Excuse Me Odisha

ଯାହା କହିବୁ ସତ କହିବୁ

ଜ୍ୟେଷ୍ଠ ଶନି ଅମାବାସ୍ୟା ରେ ଏକ ମୁଠା ଲୁଣ ଚୁପଚାପ ଫିଙ୍ଗି ଦିଅନ୍ତୁ ଏହି ସ୍ଥାନକୁ । ଯେତେ ବଡ଼ ବାସ୍ତୁ ଦୋଷ ଥାଉ , ହୋଇଯିବ ଦୂର ।

ସେୟାର୍ କରନ୍ତୁ

ଅମାବାସ୍ୟା ଦିନ ନକରାତ୍ମକ ଶକ୍ତି ଚରମରେ ଥାଏ । ତେଣୁ ନକରାତ୍ମକ ଶକ୍ତିକୁ ନଷ୍ଟ କରିବା ପାଇଁ ଏହିଦିନ ଲୁଣର ଉପଯୋଗ କରି କିଛି ଖାସ ପ୍ରୟୋଗ କରାଯାଇ ଥାଏ । ଚନ୍ଦ୍ର ଏବଂ ଶୁକ୍ର ଭଳି ଲୁଣ ରାହୁର କାରକ ମଧ୍ୟ ହୋଇଥାଏ । ଲୁଣକୁ କେବେବି ଲୁହା କିମ୍ବା ପ୍ଲାଷ୍ଟିକ ପାତ୍ରରେ ରଖିବା ଉଚିତ ନୁହେଁ । ଏହାକୁ ସର୍ବଦା କାଚ ପାତ୍ରରେ ଭରି ରଖନ୍ତୁ ।

ବାଥରୁମରେ ଏକ କୋଣରେ କ୍ରିସ୍ଟଲ ସଲଟ ଏକ କାଚ ପାତ୍ରରେ ରଖି ଦିଅନ୍ତୁ ଏବଂ ତାହାକୁ ପ୍ରତି ପନ୍ଦର ଦିନରେ ଥରେ ବଦଳାଇ ଦିଅନ୍ତୁ । ଏହାଦ୍ବାରା ଘରୁ ନକରାତ୍ମକତା ସବୁବେଳେ ଦୂରେଇ ରହିଥାଏ । ଦାରିଦ୍ର୍ୟତାକୁ ଦୂର କରିବା ପାଇଁ ସପ୍ତାହରେ କେବଳ ଗୁରୁବାରକୁ ଛାଡ଼ି ଅନ୍ୟ ବାରରେ ପାଣିରେ ସମୁଦ୍ରି ଲୁଣ ମିଶାଇ ପୋଛା ମାରନ୍ତୁ ।

ଯଦି ଘରେ କୌଣସି ସମସ୍ୟା କିମ୍ବା ନକରାତ୍ମକ ଶକ୍ତିର ଉପସ୍ଥିତି ଥିବା ଭଳି ଅନୁଭୂତ ହେଉଛି , ତେବେ ଘରର ରୋଷେଇ ଘରେ ଏକ କୋଣରେ ଏକ ପାତ୍ରରେ ସାଧାରଣ ଲୁଣ ଭର୍ତ୍ତି କରି ଲୁଚାଇ ରଖି ଦିଅନ୍ତୁ ଏବଂ ପ୍ରତ୍ୟେକ ସପ୍ତାହରେ ବଦଳାଇ ଦିଅନ୍ତୁ । ଏହାଦ୍ବାରା ଲୁଣ ଘରେ ଉପସ୍ଥିତ ଥିବା ସମସ୍ତ ନକରାତ୍ମକ ଶକ୍ତିକୁ ଅବଶୋଷିତ କରିଥାଏ ।

ଲୁଣକୁ ସର୍ବଦା କାଚ ପାତ୍ରରେ ରଖି ସେଥିରେ ଦୁଇ ତିନୋଟି ଲବଙ୍ଗ ପକାଇ ଦେବା ଉଚିତ । ଯଦି ଘର ଉପରେ ଶନି ଦୋଷ କିମ୍ବା ରାହୁ ଦୋଷ ଏବଂ କୌଣସି ନକରାତ୍ମକ ଶକ୍ତିର ପ୍ରଭାବ ରହିଛି ତେବେ ଘରର ମୁଖ୍ୟ ଦ୍ୱାରରେ ଏକ ନାଲି କପଡ଼ାରେ କଳା ଲୁଣ ବାନ୍ଧି ଝୁଲାଇ ଦିଅନ୍ତୁ , ଦେଖିବେ ସବୁ ସମସ୍ୟା ଦୂରେଇ ଯିବ ।

ଆପଣ ଏହି ଉପାୟ ନିଜ ଘରର ସିନ୍ଧୁକ , ଦୋକାନ , ବ୍ୟବସାୟ କ୍ଷେତ୍ର କିମ୍ବା ଅନ୍ୟ କୌଣସି କାର୍ଯ୍ୟ କ୍ଷେତ୍ରରେ ମଧ୍ୟ କରି ପାରିବେ । ଲୁଣ ରଖିବା ସମୟରେ ସେଥିରେ କିଛି ଲବଙ୍ଗ ମଧ୍ୟ ପକାଇ ଦିଅନ୍ତୁ । ଦେଖିବେ ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହେବ ଏବଂ ଧନ ପ୍ରାପ୍ତି ଆରମ୍ଭ ହୋଇଯିବ । କାଚ ଗ୍ଲାସରେ ଲୁଣ ମିଶାଇ ଘରର ନୈରୁତ କୋଣରେ ରଖି ପାରିବେ । ଏହା ପଛରେ ଏକ ନାଲି ଲାଇଟ ଜଳାଇ ପାରିବେ ।

ଏହା ରୋକ ସଲଟ ଭଳି କାମ କରିଥାଏ ଯାହାକି ଘରର ନକରାତ୍ମକତାକୁ ଅବଶୋଷିତ କରିଥାଏ । ଯଦି ଘରେ ବିବାଦ ସମସ୍ୟା ରହିଛି ଏବଂ କାହାରି ସହିତ କାହାରି ପଡ଼ୁନାହିଁ ଏବଂ ସ୍ୱାସ୍ଥ୍ୟ ଭଲ ରହୁନାହିଁ ଏକ ଗ୍ଲାସରେ ନାଲି ରଙ୍ଗ ଲଗାଇ ଗୋଟିଏ ପାର୍ଶ୍ୱକୁ ଫାଙ୍କା ଛାଡ଼ି ଦିଅନ୍ତୁ ଏବଂ ସେଥିରେ ଏକ ଚାମଚ ଲୁଣ ପକାଇ ଘରର ଦକ୍ଷିଣ ପଶ୍ଚିମ କୋଣରେ ରଖି ଦିଅନ୍ତୁ ।

ପାଣି ଶୁଖିଗଲେ ପୁଣିଥରେ ପାଣି ବଦଳାଇ ଦିଅନ୍ତୁ । ଯଦି ଘରେ କୌଣସି ଛୋଟ ପିଲା ଉପରେ ନଜର ଦୋଷ ରହିଛି ତେବେ ବାମ ହାତରେ ଅଳ୍ପ ଲୁଣ ଏବଂ ଲଙ୍କା ନେଇ ନଜର ଲାଗିଥିବା ପିଲା ଉପର ଦେଇ ବୁଲାଇ ନିଆଁରେ ପକାଇ ଦିଅନ୍ତୁ । ଏହାଦ୍ବାରା ନଜର ଦୋଷ ଦୂର ହୋଇଥାଏ । ନଚେତ ନଜର ଲାଗିଥିବା ବ୍ୟକ୍ତି ଉପର ଦେଇ ଏକ ମୁଠା ଲୁଣ ଓଲଟା ତିନି ଥର ବୁଲାଇ ପାଣିରେ ପ୍ରବାହିତ କରି ଦିଅନ୍ତୁ ।

ଦେଖିବେ ଆପଣଙ୍କ ନଜର ଦୋଷ ଦୂର ହୋଇଯିବ । ଲଗାତାର ତିନି ଦିନ ଏହି ଉପାୟ କଲେ ଆପଣଙ୍କ ଉପରୁ ସବୁ ପ୍ରକାରର ନଜର ଦୋଷ ଦୂର ହୋଇଯିବ । ସପ୍ତାହରେ ଅତି କମରେ ଗୋଟିଏ ଦିନ ବିଶେଷ କରି ସୋମବାର ଦିନ ପାଣିରେ ଅଳ୍ପ ଲୁଣ ମିଶାଇ ସ୍ନାନ କଲେ ଚର୍ମ ରୋଗ ଜନିତ ସମସ୍ୟା ହୋଇ ନଥାଏ ଏବଂ ନକରାତ୍ମକତା ଠାରୁ ମଧ୍ୟ ମୁକ୍ତି ମିଳିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *