Excuse Me Odisha

ଯାହା କହିବୁ ସତ କହିବୁ

ଜାଣି ରଖନ୍ତୁ ଏପ୍ରିଲ ୨୦ ସୂର୍ଯ୍ୟପରାଗର ସମୟ , ସୂତକ କାଳ ଏବଂ ପ୍ରତିବନ୍ଧକ ସମ୍ବନ୍ଧରେ । ଏହିଦିନ ଭୁଲରେବି କରନ୍ତୁ ନାହିଁ ଏହି କେତୋଟି କାମ ।

ସେୟାର୍ କରନ୍ତୁ

ଚଳିତ ବର୍ଷ ପ୍ରଥମ ସୂର୍ଯ୍ୟ ପରାଗ ପଡ଼ିବାକୁ ଯାଉଛି । ଯାହାକୁ ନେଇ ଲୋକେ ଦ୍ଵନ୍ଦରେ ରହିଛନ୍ତି ଯେ ଏହାର ପ୍ରଭାବ କିପରି ରହିବ ଏବଂ ଏହାର ସୂତକ କାଳ ମାନ୍ୟ ହେବ କି ନାହିଁ । ଏମିତିରେ ବୈଜ୍ଞାନିକ ମାନ୍ୟତା ଅନୁଯାୟୀ ସୂର୍ଯ୍ୟ ଏବଂ ପୃଥିବୀ ମଝିରେ ଚନ୍ଦ୍ର ଆସିଲେ ତାହାକୁ ସୂର୍ଯ୍ୟପରାଗ କୁହାଯାଏ ମାତ୍ର ଧାର୍ମିକ ମାନ୍ୟତା ଅନୁଯାୟୀ ଏଭଳି କାହାଣୀ ରହିଛି ଯେ ରାହୁ ଏବଂ କେତୁ ନିଜର ପ୍ରତିଶୋଧ ପାଇଁ ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କୁ ନିଜର ଗ୍ରାସ ବନାଇଥାନ୍ତି ।

ମାତ୍ର ସୂର୍ଯ୍ୟପରାଗର ପ୍ରଭାବ ପ୍ରତ୍ୟେକ ଲୋକଙ୍କ ଉପରେ ପଡ଼ିଥାଏ । ଚଳିତ ବର୍ଷ ସୂର୍ଯ୍ୟ ପରାଗ ଏପ୍ରିଲ ୨୦ ଗୁରୁବାର ଦିନ ସକାଳ ୭.୦୫ ରୁ ୧୨.୩୯ ପର୍ଯ୍ୟନ୍ତ ପଡ଼ିବ । ପରାଗର ଅବଧି ୫ ଘଣ୍ଟା ୨୪ ମିନିଟ । ଏହି ପରାଗ ଭାରତରେ ଦୃଶ୍ୟମାନ ହେଉ ନଥିବାରୁ ଏହାର ସୂତକ କାଳ ମାନ୍ୟ ହେବ ନାହିଁ । କିନ୍ତୁ ପରାଗ କାରଣରୁ ଏହାର ପ୍ରଭାବ ସମଗ୍ର ପୃଥିବୀ ଏବଂ ଜୀବଜନ୍ତୁ ଉପରେ ପଡ଼ିବ ।

ଏହାବ୍ୟତୀତ ସବୁ ରାଶି ଉପରେ ଏହାର ଗଭୀର ପ୍ରଭାବ ପଡ଼ିବ । କହି ରଖିବୁ ଯେ ସୂର୍ଯ୍ୟପରାଗର ୧୨ ଘଣ୍ଟା ପୂର୍ବରୁ ଏବଂ ଚନ୍ଦ୍ରଗ୍ରହଣର ୯ ଘଣ୍ଟା ପୂର୍ବରୁ ସୂତକ କାଳ ଲାଗିଥାଏ । ତେଣୁ ଜ୍ୟୋତିଷ ମାନ୍ୟତା ଅନୁଯାୟୀ ଏହି ସମୟରେ ଶୁଭ କାର୍ଯ୍ୟ ପୂଜା ପାଠ ବର୍ଜିତ ଅଟେ । ଗ୍ରହଣ ସମୟରେ ଅସୁସ୍ଥ ଏବଂ ଗର୍ଭବତୀ ମହିଳାଙ୍କୁ ଛାଡ଼ି ଅନ୍ୟ କୌଣସି ବ୍ୟକ୍ତି ଭୋଜନ ଗ୍ରହଣ କରିବା ଉଚିତ ନୁହେଁ ।

ତେବେ ଗ୍ରହଣ ସମୟରେ କିଛି ଏପରି କାର୍ଯ୍ୟ ରହିଛି ଯାହା କରିବା ଉଚିତ ନୁହେଁ ଏବଂ କିଛି ଏଭଳି କାମ ରହିଛି ଯାହାକୁ ଗ୍ରହଣ ଶେଷ ହେବାର ତୁରନ୍ତ ପରେ କରିବା ଉଚିତ । ସୂତକ କାଳ ଠାରୁ ଆରମ୍ଭ କରି ଗ୍ରହଣ ସମାପ୍ତ ହେବା ପର୍ଯ୍ୟନ୍ତ ଭଗବାନଙ୍କ ମୂର୍ତ୍ତିକୁ ସ୍ପର୍ଶ କରିବା ଉଚିତ ନୁହେଁ ଏବଂ ମନ୍ଦିରର ଦ୍ୱାର ମଧ୍ୟ ଖୋଲିବା ଉଚିତ ନୁହେଁ ।

ଆପଣ ମନ୍ତ୍ର ଜପ କରି ପାରିବେ । ମାତ୍ର ଏହି ସମୟରେ ମନ୍ଦିରର ଦ୍ୱାର ଖୋଲିଲେ ଘରୁ ସୁଖ ସମୃଦ୍ଧି ଚାଲିଯାଏ । ପରାଗ ସମୟରେ ଶୁନଶାନ ଜାଗାକୁ ଯିବା ଉଚିତ ନୁହେଁ । ନଚେତ ଏହି ସମୟରେ କୌଣସି ନକରାତ୍ମକ ଶକ୍ତିର ପ୍ରଭାବ ଆପଣଙ୍କ ଉପରେ ପଡ଼ିପାରେ । ସୂର୍ଯ୍ୟ ପରାଗ ସମୟରେ ବ୍ୟକ୍ତିକୁ କୌଣସି ନୂଆ କାର୍ଯ୍ୟର ଆରମ୍ଭ କରିବା ଉଚିତ ନୁହେଁ । ଏହି ସମୟରେ ଭୋଜନ କରିବା କିମ୍ବା ରୋଷେଇ କରିବା ବର୍ଜିତ ହେବା ସହିତ ଗର୍ଭବତୀ ମହିଳା ମାନେ କୁଆଡ଼େ ବାହାରକୁ ଯିବା ଉଚିତ ନୁହେଁ ।

ଏହି ସମୟରେ କେଶ କୁଣ୍ଡାଇବା , ନଖ କାଟିବା କିମ୍ବା ଚୁଟି କାଟିବା ଉଚିତ ନୁହେଁ । ଗ୍ରହଣ ସମୟରେ ବ୍ୟକ୍ତି ଶୋଇବା ମଧ୍ୟ ଉଚିତ ନୁହେଁ । ପରାଗ ସମୟରେ ସମ୍ବନ୍ଧ ସ୍ଥାପନ କରିବା ଉଚିତ ନୁହେଁ ନଚେତ ସେହି ବ୍ୟକ୍ତି ନର୍କ ଯାତ୍ରା କରିଥାଏ । ଏଭଳି ମାନ୍ୟତା ରହିଛି ଯେ ଯେଉଁ ବ୍ୟକ୍ତି ପରାଗ ସମୟରେ ଭୋଜନ କରିଥାଏ ତାକୁ ଅନୁଗତି ପ୍ରାପ୍ତ ହୋଇଥାଏ ।

ଯେଉଁ ବ୍ୟକ୍ତି ପରାଗ ସମୟରେ ଶୋଇଥାଏ ସେହି ବ୍ୟକ୍ତିର ରୋଗ ପ୍ରତିରୋଧକ କ୍ଷମତା କମିଯାଏ । ଯେଉଁ କାରଣରୁ ରୋଗ ବଢ଼ିଥାଏ । ଯେଉଁ ବ୍ୟକ୍ତି ପରାଗ ସମୟରେ ତେଲ ମାଲିସ କରିଥାଏ ଏବଂ ଉବଟାନ ଲଗାଇଥାଏ ତାଙ୍କୁ ରୋଗ ହେବାର ସମ୍ଭାବନା ରହିଥାଏ । ଏହାଦ୍ବାରା ଘରକୁ ଦାରିଦ୍ର୍ୟତା ଆସିଥାଏ । ପରାଗ ସମୟରେ ସିଧାସଳଖ ସୂର୍ଯ୍ୟ ନଦେଖି ଏକ୍ସରେ ପେପର କିମ୍ବା ହଳଦୀ ପାଣିରେ ଦେଖନ୍ତୁ ନଚେତ ଏହାଦ୍ବାରା ଆଖି ଉପରେ ଖରାପ ପ୍ରଭାବ ପଡ଼ିଥାଏ ।

ଗ୍ରହଣ ପରେ ସର୍ବପ୍ରଥମେ ପିନ୍ଧିଥିବା ପୋଷାକକୁ ଧୋଇ ସ୍ନାନ କରିବା ଉଚିତ । ଏହି ସମୟରେ ପବିତ୍ର ନଦୀ ସ୍ନାନ ସମ୍ଭବ ନହେଲେ ଘରେ ପାଣିରେ ଗଙ୍ଗା ଜଳ ମିଶାଇ ସ୍ନାନ କରନ୍ତୁ ଏବଂ ତାଜା ଭୋଜନ ବନାଇ ସେବନ କରନ୍ତୁ । ଗ୍ରହଣ ପରେ ଦାନ କରିବା ଦ୍ୱାରା ଅକ୍ଷତ ପୁଣ୍ୟର ପ୍ରାପ୍ତି ହୋଇଥାଏ ଏବଂ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *