Excuse Me Odisha

ଯାହା କହିବୁ ସତ କହିବୁ

ଘରୁ ବାହାରକୁ ଯିବା ସମୟରେ ସାଥିରେ ରଖି ନିଅନ୍ତୁ ଏହି ଜିନିଷ । ଅଯଥା ଖର୍ଚ୍ଚ ହେବ କମ ଏବଂ ସାରା ଦୁନିଆ ଚାଲିବ ଆପଣଙ୍କ ଇସାରାରେ ।

ସେୟାର୍ କରନ୍ତୁ

ଦୁନିଆରେ ସମସ୍ତଙ୍କୁ ଧନର ଇଚ୍ଛା ଥାଏ । ମାତ୍ର ଜୀବନରେ କିଛି ସମସ୍ୟା ପାଇଁ ଧନ ସଞ୍ଚିତ ହୋଇ ରହେନାହିଁ ଏବଂ ଅଯଥା ଅଧିକ ଖର୍ଚ୍ଚ ହୋଇଥାଏ । ଶାସ୍ତ୍ରରେ ମଧ୍ୟ କୁହାଯାଇଛି ଯେ ଲକ୍ଷ୍ମୀ ଚଞ୍ଚଳ ହୋଇଥାନ୍ତି ତେଣୁ ଗୋଟିଏ ସ୍ଥାନରେ ରହନ୍ତି ନାହିଁ । କିନ୍ତୁ କିଛି ଉପାୟ କରି ଘରେ ମାତା ଲକ୍ଷ୍ମୀଙ୍କ ସ୍ଥାୟୀ ବାସ କରାଯାଇ ପାରେ । ସାଧରଣତଃ ଘରେ ଧନ ରଖା ଯାଉଥିବା ସ୍ଥାନ ପରିଷ୍କାର ଏବଂ ଶୁଦ୍ଧ ରହିବା ଉଚିତ ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଆପଣଙ୍କ ପର୍ସ ହିଁ ଏହା ନିର୍ଦ୍ଧାରଣ କରିଥାଏ ଯେ ଆପଣଙ୍କ ପାଖରେ ପଇସା ରହିବ କି ନାହିଁ । ତେବେ ପର୍ସର ସ୍ଥିତି ଏବଂ ପର୍ସରେ କଣ ରଖିବା ଉଚିତ ଏବଂ କଣ ଉଚିତ ନୁହେଁ , ସେଥିପ୍ରତି ଧ୍ୟାନ ଦେବା ଉଚିତ । ପର୍ସରେ ଏଣୁତେଣୁ ଅନାବଶ୍ୟକ ଜିନିଷ ରଖିବା ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ।

ସର୍ବପ୍ରଥମତଃ ପର୍ସରେ ଜରୁରୀ ଜିନିଷ ରଖିବା ଉଚିତ । ଏମିତିକି ଏଣୁତେଣୁ ଜିନିଷ ରଖିବା ଉଚିତ ନୁହେଁ । ଚିରି ଯାଇଥିବା ପର୍ସ ଦୁର୍ଭାଗ୍ୟର କାରଣ ହୋଇଥାଏ । ଧନତେରସ ଦିନ ପର୍ସ କିଣିବା ଶୁଭ ହୋଇଥାଏ । ପର୍ସ ସାଧରଣତଃ ନାଲି , ଗୋଲାପୀ ଭଳି ରଙ୍ଗର ହେଲେ ଧନକୁ ଅଧିକ ଆକର୍ଷିତ କରିଥାଏ । ନୂଆ ପର୍ସ କିଣିଲେ ସେଥିରେ ସର୍ବପ୍ରଥମେ ନିଜ ମାତାଙ୍କ ଠାରୁ ଆଶୀର୍ବାଦ ସ୍ୱରୂପ ଏକ କୋଏନ ଆଣି ରଖି ଦିଅନ୍ତୁ ଏବଂ ତାହାକୁ କେବେ ଖର୍ଚ୍ଚ ନକଲେ ଧନର ଆଗମନ ହେବ ।

କୌଣସି ନୋଟରେ କେଶର ଲଗାଇ ଗୁରୁଜନଙ୍କ ଆଶୀର୍ବାଦ ସ୍ୱରୂପ ପାଦ ତଳେ ରଖି ପର୍ସରେ ରଖିବା ଉଚିତ । ହଳଦୀ ଲାଗିଥିବା ଟଙ୍କା ମିଳିଲେ ତାହାକୁ ପର୍ସରେ ସାଇତି ରଖନ୍ତୁ । ବାସ୍ତୁ ଅନୁଯାୟୀ ପର୍ସକୁ ସଠିକ ସ୍ଥାନରେ ମଧ୍ୟ ରଖିବା ଉଚିତ । ଏହାଦ୍ବାରା ଆର୍ଥିକ ସ୍ଥିତି ମଜବୁତ ରହିଥାଏ ।

ପର୍ସ ରଖିବାର ସ୍ଥାନ ହେଉଛି ବାମ ପାର୍ଶ୍ଵ ପକେଟ । କିନ୍ତୁ ପର୍ସରେ କିଛି ଅଧର୍ମୀ ବସ୍ତୁ ମଧ୍ୟ ରଖିବା ଉଚିତ ନୁହେଁ । ପର୍ସରେ ଟଙ୍କା ବ୍ୟତୀତ ଅନ୍ୟାନ୍ୟ ବସ୍ତୁ ରଖିବା ଉଚିତ ନୁହେଁ । ପର୍ସରେ ଔଷଧ ମଧ୍ୟ ରଖିବା ଉଚିତ ନୁହେଁ । ପର୍ସରେ ଲୁହା ଚାବି କିମ୍ବା ଅନ୍ୟାନ୍ୟ ଜିନିଷ ମଧ୍ୟ ରଖିବା ଉଚିତ ନୁହେଁ । ସର୍ବଦା ମୁଦ୍ରା ଏବଂ ନୋଟକୁ ଅଲଗା ଅଲଗା ସଜେଇ ରଖିବା ଉଚିତ ।

ପର୍ସରେ ଦେବଦେବୀଙ୍କ ଫୋଟ ରଖିଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ମାତା ଲକ୍ଷ୍ମୀଙ୍କ ପାଖରେ ଲାଗିଥିବା ହଳଦିଆ କଉଡ଼ି ମଧ୍ୟ ପର୍ସରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ହଳଦିଆ କଉଡ଼ି ଧନକୁ ଆକର୍ଷିତ କରିଥାଏ । ଧନକୁ ଆକର୍ଷିତ କରିବା ପାଇଁ ଚାନ୍ଦି ଗୋଲୀ ରଖିବା ଉଚିତ । ଏହାଦ୍ବାରା ଆର୍ଥିକ ସ୍ଥିତି ଦୃଢ଼ ହୋଇଥାଏ ଏବଂ ଆର୍ଥିକ ସମସ୍ୟା ଦୂର ହୋଇଥାଏ ।

ପର୍ସରେ ମାତାଙ୍କ ଫୋଟ ରଖିଥିଲେ ଅଧର୍ମୀ ସ୍ଥାନକୁ ଯାଆନ୍ତୁ ନାହିଁ । ମାତା ଲକ୍ଷ୍ମୀଙ୍କ ପାଖରେ ଅର୍ଥାତ ପୂଜା ସ୍ଥାନରେ ରଖା ଯାଇଥିବା ଗୋମତି ଚକ୍ର ପର୍ସରେ ରଖିବା ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ । ହଳଦୀ ଗଣ୍ଠି ଉପାୟରେ ଚାନ୍ଦି ମୁଦ୍ରା ଏବଂ କଉଡ଼ି ରଖି ତାହାକୁ ଧୂପ ଦୀପ ନୈବେଦ୍ୟ ଦେଇ ପ୍ରଥମେ ଶୁଦ୍ଧ କରନ୍ତୁ ଏବଂ ମାତା ଲକ୍ଷ୍ମୀଙ୍କୁ ୧୦୮ ଥର ଜପ କରନ୍ତୁ ।

ତାପରେ ନିଜର ମନସ୍କାମନା କହି କୌଣସି ଗୋଟିଏ ଜିନିଷ ନିଜ ପର୍ସରେ ରଖି ଦିଅନ୍ତୁ । ବାକି ଜିନିଷକୁ ଏକ ନାଲି କପଡ଼ାରେ ବାନ୍ଧି ଦିଅନ୍ତୁ । ତାହାକୁ ଘରର ସିନ୍ଧୁକରେ ରଖି ଦିଅନ୍ତୁ । ଏହାଦ୍ବାରା ନିରନ୍ତର ଆପଣଙ୍କ ପର୍ସକୁ ଟଙ୍କା ଆସିବ । ଆପଣଙ୍କ ସିନ୍ଧୁକ ସର୍ବଦା ଧନରେ ଭରି ରହିବ । ଅନ୍ୟ ଏକ ଉପାୟ ଅନୁଯାୟୀ ଏକ ନାଲି ପେପରରେ ନିଜର ମନସ୍କାମନା ଲେଖି ତାହାକୁ ରେଶମୀ ସୂତାରେ ବାନ୍ଧି ଦିଅନ୍ତୁ ଏବଂ ତାପରେ ତାହାକୁ ନିଜ ପର୍ସରେ ରଖି ଦିଅନ୍ତୁ ।

ପର୍ସରେ ଅଶ୍ୱତ୍ଥ ପତ୍ର ରଖିଲେ ମଧ୍ୟ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ମାତ୍ର ଏହାକୁ ରଖିବା ପୂର୍ବରୁ ସର୍ବପ୍ରଥମେ ଗଙ୍ଗା ଜଳରେ ପବିତ୍ର କରାଇ ରଖନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି । ମାତ୍ର ପତ୍ରକୁ ରଖିବା ସମୟରେ ଶ୍ରୀ ନିଶ୍ଚୟ ଲେଖି ଦିଅନ୍ତୁ । ସେହି ପତ୍ର ଶୁଖିଯିବା ପାଏ ତାହାକୁ ବଦଳାଇ ଦିଅନ୍ତୁ । ସମାନ ଉପାୟ ଆପଣ କୌଣସି ପୂର୍ଣ୍ଣିମା ଦିନ ତୁଳସୀ ପତ୍ରକୁ ନେଇ କରି ପାରିବେ । କୌଣସି ପୂର୍ଣ୍ଣିମା ଦିନ ଏକ ଚିମୁଟା ଚାଉଳ ଅଭିମନ୍ତ୍ରିତ ଜରି ପର୍ସରେ ରଖିଲେ ସୌଭଗ୍ୟ ପ୍ରାପ୍ତି ହୋଇଥାଏ ଏବଂ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି । ଏହାଦ୍ବାରା ଆର୍ଥିକ ସଞ୍ଚୟ ହୋଇଥାଏ ଏବଂ ଖର୍ଚ୍ଚ ମଧ୍ୟ କମ ହୋଇଥାଏ । ପର୍ସରେ ଶମୀ ପତ୍ର ରଖିବା ମଧ୍ୟ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *