Excuse Me Odisha

ଯାହା କହିବୁ ସତ କହିବୁ

ଝାଡୁ ଲଗାଇବାର ବାସ ୫ ମିନିଟ ପୂର୍ବରୁ କରି ଦିଅନ୍ତୁ ଏହି କାମ । ବଦଳିଯିବ ଭାଗ୍ୟ , ଆପଣ ହୋଇଯିବେ କୋଟିପତି ।

ସେୟାର୍ କରନ୍ତୁ

ହିନ୍ଦୁ ଧର୍ମରେ ଛାଞ୍ଚୁଣିକୁ ନେଇ ଅନେକ ନିୟମ ରହିଛି । ଏଭଳି ମାନ୍ୟତା ରହିଛି ଯେ ମାତା ଶିତଳା ଗୋଟିଏ ହାତରେ ଛାଞ୍ଚୁଣି ଧରିଥାନ୍ତି । ତେଣୁ ଏଭଳି ମାନ୍ୟତା ରହିଛି ଯେ ସନ୍ଧ୍ୟା ହେବା ସମୟରେ ଝାଡୁ କିମ୍ବା ପୋଛା ଲଗାଇବା ମଧ୍ୟ ଉଚିତ ନୁହେଁ । ଅତି ଜରୁରୀ ଥିଲେ ଝାଡୁ କରିପାରିବେ ମାତ୍ର ଅଳିଆ ବାହାରକୁ ବାହାର କରନ୍ତୁ ନାହିଁ । ଯଦି ଆପଣ ସ୍ୱପ୍ନରେ ଝାଡୁ ଦେଖୁଛନ୍ତି ତେବେ ଏହା ଆର୍ଥିକ କ୍ଷତିର ସଙ୍କେତ ହୋଇଥାଏ ।

ତେଣୁ ଏଭଳି ସ୍ୱପ୍ନ ଦେଖିଲେ ତାହାକୁ କୌଣସି ଗଛଲତାକୁ ଶୁଣାଇ କ୍ଷମା ମାଗି ନିଅନ୍ତୁ । ଝାଡୁ କରିବା ପରେ ଛାଞ୍ଚୁଣିକୁ ଏଣେତେଣେ ନପକାଇ ଗୋଟିଏ ସ୍ଥାନରେ ରଖନ୍ତୁ । ଝାଡୁ ଛିଡ଼ି ଯାଇଥିଲେ ତାହାକୁ ତୁରନ୍ତ ଘରୁ ବାହାର କରି ଦିଅନ୍ତୁ ନଚେତ ତାହା ଛିଡ଼ି ଘରେ ପଡ଼ିଲେ ଦୁଃଖ ଆସିଥାଏ ।

ଘରକୁ ନୂଆ ଝାଡୁ ଆଣିଲେ ଶନିବାର ଦିନରୁ ତାହାର ବ୍ୟବହାର ଆରମ୍ଭ କରନ୍ତୁ । ଏହାଦ୍ବାରା ଘରର ସୁଖ ସମୃଦ୍ଧି ବଢ଼ିଥାଏ । ଝାଡୁକୁ କେବେବି ଖୋଲା ଆକାଶ ତଳେ ରଖିବା ଉଚିତ ନୁହେଁ ଏବଂ ତାହାକୁ ସବୁବେଳେ ନଜର ଠାରୁ ଦୂରରେ ଲୁଚେଇ ରଖିବା ଉଚିତ । ଝାଡୁ ରଖିବାର ଉପଯୁକ୍ତ ଦିଗ ହେଉଛି ଉତ୍ତର ପଶ୍ଚିମ ଦିଗ । ଝାଡୁରେ କେବେ ଗୋଡ଼ ସ୍ପର୍ଶ କରିବା ଉଚିତ ନୁହେଁ କିମ୍ବା କାହାକୁ କେବେ ଝାଡୁରେ ମାରିବା ଉଚିତ ନୁହେଁ ।

ଅଇଁଠାକୁ କେବେ ଝାଡୁ ଲଗାଇବା ଉଚିତ ନୁହେଁ ନଚେତ ଏହାଦ୍ବାରା ମାତା ଲକ୍ଷ୍ମୀଙ୍କ ଅପମାନ ହୋଇଥାଏ । ଘରେ ଆପରିଷ୍କାର ଝାଡୁ ରଖିଲେ କଳହ କ୍ଳେଶ ଦେଖା ଦେଇଥାଏ । ତେଣୁ ଝାଡୁ ଅପରିଷ୍କାର ହୋଇଥିଲେ ତାହାକୁ ଧୋଇ ଶୁଖାଇ ରଖିବା ଉଚିତ । ଯଦି ଆପଣ କୌଣସି ନୂଆ ଘରକୁ ଶିଫ୍ଟ ହେଉଛନ୍ତି ତେବେ ନୂଆ ଝାଡୁ ନେଇ ଯିବା ଉଚିତ ।

ମାତ୍ର ହଠାତ ପୁରୁଣା ଝାଡୁକୁ ଫିଙ୍ଗି ନୂଆ ଝାଡୁର ବ୍ୟବହାର କରିବା ଉଚିତ ନୁହେଁ । ଘରେ କୌଣସି ସମସ୍ୟା ଅନୁଭୂତ ହେଉଥିଲେ କୌଣସି ମନ୍ଦିରରେ ଗୁପ୍ତ ଝାଡୁ ଦାନ କଲେ ସମସ୍ୟା ଦୂର ହୋଇଥାଏ । ରାତିରେ ଘରର ମୁଖ୍ୟଦ୍ୱାର କୋଣରେ ଝାଡୁ ରଖିବା ଦ୍ୱାରା ଘରକୁ କୌଣସି ନକରାତ୍ମକ ଶକ୍ତି ଆସିଲେ ଝାଡୁ ତାହାକୁ ଦୂର କରିଥାଏ । ମାତ୍ର ଦିନ ବେଳା ଝାଡୁକୁ ଘରର ମୁଖ୍ୟଦ୍ୱାର କୋଣରେ ରଖିବା ଉଚିତ ନୁହେଁ ।

ମନ୍ଦିରରେ ଝାଡୁ ଦାନ କଲେ ଗୋଟିଏ ଝାଡୁ କିମ୍ବା ତିନୋଟି ସଂଖ୍ୟାରେ ଦାନ କରନ୍ତୁ ଏବଂ ଏଭଳି ମାନ୍ୟତା ରହିଛି ଯେ ଯଦି କୌଣସି କଣ୍ଟା ଜାତୀୟ ଗଛରୁ ତିଆରି ଝାଡୁ ବ୍ୟବହାର କରନ୍ତି ତେବେ ଜୀବନରେ ସମସ୍ୟା ଆସିଥାଏ । ଘରେ ଯଦି କେହି ଛୋଟ ପିଲାକୁ ହଠାତ ଝାଡୁ ମାରିଥିବାର ଦେଖାଯାଏ ତେବେ ଏହାର ଅର୍ଥ ଘରକୁ କେହି ବନ୍ଧୁ କିମ୍ବା ଅତିଥିଙ୍କର ଆଗମନ ହେବାକୁ ଯାଉଛି ।

ଝାଡୁକୁ କେବେବି ଓଦା କରି ରଖିବା ଉଚିତ ନୁହେଁ । ଯଦି ଭୁଲ ବଶତଃ ତାହା ଓଦା ହୋଇ ଯାଉଛି ତେବେ ତାହାକୁ ତୁରନ୍ତ ଶୁଖାଇ ରଖିବା ଉଚିତ । ମୟୁର ପର ଝାଡୁ ଦ୍ୱାରା ଯଦି ଆପଣ ସକାଳ ସନ୍ଧ୍ୟା ସାରା ଘରେ ପଙ୍ଖା କରନ୍ତି ତେବେ ଘରୁ ନକରାତ୍ମକ ଶକ୍ତି ବାହାର ହୋଇଯାଏ । ଝାଡୁକୁ କେବେ କୌଣସି ବ୍ୟକ୍ତି ବିଶେଷଙ୍କୁ ଦାନ କରନ୍ତୁ ନାହିଁ । ଝାଡୁକୁ ବ୍ୟବହାର କରିବା ପୂର୍ବରୁ ଝାଡୁ ମୁଠିରେ ଧଳା ସୂତା କିମ୍ବା ମୋୖଲି ସୂତା ବାନ୍ଧିଲେ ଘରେ କୌଣସି ପ୍ରକାରର ସମସ୍ୟା ରହିବ ନାହିଁ ।

ଯାହାକି ମାତା ଲକ୍ଷ୍ମୀଙ୍କୁ ସ୍ଥିର କରିଥାଏ । ରାତିରେ ଶୋଇବା ପୂର୍ବରୁ ଘରର ଡାଇନିଂ ଏରିଆରେ କିଛି ଜିରା ପକାଇ ଦିଅନ୍ତୁ ଏବଂ ସକାଳୁ ତାହାକୁ ଝାଡୁ ମାଧ୍ୟମରେ ବାହାର କରି ଦିଅନ୍ତୁ । ଏହାଦ୍ବାରା ନକରାତ୍ମକ ଶକ୍ତି ସେହି ଜିରା ଆକାରରେ ଘରୁ ବାହାରି ଯିବ । ଦୀର୍ଘ ସମୟ ଧରି ଏହାର ପ୍ରୟୋଗ କଲେ ଧୀରେ ଧୀରେ ଘରର ସବୁ ସମସ୍ୟା ଦୂର ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *