Excuse Me Odisha

ଯାହା କହିବୁ ସତ କହିବୁ

କେବଳ ଭାଗ୍ୟବାନ ଲୋକଙ୍କ ଶରୀରର ଏହି ଅଙ୍ଗରେ ରହିଥାଏ କଳାଜାଇ । ନିଶ୍ଚୟ ଜାଣି ନିଅନ୍ତୁ ।

ସେୟାର୍ କରନ୍ତୁ

ପ୍ରାଚୀନ ସମୁଦ୍ର ଶାସ୍ତ୍ରରେ ମନୁଷ୍ୟର ଅଙ୍ଗର ଗଠନ ଏବଂ ତାସହିତ ଜଡ଼ିତ ଅନେକ ମହତ୍ତ୍ୱ ବିଷୟରେ ବର୍ଣ୍ଣିତ ହୋଇଛି । ସମୁଦ୍ର ଶାସ୍ତ୍ର ଅନୁଯାୟୀ ମନୁଷ୍ୟର ଅଙ୍ଗ ଗଠନ ସେହି ମନୁଷ୍ୟର ସ୍ୱଭାବ ଏବଂ ସ୍ୱତନ୍ତ୍ର ଗୁଣ ବିଷୟରେ ଜଣାଇ ଥାଏ । ପ୍ରାଚୀନ ମୁନି ଋଷି ମାନଙ୍କ ଅନୁଯାୟୀ ଗ୍ରହ ମାନଙ୍କର ଚଳନ ଅନୁଯାୟୀ ହିଁ ଭିନ୍ନ ଭିନ୍ନ ମନୁଷ୍ୟର ଭିନ୍ନ ଭିନ୍ନ ଅଙ୍ଗରେ କଳାଜାଇ ସୃଷ୍ଟି ହୋଇଥାଏ ।

ଶରୀରର କୌଣସି ଅଙ୍ଗରେ ଥିବା କଳାଜାଇ ଦ୍ୱାରା ସେହି ମନୁଷ୍ୟର ଭବିଷ୍ୟତ ସମ୍ବନ୍ଧରେ ମଧ୍ୟ ଜାଣିହୁଏ ଏବଂ ମନୁଷ୍ୟର ଭାଗ୍ୟ କିଭଳି ରହିବ ସେହି ସମ୍ବନ୍ଧରେ ମଧ୍ୟ ଅବଗତ କରାଇ ଥାଏ । ଆଜିକାର ଲେଖାରେ ଆମେ ଶରୀରର ଅଙ୍ଗରେ ଥିବା କଳାଜାଇ ଆଧାରରେ ବ୍ୟକ୍ତିର ଭବିଷ୍ୟ ସହିତ ଜଡ଼ିତ ସୂଚନା ବିଷୟରେ ଜଣାଇବୁ ।

ସମୁଦ୍ର ଶାସ୍ତ୍ର ଅନୁଯାୟୀ ମଥାରେ କଳା ଜାଇ ରହିବା ଅତ୍ୟନ୍ତ ଶୁଭ ହୋଇଥାଏ । ମଥାରେ କଳାଜାଇ ଥିବା ଲୋକ ବୁଦ୍ଧିମାନ ହେବା ସହିତ ପ୍ରଚୁର ଧନ ରୋଜଗାର କରିଥାନ୍ତି । ଯଦି ମଥାରେ ବାମ ପାର୍ଶ୍ୱକୁ କଳାଜାଇ ରହିଛି ତେବେ ବୟସ ସହିତ ଆର୍ଥିକ ପରିସ୍ଥିତି ସୁଧୁରିବ । ତାସହିତ ଆପଣଙ୍କୁ ଦୁନିଆ ବୁଲିବାର ସୁଯୋଗ ମଧ୍ୟ ମିଳିପାରେ ।

ମଥାର ଡାହାଣ ପାର୍ଶ୍ଵରେ କଳାଜାଇ ଥିଲେ ଆପଣ କୃପଣ ବ୍ୟକ୍ତି ହୋଇ ପାରନ୍ତି । ଭବିଷ୍ୟତରେ ଆପଣଙ୍କୁ ଅପାର ଧନ ପ୍ରାପ୍ତି ହେବ । ଆପଣ ଧନ ସଞ୍ଚୟ ତ କରିବେ କିନ୍ତୁ ତାହାକୁ ଉପଭୋଗ କରିବେ ନାହିଁ ଏବଂ ଅନ୍ୟର ସାହାଯ୍ୟ ମଧ୍ୟ କରିବେ ନାହିଁ । ଯଦି ମଥାର ମଝି ଭାଗରେ କଳାଜାଇ ରହିଛି ତେବେ ଆପଣ ଜଣେ ମହାନ ବ୍ୟକ୍ତି ହେବେ । ଏହାର ଅର୍ଥ ଆପଣଙ୍କୁ ଉତ୍ତମ ଜୀବନସାଥୀ ମିଳିବ ।

ଯେଉଁ ମହିଳାଙ୍କ ଆଖି ପଲକରେ କଳାଜାଇ ଥାଏ ସେମାନେ ଖୁହ ଭାଗ୍ୟବାନ ହୋଇଥାନ୍ତି । ସେମାନେ ଯେଉଁ ଘରକୁବି ବିବାହ କରି ଯାଆନ୍ତି ସେଠାରେ ସୁଖ ସମୃଦ୍ଧି ଆଣନ୍ତି । ଏଭଳି ଘରେ କେବେ ଧନର ଅଭାବ ହୁଏ ନାହିଁ । ଯଦି ବାମ କିମ୍ବା ଡାହାଣ ଆଖିପଲକରେ କଳାଜାଇ ଅଛି ତେବେ ବ୍ୟକ୍ତିକୁ ବିବାହ ପୂର୍ବରୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ ।

କିନ୍ତୁ ବିବାହ ପରେ ଏମାନଙ୍କ ଭାଗ୍ୟ ବଦଳି ଯାଏ ଏବଂ ଆକସ୍ମିକ ଧନର ପ୍ରାପ୍ତି ହୋଇଥାଏ । ଉପର ପଲକରେ କଳାଜାଇ ରହିଲେ ସେମାନେ ଖୁବ ଧନ ଅର୍ଜନ କରନ୍ତି । ଯେଉଁ ମହିଳାଙ୍କ ଛାତିରେ କଳାଜାଇ ରହିଥାଏ ତାହା ଭାଗ୍ୟର ଚିହ୍ନ ହୋଇଥାଏ । ସେମାନଙ୍କ ଭାଗ୍ୟରେ ସରକାରୀ ଚାକିରୀ ରହିଥାଏ । ଛାତିରେ କଳାଜାଇ ରହିବା ତାଙ୍କୁ ଖୁବ ସାହସୀ ଏବଂ ମହତ୍ୱକାଂକ୍ଷୀ କରିଥାଏ ।

ସେମାନେ ଖୁବ ପରିଶ୍ରମୀ ହୋଇଥାନ୍ତି ଏବଂ ପରିଶ୍ରମ କରି ପଇସା ରୋଜଗାର କରନ୍ତି । କାନରେ କଳାଜାଇ ଥିବା ଲୋକ ଖୁବ ବୁଦ୍ଧିମାନ ହୋଇଥାନ୍ତି । ଏମାନେ ଖୁବ ଧନ ରୋଜଗାର କରନ୍ତି ଏବଂ ତାହାର ଉଚିତ ଉପଯୋଗ ମଧ୍ୟ ଜାଣନ୍ତି । ଭବିଷ୍ୟତରେ ଏହି ସ୍ଥାନରେ କଳାଜାଇ ରହିବାର ଭଲ ଫାଇଦା ମିଳିଥାଏ । ସମୁଦ୍ର ଶାସ୍ତ୍ର ଅନୁଯାୟୀ ଓଠରେ ତିଳ ରହିବା ବ୍ୟକ୍ତିକୁ ଅତ୍ୟନ୍ତ ଭାଗ୍ୟଶାଳୀ କରିଥାଏ । ଏମାନଙ୍କ ଭାଗ୍ୟ ସବୁବେଳେ ଏମାନଙ୍କ ସାଥ ଦେଇଥାଏ ।

ଟଙ୍କା ରୋଜଗାର ପାଇଁ ଏମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼େନାହିଁ । ପୁରୁଷଙ୍କ କାନ୍ଧରେ କଳାଜାଇ ରହିବାର ଅର୍ଥ ସେମାନେ ଖୁବ ପରିଶ୍ରମୀ ହୋଇଥାନ୍ତି । ଏହି ପୁରୁଷ ମାନେ ନିଜ କର୍ତ୍ତବ୍ୟକୁ ବେଶ ଭଲ ଭାବରେ ତୁଲାଇଥାନ୍ତି । ଡାହାଣ କାନ୍ଧରେ କଳାଜାଇ ଥିଲେ ବହୁତ ଜଲଦି ସଫଳତା ମିଳିଥାଏ ମାତ୍ର ବାମ କାନ୍ଧରେ କଳାଜାଇ ଥିଲେ ସଫଳତା ସହଜରେ ମିଳେନାହିଁ । ଡାହାଣ ହାତ ପାପୁଲିରେ କଳାଜାଇ ରହିବା ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *