Excuse Me Odisha

ଯାହା କହିବୁ ସତ କହିବୁ

ରାତିରେ ପେଚାର ଶବ୍ଦ ଶୁଣିବା ମାତ୍ରେ ମିଳିଥାଏ ଏହି ତିନୋଟି ସଙ୍କେତ । ଦୁର୍ଲକ୍ଷ କରନ୍ତୁ ନାହିଁ ।

ସେୟାର୍ କରନ୍ତୁ

ପ୍ରାଚୀନ କାଳର ମାନ୍ୟତା ଅନୁଯାୟୀ ପଶୁ ପକ୍ଷୀଙ୍କ ଠାରୁ ପ୍ରକୃତି ସହିତ ଜଡ଼ିତ ଅନେକ ସଙ୍କେତ ପ୍ରାପ୍ତ ହୋଇଥାଏ । କିଛି ପକ୍ଷୀ ଘରକୁ ଆସିଲେ ଶୁଭ କିମ୍ବା ଅଶୁଭ ସଙ୍କେତ ମିଳିଥାଏ ଯାହାକୁ ମନୁଷ୍ୟ ଅଣଦେଖା କରିବା ଉଚିତ ନୁହେଁ । ରାତିରେ ମନୁଷ୍ୟକୁ ଅନେକ ପ୍ରକାର ଶବ୍ଦ ଶୁଣା ଯାଇଥାଏ । ସେହିଭଳି କିଛି ଭୟଙ୍କର ଶବ୍ଦ ଠାରୁ ମନୁଷ୍ୟକୁ ସାବଧାନ ରହିବା ଉଚିତ । ହଠାତ ଯଦି କିଛି ଏଭଳି କିଛି ଶବ୍ଦ ଶୁଣାଯାଏ ତେବେ ତାହା ଆପଣଙ୍କ ପାଇଁ ଏକ ସଙ୍କେତ ହୋଇପାରେ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ପଶୁ ପକ୍ଷୀଙ୍କ ଦ୍ୱାରା ମିଳୁଥିବା ଶୁଭ ଏବଂ ଅଶୁଭ ସଙ୍କେତ ବିଷୟରେ କହିବାକୁ ଯାଉଛୁ ।

୧ . ପାରା:-

ପାରା ସାଧରଣତଃ ସବୁଠି ଦେଖା ଯାଇଥାଏ । ଶାସ୍ତ୍ରରେ ପାରାକୁ ପ୍ରେମ ସମ୍ବନ୍ଧ ସହିତ ଯୋଡ଼ି ଦେଖା ଯାଇଛି । କିନ୍ତୁ ଅଧିକାଂଶ ଲୋକେ ପାରାକୁ ପସନ୍ଦ କରନ୍ତି ନାହିଁ କାରଣ ପାରା ଅପରିଷ୍କାର ସୃଷ୍ଟି କରିଥାଏ । କିନ୍ତୁ ଶାସ୍ତ୍ରରେ ଘରକୁ ପାରା ଆସିଲେ ଅତ୍ୟନ୍ତ ଶୁଭ ମାନା ଯାଇଛି । ଯଦି ପାରା ଆପଣଙ୍କ ଘର ଦ୍ୱାରରେ ବସି ଶବ୍ଦ କରିଥାଏ ତେବେ ଧନ ପ୍ରାପ୍ତି ହୋଇଥାଏ । ମାତ୍ର ପାରା ବସା ବନାଇବା ଅଶୁଭ ହୋଇଥାଏ । ଶାସ୍ତ୍ରରେ ପାରାକୁ ଦାନା ଦେବା ଶୁଭ ହୋଇଥାଏ ଏବଂ ଏହାଦ୍ବାରା ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

୨ . ମୟୁର:-

ମୟୁର ଏକ ଅତ୍ୟନ୍ତ ଶୁଭ ଏବଂ ପବିତ୍ର ପକ୍ଷୀ ହୋଇଥାଏ ଏବଂ ତାହା ମାତା ଲକ୍ଷ୍ମୀଙ୍କ ବାହାନ ହୋଇଥାଏ । ମୟୁର ଭଗବାନ କାର୍ତ୍ତିକଙ୍କର ମଧ୍ୟ ବାହାନ ହୋଇଥାଏ ଏବଂ ସ୍ବୟଂ ଭଗବାନ ଶ୍ରୀକୃଷ୍ଣ ନିଜ ନିଜ ମଥାରେ ମୟୁର ପର ଖସିଥାନ୍ତି । ମୟୁର ଆସି ଆପଣଙ୍କ ଘରେ ବସିଲେ ତାହା ଅତ୍ୟନ୍ତ ଶୁଭ ସଙ୍କେତ ହୋଇଥାଏ ଏବଂ ଘରର ଉନ୍ନତି ହୋଇଥାଏ । ସେହି ଘରର ଶତ୍ରୁଙ୍କ ନାଶ ହେବା ସହିତ ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ନେହ ପ୍ରେମ ବଢ଼ିଥାଏ । ଯଦି ଆପଣ କୌଣସି କାମ ପାଇଁ ବାହାରକୁ ଯିବା ସମୟରେ ମୟୁର ଦେଖୁଛନ୍ତି ତେବେ ସେହି କାର୍ଯ୍ୟରେ ନିହାତି ସଫଳ ହେବେ । ମାତ୍ର ସାବଧାନ ଯେ ମୟୁରକୁ ମାରିବା ଦ୍ୱାରା ମଣିଷ ପାପର ଭାଗିଦାର ହୋଇଥାଏ ।

୩ . ବାଇ ଚଢ଼େଇ:-

ଯଦି ଆପଣଙ୍କ ଘରକୁ ବାଇ ଚଢ଼େଇ ଆସି ବସା ବନାଇ ଥାଏ ତେବେ ଘରକୁ ଧନର ଆଗମନ ହୋଇଥାଏ । ବାଇ ଚଢ଼େଇ ଆପଣଙ୍କ ମୁଣ୍ଡରେ ବିଟ କଲେ ତାହା ଶୁଭ ହୋଇଥାଏ । ଏହାର ଅର୍ଥ ଆପଣଙ୍କୁ କିଛି ଶୁଭ ସମାଚାର ମିକିବାକୁ ଯାଉଛି । ଯଦି ବାଇ ଚଢ଼େଇ ଆପଣଙ୍କ ଘରକୁ ବିନା ଭୟରେ ଆସି ବସୁଛି ତେବେ ଆପଣଙ୍କ ଘରେ ସକାରାତ୍ମକ ଶକ୍ତିର ଉପସ୍ଥିତି ରହିଛି ।

୪ . ପେଚା:-

କିଛି ଲୋକ ପେଚାକୁ ଶୁଭ ମାନନ୍ତି । ଆଉ କିଛି ଲୋକ ଅଶୁଭ ମାନନ୍ତି । ପେଚା ଏକ ନିଶାଚର ପକ୍ଷୀ ଅଟେ ଯାହାକି ରାତିରେ ଜାଗ୍ରତ ରହିଥାଏ ଏବଂ ଦିନରେ ଶୋଇଥାଏ । କାରଣ ପେଚାର ଆଖି ଏବଂ ମୁହଁ ଅତ୍ୟନ୍ତ ଭୟଙ୍କର ହୋଇଥାଏ । ପେଚା ନିଜ ବେକକୁ ଚାରି ଦିଗକୁ ବୁଲାଇ ପାରେ । ମାତ୍ର ଭୟଙ୍କର ଶବ୍ଦ କାରଣରୁ ଲୋକେ ଏହାକୁ ଅଶୁଭ ମାନିଥାନ୍ତି । ପୁରାଣରେ ବର୍ଣ୍ଣିତ କାହାଣୀ ଅନୁଯାୟୀ ମାତା ଲକ୍ଷ୍ମୀ ପ୍ରଥମ ଥର ପୃଥିବୀ ପୃଷ୍ଠକୁ ଆସି କେବଳ ପେଚାକୁ ହିଁ ଦେଖିବାକୁ ପାଇଥିଲେ । କାରଣ ସେତେବେଳେ ସାରା ପୃଥିବୀରେ ସବୁ ଜୀବଜନ୍ତୁ ନିଦ୍ରାରେ ଥିଲେ । ତେଣୁ ସେହି ଦିନଠାରୁ ପେଚା ମାତା ଲକ୍ଷ୍ମୀଙ୍କ ବାହାନ ଅଟେ ।

ପଶ୍ଚିମବଙ୍ଗ , ଓଡ଼ିଶା ଇତ୍ୟାଦି ରାଜ୍ୟରେ ମାତା ଲକ୍ଷ୍ମୀଙ୍କ ବାହାନା ଆକାରରେ ପେଚାକୁ ମଧ୍ୟ ପୂଜା କରାଯାଏ । ଏଭଳି ମାନା ଯାଏ ଯେ ଗର୍ଭବତୀ ମହିଳା ପେଚା ଦେଖିଲେ ତାହା ଶୁଭ ହୋଇଥାଏ । ଯଦି ମହିଳା ଜଣକ ତାକୁ ଛୁଇଁ ଦିଏ ତେବେ ହେବାକୁ ଥିବା ପେଚା ସୌଭାଗ୍ୟଶାଳୀ ହୋଇଥାଏ । ପେଚା ଯଦି କୌଣସି ଗମ୍ଭୀର ରୋଗୀକୁ ଛୁଇଁ ଚାଲିଯାଏ ତେବେ ତାର ରୋଗ ମଧ୍ୟ ଠିକ ହୋଇଯାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *