Excuse Me Odisha

ଯାହା କହିବୁ ସତ କହିବୁ

ପୂଜାଘରେ ଏହି ଗୋଟିଏ ଭୁଲ କେବେ ହେବାକୁ ଦିଅନ୍ତୁ ନାହିଁ । ପୁରା ଘର ହୋଇଯାଏ ବର୍ବାଦ , ଆସିଥାଏ ଭୟଙ୍କର ଦାରିଦ୍ର୍ୟତା ।

ସେୟାର୍ କରନ୍ତୁ

ହିନ୍ଦୁ ଧର୍ମ ଅନୁଯାୟୀ ପ୍ରତ୍ୟେକ ଦିନ ଘରର ମନ୍ଦିରରେ ସକାଳ ସନ୍ଧ୍ୟାରେ ଦୀପ ଜାଳିବା ଜରୁରୀ ଅଟେ । କାରଣ ଏହାଦ୍ବାରା ନକରାତ୍ମକ ଶକ୍ତି ଘରୁ ବାହାର ହୋଇଥାଏ ଏବଂ ସକାରାତ୍ମକତା ସୃଷ୍ଟି ହୋଇଥାଏ । ଘରର ମନ୍ଦିରରେ ଦୀପ ନଜାଳିଲେ ଘରର ମୁରବିଙ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ ଏବଂ ଘରର ଛୋଟ ପିଲା ବଡ଼ ଲୋକଙ୍କ କଥା ମାନନ୍ତି ନାହିଁ । ଯେଉଁ କାରଣରୁ ଘରର ପୁରା ବାତାବରଣ ଖରାପ ହୋଇଯାଏ । ତେଣୁ ଘରେ ସନ୍ଧ୍ୟା ସମୟରେ ବିଶେଷ କରି ଦୀପ ନଜାଳିଲେ ଘରେ ନକରାତ୍ମକ ବାତାବରଣ ସୃଷ୍ଟି ହୋଇଥାଏ ।

ଆପଣ ପ୍ରତ୍ୟେକ ଦିନ ଏହି କାମ କରିବାକୁ ସମ୍ଭବ ନହେଲେ ଘରର ଅନ୍ୟ କେହି ସଦସ୍ୟ ମଧ୍ୟ ଏହା କରି ପାରିବେ । ଯେଉଁ ଘରେ ଲୋକେ ଦୀର୍ଘ ସମୟ ଧରି ଅସୁସ୍ଥ ରହନ୍ତି ଏହା ମଧ୍ୟ ନକରାତ୍ମକତାର କାରଣ ହୋଇଥାଏ । ତେଣୁ ସନ୍ଧ୍ୟା ସମୟରେ ସୂର୍ଯ୍ୟାସ୍ତ ପରେ ସୃଷ୍ଟି ହେଉଥିବା ନକରାତ୍ମକ ଶକ୍ତିକୁ ନଷ୍ଟ କରିବା ପାଇଁ ହାତ ଗୋଡ଼ ଧୋଇ ପୂଜଘରେ ଘିଅ , ସୋରିଷ ତେଲ କିମ୍ବା ତିଳ ତେଲରେ ଦୀପ ଜାଳି ପୂର୍ବ ଦିଗରେ ରଖିବା ଉଚିତ ।

ଯଦି ଘରେ ଆର୍ଥିକ ସମସ୍ୟା କିମ୍ବା ବ୍ୟବସାୟ ଏବଂ ଚାକିରୀ ସମ୍ବନ୍ଧୀୟ ସମସ୍ୟା ରହିଛି ତେବେ ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ସୋରିଷ ତେଲ ଦୀପ ଜଳାଇ ଉତ୍ତର ଦିଗରେ ରଖି ଦିଅନ୍ତୁ । ସମସ୍ୟା ଥିବା ବ୍ୟକ୍ତି ଏହି ଉପାୟ କଲେ ଭଲ ଫଳ ପ୍ରାପ୍ତ ହୋଇଥାଏ । ସନ୍ଧ୍ୟା ସମୟରେ ପୂଜଘରେ ସୋରିଷ ତେଲ , ତିଳ ତେଲ କିମ୍ବା ଘିଅ ଦୀପ ଜାଳିଲେ ସେଥିରୁ ବାହାରୁଥିବା ଅଗ୍ନି ଶିଖା ଏବଂ ଧୂଆଁ ବାତାବରଣରେ ଥିବା ନକରାତ୍ମକତାକୁ ସମ୍ପୂର୍ଣ୍ଣ ନଷ୍ଟ କରିଥାଏ ।

ସାଧରଣତଃ ଲୋକେ ଘରର ପୂଜା ଘରେ ଭିନ୍ନ ଭିନ୍ନ ଦେବଦେବୀଙ୍କ ମୂର୍ତ୍ତି ସ୍ଥାପିତ କରି ରଖିଥାନ୍ତି । ତେବେ ପୂଜଘରେ ସାଧରଣତଃ କିଛି ଦେବଦେବୀଙ୍କ ମୂର୍ତ୍ତି ସହିତ ଆଉ କିଛି ମୂର୍ତ୍ତି ରଖିବା ଦ୍ୱାରା ରାଜଯୋଗ ସୃଷ୍ଟି ହୋଇଥାଏ । ଆଜିକାର ଲେଖାରେ ଆମେ ସେହି ସବୁ ଦେବେଦେବୀଙ୍କ ନାମ କହିବୁ । ସର୍ବପ୍ରଥମେ ହେଉଛି ରାଧା କୃଷ୍ଣ ମୂର୍ତ୍ତି । ଆପଣ ବାଳ ଗୋପାଳଙ୍କ ମୂର୍ତ୍ତି ରଖୁଥିଲେ ରାଧାଙ୍କ ମୂର୍ତ୍ତି ରଖନ୍ତୁ କାରଣ ରାଧା ଏବଂ କୃଷ୍ଣ ଯୋଡ଼ି ପ୍ରେମ ଏବଂ ଏକତାର ପ୍ରତୀକ ହୋଇଥାଏ ।

ରାଧା କୃଷ୍ଣଙ୍କ ମୂର୍ତ୍ତି ରଖିବା ଦ୍ୱାରା ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିବାଦ ହୁଏନାହିଁ । ସମ୍ପର୍କ ମଧୁର ଏବଂ ଦୃଢ଼ ହେବା ସହିତ ପରିବାରର ଅନ୍ୟ ସଦସ୍ୟଙ୍କ ସହିତ ମଧ୍ୟ ସମ୍ବନ୍ଧ ଭଲ ରହିଥାଏ । ପୂଜଘରେ ଲକ୍ଷ୍ମୀ ନାରାୟଣଙ୍କ ମିଳିତ ଭାବରେ ମୂର୍ତ୍ତି କିମ୍ବା ଫୋଟ ରଖିବା ଉଚିତ । ଏହାବ୍ୟତୀତ ତ୍ରିଦେବଙ୍କ ମୂର୍ତ୍ତି ଅର୍ଥାତ ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କ ମିଳିତ ଭାବରେ ମୂର୍ତ୍ତି ରଖିଲେ ଘରେ ସୁଖ ସମୃଦ୍ଧିର ଅଭାବ ହୁଏନାହିଁ । ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ରଖୁଥିଲେ ବାମ ପାର୍ଶ୍ଵରେ ଭଗବାନ ଗଣେଶ ଏବଂ କୁବେରଙ୍କ ମୂର୍ତ୍ତି ରଖିଲେ ଧନ ହାନୀ ହୁଏନାହିଁ ।

ମାତା ଲକ୍ଷ୍ମୀଙ୍କ ସହିତ ଗଣେଶଙ୍କ ପୂଜା କଲେ କେବେବି ଧନର ଅଭାବ ଘରେ ପରିଲକ୍ଷିତ ହୁଏ ନାହିଁ । ପୂଜା ଘରେ ଆପଣ ଚାହିଁଲେ କେବଳ ହନୁମାନଙ୍କ ମୂର୍ତ୍ତି ରଖି ପାରିବେ । ମାତ୍ର ଯଦି ଆପଣ ଶ୍ରୀରାମଚନ୍ଦ୍ରଙ୍କ ମୂର୍ତ୍ତି ରଖୁଛନ୍ତି ତେବେ ସାଥୀରୀ ହନୁମାନଙ୍କ ମୂର୍ତ୍ତ ରଖନ୍ତୁ । ଏହାଦ୍ବାରା ଉଭୟ ରାମଚନ୍ଦ୍ର ଏବଂ ହନୁମାନଙ୍କ ଆଶୀର୍ବାଦ ପ୍ରାପ୍ତ ହେବ । ଏହାଦ୍ବାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଏ ।

ତ୍ରିଦେବ ହେଉଛନ୍ତି ବ୍ରହ୍ମା , ବିଷ୍ଣୁ ଏବଂ ମହେଶ୍ୱର । ସୃଷ୍ଟିର ନିର୍ମାଣ ଏବଂ ପରିଚାଳନା ପାଇଁ ଏହି ତ୍ରିଦେବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ତ୍ରିଦେବଙ୍କ ମିଳିତ ଆଶୀର୍ବାଦ ପାଇବା ପାଇଁ ପୂଜାଘରେ ତ୍ରିଦେବଙ୍କ ମୂର୍ତ୍ତି କିମ୍ବା ଫୋଟ ରଖନ୍ତୁ । ତ୍ରିଦେବଙ୍କ ପୂଜା କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ରହିବା ସହିତ ସବୁ ପ୍ରକାର ବାଧା ବିଘ୍ନ ମଧ୍ୟ ଦୂରେଇ ଯାଏ । ଯଦି ଆପଣ ପୂଜାଘରେ ଗଣେଶ ମୂର୍ତ୍ତି ରଖୁଛନ୍ତି ତେବେ ଯୁଗ୍ମ ସଂଖ୍ୟକ ଅର୍ଥାତ ୨ , ୪ କିମ୍ବା ଅଧିକ ରଖି ପାରନ୍ତି ।

ମାତ୍ର ୩ କିମ୍ବା ୫ ଭଳି ଆଯୁଗ୍ମ ସଂଖ୍ୟକ ମୂର୍ତ୍ତି ରଖିବା ଅଶୁଭ ହୋଇଥାଏ । ଏସବୁ ବ୍ୟତୀତ ଗଣେଶ ମୂର୍ତ୍ତିକୁ ରଖିବାର ଉପଯୁକ୍ତ ସ୍ଥାନ ମଧ୍ୟ ରହିଛି । ମନେ ରଖିବେ ଗଣେଶ ମୂର୍ତ୍ତିକୁ ମୁଖ୍ୟଦ୍ୱାର ଦିଗରେ ରଖି ପୂଜା କରିବା ଅତ୍ୟନ୍ତ ଉତ୍ତମ ହୋଇଥାଏ । ଭୁଲରେବି ଶିବଲିଙ୍ଗ ରଖନ୍ତୁ ନାହିଁ । ମାତ୍ର ଯଦିବି ଆପଣ ଶିବଲିଙ୍ଗ ରଖୁଛନ୍ତି ତେବେ ବୃଦ୍ଧା ଆଙ୍ଗୁଠି ଠାରୁ ବଡ଼ ଆକାରର ଶିବଲିଙ୍ଗ ରଖନ୍ତୁ ନାହିଁ । ନଚେତ ଘରକୁ ସମସ୍ୟା ଆସିଥାଏ । ଏହାବ୍ୟତୀତ ଶିବଲିଙ୍ଗ ଉପରେ ଭୁଲରେ ବି ତୁଳସୀ ପତ୍ର ଦିଅନ୍ତୁ ନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *