Excuse Me Odisha

ଯାହା କହିବୁ ସତ କହିବୁ

ଏହି ଜିନିଷର କେବଳ ଗୋଟିଏ ଟୁକୁଡ଼ା ବଦଳାଇ ଦେବ ଆପଣଙ୍କ ଜୀବନ । ମାତା ଲକ୍ଷ୍ମୀ ମଧ୍ୟ ହୁଅନ୍ତି ବହୁତ ଜଲଦି ସନ୍ତୁଷ୍ଟ ।

ସେୟାର୍ କରନ୍ତୁ

ଜୀବନରେ ମନୁଷ୍ୟ ସହିତ ସଜୀବ ହେଉ କିମ୍ବା ନିର୍ଜୀବ ହେଉ ଅନେକ ବସ୍ତୁ ଜଡ଼ିତ ହୋଇଥାଏ । କିନ୍ତୁ ଏଭଳି ମାନ୍ୟତା ରହିଛି ଯେ ଭଲ ସମୟରେ ଘରକୁ ଅଣା ଯାଇଥିବା ବସ୍ତୁ ସବୁବେଳେ ଶୁଭ ଫଳ ଦେଇଥାଏ । ତେଣୁ ଅଧିକାଂଶ ଲୋକେ ଶୁଭ ମୁହୁର୍ତ୍ତ ଦେଖିବା ପରେ ହିଁ ଶୋପିଙ୍ଗ କରନ୍ତି କିମ୍ବା କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ବସ୍ତୁ କିଣିଥାନ୍ତି । ଗଛଲତା ସାଧରଣତଃ ମନୁଷ୍ୟର ଜୀବନକୁ ମଧ୍ୟ ପ୍ରଭାବିତ କରିଥାନ୍ତି । ଅନେକ ସମୟରେ ଲୋକେ ଧାତୁ ନିର୍ମିତ ଅଳଙ୍କାର ପିନ୍ଧି ନପାରିବା କାରଣରୁ ତାଙ୍କୁ ଗଛ ଲତା ଚେରକୁ ଉପଯୋଗ କରି ଧାରଣ କରିବାକୁ ପରାମର୍ଶ ଦିଆଯାଇଥାଏ । ଏହାଦ୍ବାରା ଭାଗ୍ୟ ପ୍ରବଳ ହୋଇଥାଏ ବୋଲି କୁହାଯାଏ ।

ବାସ୍ତବରେ ଏହା ସତରେ ହୋଇଥାଏ । ଆଜିକାର ଲେଖାରେ ମଧ୍ୟ ଆମେ ଆପଣଙ୍କୁ ଏହିଭଳି ଏକ ଉପାୟ ବିଷୟରେ କହିବୁ । ଯାହାଦ୍ୱାରା ଆପଣଙ୍କ ଜୀବନରେ ଉନ୍ନତି ହେବ । ତେବେ ଅଦାକୁ ଉପଯୋଗ କରି ଆପଣ ଏକ ଉପାୟ କରି ପାରିବେ । ମାତ୍ର ଏହି ଉପାୟ କରିବା ସମୟରେ କାହା ସହିତ କଥାବାର୍ତ୍ତା କରିବା ଉଚିତ ନୁହେଁ ବରଂ ନିସଙ୍ଗ ସ୍ଥାନରେ ଏକୁଟିଆ କରିବା ଉଚିତ ।

କାମ କରି ଚୁପ ଚାପ ତାହାର ପ୍ରଭାବ ଦେଖନ୍ତୁ । ଅଦାକୁ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ମାନା ଯାଏ । ଏଭଳି ମାନ୍ୟତା ରହିଛି ଯେ ଯେଉଁ ଘରେ ଅଦା ଥାଏ ସେହି ଘରେ କେବେ ଧନର ଅଭାବ ହୁଏ ନାହିଁ । ଯଦି ଆପଣଙ୍କ ଘରେ ଅଦା ଅଛି ଏବଂ ସେଥିରୁ ଚେର ବାହାରୁଛି ତେବେ ଆପଣ ଖୁବ ଭାଗ୍ୟଶାଳୀ ଅଟନ୍ତି ।

ଅଦାରୁ ଗଛ ହେବା ମଧ୍ୟ ଆପଣଙ୍କ ଉନ୍ନତି ଆଣିଥାଏ । ଏହି ଉପାୟକୁ ଆପଣ କୌଣସି ଦିନ କରି ପାରିବେ । ତେବେ ଗୋଟିଏ ଅଦା ନିଅନ୍ତୁ । ଯେଉଁଠି ଅଦାରୁ ଚେର ବାହାରୁଥିବା ଦେଖୁଛନ୍ତି ସେହିଠାରୁ ଏକ ସ୍ଲାଇସ କାଟି ନିଅନ୍ତୁ । ଅଙ୍କର ବାହାରି ଥିବା ସ୍ଥାନରେ କୌଣସି ଧାରୁଆ ଅସ୍ତ୍ର ଦ୍ୱାରା ପଦ୍ମ ଫୁଲ ଆଙ୍କି ନିଜର ମନସ୍କାମନା କହି ଦିଅନ୍ତୁ । ଯେତୋଟି ମନସ୍କାମନା ସେତିକି ସ୍ଲାଇସ କାଟି ନିଅନ୍ତୁ । ଏହାକୁ ମାଟିରେ ଦବାଇ ନିୟମିତ ପାଣି ଦିଅନ୍ତୁ । ସେଥିରୁ ଗଛ ଜନ୍ମ ହେଲେ ଆପଣଙ୍କ ଜୀବନର ସମସ୍ୟା ମଧ୍ୟ ଦୂର ହୋଇଯିବ ଏବଂ ଧନ ପ୍ରାପ୍ତି ମଧ୍ୟ ହେବ ।

ଅଦା ଗଛ ମାତା ଲକ୍ଷ୍ମୀଙ୍କ ଆକର୍ଷିତ କରୁଥିବା ଗଛ ହୋଇଥାଏ , ଯାହାକି ଜୀବନରେ ସବୁବେଳେ ସୁଖ ଶାନ୍ତି ଏବଂ ଖୁସି ଆଣିଥାଏ । ଯେଉଁଘରେ ନିୟମିତ ଅଦା ରଖା ଯାଏ ଏବଂ ସେବନ କରାଯାଏ ସେହି ଘରେ ନିୟମିତ ଉନ୍ନତି ହୋଇଥାଏ । ଯଦି ଆପଣ ଅଦା ପାଉଡ଼ର ଏକ ପେପରରେ ରଖି ଘରେ କୌଣସି ସ୍ଥାନରେ ଲୁଚାଇ ରଖନ୍ତି ତେବେ ଘରେ କେବେବି ଧନର ଅଭାବ ହୁଏନାହିଁ । ତେବେ ଧ୍ୟାନ ଦେବେ ଅଦାରେ ଯେପରି ଗୋଡ଼ ସ୍ପର୍ଶ ନହୁଏ । ତେଣୁ ତାହାକୁ ଉଚିତ ସ୍ଥାନରେ ରଖନ୍ତୁ । ଅଦାର ସ୍ଲାଇସ କାଟି ସେଥିରେ ଶୁଭ ମଙ୍ଗଳ ପ୍ରତୀକ ଚିହ୍ନ ତିଆରି କରନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *