Excuse Me Odisha

ଯାହା କହିବୁ ସତ କହିବୁ

ଏଭଳି ସ୍ତ୍ରୀଙ୍କ ଘରେ କେବେବି ପ୍ରବେଶ କରନ୍ତି ନାହିଁ ଦେବୀ ଲକ୍ଷ୍ମୀ । ଜାଣି ରଖନ୍ତୁ ।

ସେୟାର୍ କରନ୍ତୁ

ଘରର ସୁଖ ସମୃଦ୍ଧି ପ୍ରାୟ ଏଭଳି ସ୍ତ୍ରୀ ଉପରେ କରିଥାଏ ଯିଏକି ଘରର ସବୁ କାମ କରିଥାଏ ଏବଂ ଘରେ ସମସ୍ତଙ୍କ ଦେଖାଶୁଣା କରେ । କିନ୍ତୁ କିଛି ଏଭଳି କାମ ରହିଛି ଯାହାକୁ ମହିଳା କରିବା ଉଚିତ ନୁହେଁ । ପ୍ରାଚୀନ କାଳରୁ ହିଁ ହିଁ ଘରର ଝିଅ ବୋହୂଙ୍କୁ ଘରର ଲକ୍ଷ୍ମୀ ମାନାଯାଇ ଆସିଛି । ଶାସ୍ତ୍ରରେ ଏଭଳି କୁହାଯାଇଛି ଯେ ଜଣେ ସ୍ତ୍ରୀ ଚାହିଁଲେ ଗୋଟିଏ ଘରକୁ ସ୍ୱର୍ଗ ବନାଇ ପାରେ କିମ୍ବା ଚାହିଁଲେ ନର୍କ ମଧ୍ୟ ବନାଇ ପାରେ । ଆଜିକାର ଲେଖାରେ ଆମେ ଝିଅ ଏବଂ ବୋହୂଙ୍କର କିଛି ଏପରି ଗୁଣ ବିଷୟରେ କହିବୁ ଯାହାକୁ ସେମାନେ ରଖିବା ଉଚିତ ନୁହେଁ । ତେବେ ଚାଲନ୍ତୁ ଜାଣିବା ଯେ ମହିଳା ମାନେ କେଉଁ ଆଠଟି କାମ କରିବା ଉଚିତ ନୁହେଁ ।

ଯେଉଁ ଘରର ମହିଳା ଘରେ ଝାଡୁକୁ ଗୋଡ଼ରେ ସ୍ପର୍ଶ କରିଥାଏ ସେଠାରେ କେବେବି ମାତା ଲକ୍ଷ୍ମୀଙ୍କ ବାସ ହୋଇ ନଥାଏ । ଝାଡୁରେ ଦେବୀ ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଯଦି ଘରେ ମହିଳା ରାତିରେ ଅଇଁଠା ବାସନକୁ ଓ କରେଇକୁ ଚୁଲି କିମ୍ବା ଗ୍ୟାସରେ ରଖି ଶୋଇ ଯାଉଛନ୍ତି । ତେବେ ତାହା ଖରାପଅଭ୍ୟାସ ଅଟେ ଏବଂ ଏହାଦ୍ବାରା ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ।

ଯେଉଁ ଘରର ମହିଳା କବାଟ କିମ୍ବା ଝରକାକୁ ଗୋଡ଼ରେ ଗୋଇଠା ମାରି ଖାଲିଥାଏ ସେହି ଘରେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଉଠିଯାଏ । ଏହି ଭୁଲ ଆଦୋୖ କରନ୍ତୁ ନାହିଁ । ଘରର ଯଦି କେହି ସଦସ୍ୟ ଘରର ଦ୍ୱାର ମୁହଁରେ ବସି ଭୋଜନ କରନ୍ତି ତେବେ ମାତା ଲକ୍ଷ୍ମୀ ରୁଷ୍ଟ ହୁଅନ୍ତି ।

ଘରର ସୁଖ ସମୃଦ୍ଧି ପାଇଁ ସପ୍ତାହରେ ଅତିକମରେ ଥରେ ଘରକୁ ସାଧାରଣ ଲୁଣରେ ପୋଛା ଲଗାନ୍ତୁ । ଯେଉଁ ଘରେ ମହିଳା ସକାଳ ପରିବର୍ତ୍ତେ ସନ୍ଧ୍ୟା ସମୟରେ ଝାଡୁ ଲଗାଇ ଥାଏ ସେହି ଘରକୁ ଦାରିଦ୍ର୍ୟତା ଆସିଥାଏ । ଯେଉଁ ଘରର ମହିଳାଙ୍କୁ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଶୋଇବାର ଅଭ୍ୟାସ ଥାଏ ତାହା ଘର ପରିବାର ପାଇଁ ଅଶୁଭ ହୋଇଥାଏ । ଏଭଳି ମହିଳା ଘରର ସଦସ୍ୟଙ୍କ ଅସଫଳତାର କାରଣ ହୋଇଥାଏ । ଯେଉଁ ଘରର ମହିଳା ସକାଳୁ ଅଗଣା ସଫା କରି ନଥାଏ ସେହି ଘରକୁ ସକାରାତ୍ମକ ଶକ୍ତି ଏବଂ ମାତା ଲକ୍ଷ୍ମୀଙ୍କ ପ୍ରବେଶ ହୋଇ ନଥାଏ । ତେଣୁ ଘରର ମହିଳା ମାନେ ଏହି ସବୁ ଭୁଲ ଠାରୁ ଦୂରେଇ ରହିବା ଉଚିତ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *