ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଦାନ ପୁଣ୍ୟ ଏବଂ ବିଶେଷ ବ୍ରତ କରିବାର ବିଧାନ ରହିଛି । ଏହିଦିନ ଭଗବାନ ବିଷ୍ଣୁଙ୍କ ସହିତ ମାତା ଲକ୍ଷ୍ମୀଙ୍କ ପୂଜା କଲେ ଅପାର ଧନ ପ୍ରାପ୍ତି ହୋଇଥାଏ ।

ଏହିଦିନ ପବିତ୍ର ନଦୀରେ ସ୍ନାନ କରି ଦାନ କଲେ ଶୁଭ ଫଳ ମିଳିଥାଏ । ବିବାହିତା ମହିଳା ଏହି ଦିନ ବଟ ସାବିତ୍ରୀ ବ୍ରତ ରଖି ନିଜ ସ୍ୱାମୀଙ୍କୁ ପୂଜା କରିଥାନ୍ତି । ଏହିଦିନ ଚାଉଳ , ଫଳ , ଫୁଲ , ଚିନି ଆଦି ଆବଶ୍ୟକ କରୁଥିବା ଦିନ ଦୁଃଖୀ ଦରିଦ୍ରଙ୍କୁ ଦାନ କଲେ ପୁଣ୍ୟ ଫଳ ମିଳିଥାଏ । ମାନସିକ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ଜ୍ୟେଷ୍ଠ ପୂର୍ଣ୍ଣିମା ବ୍ରତ ନିଶ୍ଚୟ ରଖନ୍ତୁ ।

ଏହାଦ୍ବାରା ପାରିବାରିକ କଳହ ଏବଂ ଅଶାନ୍ତି ମଧ୍ୟ ଦୂର ହୋଇଥାଏ । ଯେଉଁ ବ୍ୟକ୍ତିଙ୍କ ଜାତକରେ ଚନ୍ଦ୍ର ଦୁର୍ବଳ ସେମାନେ ମଧ୍ୟ ଏହି ବ୍ରତ ରଖିବା ଉଚିତ । ଏହିଦିନ ସିଦ୍ଧି ଏବଂ ସର୍ବାସିଦ୍ଧି ଯୋଗ ବନୁଛି ତେଣୁ ଏହିଦିନ ବ୍ରତ ରଖୁଥିବା ବ୍ୟକ୍ତିକୁ ଅପାର ଧନ ପ୍ରାପ୍ତ ହୋଇଥାଏ ଏବଂ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ । ଏହି କାରଣରୁ ଚାରି ରାଶିର ବ୍ୟକ୍ତିଙ୍କ ଜୀବନ ବଦଳିବାକୁ ଯାଉଛି ।

ମେଷ ରାଶି:-

ମେଷ ରାଶିର ଚତୁର୍ଥ ଭାଗରେ ଶୁକ୍ର ଗୋଚର କରୁଛନ୍ତି । ଆର୍ଥିକ ସ୍ଥିତି ମଜବୁତ ହେବ । ଜମି ସହିତ ଜଡ଼ିତ ମାମଲା ଆପଣଙ୍କ ସପକ୍ଷରେ ରହିବ । କୌଣସି ନା କୌଣସି ମାଧ୍ୟମରେ ବଡ଼ ଧନ ଲାଭ ହେବ । ବ୍ୟାପାରରେ ଲାଭ ସହିତ ନୂଆ ବାହାନ ଆଣି ପାରନ୍ତି । ବିବାହିତ ଦମ୍ପତ୍ତିଙ୍କୁ ଶୁଭ ସମାଚାର ମିଳିପାରେ । ଯଦି ଆପଣ ନିଜ ସମୟ ଏବଂ ସାମ୍ୟର୍ଥର ଉଚିତ ଉପଯୋଗ କରନ୍ତି ତେବେ ଆପଣ ନିଶ୍ଚୟ ଲାଭପ୍ରାପ୍ତ ହେବେ । କାର୍ଯ୍ୟ କ୍ଷେତ୍ରରେ ସହଯୋଗୀଙ୍କ ସହଯୋଗ ପ୍ରାପ୍ତ ହେବ ଏବଂ ବନ୍ଧୁଙ୍କ ସହାୟତାରେ ଅଟକି ରହିଥିବା କାର୍ଯ୍ୟରେ ସଫଳତା ହାସଲ କରି ପାରନ୍ତି । ମହିଳାଙ୍କୁ କାମ ଏବଂ ଘର ମଧ୍ୟରେ ସନ୍ତୁଳନ ବଜାୟ ରଖିବାରେ କୌଣସି ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ ।

କନ୍ୟା ରାଶି:-

ଏହି ଜାତକଙ୍କ ଏକାଦଶ ସ୍ଥାନରେ ଶୁକ୍ରଙ୍କ ଗୋଚର ଶୁଭ ଫଳ ଦେବ । ଯେଉଁ କାରଣରୁ ବିଦ୍ୟାର୍ଥୀଙ୍କ ପାଇଁ ଏହା ଶୁଭ ରହିବ । ମିତ୍ରଙ୍କ ଉପଦେଶ ମାନିଲେ ଆର୍ଥିକ ଉନ୍ନତି ହେବ । ଆର୍ଥିକ ସମସ୍ୟା ସହିତ ଲଢ଼ିବାର ସୁଯୋଗ ମିଳିବ । ଆର୍ଥିକ ସମସ୍ୟା ଦୂର ହେବ । ପୈତୃକ ସମ୍ପତ୍ତି କିମ୍ବା ପିଢ଼ି ଅନୁଯାୟୀ ଚାଲି ଆସୁଥିବା କାର୍ଯ୍ୟରେ ଲାଭ ପ୍ରାପ୍ତ ହୋଇପାରେ । ଭାଇ ଭଉଣୀଙ୍କ ସହଯୋଗ ପ୍ରାପ୍ତ ହେବ । କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ଘର ପରିବାରକୁ ଆଗକୁ ବଢ଼ାଇବାର ଅବସର ପାପ୍ତ ହୋଇପାରେ । ପ୍ରେମ ଜୀବନ ସୁଖମୟ ହେବ ଏବଂ ଦାମ୍ପତ୍ୟ ଜୀବନରେ ଖୁସି ବଜାୟ ରହିବ ।

ତୁଳା ରାଶି:-

ନବମ ଏବଂ ଦଶମ ଭାଗରେ ଶୁକ୍ରଙ୍କ ଗୋଚର କାରଣରୁ ଶୁଭ ଫଳ ପ୍ରାପ୍ତ ହେବ । ଜମି ଜମା ମାମଲାରେ ଆପଣ ସଫଳ ହେବେ । ବିଦେଶ ଯାତ୍ରାର ଯୋଗ ରହିଛି କିନ୍ତୁ ଶରୀର ପ୍ରତି ଯଥେଷ୍ଟ ଧ୍ୟାନ ଦିଅନ୍ତୁ । ସରକାରୀ ଚାକିରୀ ପାଇଁ ଆବେଦନ କରିବାକୁ ଚାହୁଁଥିଲେ ସମୟ ଉପଯୁକ୍ତ ଅଟେ । କାମରେ ନିଶ୍ଚୟ ଉନ୍ନତି ହେବ । ପିତାଙ୍କ ସହିତ ସମ୍ବନ୍ଧ ଭଲ ରହିବ । ସନ୍ତାନ ସହିତ ଜଡ଼ିତ ଉପଲବ୍ଧି ପ୍ରାପ୍ତ ହେବ ।

ମକର ରାଶି:-

ରାଶିର ସପ୍ତମ ଭାଗରେ ଶୁକ୍ରଙ୍କ ଗୋଚର ହେତୁ ସଫଳତା ପ୍ରାପ୍ତ ହେବ । ଶାସନ କାର୍ଯ୍ୟରେ ପୂର୍ଣ୍ଣ ସତ୍ତା ପ୍ରାପ୍ତ ହେବ । ବ୍ୟାପାର କ୍ଷେତ୍ରରେ ଲାଭ ସହିତ ଆକସ୍ମିକ ଲାଭ ମଧ୍ୟ ମିଳିପାରେ । ସମାଜରେ ମା ସମ୍ମାନ ବଢ଼ିବ ଏବଂ ଭୌତିକ ସୁଖ ପ୍ରାପ୍ତି ହେବ

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *