Excuse Me Odisha

ଯାହା କହିବୁ ସତ କହିବୁ

ମଇ ୫ ବଡ଼ ଶୁକ୍ରବାର ଘରର ଦ୍ୱାରରେ ପକାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ । ଘରକୁ ଆସିବେ ସ୍ବୟଂ ମାତା ଲକ୍ଷ୍ମୀ । ରୋଡ଼ପତି ମଧ୍ୟ ହୋଇଯିବ କୋଟିପତି ।

ସେୟାର୍ କରନ୍ତୁ

ଦୁନିଆରେ ତିନି ପ୍ରକାରର ଲୋକ ଅଛନ୍ତି । ଯେଉଁ ମାନଙ୍କ ମଧ୍ୟରୁ କିଛି ଲୋକ ଭଲ ଉପାୟରେ ଧନ ଅର୍ଜନ କରନ୍ତି ଏବଂ ସୁଖରେ ଜୀବନ ବିତାଇ ଥାଆନ୍ତି । ଆଉ କିଛି ଲୋକ ଏପରି ଅଛନ୍ତି ଯେଉଁ ମାନେ ଖରାପ ରାସ୍ତାରେ ଯାଇ ଧନ ଅର୍ଜନ କରନ୍ତି ଯାହାଦ୍ୱାରା ସେମାନେ ଅନେକ ପାପର ଭାଗିଦାରୀ ହୋଇଥାନ୍ତି । ଆଉ କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ଭଲ ରାସ୍ତାରେ ଧନ ଅର୍ଜନ କରନ୍ତି ଏବଂ ଖୁବ ପରିଶ୍ରମ ମଧ୍ୟ କରନ୍ତି କିନ୍ତୁ ସେମାନଙ୍କ ପାଖରେ ଧନ ସଞ୍ଚିତ ହୋଇ ରହେନାହିଁ । ତେବେ ଆଜିକାର ଲେଖାରେ ଆମେ ଆପଣଙ୍କୁ କିଛି ଖାସ ସହଜ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ଯଦି ଆପଣ କରି ନିଅନ୍ତି ତେବେ ଅର୍ଥ ଉପାର୍ଜନର ଏକାଧିକ ମାର୍ଗ ଖୋଲିବା ସହିତ ଧନ ସଞ୍ଚିତ ହୋଇ ମଧ୍ୟ ରଖିବ ।

କହି ରଖିବୁ ଯେ ମାତା ଲକ୍ଷ୍ମୀଙ୍କୁ ଧନର ଅଧିଷ୍ଠାତ୍ରୀ ଦେବୀ କୁହାଯାଏ । କିନ୍ତୁ ଏଥିପାଇଁ ଉଭୟ ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରିବା ନିତାନ୍ତ ଜରୁରୀ ଅଟେ । ମାତା ଲକ୍ଷ୍ମୀ ସମୁଦ୍ର ମନ୍ଥନ ସମୟରେ ବାହାରିଥିଲେ ଏବଂ ତାଙ୍କୁ ଭଗବାନ ବିଷ୍ଣୁଙ୍କ ଅର୍ଧାଙ୍ଗିନୀ ବୋଲି କୁହାଯାଏ । ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଶାସ୍ତ୍ରରେ କିଛି ସହଜ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି ।

ତେବେ ଉପାୟକୁ କରିବା ପାଇଁ ସର୍ବପ୍ରଥମେ ସକାଳୁ ଶୀଘ୍ର ଉଠି ଘରକୁ ସଫାସୁତୁରା କରିବା ସହିତ ପୂଜାଘରକୁ ମଧ୍ୟ ସଫାସୁତୁରା କରି ନିଅନ୍ତୁ । ଏହାପରେ ଏକ ଲୋଟା ଜଳରେ ହଳଦୀ ମିଶାଇ ଠାକୁର ଘରେ ରଖି ଦିଅନ୍ତୁ । ସ୍ନାନ କରି ସ୍ୱଚ୍ଛ ବସ୍ତ୍ର ଧାରଣ କରିବା ପରେ ପୂଜା ଘରେ ଥିବା ସବୁ ମୂର୍ତ୍ତି ଏବଂ ବିଗ୍ରହକୁ ସ୍ନାନ କରାଇ ସ୍ୱଚ୍ଛ ବସ୍ତ୍ର ଅର୍ପିତ କରନ୍ତୁ ।

ଧ୍ୟାନ ରଖନ୍ତୁ ଯେ କୌଣସିବି ଦେବଦେବୀଙ୍କ ପୂଜା କରିବା ପୂର୍ବରୁ ସର୍ବପ୍ରଥମେ ଭଗବାନ ଗଣେଶଙ୍କ ପୂଜା କରିବାର ବିଧାନ ରହିଛି । ଏହାପରେ ଏକ ଧୂପ ଏବଂ ଦୀପ ଜାଳି ଦିଅନ୍ତୁ ତାହା ଘିଅରେ ହେଉ କିମ୍ବା ସୋରିଷ ତେଲରେ ହେଉ । କିନ୍ତୁ ମନେ ରଖନ୍ତୁ ଦୀପକୁ ଭୂଇଁରେ ରଖିଲେ ପୂଜା ଖଣ୍ଡିତ ହୋଇଥାଏ । ତେଣୁ ଦୀପକୁ କୌଣସି ଫୁଲ ପାଖୁଡ଼ା କିମ୍ବା କପଡ଼ା କିମ୍ବା ଚାଉଳ ଉପରେ ରଖି ପାରିବେ ।

ଏହାପରେ ସର୍ବପ୍ରଥମେ ଭଗବାନ ଗଣେଶଙ୍କ ତିଳକ କରିବା ପରେ ମାତା ଲକ୍ଷ୍ମୀ ଏବଂ ଅନ୍ୟ ଦେବଦେବୀଙ୍କ ତିଳକ କରି ଦିଅନ୍ତୁ । ମନେ ମନେ ମାତା ଲକ୍ଷ୍ମୀଙ୍କୁ ଘରେ ସ୍ଥାୟୀ ବାସ ପାଇଁ ଆରାଧନା କରନ୍ତୁ । ସର୍ବପ୍ରଥମେ ଭଗବାନ ଗଣେଶଙ୍କୁ ଭୋଗ ଅର୍ପିତ କରିବା ପରେ ପୁରା ବିଧି ବିଧାନର ସହିତ ମାତା ଲକ୍ଷ୍ମୀ ଏବଂ ଦେବଦେବୀଙ୍କ ପୂଜା କରନ୍ତୁ ତାପରେ ମାତା ଲକ୍ଷ୍ମୀଙ୍କୁ ତିଳକ କରିଥିବା ସିନ୍ଦୁରରେ ନିଜର ତିଳକ କରି ଦିଅନ୍ତୁ ।

ମାତା ଲକ୍ଷ୍ମୀଙ୍କୁ ତିଳକ କରିବା ପରେ ଏକ ଲୋଟା ହଳଦୀ ମିଶା ଜଳକୁ ସିଞ୍ଚି ଦିଅନ୍ତଜ । ପୂଜା ସମୟରେ ଓଁ ହ୍ରୀଂ ଶ୍ରୀଙ୍ଗ କ୍ଲିଙ୍ଗ ମନ୍ତ୍ରର ଲଗାତାର ଜପ କରନ୍ତୁ । ସେହି ଜଳକୁ ଘରର ମୁଖ୍ୟଦ୍ୱାରରେ ସିଞ୍ଚି ମାତା ଲକ୍ଷ୍ମୀଙ୍କୁ ନିଜ ମନସ୍କାମନା କହି ଦିଅନ୍ତୁ ଏବଂ ଘରେ ସ୍ଥାୟୀ ବାସ କରିବାକୁ ଆବାହନ କରନ୍ତୁ । ଏହାପରେ ଘରର ମୁଖ୍ୟଦ୍ୱାରରେ ହଳଦୀ ଜଳ ଅଳ୍ପ ଅଳ୍ପ ସିଞ୍ଚି ଦିଅନ୍ତୁ ଏବଂ ବଳକା ଜଳକୁ କୌଣସି ଗଛ ମୂଳରେ ଢାଳି ଦିଅନ୍ତୁ ।

ଏହି ଉପାୟକୁ ଆପଣ ପ୍ରତ୍ୟେକ ଦିନ କିମ୍ବା ପ୍ରତ୍ୟେକ ଶୁକ୍ରବାର କଲେ ଘରେ ମାତା ଲକ୍ଷ୍ମୀଙ୍କ ସ୍ଥାୟୀ ବାସ ହେବା ସହିତ ଘରକୁ ସୁଖ ସମୃଦ୍ଧି ଏବଂ ବୈଭବ ଆସିଥାଏ । ଏହି ଜଳକୁ ପ୍ରତ୍ୟେକ ଦିନ ଘରେ ସିଞ୍ଚିଲେ ଘରର ନକରାତ୍ମକ ଶକ୍ତି ଦୂର ହୋଇଥାଏ ଏବଂ ସମସ୍ତ ମନସ୍କାମନା ମଧ୍ୟ ପୂରଣ ହୋଇଥାଏ ।

ଘରର ମୁଖ୍ୟଦ୍ୱାର ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହୋଇଥାଏ ତେଣୁ ଘରର ମୁଖ୍ୟଦ୍ୱାରରେ ଏହିବ ବିଶେଷ ଜଳ ସିଞ୍ଚନ କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଦକ୍ଷିଣାବର୍ତ୍ତି ଶଙ୍ଖରେ ବିଷ୍ଣୁଙ୍କ ଅଭିଷେକ କରିବା ଉଚିତ । ଏହାକୁ ଆପଣ ପ୍ରତି ଶୁକ୍ରବାର କରି ପାରିବେ । ଏହାବ୍ୟତୀତ ମାତା ଲକ୍ଷ୍ମୀଙ୍କର ଅତି ପ୍ରିୟ ପଦ୍ମ ଫୁଲ ଅର୍ପିତ କଲେ ମଧ୍ୟ ମାତା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି । ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମାତା ଲକ୍ଷ୍ମୀଙ୍କ ସାମ୍ନାରେ ଶୁଦ୍ଧ ଘିଅ ଦୀପ ଜାଳିବା ଉଚିତ ଏବଂ ଏହାଦ୍ବାରା ମାତା ଲକ୍ଷ୍ମୀ ଆକର୍ଷିତ ହୋଇଥାନ୍ତି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *