Excuse Me Odisha

ଯାହା କହିବୁ ସତ କହିବୁ

ଚାଉଳର ୩୧ ଦାନାକୁ ନେଇ କରି ସପ୍ତାହର କୌଣସି ଦିନ କରି ଦିଅନ୍ତୁ ଏହି ଖାସ ଉପାୟ । କୌଣସିବି କାର୍ଯ୍ୟରେ ହେବେ ସଫଳ ।

ସେୟାର୍ କରନ୍ତୁ

ଅନେକ ସମୟରେ ମନୁଷ୍ୟର ଅନେକ ମନସ୍କାମନା ରହିଥାଏ କିନ୍ତୁ ତାହା ପୂରଣ ହୋଇ ପାରେ ନାହିଁ । ପୁଣି ଅନେକ ସମୟରେ ଆପଣ ଏହା ଆକାଂକ୍ଷା କରନ୍ତି ଯେ ଆପଣ ଯେଉଁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ବାହାରକୁ ଯାଉଛନ୍ତି ତାହା ନିଶ୍ଚିତ ଭାବରେ ସଫଳ ହେଉ ଏବଂ ଜୀବନରେ କିଛି ସମସ୍ୟା ନଆସୁ ତେବେ ମହାଦେବଙ୍କ ଶରଣକୁ ଯିବା ଉଚିତ ଏବଂ ମହାଦେବଙ୍କ ଆରାଧନା କରିବା ଉଚିତ । କାରଣ ମହାଦେବଙ୍କ ଆଶୀର୍ବାଦ ଦ୍ୱାରା ବ୍ୟକ୍ତିର ସବୁ ମନସ୍କାମନା ପୂରଣ ହୋଇଥାଏ ।

ତେଣୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏପରି କିଛି ଜିନିଷ ବିଷୟରେ କହିବୁ ଯାହାକୁ ପ୍ରୟୋଗ କରି ଯଦି ଆପଣ ଏକ ଉପାୟ କରନ୍ତି ତେବେ ମହାଦେବ ନିଶ୍ଚିତ ଭାବରେ ଆପଣଙ୍କ ମନସ୍କାମନା ପୂରଣ କରିବେ । ଆପଣ ନିଜର ମନସ୍କାମନା ପୂର୍ତ୍ତି ପାଇଁ ଏହି ଉପାୟ କରିବାକୁ ଚାହୁଁଥିଲେ କୌଣସି ଦିନ ଏହା କରି ପାରିବେ ।

ତେବେ ଏଥିପାଇଁ ଚାଉଳ , କଞ୍ଚା ମୁଗ ଏବଂ ବେଲ ପତ୍ର । ଏହାକୁ ଆପଣ ନିଜେ ନକରି ପାରିଲେବି ଘରର ଅନ୍ୟ କେହି ସଦସ୍ୟ କରି ପାରିବେ । ତେବେ ପ୍ରଥମେ ୩୧ ଟି ଚାଉଳ ଦାନା , ୩୧ ଟି କଞ୍ଚା ମୁଗ ଦାନା ଏବଂ ୩୧ ଟି ବେଲପତ୍ର ନିଅନ୍ତୁ । ଏହି ସବୁ ଗୋଟାଏ ହେବା ଆବଶ୍ୟକ ଏବଂ ସବୁ ଜିନିଷକୁ ଅଲଗା ଅଲଗା ପାତ୍ରରେ ଅଲଗା ନେଇ ନିଅନ୍ତୁ ।

ଏହି ସବୁ ଜିନିଷକୁ ମହାଦେବଙ୍କ ମନ୍ଦିରକୁ ନେଇ ଯିବା ସମୟରେ ଓଁ ନମଃ ଶିବାୟ ମନ୍ତ୍ରର ଜପ ନିଶ୍ଚୟ କରନ୍ତୁ । ସର୍ବାପ୍ରଥମେ ସାଥିରେ ନେଇଥିବା ୩୧ ଟି ଚାଉଳ ଦାନାକୁ ମନ୍ଦିର ଦ୍ୱାରରେ ରଖି ଦିଅନ୍ତୁ । ଏହାପରେ ମହାଦେବଙ୍କୁ ନିଜ କାମନା ପ୍ରାର୍ଥନା ଆକାରରେ କହି ମନ୍ଦିର ଭିତରକୁ ଯାଆନ୍ତୁ । ଏହାପରେ ବେଲ ପତ୍ର ଉପରେ ଚନ୍ଦନରେ ଓଁ ନମଃ ଶିବାୟ ଲେଖି ଦିଅନ୍ତୁ ।

ଏହାକୁ ଶିବଲିଙ୍ଗ ଉପରେ ଅର୍ପିତ ନକରି ଶିବଲିଙ୍ଗରେ ଯେଉଁ ସ୍ଥାନରୁ ଜଳ ପଡ଼ିଥାଏ ସେହି ସ୍ଥାନରେ ଅର୍ପିତ କରି ଦିଅନ୍ତୁ । ତେବେ ଜଳ ଯେଉଁ ଦିଗରେ ପଡୁଥିବ ସେହି ଦିଗରେ ବେଲପତ୍ରର ଡେମ୍ଫ ରଖି ଦିଅନ୍ତୁ । ଏହି ଉପାୟ ସମୟରେ ଓଁ ନମଃ ଶିବାୟ ମନ୍ତ୍ରର ଜପ ନିଶ୍ଚୟ କରନ୍ତୁ । ବର୍ତ୍ତମାନ ୩୧ ଟି କଞ୍ଚା ମୁଗକୁ ମନ୍ଦିର ବାହାରକୁ ଆସି ନନ୍ଦୀ ମହାରାଜଙ୍କ ଯେଉଁ ଦୁଇଟି ଗଡ଼ ଉପରକୁ ଥିବ ସେହି ପାର୍ଶ୍ଵରେ ଅର୍ପିତ କରି ଦିଅନ୍ତୁ । ଏହାପରେ ନିଜର ସମସ୍ତ ମନସ୍କାମନା ନନ୍ଦି ମହାରାଜଙ୍କ କାନରେ ଧୀରେ ଧୀରେ କହି ଦିଅନ୍ତୁ । ନିଜର ସବୁ ମନସ୍କାମନା ନନ୍ଦି ମହାରାଜ ମହାଦେବଙ୍କ ପର୍ଯ୍ୟନ୍ତ ନିଶ୍ଚୟ ପହଞ୍ଚାଇ ଦେବେ ।

ଏହାବ୍ୟତୀତ ଭଗବାନ ଶିବଙ୍କୁ ପୂଜା କରିବା ଦ୍ୱାରା ମହାଦେବ ଅତ୍ୟନ୍ତ ପ୍ରସନ୍ନ ହେବେ ଏବଂ ଆପଣଙ୍କ ଜୀବନର କୌଣସିବି ବାଧା ସମସ୍ୟା ମଧ୍ୟ ଦୂର ହୋଇଯିବ । ଏମିତିରେ ମହାଦେବ ନିଜର ଭକ୍ତର ଖୁବ କମ ପ୍ରୟାସ ଦ୍ୱାରା ହିଁ ପ୍ରସନ୍ନ ହୁଅନ୍ତି । ତେବେ ପୂଜା ସମୟରେ ମହାଦେବଙ୍କ ପାଖରୁ ଗୋଟିଏ ବେଲ ପତ୍ର ଉଠାଇ ତାହାକୁ ନନ୍ଦି ମହାରାଜଙ୍କ ପାଖରେ ଅର୍ପିତ କରି ଦିଅନ୍ତୁ ।

ତାହାକୁ ଶେଷରେ ଉଠାଇ ଆଶୀର୍ବାଦ ଆକାରରେ ନିଜ ସହିତ ଘରକୁ ନେଇ ଆସନ୍ତୁ । ତାହାକୁ ଏକ ସ୍ଥାନରେ ସାଇତି ରଖନ୍ତୁ । ଯେତେବେଳେ ଆପଣଙ୍କର ସବୁ ମନସ୍କାମନା ପୂରଣ ହୋଇଯିବ ସେତେବେଳେ ତାହାକୁ କୌଣସି ଜଳାଶୟରେ ପ୍ରବାହିତ କରି ଦିଅନ୍ତୁ । ଏହି ଉପାୟ କେବଳ ଥରେ କଲେ ହିଁ ଆପଣ ନିଜ ଭାଗ୍ୟକୁ ବଦଳାଇ ପାରିବେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *