Excuse Me Odisha

ଯାହା କହିବୁ ସତ କହିବୁ

ଭାଗ୍ୟଶାଳୀ ହୋଇଥାନ୍ତି ଏହି ବାରରେ ଜନ୍ମ ହୋଇଥିବା ପିଲା , ଜାଣି ନିଅନ୍ତୁ ସେମାନେ କିଏ

ସେୟାର୍ କରନ୍ତୁ

ପିଲାଟି ଜନ୍ମ ହେଲେ ଆମେ ଅନେକ ଜିନିଷ ଦେଖିଥାନ୍ତି ଆଉ ସେହି ଅନୁସାରେ ଅନୁମାନ କରିଥାନ୍ତି ପିଲାଟି କିପରି ହେବ । କିନ୍ତୁ ଆପଣ ଜାଣିଛନ୍ତି ଏହି ରାଶି , ନକ୍ଷତ୍ର ବ୍ୟତୀତ ବାରର ମଧ୍ୟ ଅନେକ ମହତ୍ତ୍ଵ ରହିଛି । କେଉଁ ବାରରେ ଜନ୍ମ ହୋଇଥିବା ପିଲା କିପରି ହୋଇଥାନ୍ତି , ଆସନ୍ତୁ ସେ ବିଷୟରେ ଜାଣି ନେବା।

୧ . ସୋମବାର ଦିନ ଜନ୍ମ ହୋଇଥିବା ପିଲା ମାନେ ବୁଦ୍ଧିମାନ ହୋଇଥାନ୍ତି । ଏମାନେ ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥାନ୍ତି । ଏମାନେ ଅତ୍ୟନ୍ତ ଭଲ ସ୍ୱଭାବର ହୋଇଥାନ୍ତି କିନ୍ତୁ ଗୋଟିଏ କଥା ଏହା ଯେ , ଏମାନଙ୍କ ମଧ୍ୟରେ ଆଦୌ ଧୋର୍ଯ୍ୟ ନଥାଏ ।

୨ . ମଙ୍ଗଳବାରରେ ଜନ୍ମ ହୋଇଥିବା ପିଲା ମାନେ ଅତ୍ୟନ୍ତ କ୍ରୋଧୀ ହୋଇଥାନ୍ତି । ଏମାନେ ଅନ୍ୟ ମାନଙ୍କ ଠାରୁ ନିଜର ପ୍ରଶଂସା ଶୁଣିବା ପାଇଁ ସମସ୍ତେ ଆଗଭର ରହିଥାନ୍ତି । ଏମାନଙ୍କ ମନରେ ସଦାବେଳେ ନୂଆ ଶକ୍ତି ଭରପୁର ହୋଇଥାଏ । କିନ୍ତୁ ଏମାନଙ୍କ ଦାମ୍ପତ୍ୟ ଜୀବନରେ ଟିକିଏ ବାଧା ଦେଖା ଦେଇଥାଏ ।

୩ . ବୁଧବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ବୁଦ୍ଧିମାନ ହେବା ସହିତ ନିଜ ପରିବାର ପାଇଁ କିଛି ବି କରିବାକୁ ରାଜି ଥାଆନ୍ତି । ତାଙ୍କ ପରିବାରରେ କେହି ବି ସମସ୍ୟାରେ ପଡିଲେ ଏମାନେ ସମାଧାନ କରିବା ପାଇଁ ଆଗେଇ ଆସିଥାନ୍ତି ଆଉ ସହଜରେ ସମାଧାନ କରି ଦିଅନ୍ତି । ଏମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି ।

୪ . ଗୁରୁବାର ଦିନ ଜନ୍ମ ହୋଇଥିବା ଲୋକ ମାନେ ଅତି ମହତ୍ୱକାଙ୍କ୍ଷୀ ହୋଇଥାନ୍ତି । ଏମାନେ ସମସ୍ତଙ୍କୁ ସହଜରେ ପ୍ରଭାବିତ କରି ଦେଇଥାନ୍ତି । ଏମାନେ ଦେଖିବା ପାଇଁ ଲମ୍ବା ଆଉ ସୁନ୍ଦର ହୋଇଥାନ୍ତି । ଏମାନେ ଭଲ ପିଲା ମାନଙ୍କ ସହିତ ସାଙ୍ଗ ହୋଇଥାନ୍ତି ।

୫ . ଶୁକ୍ରବାର ଦିନ ଜନ୍ମ ହୋଇଥିବା ଲୋକ ମାନେ ଶାନ୍ତ ସ୍ଵଭାବର ହୋଇଥାନ୍ତି । ଏମାନେ ଭୋଗ ବିଳାସରେ ଖର୍ଚ୍ଚ କରିବା ପାଇଁ ବହୁତ ପସନ୍ଦ କରିଥାନ୍ତି । କଳା କ୍ଷେତ୍ରରେ ଏମାନେ ବହୁତ ଆଗକୁ ଯାଇଥାନ୍ତି । ବିବାହ ଜୀବନ ଏମାନଙ୍କର ବହୁତ ଭଲ ଚାଲିଥାଏ । ଏମାନେ ଇର୍ଷାରେ ଭରପୁର ହୋଇଥାନ୍ତି । ଏମାନେ ଦାନି ସ୍ୱଭାବର ହୋଇଥାନ୍ତି ।

୬ . ଶନିବାର ଦିନ ଜନ୍ମ ହୋଇଥିବା ଲୋକ ମାନେ ଅଳସୁଆ ହୋଇଥାନ୍ତି । ଏମାନେ କିଛି କାମ କରିବା ପାଇଁ ଯୋଜନା ସିନା କରିଥାନ୍ତି କିନ୍ତୁ ସେହି କାମ କରିପାରନ୍ତି ନାହିଁ । ଯେତେ କଷ୍ଟ ଆସିଲେ ମଧ୍ୟ ଏମାନେ ବ୍ୟସ୍ତ ହୁଅନ୍ତି ନାହିଁ । ଏମାନେ କ୍ରୋଧୀ ସ୍ଵଭାବର ହୋଇଥାନ୍ତି , ଯାହା ଲୋକଙ୍କ ସହିତ ଏମାନଙ୍କର ଝଗଡା ହୋଇ ଯାଇଥାଏ । ଏମାନଙ୍କ ସାଙ୍ଗ ସାଥୀ କମ୍ ହୋଇଥାନ୍ତି ଆଉ ସାଙ୍ଗ ମାନଙ୍କ ପ୍ରତି ଏମାନେ ବିଶ୍ଵସ୍ତ ହୋଇଥାନ୍ତି ।

୭ . ରବିବାର ଦିନ ଜନ୍ମ ହୋଇଥିବା ଲୋକ ଭାଗ୍ୟଶାଳୀ ହୋଇଥାନ୍ତି । କାହା ଅଧୀନରେ ରହି କାମ କରିବାକୁ ଏମାନେ ପସନ୍ଦ କରନ୍ତି ନାହିଁ । ଏମାନେ କମ୍ କଥା କହିଥାନ୍ତି । କଳା ଏବଂ ଶିକ୍ଷା କ୍ଷେତ୍ରରେ ଏମାନେ ମାନ ସମ୍ମାନ ପ୍ରାପ୍ତ କରିଥାନ୍ତି । ଘର ପରିବାରର ଲୋକଙ୍କୁ ଖୁସିରେ ରଖିବା ପାଇଁ ଏମାନେ ବହୁତ ଚେଷ୍ଟା କରିଥାନ୍ତି । ଏମାନେ କମ୍ କଥା କହିଥାନ୍ତି ଆଉ ସାଙ୍ଗ ମାନଙ୍କ ପାଖରେ ଏମାନେ ସମର୍ପିତ ରହିଥାନ୍ତି । ୨୦ ରୁ ୨୨ ବର୍ଷ ମଧ୍ୟରେ ଏମାନଙ୍କୁ ସମସ୍ୟାର ସମ୍ମୁଖିନ କରିବାକୁ ପଡ଼ି ପାରେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *