Excuse Me Odisha

ଯାହା କହିବୁ ସତ କହିବୁ

ଏପରି ମନୀ ପ୍ଲାଣ୍ଟ କେବେ ଲଗାନ୍ତୁ ନାହିଁ ନଚେତ ହୋଇଯାଏ ମୃତ୍ୟୁ । ଜାଣି ରାଖନ୍ତୁ ।

ସେୟାର୍ କରନ୍ତୁ

ପ୍ରାୟତଃ ଅଧିକାଂଶ ଲୋକ ଆର୍ଥିକ ସମୃଦ୍ଧି ପାଇଁ ଘରେ ମନୀ ପ୍ଲାଣ୍ଟ ଗଛ ଲଗାଇଥାନ୍ତି । ଘରେ ମନୀ ପ୍ଲାଣ୍ଟ ରଖିଲେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଏଭଳି ମାନ୍ୟତା ରହିଛି ଯେ ମନୀ ପ୍ଲାଣ୍ଟ ଯେତେ ବଡ଼ ହୋଇଥାଏ ଘରର ଲୋକଙ୍କ ଆର୍ଥିକ ସମୃଦ୍ଧି ବଢ଼ିଥାଏ । ମାତ୍ର ମନୀ ପ୍ଲାଣ୍ଟକୁ ଲଗାଇବା ସମୟରେ କିଛି ବିଶେଷ ବାସ୍ତୁ ନିୟମ ପ୍ରତି ଧ୍ୟାନ ଦେବା ଉଚିତ ନଚେତ ଏହା ଶୁଭ ଫଳ ଦେବା ପରିବର୍ତ୍ତେ ଅଶୁଭ ଫଳ ଦେଇଥାଏ । ଏହାବ୍ୟତୀତ ଆଜି ଆମେ ଆପଣଙ୍କୁ କେଉଁ ପାଣି ମନୀ ପ୍ଲାଣ୍ଟରେ ଦେବା ଉଚିତ ନୁହେଁ ତାହା କହିବୁ । ନଚେତ ଘର ପରିବାର ଉପରେ ସମସ୍ୟା ଆସିପାରେ ଏବଂ ବ୍ୟକ୍ତି ଦରିଦ୍ର ହୋଇଯାଏ । ମନୀ ପ୍ଲାଣ୍ଟକୁ ଆଗ୍ନେୟ କିମ୍ବା ଦକ୍ଷିଣ ପୂର୍ବ ଦିଗରେ ଦିଗରେ ରଖିବା ଶୁଭ ହୋଇଥାଏ ।

ଏହାଦ୍ବାରା ଘରକୁ ସକାରାତ୍ମକତା ଆସିବା ସହିତ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି । ମନୀ ପ୍ଲାଣ୍ଟକୁ ଉତ୍ତର ପୂର୍ବ ଦିଗରେ ଲଗାଇବା ଉଚିତ ନୁହେଁ । ମନୀ ପ୍ଲାଣ୍ଟ ଲଗାଇବା ଦ୍ୱାରା ମଙ୍ଗଳ ଏବଂ ଶୁକ୍ର ଉଭୟ ମଜବୁତ ହୋଇଥାଏ ଏବଂ ସର୍ବଦା ମନୀ ପ୍ଲାଣ୍ଟକୁ କୌଣସି ସାହାରା ଦେଇ ଉପର ଦିଗକୁ ବଢ଼ିବାକୁ ଦେବା ଉଚିତ । ମନୀ ପ୍ଲାଣ୍ଟକୁ କାହାକୁ ଉପହାର ସ୍ୱରୂପ ଦେବା ଉଚିତ ନୁହେଁ କିମ୍ବା ଏହାକୁ କେବେବି ଘର ବାହାରେ ଲଗାଇବା ଶୁଭ ହୋଇ ନଥାଏ ।

ମନୀ ପ୍ଲାଣ୍ଟକୁ ସର୍ବଦା ଘର ଭିତରେ ଲଗାଇବା ଉଚିତ । ମନୀ ପ୍ଲାଣ୍ଟକୁ ବଜାରରୁ ଆଣି ଘରେ ଲଗାନ୍ତୁ ନାହିଁ । ଏହି ଗଛକୁ ପୂର୍ବରୁ ହିଁ ସେହି ବ୍ୟକ୍ତି ଘରୁ ଚୋରି କରି ଆଣନ୍ତୁ ଯିଏକି ପୂର୍ବରୁ ହିଁ ଧନୀ ଏବଂ ସମୃଦ୍ଧ ହୋଇଥିବ । ମନୀ ପ୍ଲାଣ୍ଟର ଉପର ଅଂଶରୁ ଛିଡ଼ାଇ ଆଣି ଘରେ କୌଣସି ଗାଉଁଲା କିମ୍ବା ବୋତଲରେ ଲଗାଇ ଦିଅନ୍ତୁ ।

ମନୀ ପ୍ଲାଣ୍ଟ ଶୁକ୍ରବାର କିମ୍ବା ବୁଧବାର ଦିନ ଲଗାଇବା ଉତ୍ତମ ହୋଇଥାଏ । ମନୀ ପ୍ଲାଣ୍ଟକୁ କୌଣସି ବୋତଲରେ ଲଗାଇଲେ ତାହା ଉପରେ ଏକ ନାଲି ଫିତା କିମ୍ବା ସୂତା ବାନ୍ଧି ଦିଅନ୍ତୁ ଯେପରି ତାହାର ଚେର ବାହାରକୁ ଦୃଶ୍ୟମାନ ହେବନାହିଁ । ଶୁକ୍ରବାର ଦିନ ମନୀ ପ୍ଲାଣ୍ଟ ଲଗାଇଲେ ଧନର ବ୍ୟୟ ହୁଏନାହିଁ । ଏହାଦ୍ବାରା ବ୍ୟବସାୟରେ ମଧ୍ୟ ଉନ୍ନତି ଆସିଥାଏ । ଏହାକୁ ଆପଣ ବୁଧବାର ଦିନ ମଧ୍ୟ ଲଗାଇ ପାରିବେ ।

ଗୋଟିଏ ଘରେ ଆପଣ ଏକାଧିକ ମନୀ ପ୍ଲାଣ୍ଟ ଲଗାଇ ପାରିବେ । ମନୀ ପ୍ଲାଣ୍ଟରେ ପ୍ରତ୍ୟେକ ଦିନ କିଛି ବୁନ୍ଦା କ୍ଷୀର ମଧ୍ୟ ଦେଇ ଦିଅନ୍ତୁ । ଏହାଦ୍ବାରା ଧନରେ ଅପାର ବୃଦ୍ଧି ହୋଇଥାଏ । ମନୀ ପ୍ଲାଣ୍ଟର ପତ୍ର ହଳଦିଆ ପଡ଼ି ଗଲେ ତାହା କୌଣସି ବିପଦ ଦିଗରେ ସୂଚିତ କରିଥାଏ । ତେଣୁ ଏପରି ସେହି ଘରେ ହୋଇଥାଏ ଯେଉଁ ଘରେ ମନୀ ପ୍ଲାଣ୍ଟର ଯତ୍ନ ନିଆଯାଏ ନାହିଁ । ମନୀ ପ୍ଲାଣ୍ଟରେ ସର୍ବଦା ପରିଷ୍କାର ଏବଂ ପିଇବା ଉପଯୋଗୀ ପାଣି ଦେବା ଉଚିତ ।

ଯେଉଁ ପାତ୍ରରେ କେବେ ଆମିଷ ରଖିଥିବେ ସେହି ପାତ୍ରରେ ପାଣି ନେଇ କେବେ ଗଛରେ ଦେବା ଉଚିତ ନୁହେଁ । ପାଣିରେ ଆଳୁ ରସ ମିଶାଇ ମନୀ ପ୍ଲାଣ୍ଟରେ ଦେଲେ ଗଛ ଆହୁରି ସବୁଜ ଏବଂ ଭରପୁର ହୋଇଥାଏ । ମନୀ ପ୍ଲାଣ୍ଟ ଯେତେ ସବୁଜ ଏବଂ ଭରପୁର ହେବ ସେହି ଘରକୁ ଧନ ସେତେ ଆକର୍ଷିତ ହେବ । ମହିଳା ମାନଙ୍କର ମାସିକ ଧର୍ମ ସମୟରେ ମନୀ ପ୍ଲାଣ୍ଟରେ ପାଣି ଦେବା ଉଚିତ ନୁହେଁ ।

ମନୀ ପ୍ଲାଣ୍ଟ ଲଗାଇଥିବା ମୂଳ ପାଖରେ ମାଟିରେ ଏକ ମୁଦ୍ରା ପୋତି ଦିଅନ୍ତୁ । ଏହାଦ୍ବାରା ଧନ ଆକର୍ଷିତ ହେବ । ସାଧରଣତଃ ମନୀ ପ୍ଲାଣ୍ଟ ଘରେ , ଅଫିସରେ ଏବଂ ବ୍ୟବସାୟ ସ୍ଥାନରେ ରଖିଲେ ତାହା ଆଖିକୁ ଆରାମ ଦେଉଥିବା ସହିତ ଆର୍ଥିକ ଦୃଢ଼ତା ମଧ୍ୟ ଆଣିଥାଏ । ମନୀ ପ୍ଲାଣ୍ଟ ଶୁକ୍ରର ପ୍ରତୀକ ହୋଇଥିବାରୁ ଏହାକୁ ଲଗାଇବା ଦ୍ୱାରା ସୁଖ ସମୃଦ୍ଧି ଏବଂ ଧନ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଥାଏ ।

ଯଦି ମନୀ ପ୍ଲାଣ୍ଟରେ କିଛି ପତ୍ର ହଳଦିଆ ପଡ଼ିଛି ତେବେ ସେହି ପତ୍ର ଗୁଡିକୁ ହଟାଇ ଦିଅନ୍ତୁ , ମାତ୍ର ଯଦି ସବୁ ପତ୍ର ହଳଦିଆ ପଡ଼ିଛି ତେବେ ସେହି ପୁରା ଗଛକୁ ହିଁ ହଟାଇ ଦିଅନ୍ତୁ । ବୋତଲରେ ମନୀ ପ୍ଲାଣ୍ଟ ଲଗାଇ ଥିଲେ ସେହି ପାଣିକୁ ଦୂଷିତ ହେବାକୁ ଦିଅନ୍ତୁ ନାହିଁ ଏବଂ ସକାଳୁ ଉଠି ମନୀ ପ୍ଲାଣ୍ଟର ଦର୍ଶନ କଲେ ଦିନ ଶୁଭ ହୋଇଥାଏ । ମନୀ ପ୍ଲାଣ୍ଟ ଯେତେ ସବୁଜ ଏବଂ ଭରପୁର ହୋଇଥାଏ ସେତେ ଦାମ୍ପତ୍ୟ ଜୀବନ ଖୁସିରେ ବିତିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *