Excuse Me Odisha

ଯାହା କହିବୁ ସତ କହିବୁ

ଘରର ରୋଷେଇ ଘରେ ଭୁଲରେ ଲୁଣ ସହିତ ରଖନ୍ତୁ ନାହିଁ ଏହି ଜିନିଷ । ନଚେତ ଆସିପାରେ ଭୟଙ୍କର ଦାରିଦ୍ର୍ୟତା ।

ସେୟାର୍ କରନ୍ତୁ

ଘରର ରୋଷେଇ ଘର ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହୋଇଥାଏ ଏବଂ ଏହା ଘରର ବାସ୍ତୁ ଦୋଷ ଏବଂ ଉନ୍ନତିର କାରକ ହୋଇଥାଏ । ଆଜିକାର ଲେଖାରେ ଆମେ ରୋଟି ଏବଂ ତାୱା ବିଷୟରେ କହିବୁ । କହିରଖିବୁ ଯେ ଘରେ ରୋଟି ତିଆରି କରିବା ସମୟରେ କେବେ ଗଣିବା ଉଚିତ ନୁହେଁ । ସର୍ବଦା ଗୋଟିଏ ଦୁଇଟି ତିନୋଟି ରୋଟି ଅଧିକ ହେଲେ ତାହା ଭଲ ହୋଇଥାଏ ।

କାରଣ ଜାତକ ନିୟମ ଅନୁଯାୟୀ ଯଦି ଆପଣ ଗଣିବା ସହିତ ନିୟନ୍ତ୍ରଣରେ ରୋଟି ତିଆରି କରନ୍ତି ତେବେ ଆପଣଙ୍କ ଭାଗ୍ୟ ଉପରେ ଖରାପ ପ୍ରଭାବ ପଡ଼ିବା ସହିତ ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିଥାଏ । କାରଣ ଘରେ ରୋଟି ତିଆରି ବାସ୍ତୁ ସହିତ ସଂଯୁକ୍ତ ରହିଛି । ଏମିତିରେ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏପରି କୁହାଯାଇଛି ଯେ ଘରେ ତିଆରି ହେଉଥିବା ପ୍ରଥମ ରୋଟି ଗାଈକୁ ଏବଂ ଶେଷ ରୋଟି କୁକୁରକୁ ଖାଇବାକୁ ଦେବା ଉଚିତ ।

ସନାତନ ଧର୍ମରେ ଅତିଥିଙ୍କୁ ଭଗବାନ ସ୍ୱରୂପ କୁହାଯାଇଛି । ଆପଣ ଅନୁମାନ ଲଗାଇ ଘରେ ରୋଟି ବନାଇବା ଉଚିତ । ଏହାଦ୍ବାରା ମାତା ଅନ୍ନପୂର୍ଣ୍ଣାଙ୍କ କୃପା ପ୍ରାପ୍ତ ହୋଇଥାଏ । ଏହାବ୍ୟତୀତ ରୋଟି ବନାଇବା ପରେ ବଳକା ଅଟା ଫ୍ରିଜରେ ଆଦୋୖ ରଖନ୍ତୁ ନାହିଁ କାରଣ ସେଥିରେ ବ୍ୟାକ୍ଟେରିଆ ସୃଷ୍ଟି ହେବା ଦ୍ୱାରା ତାହାକୁ ସେବନ କଲେ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ ।

ଅଟା ଚକଟିବା ସମୟରେ ତାହାକୁ ଗୋଲ ଆକାରରେ ନରଖି ସେଥିରେ ହାତ ମୁଠା କିମ୍ବା ଆଙ୍ଗୁଠି ଚିହ୍ନ ରଖି ଦିଅନ୍ତୁ ଯାହାଦ୍ୱାରା ତାହା ମଣିଷ ପାଇଁ ହେବ । ଅଟାର ସମ୍ବନ୍ଧ ସୂର୍ଯ୍ୟ ଏବଂ ମଙ୍ଗଳ ସହିତ ରହିଥାଏ ତେଣୁ ବଳକା ଅଟା ଫ୍ରିଜରେ ରଖିଲେ ତାହାକୁ ବନାଇ ଯଦି ଆପଣ ସେବନ କରନ୍ତି ତେବେ ତାହା ଉପରେ ରାହୁର ପ୍ରଭାବ ସୃଷ୍ଟି ହୋଇଥାଏ । ତେଣୁ ଏଭଳି ରୋଟି ବନାଇ କୁକୁରକୁ ଖାଇବାକୁ ଦିଅନ୍ତୁ , ଯାହାଦ୍ୱାରା ଆକସ୍ମିକ ସମସ୍ୟାରୁ ମୁକ୍ତି ମିଳିବ ।

ଘରେ ଶାନ୍ତି ଚାହୁଁଥିଲେ ବାସୀ ରୁଟି ବନାଇ ଘର ଲୋକଙ୍କୁ ଖାଇବାକୁ ଦିଅନ୍ତୁ ନାହିଁ । ହିନ୍ଦୁ ଧର୍ମରେ ନିୟମ ଅନୁଯାୟୀ ରୋଟି ବନାଇ ସାରିବା ପରେ ଗରମ ତାୱାରେ ପାଣି ଢ଼ାଳିବା ଉଚିତ ନୁହେଁ । ବାସ୍ତୁ ଶାସ୍ତ୍ର ଅନୁସାରେ ଗରମ ତାୱାରେ ପାଣି ଢ଼ାଳିଲେ ଜୀବନ ଉପରେ ଅକାରଣେ ସମସ୍ୟା ସୃଷ୍ଟି ହୋଇଥାଏ ।

ଏମିତିକି ତାୱା ଉପରେ ପାଣି ହଠାତ ପକାଇଲେ ଯେଉଁ ଶବ୍ଦ ସୃଷ୍ଟି ହୋଇଥାଏ ତାହା ଘରର ଶାନ୍ତିକୁ ଭଙ୍ଗ କରିଥାଏ ଯାହାକି ଘରର ନକରାତ୍ମକ ଶକ୍ତିକୁ ଆକର୍ଷିତ କରିଥାଏ ଏବଂ ଏହାଦ୍ବାରା ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ଯଦି ନିଜ ପରିବାରର ମଙ୍ଗଳ ଚାହୁଁଛନ୍ତି ତେବେ ରୋଟି ତାୱାରେ ବନାଇବା ପୂର୍ବରୁ ପ୍ରଥମେ ପାଣି ପକାଇ ଦିଅନ୍ତୁ ଏବଂ ତାପରେ ହଳଦୀ ଏବଂ ଲୁଣ ପକାଇ ପୋଛି ସାରିବା ପରେ ରୋଟି ତିଆରି କରନ୍ତୁ । ତାୱାକୁ ସର୍ବଦା ରୋଷେଇ ଘରର ଏଭଳି ସ୍ଥାନରେ ରଖନ୍ତୁ ଯାହା ଉପରେ କାହାରି ନଜର ପଡ଼ିବ ନାହିଁ ।

ରୋଷେଇ ଘରେ ତାୱାକୁ ଓଲଟା ରଖନ୍ତୁ ନାହିଁ । ନଚେତ ରାହୁ ଦୋଷ କାରଣରୁ ଜୀବନରେ ସମସ୍ୟା ସୃଷ୍ଟି ହେବ । ତାୱାକୁ ନେଇ ଆପଣ ଏକ ଖାସ ଉପାୟ କରି ପାରିବେ । ଯାହାଦ୍ୱାରା ଆପଣଙ୍କ ଭାଗ୍ୟ ବଦଳି ଯିବ । ଶନିବାର କିମ୍ବା ରବିବାର ଦିନ ରାତିରେ ରୁଟି କରି ସାରିବା ପରେ ଗରମ ତାୱାକୁ ହାତରେ ଓଲଟାଇ ଦୁଇଟି ଲବଙ୍ଗକୁ ସେକି ଦିଅନ୍ତୁ । ଯଦି ସେହି ଲବଙ୍ଗ ଫାଟି ଯାଏ ତେବେ ଜାଣି ନିଅନ୍ତୁ ଯେ ଆପଣଙ୍କ ଶତ୍ରୁ ଶାନ୍ତ ହୋଇଯିବେ ।

ଯଦି ଏଭଳି ନହେଉଛି ତେବେ ଲଗାତାର ପ୍ରତ୍ୟେକ ଶନିବାର କିମ୍ବା ରବିବାର କରନ୍ତୁ । ଯେଉଁ ଦିନ ଲବଙ୍ଗ ଫାଟିବା ଶବ୍ଦ କରିବ ସେହିଦିନ ଜାଣିବେ ଯେ ଆପଣଙ୍କ ଶତ୍ରୁ ଶାନ୍ତ ହୋଇଯିବେ । ତାୱାରେ କେବଳ ରୋଟି ବନାଇବା ଉଚିତ ତେଣୁ ଏଥିରେ ତରକାରୀ ଭୁଲରେବି ରାନ୍ଧନ୍ତୁ ନାହିଁ । କାରଣ ଏହାଦ୍ବାରା ରାହୁ ସମସ୍ୟା ସୃଷ୍ଟି ହୋଇଥାଏ । ଭୁଲରେବି ରୋଷେଇ ଘରେ ଲୁଣ ଏବଂ ହଳଦୀ ପାଖାପାଖି ରଖନ୍ତୁ ନାହିଁ । ଏମିତିକି ଲୁଣକୁ ସର୍ବଦା କାଚ ପାତ୍ରରେ ଦୁଇ ଚାରୋଟି ଲବଙ୍ଗ ପକାଇ ରଖିବା ଉଚିତ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *