Excuse Me Odisha

ଯାହା କହିବୁ ସତ କହିବୁ

ରାତିରେ ବିଛଣାକୁ ଯିବା ପୂର୍ବରୁ ଏକ ଲୋଟା ଜଳ ଭରି ରଖି ଦିଅନ୍ତୁ ଏହି ସ୍ଥାନରେ । ଘରେ ହେବ ମାତା ଲକ୍ଷ୍ମୀଙ୍କ ସ୍ଥାୟୀ ବାସ ।

ସେୟାର୍ କରନ୍ତୁ

ଆଜିକାର ଲେଖାରେ ଆମେ ଆପଣଙ୍କୁ ଏକ ଲୋଟା ଜଳକୁ ପ୍ରୟୋଗ କରି କିଭଳି ଜୀବନର ସମସ୍ୟା ଦୂର କରିହେବ ସେହି ବିଷୟରେ କହିବୁ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ମୁଖ୍ୟଦ୍ୱାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଏବଂ ଏହା ଘରର ଅନ୍ୟ ଦ୍ୱାର ଠାରୁ ବଡ଼ ହୋଇଥାଏ । ସର୍ବଦା ଘର ମୁଖ୍ୟଦ୍ୱାରରେ ଶୁଭ ମଙ୍ଗଳ ପ୍ରତୀକ ଚିହ୍ନ ବନାଇ ଏବଂ ସଜାଇ ରଖିବା ଉଚିତ । ଯେଉଁ ଘରର ମୁଖ୍ୟଦ୍ୱାର ସର୍ବଦା ସୁନ୍ଦର , ସୁସଜ୍ଜିତ ଏବଂ ପରିଷ୍କାର ରହିଥାଏ ସେହି ଘରେ ସର୍ବଦା ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ ।

ତେବେ ପ୍ରଥମ ଉପାୟ ଅନୁଯାୟୀ ସକାଳୁ ଉଠି ସର୍ବପ୍ରଥମେ କେଉଁ ପାର୍ଶ୍ଵରେ ଆପଣଙ୍କର ନିଃଶ୍ୱାସ ଚାଲିଛି ତାହାକୁ ଚେକ କରି ସେହି ପାର୍ଶ୍ଵର ପାଦକୁ ପ୍ରଥମେ ପକାଇ ଯାଆନ୍ତୁ । ଏହାବ୍ୟତୀତ ପୂର୍ବ ଦିନ ଶୋଇବା ସମୟରେ ଘରର ଦ୍ୱାରରେ ଏକ ଲୋଟାରେ ପାଣି ଭରି ରଖି ଦିଅନ୍ତୁ । ସକାଳୁ ଉଠିବା ପରେ ସେହି ପାଣି ମୁଖ୍ୟଦ୍ୱାରରେ ଢ଼ାଳି ଦିଅନ୍ତୁ ।

ଏହି ଉପାୟ ଦ୍ୱାରା ଘରର ମୁଖ୍ୟଦ୍ୱାରରେ ଯଦି କୌଣସି ଅତୃପ୍ତ ଆତ୍ମା ଥିବ ତେବେ ସେ ତୃପ ହୋଇ ସେଠାରୁ ଚାଲିଯିବ । ଏହାପରେ ସର୍ବପ୍ରଥମେ ଘରକୁ ଝାଡୁ ମାରି ପୋଛା ଲଗାଉ ଦିଅନ୍ତୁ । ପୋଛା ପାଣିରେ ଅଳ୍ପ ଲୁଣ କିମ୍ବା ଫିଟିକିରି ପକାଇ ପୋଛା ଲଗାଲେ ଘରେ ଥିବା ନକରାତ୍ମକତା ଦୂରେଇ ହୋଇଥାଏ । କିନ୍ତୁ ମନେ ରଖନ୍ତୁ ଯେ ଗୁରୁବାର ଦିନ ପୋଛା ଲଗାଇବା ବର୍ଜିତ ହୋଇଥାଏ ।

କାରଣ ଏହାଦ୍ବାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଘର ଛାଡ଼ି ଦିଅନ୍ତି । କିନ୍ତୁ ତଥାପି ଯଦି ପୋଛା ଲଗାଇବା ଅତି ଜରୁରୀ ଥାଏ ତେବେ ପୋଛା ପାଣିରେ ଏକ ଚିମୁଟା ହଳଦୀ ମିଶାଇ ପୋଛା ଲଗାଇ ପାରିବେ । ନଚେତ ଆପଣ ଏକ ଲୋଟା ପାଣିରେ ହଳଦୀ ମିଶାଇ ଘର ସାରା ସିଞ୍ଚି ପାରିବେ । ଏହି ଉପାୟ ପରେ ବଳକା ହଳଦୀ ଜଳକୁ କୌଣସି ଗଛ ମୂଳରେ ଢ଼ାଳି ଦିଅନ୍ତୁ ।

ଏହାଦ୍ୱାରା ଘରୁ ନକରାତ୍ମକତା ଦୂର ହୋଇଥାଏ । ସର୍ବଦା କରଜ ଦେବା କିମ୍ବା କରଜ ନେବା ମଧ୍ୟ ଭଲ ନୁହେଁ । ଧନର ଆଗମନ ପାଇଁ ଘରର ମୁଖ୍ୟଦ୍ୱାରକୁ ସୁସଜ୍ଜିତ କରି ରଖିବା ଆବଶ୍ୟକ । ଘରର ସାନ ହୋଇଥିଲେ ସ୍ନାନ ପରେ ସୂର୍ଯ୍ୟ ଦେବତାଙ୍କୁ ପ୍ରଣାମ କରନ୍ତୁ ଏବଂ ବଡ଼ ହୋଇଥିଲେ ସୂର୍ଯ୍ୟ ଦେବତାଙ୍କୁ ଏକ ଲୋଟା ଜଳ ନିଶ୍ଚୟ ଅର୍ଘ୍ୟ ଦିଅନ୍ତୁ । ଏପରି କରିବା ଦ୍ୱାରା ଜୀବନର ସବୁ ସମସ୍ୟା ଦୂର ହୋଇଯାଏ ।

ଏହାବ୍ୟତୀତ ଘରେ ତିନି ତିନି ଥର ଶଙ୍ଖ ବଜାଇବା ଉଚିତ । ଯାହାଦ୍ୱାରା ନକରାତ୍ମକତା ଦୂର ହୋଇଯିବ । ଏହାଦ୍ବାରା ଗ୍ରହ ଦୋଷ ଦୂର ହୋଇଥାଏ । ପ୍ରତ୍ୟେକ ଦିନ ତୁଳସୀରେ ଜଳ ଅର୍ପିତ କରିବା ଦ୍ୱାରା ଜୀବନର ତମାମ ସମସ୍ୟା ଦୂର ହୋଇଥାଏ । ଯଦି ଘରେ ଅଶାନ୍ତି କଳହ କ୍ଳେଶ ଦେଖା ଦେଉଛି ତେବେ ଘରର ଦକ୍ଷିଣ ପଶ୍ଚିମ ଦିଗରେ ଏକ କାଚ ଗ୍ଲାସରେ ଲୁଣ ମିଶା ପାଣି ନେଇ ରଖି ଦିଅନ୍ତୁ ।

ସେଥିରେ କୌଣସି କୁମକୁମ କିମ୍ବା ନେଲ ପୋଲିସରେ ଚିହ୍ନ ଦେଇ ଦିଅନ୍ତୁ । ପ୍ରତି ମାସ ସେହି ପାଣିକୁ ବଦଳାଇ ଦିଅନ୍ତୁ ଏବଂ ଫ୍ରେସ ଲୁଣ ରଖନ୍ତୁ । ଏହାଦ୍ବାରା ଜୀବନରେ ଖୁସିର ଆଗମନ ହୋଇଥାଏ । ଘରର ମୁଖ୍ୟଦ୍ୱାରରେ ହଳଦୀ ଚାଉଳ ନେଇ ସ୍ୱସ୍ତିକ ଚିହ୍ନ କରନ୍ତୁ । ତାହାକୁ ଘରର ବାହାର ପଟୁ କରିବା ଉଚିତ ହୋଇଥାଏ । ଆପଣ ଚାହିଁଲେ ଓଁ ମଧ୍ୟ ଲେଖି ପାରିବେ । ପୂଜା କରିବା ସମୟରେ ମଥାରେ ତିଳକ ନିଶ୍ଚୟ କରନ୍ତୁ ।

ଘରର ମୁଖ୍ୟଦ୍ୱାରରେ ସର୍ବଦା ବନ୍ଦନବାର ଲଗାଇ ରଖନ୍ତୁ । ତିଳକ କରିବା ସମୟରେ ଚାଉଳ ଲଗାଇଲେ ଜୀବନରେ ସର୍ବଦା ଉନ୍ନତି ହୋଇଥାଏ । ଘରୁ ବାହାରିବା ସମୟରେ ଡାହାଣ ପାର୍ଶ୍ଵରେ କୌଣସି ଧାତୁ କିମ୍ବା ମାଟି କଳସରେ ପାଣି ଭରି ରଖନ୍ତୁ । ସେହି ପାଣି ସୁରକ୍ଷା କବଚ ଆକାରରେ କାମ କରିବ । ଯଦି ଘରେ କାହାରି ସ୍ୱାସ୍ଥ୍ୟ ସମସ୍ୟା ରହୁଛି ତେବେ ଏକ କାଚ ପାତ୍ରରେ ଗୋମତି ଚକ୍ର ଅତିକମରେ ପାଞ୍ଚଟି ରଖି ଦିଅନ୍ତୁ ଏବଂ ସେଥିରେ ଏକ କଉଡ଼ି ମଧ୍ୟ ରଖି ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *