Excuse Me Odisha

ଯାହା କହିବୁ ସତ କହିବୁ

ଆଲମାରୀରେ ରଖନ୍ତୁ ନାହିଁ ଏହି ୪ ଜିନିଷ,ନହେଲେ ହୋଇଯିବେ କାଙ୍ଗାଳ ………

ସେୟାର୍ କରନ୍ତୁ

ବନ୍ଧୁଗଣ ଆଲମାରିରେ ଭୁଲରେ ବି ମଧ୍ୟ ରଖନ୍ତୁ ନାହିଁ ଏହି ୪ ଟି ଜିନିଷ ନଚେତ ଧୀରେ ଧୀରେ ହୋଇଯିବେ ଭଣ୍ଡାର ଶୂନ୍ୟ। ପଇସା ଆଜିର ଦୁନିଆରେ ବହୁତ ଜରୁରୀ ଜିନିଷ ଅଟେ। ଏହା ଆପଣଙ୍କ ପକେଟରେ ଅଛି ତ ଆପଣଙ୍କର ଆତ୍ମବିଶ୍ୱାସ ଭରି ହୋଇ ରହିଥାଏ। ଏହି କାରଣ ପାଇଁ ମଣିଷ ଦିନ ରାତି ବହୁତ ପରିଶ୍ରମ କରିବାରେ ଲାଗି ରହିଥାଏ। ଅଧିକାଂଶ ଲୋକ ପଇସା କମେଇବା ପରେ ତାକୁ ସଞ୍ଚୟ କରିବାକୁ ପସନ୍ଦ କରିଥାନ୍ତି। ଏମିତିରେ ବିଞ୍ଚିଥିବା ପଇସା ଲୋକମାନେ ବ୍ୟାଙ୍କ କିମ୍ବା ଆଲମାରିରେ ରଖିବାକୁ ମଧ୍ୟ ପସନ୍ଦ କରିଥାନ୍ତି। ଆପଙ୍କ ବ୍ୟାଙ୍କରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ରଖିପାରନ୍ତି ମାତ୍ର ଜରୁରୀ ସମୟରେ ଦରକାର ପାଇଁ ଘରର ଆଲମାରିରେ ପଇସା ରଖିବା ଜରୁରୀ ଅଟେ। ବହୁତ ଲୋକ ଗହଣା ଆଦି ଏଠାରେ ରଖିବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି? ଯଦି ଆପଣ ଏପରି କିଛି ଜିନିଷ ନିଜ ଆଲମାରିରେ ରଖୁଛନ୍ତି ତାହେଲେ ଆପଙ୍କର ସମ୍ପତ୍ତି କମିବାର ଆଶା ରହିଥାଏ। ପଇସା ମାମଲାରେ ଆପଣଙ୍କ ଭାଗ୍ୟ ଆପଣଙ୍କୁ ସାଥ ଦେଇନଥାଏ ଏବଂ ଧନର ଦେବୀ ମା ଲଷ୍ମୀ ଆପଣଙ୍କର ଘର ଛାଡି ଯାଇପାରନ୍ତି। ତେବେ ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ଜାଣିବା ଯେ ଆଲମାରୀରେ ଏହି ୪ ଟି ଜିନିଷ ରଖିବା ଅନୁଚିତ। ସେଥିପାଇଁ ପୋଷ୍ଟ ଟିକୁ ଶେଷ ପିର୍ଯ୍ୟନ୍ତ ପଢ଼ନ୍ତୁ।

ମଇଳା କପଡା:-

ଘରର ଆଲମାରିରେ ସବୁବେଳେ ସଫା ସୁତରା ବା ଧୁଆ ହୋଇଥିବା କପଡା ରଖନ୍ତୁ। ମଇଳା କପଡା ଏବଂ ଗନ୍ଧ ବାହାରୁଥିବା କପଡା ଆଲମାରିରୁ ଦୁରେଇ ରଖନ୍ତୁ। ଏହି କପଡା ଗୁଡିକ ଆଲମାରିରେ ପଡ଼ି ପଡ଼ି ବହୁତ ଖରାପ ପ୍ରଭାବ ପକାଇଥାଏ। ଏହି ପ୍ରଭାବ ଘରର ଆଲମାରିରେ ରହୁଥିବା ପଇସା ଉପରେ ମଧ୍ୟ ପଡି ଥାଏ। ତେଣୁ ଟଙ୍କା ପଇସା ଜଲଦି ଖର୍ଚ୍ଚ ହେବାକୁ ଲାଗିଥାଏ। ତେଣୁ ଆଲମାରିରେ ମଇଳା ଏବଂ ଗନ୍ଧ ବାହାରୁଥିବା କପଡା ଭୁଲରେ ମଧ୍ୟ ରଖନ୍ତୁ ନାହିଁ।

ଫାଟିଯାଇଥିବା କପଡା:-

କିଛି ଲୋକ ଫୋଟା ଏବଂ ପୁରୁଣା କପଡା ଆଲମାରିରେ ବର୍ଷ ବର୍ଷ ଧରି ରଖିଥାନ୍ତି। କାହାକୁ ମଧ୍ୟ ଦିଅନ୍ତି ନାହିଁ। ଭଲ ହେବକି ଆପଣ ଫୋଟା କପଡାକୁ ସିଲେଇ କରିଦିଅନ୍ତୁ। ଏବଂ ଏମାନଙ୍କୁ ଅନ୍ୟ ଯେଉଁଠି ରଖିଦିଅନ୍ତୁ । କପଡା ବହୁତ ପୁରୁଣା ହୋଇଗଲେ ତାକୁ ଟଙ୍କା ପଇସା ରଖାଯାଉଥିବା ଆଲମାରିରେ ରଖନ୍ତୁ ନାହିଁ। ଏହି ଜିନିଷ ଗୁଡିକୁ ଅନ୍ୟ ଏକ ଆଲମାରୀ କିମ୍ବା ବାକ୍ସରେ ରଖିଦିଅନ୍ତୁ।

ଧୂଳି ମାଟି ଏବଂ ବୁଢିଆଣି ଜାଲ:-

ଘରର ଆଲମାରୀକୁ ସବୁବେଳେ ସଫା ସୁତରା ରଖନ୍ତୁ। ଏଠାରେ କଦାପି ମାଟି ଧୂଳି ଏବଂ ବୁଢିଆଣି ଜାଲ ହେବାକୁ ଦିଅନ୍ତୁ ନାହିଁ। ଯେମିତିକି ଆପଣ ଜାଣିଛନ୍ତି , ମାତା ଲକ୍ଷ୍ମୀ ସଫା ସୁତରା ଜାଗାରେ ରହିବାକୁ ପସନ୍ଦ କରିଥାନ୍ତି। ଏହି ସବୁ ଜିନିଷ ଖରାପ ଶକ୍ତି ସୃଷ୍ଟି କରିଥାଏ। ଯାହା ଫଳରେ ମା ଲକ୍ଷ୍ମୀ ଏହି ସବୁ ଜିନିଷକୁ ପସନ୍ଦ କରନ୍ତି ନାହିଁ। ତେଣୁ ଏଥିପାଇଁ ଆପଣ ନିଜ ଘରେ ସଫା ସୁତରା ଉପରେ ଅଧିକ ଧ୍ୟାନ ଦିଅନ୍ତୁ।

କଳା ରଙ୍ଗର ବସ୍ତୁ:-

ଆପଣ ଆଲମାରୀରେ ଯେଉଁ ପଇସା ରଖୁଛନ୍ତି ତାର ଆଖ ପାଖରେ କଳା ରଙ୍ଗର କୌଣସି ଜିନିଷ ବା ବସ୍ତୁ ରଖନ୍ତୁ ନାହିଁ। ଆପଣ କଳା ରଙ୍ଗର ପର୍ସରେ ଭୁଲରେ ବି ଟଙ୍କା ପଇସା ରଖନ୍ତୁ ନାହିଁ। ଏହି କଳା ରଙ୍ଗ ପଇସାକୁ ବଢାଇବାକୁ ଦିଅନ୍ତି ନାହିଁ। କଳା ରଙ୍ଗରେ ବି ନକରାତ୍ମା ଶକ୍ତି ଅଧିକ ରହିଥାଏ। ତେଣୁ ଆପଣ ଯଥା ସମ୍ଭବ ଆପଣଙ୍କର ଟଙ୍କା ପଇସାକୁ ଲାଲ କିମ୍ବା ହଲଦିଆ ରଙ୍ଗର କୋପଡାର ଗୁଡ଼ାଇ ଆଲମାରୀରେ ରଖନ୍ତୁ। ଏହା ଦ୍ୱାରା ଆପଣଙ୍କ ଧନ ସମ୍ପତ୍ତିର ବୃଦ୍ଧି ହୋଇଥାଏ। ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *