Excuse Me Odisha

ଯାହା କହିବୁ ସତ କହିବୁ

କେଉଁ ମାସରେ ଏବଂ କେଉଁ ଘରେ ଲକ୍ଷ୍ମୀ ସ୍ୱରୂପ କନ୍ୟା ଜନ୍ମ ହୋଇଥାନ୍ତି ଜାଣି ନିଅନ୍ତୁ ।

ସେୟାର୍ କରନ୍ତୁ

ଆଜିକାଲିର ଆଧୁନିକ ଯୁଗରେ ମଧ୍ୟ ଲୋକେ ପୁରୁଣା ଯୁଗର ଚିନ୍ତାଧାରାକୁ ଛାଡ଼ି ପାରି ନାହାଁନ୍ତି । ଆଜିବି ଦେଶ ପୁରୁଷ ପ୍ରାଧାନ୍ୟ ଦେଶ ଅଟେ । କାରଣ ଏଠାରେ ଲୋକେ ପୁରୁଷଙ୍କୁ ଅଧିକ ପ୍ରାଧାନ୍ୟ ଦିଅନ୍ତି ଏବଂ ନାରୀକୁ ହୀନ ଭାବିଥାନ୍ତି । ଘରେ ପୁଅଟିଏ ଜନ୍ମ ହେଲେ ଯେତେ ଖୁସି ହୁଅନ୍ତି ଝିଅଟିଏ ଜନ୍ମ ହେଲେ ସେତେ ଦୁଃଖ ହୁଅନ୍ତି । ଝିଅର ଜନ୍ମକୁ ବୋଝ ମାନିଥାନ୍ତି ।

ମାତ୍ର କହିରଖିବୁ ଯେ କନ୍ୟା ସେହି ଘରେ ଜନ୍ମ ନେଇଥାନ୍ତି ଯେଉଁ ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ଏବଂ ପୂର୍ବ ଜନ୍ମର ପୁଣ୍ୟର ଫଳ ଅନୁଯାୟୀ ମଧ୍ୟ ଝିଅ ମିଳିଥାଏ । ଭଗବାନ ଶ୍ରୀକୃଷ୍ଣଙ୍କୁ ଅର୍ଜୁନ ମଧ୍ୟ ଏହି ପ୍ରଶ୍ନ କରିଥିଲେ ଯେ କେଉଁ କର୍ମ କଲେ ଘରେ କନ୍ୟା ସନ୍ତାନ ଜନ୍ମ ନେଇଥାଏ ଏବଂ କେଉଁ ଭଳି ଘରେ ଜନ୍ମ ନେଇଥିଲେ ।

ଉତ୍ତରରେ ଶ୍ରୀକୃଷ୍ଣ କହିଥିଲେ ଯେ ଯେଉଁ ଘରର ସ୍ୱାମୀ ସ୍ତ୍ରୀ ପୂର୍ବ ଜନ୍ମରେ ଅନେକ ପୁଣ୍ୟ ଅର୍ଜନ କରିଥିବେ ସେହି ଘରେ ଆଶୀର୍ବାଦ ସ୍ୱରୂପ କନ୍ୟା ରତ୍ନଟିଏ ଜନ୍ମ ନେଇଥାଏ । ଏହି ଦୁନିଆରେ କନ୍ୟାର ଭାର ଉଠାଇବାର କ୍ଷମତା ଥିବା ଘରେ ହିଁ କନ୍ୟା ସନ୍ତାନ ଜନ୍ମ ନେଇଥାଏ । ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଏହି ସୃଷ୍ଟିରେ ଯେତେବେଳେ କନ୍ୟା ସନ୍ତାନ ଜନ୍ମ ନେବା ବନ୍ଦ ହୋଇଯିବ ସେତେବେଳେ ସୃଷ୍ଟି ମଧ୍ୟ ବନ୍ଦ ହୋଇଯିବ । କାରଣ କନ୍ୟା ନରହିଲେ ବଂଶ ମଧ୍ୟ ବଢ଼ିବ ନାହିଁ । ଏଭଳି କୁହାଯାଏ ଯେ ଜଣେ ପୁଅ ଗୋଟିଏ କୁଳ ଉଦ୍ଧାର କରୁଥିବା ସହିତ ଝିଅ ଦୁଇ କୂଳକୁ ଉଦ୍ଧାର କରିଥାଏ ।

କାରଣ ବିବାହ ପୂର୍ବରୁ ଝିଅଟିଏ ନିଜ ବାପା ମା ଏବଂ ବିବାହ ପରେ ନିଜ ଶାଶୁ ଶ୍ୱଶୁରଙ୍କ ସୁଲଭ ଦେଖା ଶୁଣା କରିବା ସହିତ ସେମାନଙ୍କ ପିଣ୍ଡ ଦାନ ମଧ୍ୟ କରିବାର ଅଧିକାର ରହିଥାଏ । ତେଣୁ ହିନ୍ଦୁ ଧର୍ମ ଅନୁଯାୟୀ ଯେଉଁ ମାନଙ୍କ ଘରେ ଜଣେ ଝିଅ ରହିଛି ସେ ଭାଗ୍ୟଶାଳୀ ଏବଂ ଯେଉଁ ଘରେ ଏକାଧିକ ଝିଅ ରହିଛି ସେ ଅଧିକ ଭାଗ୍ୟଶାଳୀ ହୋଇଥାନ୍ତି ।

ଝିଅ ମାନଙ୍କୁ ପୁଅଙ୍କ ଭଳି ମଧ୍ୟ ନିଜର ସ୍ୱପ୍ନ ପୂରଣ କରିବାର ଅଧିକାର ରହିଛି ଏବଂ ଏମିତିରେ ଜଣେ ପୁଅ ଠାରୁ ଜଣେ ଝିଅ ଅଧିକ ନିଜ ବାପା ମା’ଙ୍କ କଥା ଚିନ୍ତା କରିଥାଏ । ଗୋଟିଏ ଝିଅ କେବେବି ଧନ ସମ୍ପତ୍ତିର ଆଶା ରଖି ନଥାଏ । କେବଳ ସେ ମାନ ସମ୍ମାନ ଏବଂ ଭଲପାଇବାର ଆଶା ରଖିଥାଏ । ଯେଉଁ ବ୍ୟକ୍ତି ମୃତ୍ୟୁର କିଛି କ୍ଷଣ ପୂର୍ବରୁ ଯେଉଁ ପଶୁ ପକ୍ଷୀ ଏବଂ ଜୀବଜନ୍ତୁଙ୍କ କଥା ଭାବିଥାଏ ତାକୁ ସେହି ଜୀବନ ମିଳିଥାଏ ।

ମାତ୍ର ଯେଉଁ ବ୍ୟକ୍ତି ଭଗବାନଙ୍କ କଥା ଚିନ୍ତା କରିଥାଏ ତାକୁ ମୋକ୍ଷ ପ୍ରାପ୍ତି ହୋଇଥାଏ । ସଂସାରରେ ସବୁ ଦାନ ମଧ୍ୟରୁ କନ୍ୟା ଦାନ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ସେହିଭଳି କନ୍ୟା ମାନେ ଦେବୀଙ୍କ ସ୍ୱରୂପ ହୋଇଥାନ୍ତି । କିଛି ଯୋଗ ରହିଛି ଯେଉଁ ସଂଯୋଗରେ ସୌଭଗ୍ୟ ଲକ୍ଷ୍ମୀ ଭଳି ଝିଅ ଜନ୍ମ ହୋଇଥାଏ ।

ଚୈତ୍ର ମାସ ଶୁକ୍ଳପକ୍ଷରୁ ଆରମ୍ଭ କରି ବୈଶାଖ ମାସର କୃଷ୍ଣ ପକ୍ଷ ମଧ୍ୟରେ ଯେଉଁ ଝିଅ ମାନେ ଜନ୍ମ ହୋଇଥାନ୍ତି ସେମାନେ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି । ସେହିଭଳି ଜ୍ୟେଷ୍ଠ ଶୁକ୍ଳ ଠାରୁ ଆଷାଢ଼ କୃଷ ପର୍ଯ୍ୟନ୍ତ ଝିଅ ମାନେ ମଧ୍ତ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି । ଭାଦ୍ରବ କୃଷ୍ଣପକ୍ଷରୁ ଆଶ୍ୱିନ ମାସର ଶୁକ୍ଳପକ୍ଷ ପର୍ଯ୍ୟନ୍ତ ଜନ୍ମ ହୋଇଥିବା ଝିଅ ମଧ୍ୟ ଲକ୍ଷ୍ମୀ ସ୍ଵରୂପା ହୋଇଥାନ୍ତି । ଏହି ମାସରେ ଗ୍ରହ ମାନଙ୍କର ସ୍ଥିତି ଅତ୍ୟନ୍ତ ଶୁଭ ରହିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *