Excuse Me Odisha

ଯାହା କହିବୁ ସତ କହିବୁ

ପୁରା ୫୮ ବର୍ଷ ପରେ ଆସୁଛି ଏଭଳି ସୂର୍ଯ୍ୟପରାଗ । ପରାଗ ପୂର୍ବରୁ ଚୁପଚାପ ଏହି ସ୍ଥାନରେ ରଖି ଦିଅନ୍ତୁ କୋଏନ । ଆପଣଙ୍କ ପୁରା ପିଢ଼ି କରିବେ ରାଜତ୍ୟ ।

ସେୟାର୍ କରନ୍ତୁ

ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଏପ୍ରିଲ ୨୦ ଗୁରୁବାର ଦିନ ଲାଗିବାକୁ ଯାଉଛି । ଯେହେତୁ ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ଚନ୍ଦ୍ରମା ଆସିଥାଏ ତେଣୁ ଏହି ସମୟରେ ସୂର୍ଯ୍ୟଙ୍କ ରଶ୍ମି ସମ୍ପୂର୍ଣ୍ଣ ଭାବରେ ପୃଥିବୀ ଉପରେ ପଡ଼ି ପାରେ ନାହିଁ କିମ୍ବା ଆଂଶିକ ଭାବରେ ପଡ଼ିଥାଏ । ଏଥରର ସୂର୍ଯ୍ୟପରାଗ ମେଷ ରାଶିରେ ଲାଗୁ ଥିବାରୁ ଏହା ଅତ୍ୟନ୍ତ ଭୟଙ୍କର ହେବାକୁ ଯାଉଛି । ତେଣୁ ଏହି ରାଶି ଉପରେ ସୂର୍ଯ୍ୟପରାଗର ଅଧିକ ପ୍ରଭାବ ପଡ଼ିବାକୁ ଯାଉଛି । ପରାଗ ୦୭.୦୪ ରୁ ୧୨.୩୯ ପର୍ଯ୍ୟନ୍ତ ଲାଗିବ ।

ତେଣୁ ଜୀବନ ଉପରେ ଏହାର ଅଧିକ ପ୍ରଭାବ ପଡ଼ିବାକୁ ଯାଉଛି । ବର୍ତ୍ତମାନ ସମୟରେ ବଞ୍ଚିବା ପାଇଁ ଟଙ୍କା ଆବଶ୍ୟକ ତେଣୁ ଧ୍ୟାନ ରଖିବେ ଯେ କାହାଠାରୁ ଟଙ୍କା ବ୍ୟୟ ନେବା ସମୟରେ କିମ୍ବା କାହାକୁ ଟଙ୍କା ଦେବା ସମୟରେ ପାଞ୍ଚ ଆଙ୍ଗୁଠିରେ ନିଅନ୍ତୁ । ଏହାଦ୍ବାରା ସବୁ ଗ୍ରହର ଶୁଭ ପ୍ରଭାବ ରହିବା କାରଣରୁ ଆର୍ଥିକ ସ୍ଥିତି ସଦୃଢ଼ ରହିଥାଏ । ଯଦି କାହାକୁ ଆପଣ ଟଙ୍କା ଶୁଭ ଆକାରରେ ଦେଉଛନ୍ତି ତେବେ ୧୧ , ୨୧ , ୧୦୧ ଏହିଭଳି ଦିଅନ୍ତୁ ।

ଅନେକ ସମୟରେ ବ୍ୟକ୍ତିଙ୍କ ପର୍ସ ଖାଲି ରହିଥାଏ ତେଣୁ ଏକ ଉପାୟ ଅନୁଯାୟୀ ଗୋଟିଏ କୋଏନ , ଲବଙ୍ଗ ଏବଂ ଏକ ନାଲି କପଡ଼ା ନିଅନ୍ତୁ । ମାତା ଲକ୍ଷ୍ମୀଙ୍କ ସମ୍ମୁଖରେ ନାଲି କପଡ଼ା ରଖି ତାହା ଉପରେ ଗୋଟିଏ କୋଏନ ଏବଂ ଲବଙ୍ଗ ରଖି ଦିଅନ୍ତୁ । ମାତା ଲକ୍ଷ୍ମୀଙ୍କ ମନ୍ତ୍ର କିଛି ସମୟ ଜପ କରିବା ପରେ କପଡ଼ାକୁ ଗୁଡ଼ାଇ ପର୍ସରେ ରଖି ଦିଅନ୍ତୁ । ଏହାଦ୍ବାରା ଉନ୍ନତି ବଜାୟ ରହିଥାଏ ଏବଂ ପର୍ସ କେବେ ଖାଲି ରହି ନଥାଏ ।

ଅନେକ ସମୟରେ ଧନ ସମ୍ବନ୍ଧୀୟ ସମସ୍ୟା ଅଧିକ ଦେଖା ଦେଲେ ଏକ କୋଏନ ନେଇ ସେଥିରେ ନାଲି ରଙ୍ଗର କୌଣସି ଭାଷାରେ ବି ନିଜ ନାମର ପ୍ରଥମ ଅକ୍ଷର ଲେଖି ଦିଅନ୍ତୁ । ବର୍ତ୍ତମାନ ତାହାକୁ ଘରର ଛାତ ଉପରେ ଟାଙ୍କି ଥିଲେ ତାହା ଉପରେ ରଖି ଦିଅନ୍ତୁ ଯେପରି ନାମ ଲେଖା ଯାଇଥିବା ପାର୍ଶ୍ଵ ଆକାଶ ଆଡ଼କୁ ରହିବ ।

ତାପରେ ସେହି କୋଏନକୁ ରାତି ସାରା ଚନ୍ଦ୍ର ଆଲୁଅରେ ରଖନ୍ତୁ । ଆଗାମୀ ଦିନ ତାହାକୁ ଉଠାଇ ନିଜ ପର୍ସରେ ରଖି ଦିଅନ୍ତୁ । ଯେତେ ଦିନ ପର୍ଯ୍ୟନ୍ତ ଆପଣଙ୍କ ପର୍ସରେ ସେହି କୋଏନ ଥିବ ଆପଣଙ୍କ ପାଖରେ ଧନର ଅଭାବ ହେବ ନାହିଁ । କରଜ ଜନିତ ସମସ୍ୟା ଥିଲେ ଏକ ଧଳା କପଡ଼ା ଉପରେ ଏକ ଚିମୁଟା ନାଲି ମସୁର ଡାଲି , ଏକ ଚିମୁଟା ଚାଉଳ ଏବଂ ଏକ କୋଏନ ରଖି ବାନ୍ଧି ଦିଅନ୍ତୁ ଏବଂ ନିଜ ମୁଣ୍ଡ ଉପର ଦେଇ ସାତ ଥର ବୁଲାଇ କୌଣସି ଅଶ୍ୱତ୍ଥ ଗଛ ମୂଳରେ ରଖି ଦିଅନ୍ତୁ ଏବଂ ବିନା ପଛକୁ ବୁଲି ଘରକୁ ପଳାଇ ଆସନ୍ତୁ । ଆର୍ଥିକ ସମସ୍ୟା ଥିଲେ ଏକ ମାଟିର କଳସ କିମ୍ବା ମାଟିର ଦୀପରେ ସ୍ୱସ୍ତିକ ଚିହ୍ନ ବନାଇ ସେଥିରେ ଜଳ ରଖି ଗୋଟିଏ ଦିନ ଛାଡ଼ି ଦିଅନ୍ତୁ ଏବଂ ଆଗାମୀ ଦିନ ସେହି ଜଳକୁ କୌଣସି ଗଛ ମୂଳରେ ଢ଼ାଳି ଦିଅନ୍ତୁ । ଏହି ଉପାୟକୁ ଲଗାତାର ପାଞ୍ଚ ଦିନ ପର୍ଯ୍ୟନ୍ତ କରନ୍ତୁ ।

ମାତା ଲକ୍ଷ୍ମୀଙ୍କ ସ୍ଥାୟୀ ବାସ ପାଇଁ ଘରେ ମାଟିରେ ଦୀପରେ ଏକ କୋଏନକୁ ଚାଉଳ ତଳେ ରଖି ତାହା ଉପରେ ଦୁବ ରଖି ଏକ ନାଲି କପଡ଼ାରେ ଗୁଡ଼ାଇ ଧନ ରଖା ଯାଉଥିବା ସ୍ଥାନରେ ରଖି ଦିଅନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହେବା ସହିତ କେବେବି ଧନର ଅଭାବ ହୁଏନାହିଁ । ଏକ ଚାନ୍ଦିର ପ୍ଲେଟ ଉପରେ ଏକ କୋଏନ ରଖି ଉପରେ କିଛି ଚାଉଳ ଦାନା ରଖି ଦିଅନ୍ତୁ ଏବଂ ପୂଜା ଘରେ ତାହାକୁ ସ୍ଥାପିତ କରି ଦିଅନ୍ତୁ । କୌଣସି କାମରେ ବାହାରକୁ ଗଲେ ଗୋଟିଏ ଲେଖାଏଁ ଚାଉଳ ଦାନା ନେଇ ଯାଆନ୍ତୁ ।

ଏହାଦ୍ବାରା ଆପଣଙ୍କ କାମ ନିଶ୍ଚିତ ଭାବରେ ସଫଳ ହେବ । ଶନି ସମ୍ବନ୍ଧୀୟ ସମସ୍ୟା ଥିଲେ ଏକ କଳା କପଡ଼ା ଉପରେ କଳା ତିଳ , କଳା ମୁଗ ଏବଂ କୋଏନ ରଖି ମୁଣ୍ଡ ଉପର ଦେଇ ତିନି ଥର ବୁଲାଇ ଅଶ୍ୱତ୍ଥ ଗଛ ମୂଳରେ ରଖି ଦିଅନ୍ତୁ । ଅମାବାସ୍ୟା କିମ୍ବା ବୁଧବାର ଦିନ ଗଣେଶଙ୍କୁ ଏକ କୋଏନ ଏବଂ ସୁପାରି ଅର୍ପିତ କରି ଦିଅନ୍ତୁ । ବାହାରକୁ କୌଣସି କାମରେ ଗଲେ ସୁପାରିକୁ ନିଜ ପକେଟରେ ନେଇ ଯାଆନ୍ତୁ ଏବଂ କୋଏନଙ୍କୁ ଗଣେଶଙ୍କ ପାଖରେ ରଖି ଯାଆନ୍ତୁ । ଏହାଦ୍ବାରା ଆପଣ କାର୍ଯ୍ୟରେ ସଫଳ ହେବେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *