Excuse Me Odisha

ଯାହା କହିବୁ ସତ କହିବୁ

ନିଜ କେଶକୁ ବିକ୍ରି କରୁଥିବା ଏବଂ ଫିଙ୍ଗି ଦେଉଥିବା ମହିଳା ଜାଣି ନିଅନ୍ତୁ କିଛି ଖାସ କଥା ।

ସେୟାର୍ କରନ୍ତୁ

ମହିଳାଙ୍କ ଲମ୍ବା କେଶ ସେମାନଙ୍କ ସୌନ୍ଦର୍ଯ୍ୟ ଏବଂ ସମ୍ମାନର ପ୍ରତୀକ ଅଟେ । ଯାହାକି ମାତା ଲକ୍ଷ୍ମୀଙ୍କୁ ମଧ୍ୟ ଅତ୍ୟନ୍ତ ପ୍ରିୟ ହୋଇଥାଏ । କିନ୍ତୁ ସବୁ ମହିଳା ନିଜ କେଶକୁ ନେଇ କିଛି ଖାସ ନିୟମକୁ ମାନିବା ଉଚିତ । ଅନେକ ସମୟରେ ଆପଣ ଜାଣି ପାରନ୍ତି ନାହିଁ ଯେ ଆପଣଙ୍କ ସ୍ୱାସ୍ଥ୍ୟ ବିନା କାରଣରେ ଖରାପ କାହିଁକ ହେଉଛି ଏବଂ ବିନା କାରଣରେ ଆର୍ଥିକ ସମସ୍ୟା କାହିଁକି ଦେଖା ଦେଉଛି । ତେବେ ତାହାର କାରଣ ମଧ୍ୟ କେଶ ହୋଇପାରେ । ପଣ୍ଡିତ ମିଶ୍ରଙ୍କ କହିବା ଅନୁଯାୟୀ ଯେଉଁ ମହିଳା ନିଜର ଝଡ଼ି ଯାଇଥିବା କେଶକୁ ଏଣେତେଣେ ଫିଙ୍ଗି ଦେଇଥାଏ ସେମାନଙ୍କ ଜୀବନରେ ବିନା କିଛି କାରଣରେ ଅନେକ ସମସ୍ୟା ଆସିଯାଏ ।

ଆଜିକାର ଏହି ଭିଡ଼ିଓରେ ଆମେ ଝଡ଼ୁଥିବା କେଶକୁ କେଉଁଠି ଫିଙ୍ଗିବା ଉଚିତ ଏବଂ କେଉଁ ଭୁଲ କରିବା ଉଚିତ ନୁହେଁ ସେହି ବିଷୟରେ କହିବୁ । ସମୁଦ୍ର ଶାସ୍ତ୍ର ଅନୁଯାୟୀ ମହିଳାଙ୍କ କେଶରୁ ହିଁ ତାଙ୍କର ସ୍ଵଭାବ , ଭାଗ୍ୟ ଏବଂ ଦୁର୍ଭାଗ୍ୟ ବିଷୟରେ ଜଣା ପଡ଼ିଥାଏ । ଯେଉଁ ମହିଳାଙ୍କ କେଶ ଲମ୍ବା ଘନ ଏବଂ ସୁନ୍ଦର ହୋଇଥାଏ ସେମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ରହିଥାଏ । ସେମାନେ ଜୀବନର ସବୁ ପ୍ରକାରର ସୁଖ ସୁବିଧା ପାଆନ୍ତି । ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି ଯେ ସପ୍ତାହର କିଛି ବାରରେ କେଶ କାଟିବା ଉଚିତ ନୁହେଁ । ତାସହିତ ମଙ୍ଗଳବାର , ଗୁରୁବାର ଏବଂ ଶନିବାର ନିଜର କେଶ ଧୋଇବା ଉଚିତ ନୁହେଁ । ଏହାବ୍ୟତୀତ ସୋମବାର ଦିନ ମଧ୍ୟ କେଶ ଧୋଇବା ଉଚିତ ନୁହେଁ ।

ଅମାବାସ୍ୟା ପୂର୍ଣ୍ଣିମା ଏକାଦଶୀ ଏହି କିଛି ଖାସ ଦିନ ମାନଙ୍କରେ ମଧ୍ୟ କେଶ ଧୁଅନ୍ତୁ ନାହିଁ । କାରଣ ଏହିଦିନ ଚନ୍ଦ୍ରମା ନୀଚ ସ୍ଥିତିରେ ରହିଥାନ୍ତି । ବିବାହିତା ମହିଳା ମଙ୍ଗଳବାର ଦିନ କେଶ ଧୋଇଲେ ମଙ୍ଗଳ ଦୋଷ ଲାଗିଥାଏ । ଯେଉଁ ମହିଳାଙ୍କର ସାନ ଭାଇ ଅଛି ସେମାନେ ମଙ୍ଗଳବାର ଦିନ କେଶ ଧୋଇବା ଉଚିତ ନୁହେଁ । କାରଣ ମଙ୍ଗଳ ଗ୍ରହର ସମ୍ବନ୍ଧ ଭାଇ ସହିତ ମଧ୍ୟ ହୋଇଥାଏ । ଗୁରୁବାର ଦିନ ଉଭୟ ମହିଳା ଏବଂ ପୁରୁଷ କେଶ କାଟିବା ବର୍ଜିତ ଅଟେ । ଏହାଦ୍ବାରା ଘରେ ଦାରିଦ୍ର୍ୟତା ଉତ୍ପନ୍ନ ହୋଇଥାଏ । ଘରର ଧନ ବୈଭବ ନଷ୍ଟ ହୋଇଥାଏ । ଶୁକ୍ରବାର ଦିନଟି କେଶ କାଟିବା ଏବଂ ଧୋଇବା ପାଇଁ ଅତ୍ୟନ୍ତ ଉପଯୁକ୍ତ ଅଟେ ।

ଏହିଦିନ କେଶ ଧୋଇବା ଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ । ମହିଳା ମାନେ ଝଡ଼ିଥିବା କେଶକୁ ଏଣେତେଣେ ନପକାଇ ଗୋଟିଏ ସ୍ଥାନରେ ରଖିବା ଉଚିତ । ନଚେର ଧନ ହାନୀ ହୋଇଥାଏ । ମହିଳାଙ୍କ କେଶ ଲମ୍ବା ହେବା ଉଚିତ କିନ୍ତୁ ତାହା ନୁହେଁ ଯେ କେଶ ଅଧିକ ହେବା ଉଚିତ । ଅର୍ଥାତ କେଶ କେବେ ଭୁଇଁରେ ସ୍ପର୍ଶ କରିବା ଉଚିତ ନୁହେଁ । ଏହାଦ୍ବାରା ଶରୀରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ । କେଶ ଝଡ଼ିଲେ ତାହାକୁ ଏଣେତେଣେ ପକାନ୍ତୁ ନାହିଁ କାରଣ ଏହାଦ୍ବାରା କେହି ଆପଣଙ୍କ ଉପରେ ତନ୍ତ୍ର ସାଧନା କରି ପାରନ୍ତି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *