Excuse Me Odisha

ଯାହା କହିବୁ ସତ କହିବୁ

ଗୋଟିଏ ତେଜ ପତ୍ର ଏବଂ ଗୋଟିଏ କର୍ପୂର ଦ୍ୱାରା ଘରେ କରନ୍ତୁ ଏହି ଉପାୟ । କୌଣସିବି ଇଚ୍ଛା ହେବ ଶତ ପ୍ରତିଶତ ପୂରଣ ।

ସେୟାର୍ କରନ୍ତୁ

ଆପଣ ରୋଷେଇ ଘରେ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ବ୍ୟବହାର କରୁଥିବା ତେଜ ପତ୍ର ମଧ୍ୟ ଆପଣଙ୍କ ଭାଗ୍ୟ ବଦଳାଇ ପାରିବ । ଏମିତିକି ରୋଷେଇ ଘରେ ଥିବା ଗୋଲମରିଚ ଏବଂ ତେଜ ପତ୍ରକୁ ବ୍ୟବହାର କରି ଯଦି ଏକ ତୋଟକା କରାଯାଏ ତେବେ ତାହା ଅତ୍ୟନ୍ତ ପ୍ରଭାବୀ ହୋଇଥାଏ । ଏହି ସବୁ ଜିନିଷର ଖାଦ୍ୟରେ ବ୍ୟବହାର ସହିତ ଧାର୍ମିକ ଏବଂ ଜ୍ୟୋତିଷ ଉପାୟରେ ମଧ୍ୟ ବ୍ୟବହାର କରାଯାଏ । ଭଗବାନ ଗଣେଶଙ୍କୁ ମଧ୍ୟ ତେଜ ପତ୍ର ଅର୍ପିତ କରାଯାଏ ।

ଯଦି ଆପଣ ପ୍ରତ୍ୟେକ ବୁଧବାର ୫ , ୧୧ କିମ୍ବା ୨୧ ସଂଖ୍ୟାରେ ଭଗବାନ ଗଣେଶଙ୍କୁ ତେଜ ପତ୍ର ଅର୍ପିତ କରନ୍ତି ତେବେ ଜୀବନର ସବୁ ସମସ୍ୟା ଦୂର ହୋଇଯିବ । ଏହି ଉପାୟ ଦ୍ୱାରା ସକାରାତ୍ମକ ଶକ୍ତି ମଧ୍ୟ ଆକର୍ଷିତ ହୋଇଥାଏ ଏବଂ ଏହା ଧନକୁ ମଧ୍ୟ ଆକର୍ଷିତ କରିଥାଏ ।

ଯଦି ଘରେ ବାଦ ବିବାଦ କଳହ କ୍ଳେଶ ଏବଂ ବିନା କାରଣରେ ଝଗଡ଼ା ଲାଗି ରହୁଛି ତେବେ ପ୍ରତ୍ୟେକ ଶନିବାର ୫ ଟି ସଂଖ୍ୟାରେ ତେଜ ପତ୍ର ଏବଂ ୫ ଟି ଗୋଲମରିଚକୁ ଏକା ସାଥିରେ ଜଳାଇ ଦିଅନ୍ତୁ ଏବଂ ଯେତେବେଳେ ଧୂଆଁ ହେବା ଆରମ୍ଭ ହେବ ତାହାକୁ ପୁରା ଘରେ ବିସ୍ତାର ହେବାକୁ ଛାଡ଼ି ଦିଅନ୍ତୁ । ଏହି ଉପାୟ ଦ୍ୱାରା ଘରୁ ସବୁ ପ୍ରକାରର ନକରାତ୍ମକତା ଦୂର ହୋଇଯିବ , ଲଢ଼େଇ ଝଗଡ଼ାରୁ ମୁକ୍ତି ମିଳିବ ଏବଂ ଘରେ ଥିବା ଛୋଟ ଛୋଟ ବ୍ୟାକ୍ଟେରିଆର ମଧ୍ୟ ନାଶ ହୋଇଯିବ ।

ଯଦି ଆପଣ ଖରାପ ସ୍ୱପ୍ନ ଦେଖୁଛନ୍ତି ତେବେ ରାତିରେ ଶୋଇବା ସମୟରେ ତକିଆ ତଳେ ଏକ ତେଜ ପତ୍ର ରଖି ଦିଅନ୍ତୁ ଏବଂ ସକାଳୁ ଉଠିବା ମାତ୍ରେ ତାହାକୁ ନେଇ କୌଣସି ଗଛ ମୂଳରେ ରଖି ଦିଅନ୍ତୁ । ଯେତେ ପର୍ଯ୍ୟନ୍ତ ଖରାପ ସ୍ୱପ୍ନ ଦେଖିବା ଠାରୁ ମୁକ୍ତି ନମିଳିଛି ସେତେ ଦିନ ପର୍ଯ୍ୟନ୍ତ ଲଗାତାର ଏହି ଉପାୟ କରନ୍ତୁ । ଏହି ପ୍ରୟୋଗ କରିବାର ମାତ୍ର ଗୋଟିଏରୁ ଦୁଇ ଦିନ ମଧ୍ୟରେ ହିଁ ଆରାମ ମିଳିଯିବ ।

ଯଦି ଆପଣଙ୍କର ଅଯଥା ଧନ ନଷ୍ଟ ହେଉଛି ଏବଂ ଅର୍ଥ ଜନିତ ସମସ୍ୟା ରହିଛି ତେବେ ପ୍ରତ୍ୟେକ ଶୁକ୍ରବାର ମାତା ଲକ୍ଷ୍ମୀଙ୍କ ଚରଣରେ ଏକ ତେଜ ପତ୍ର କିଛି ସମୟ ରଖି ତାହାକୁ ଆଣି ନିଜ ପର୍ସରେ ରଖି ଦିଅନ୍ତୁ । ଏହି ଉପାୟ ଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ । ଯାହାଦ୍ୱାରା ଅର୍ଥ ସମ୍ବନ୍ଧୀୟ ସବୁ ପ୍ରକାରର ସମସ୍ୟା ଦୂରେଇ ଯାଏ । ଯେତେବେଳେ ଆପଣ ଦ୍ୱିତୀୟ ତେଜ ପତ୍ର ମାତା ଲକ୍ଷ୍ମୀଙ୍କ ଚରଣରେ ରଖି ପର୍ସରେ ରଖିବେ ସେତେବେଳେ ପ୍ରଥମ ପତ୍ରକୁ କୌଣସି ସ୍ଥାନରେ ମାଟିରେ ପୋତି ଦିଅନ୍ତୁ ।

ଯଦି ଦୀର୍ଘ ସମୟ ହେବ ଆପଣଙ୍କର କୌଣସି ମନସ୍କାମନା ପୂର୍ଣ୍ଣ ହୋଇପାରୁ ନାହିଁ ତେବେ ଏକ ତେଜ ପତ୍ର ଆଣି ସେଥିରେ ସିନ୍ଦୁରରେ ନିଜର ମନସ୍କାମନା ଲେଖି ଘରର ମନ୍ଦିରରେ ରଖି ଦିଅନ୍ତୁ । ଯଦି ଆପଣଙ୍କ ମନସ୍କାମନା ପୂରଣ ହୋଇଯାଉଛି ତେବେ ତାହାକୁ ପାଣିରେ ବିସର୍ଜିତ କରି ଦିଅନ୍ତୁ କିମ୍ୱା କୌଣସି ଗାଉଁଲାରେ ମାଟିରେ ପୋତି ଦିଅନ୍ତୁ ।

ଯଦି ଆପଣଙ୍କର କୌଣସି ପୁରୁଣା ସମସ୍ୟା ରହିଛି ତେବେ ତେଜ ପତ୍ରରେ କୌଣସି ପେନ ସାହାଯ୍ୟରେ ନିଜର ସମସ୍ୟା ଲେଖି ଦିଅନ୍ତୁ ଏବଂ ପ୍ରତ୍ୟକ ଦିନ ପୂଜା ସମୟରେ ଗୋଟିଏ ଲେଖାଏଁ ଜଳାଇ ଦିଅନ୍ତୁ । ତାହାକୁ ଆଗାମୀ ଦିନ ପାଣିରେ ମିଶାଇ ବାହାରେ ସିଞ୍ଚି ଦିଅନ୍ତୁ । ଏହାଦ୍ୱାରା ଆପଣଙ୍କର ସବୁ ସମସ୍ୟା ଦୂରେଇ ଯିବ । ଘରେ ନକରାତ୍ମକତା ଏବଂ ଆକସ୍ମିକ ସମସ୍ୟା ଦେଖାଦେଲେ ସାତୋଟି ତେଜ ପତ୍ର ଏବଂ ଏକ ଚାମଚ ଲୁଣ ନେଇ ମୁଣ୍ଡ ଉପର ଦେଇ ସାତ ଥର ବୁଲାଇ ଘର ବାହାରେ କୌଣସି ଗଛ ମୂଳରେ ଏହି ପତ୍ର ରଖି ଦିଅନ୍ତୁ ।

ଏହି ଉପାୟ ଦ୍ୱାରା ନଜର ଦୋଷ ସମସ୍ୟା ଦୂରେଇ ଯିବ । ମାତ୍ର ଏହି ଉପାୟ କରି ସାରିବା ପରେ ପଛକୁ ବୁଲି ଦେଖନ୍ତୁ ନାହିଁ । ଜୀବନସାଥୀ ସହିତ ବିବାଦ ଝଗଡ଼ା ଲାଗି ରହିଥିଲେ ସାତ ଦିନ ପର୍ଯ୍ୟନ୍ତ ସନ୍ଧ୍ୟା ସମୟରେ ଘରେ ଗୋଟିଏ ଲେଖାଏଁ ତେଜ ପତ୍ର ଜଳାଇ ଦିଅନ୍ତୁ ।ଏହାଦ୍ୱାରା ଜୀବନସାଥୀ ସହିତ ସମ୍ପର୍କ ମଜବୁତ ହେବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *