Excuse Me Odisha

ଯାହା କହିବୁ ସତ କହିବୁ

ଆସନ୍ତା କାଲି ଏପ୍ରିଲ ୬ ” ହନୁମାନ ଜୟନ୍ତୀ “ରେ ଗାଈକୁ ଖୁଆଇ ଦିଅନ୍ତୁ ଏହି ଗୋଟିଏ ଛୋଟ ଜିନିଷ , ଜନ୍ମ ଜନ୍ମର ଦାରିଦ୍ର୍ୟତା ହୋଇଯିବ ଦୂର

ସେୟାର୍ କରନ୍ତୁ

ହିନ୍ଦୁ ପାଞ୍ଜି ଅନୁଯାୟୀ ହନୁମାନ ଜୟନ୍ତୀ ଏପ୍ରିଲ ୬ ରେ ପାଳିତ ହେବ । ଚୈତ୍ର ପୂର୍ଣିମା ତିଥି ଏପ୍ରିଲ ୫ ବୁଧବାର ସକାଳ ୯.୧୯ ମିନିଟରେ ଆରମ୍ଭ ହେବ ଏବଂ ଏହାର ସମାପନ ଗୁରୁବାର ଏପ୍ରିଲ ୬ ରେ ସକାଳ ୧୦.୦୪ ରେ ହେବ । ତେଣୁ ଉଦୟା ତିଥି ମାନ୍ୟତା ଅନୁଯାୟୀ ହନୁମାନ ଜୟନ୍ତୀ ଏପ୍ରିଲ ୬ ରେ ପାଳିତ ହେବ । ହନୁମାନ ଜୟନ୍ତୀ ଦିନ ବ୍ରତ ରଖିଲେ ବଳ ବୁଦ୍ଧି ବଢ଼ିଥାଏ ତେଣୁ ବ୍ରତ ରଖିବାର ଉଚିତ ସମୟ ହେଉଛି ଏପ୍ରିଲ ୬ ତାରିଖ ସକାଳ ୬.୦୬ ରୁ ୭.୪୦ ପର୍ଯ୍ୟନ୍ତ ।

ଏହାପରେ ଆପଣ ଦ୍ୱୀପର ୧୨.୨୪ ରୁ ୧.୫୮ ପର୍ଯ୍ୟନ୍ତ ପୂଜା କରି ପାରିବେ । ଏହାବ୍ୟତୀତ ସନ୍ଧ୍ୟା ୫.୦୭ ରୁ ୮.୦୭ ମିନିଟ ପର୍ଯ୍ୟନ୍ତ ମଧ୍ୟ ପୂଜା କରି ପାରିବେ । ହନୁମାନ ଜୟନ୍ତୀ ପୂଜାର ବିଶେଷ ମହତ୍ତ୍ୱ ମାନା ଯାଇଥାଏ । ହନୁମାନ ଜୟନ୍ତୀ ଦିନ ପୂଜା କଲେ ଏବଂ ବ୍ରତ ରଖିଲେ ଜୀବନର ସବୁପ୍ରକାରର ସମସ୍ୟା ଦୂର ହୋଇଥାଏ ଏବଂ ଘରକୁ ହନୁମାନଙ୍କ ଆଗମନ ମଧ୍ୟ ହୋଇଥାଏ । ଏମିତିରେ ହିନ୍ଦୁ ଧର୍ମ ଅନୁଯାୟୀ ଗୋମାତାଙ୍କ ସେବା ଏବଂ ପୂଜା କଲେ ଜନ୍ମ ଜନ୍ମାନ୍ତରର ଦୋଷ ଦୂର ହୋଇଥାଏ ।

ଗୋମତା ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି । ଗୋମାତାଙ୍କ ପୂଜା କରିବା ଦ୍ୱାରା ଘରୁ ଦୁଃଖ ଦାରିଦ୍ର୍ୟତା ଦୂର ହୋଇଥାଏ । ଘରେ ଗୋମତାଙ୍କୁ ରଖି ନିଃସ୍ୱାର୍ଥପର ଭାବରେ ତାଙ୍କ ସେବା କଲେ ପାପ ଦୂର ହୋଇଥାଏ । ଗୋମତାଙ୍କୁ ରଖିବାରେ ସାମ୍ୟର୍ଥ ନଥିଲେ ପ୍ରତ୍ୟେକ ଦିନ ରୋଟି ନିଶ୍ଚୟ ଖୁଆଇ ଦିଅନ୍ତୁ । ଗୋମତାଙ୍କୁ ପ୍ରତ୍ୟେକ ଦିନ ଘରର ପ୍ରଥମ ରୋଟି , ମାନସିକ ଚିନ୍ତା ଥିଲେ ରୁଟିରେ ଗୁଡ଼ ମିଶାଇ ଏବଂ ଗ୍ରହ ଜନିତ ସମସ୍ୟା ଥିଲେ ପ୍ରତ୍ୟେକ ଦିନ ପ୍ରଥମ ରୋଟି ଗୋମତାଙ୍କୁ ଦିଅନ୍ତୁ ।

ଏହାବ୍ୟତୀତ କିଛି ଏପରି ଜିନିଷ ଅଛି ଯାହା ଗୋମାତାଙ୍କୁ ଖାଇବାକୁ ଦେବା ଉଚିତ ନୁହେଁ । ସାଧରଣତଃ ଗୋମାତାଙ୍କୁ ବାସୀ ରୋଟି , ପଚା ସଢ଼ା ଖାଦ୍ୟ , ବଳକା ଖାଦ୍ୟ କିମ୍ବା ନିଜେ ତୋଳିଥିବା ଅଶ୍ୱତ୍ଥ ପତ୍ର ଗାଈକୁ ଦିଅନ୍ତୁ ନାହିଁ । ଗୋମତାଙ୍କୁ ଅଶ୍ୱତ୍ଥ ପତ୍ର ଅତ୍ୟନ୍ତ ପସନ୍ଦ କିନ୍ତୁ ତାହା ଆପଣ ନିଜେ ଛିଡ଼ାଇ ଖାଇବାକୁ ଦିଅନ୍ତୁ ନାହିଁ । ଏହାବ୍ୟତୀତ ଗାଈକୁ କ୍ଷୀର ଖୁଆନ୍ତୁ ନାହିଁ । ନଚେତ ଘରକୁ ଦାରିଦ୍ର୍ୟତା ଆସିଥାଏ ଏବଂ ମାତା ଲକ୍ଷ୍ମୀ ମଧ୍ୟ ଚାଲି ଯାଆନ୍ତି ।

୧୫ ୟୁନି ମଧ୍ୟରୁ ଗାଈ ଜନ୍ମ ଏଭଳି ଏକ ଜନ୍ମ ହୋଇଥାଏ ଯେଉଁଠି ଆତ୍ମା ବିଶ୍ରାମ କରି ଆଗାମୀ ଯାତ୍ରା ଆରମ୍ଭ କରିଥାଏ । କୌଣସି ସ୍ଥାନରେ ଘର ବନାଇବାକୁ ଚାହୁଁଥିଲେ ସେହି ସ୍ଥାନରେ କିଛିଦିନ ପାଇଁ ଗାଈ ବାଛୁରୀକୁ ଏକା ସାଥିରେ ବାନ୍ଧି ଦିଅନ୍ତୁ । ଏହାଦ୍ବାରା ସେହି ସ୍ଥାନ ପବିତ୍ର ହୋଇଯିବ । ଏହାବ୍ୟତୀତ ବାହାରକୁ କୌଣସି କାମରେ ଯାଉଥିଲେ ହଠାତ ଗାଈ ବାଛୁରୀ ଦେଖିଲେ କିମ୍ବା ଗାଈ ବାଟ କାଟିଲେ ତାହା ଶୁଭ ହୋଇଥାଏ , ଯଦି ଆପଣଙ୍କ ଘର ଚାରି ପଟେ ଗାଈ ଘୁରି ବୁଲେ ତେବେ ଏହାର ଅର୍ଥ ଆପଣଙ୍କ ଘରୁ ସବୁ ଆର୍ଥିକ ସମସ୍ୟା ଦାରିଦ୍ର୍ୟତା ଦୂର ହେବାକୁ ଯାଉଛି ।

ଗାଈ ଲାଞ୍ଜ ମାରିଲେ ଏବଂ ଗାଈ ସମ୍ମୁଖକୁ ଗଲେ କାଶ ଥଣ୍ଡା ଭଳି ସମସ୍ୟା ଦୂର ହୁଏ । ଏହାବ୍ୟତୀତ ଗାଈ ଠାରୁ ମିଳୁଥିବା ପଞ୍ଚଗାବ୍ୟ ଏକାଧିକ ରୋଗ ଠାରୁ ମୁକ୍ତି ଦେଇଥାଏ । ପ୍ରତ୍ୟେକ ଦିନ ଗାଈର ସେବା ଏବଂ ରୋଟି ଖୁଆଇବା ସମ୍ଭବ ନହେଲେ ଗାଈ ନାମରେ ଟଙ୍କା ରଖନ୍ତୁ ଏବଂ କିଛି ମାସ ପରେ ତାହାକୁ କୌଣସି ଗୋଶାଳା କିମ୍ବା କୌଣସି ଗରିବ କିମ୍ୱା କୌଣସି ମନ୍ଦିରରେ ଦାନ ଦେଇ ଦିଅନ୍ତୁ ।

ଏହାଦ୍ବାରା ମଧ୍ୟ ସେହି ସମାନ ଫଳ ପ୍ରାପ୍ତ ହୋଇଥାଏ । ଗୋମାତାଙ୍କୁ ରାମାୟଣ କାଳରେ ମାତା ସୀତାଙ୍କ ଠାରୁ ମିଳିଥିବା ଅଭିଶାପ କାରଣରୁ ଅଇଁଠା କହିବାକୁ ପଡ଼ିଥାଏ । ନିଜ ପୂଜ୍ୟ ପିତାଙ୍କ ପିଣ୍ଡ ଦାନ ନିମନ୍ତେ ମାତା ସୀତା , ରାମଚନ୍ଦ୍ର ଏବଂ ଲକ୍ଷ୍ମଣ ଗୟା ଯାଇଥିଲେ । ମାତ୍ର ପିଣ୍ଡ ଦାନ ନିମନ୍ତେ ସବୁ ଜିନିଷ ନଥିବାରୁ ରାମଚନ୍ଦ୍ର ଏବଂ ଲକ୍ଷ୍ମଣ ଜିନିଷ ଆଣିବାକୁ ଗଲେ । ମାତ୍ର ଏପଟେ ସମୟ ହେବାରୁ ଦଶରଥଙ୍କ ଆତ୍ମା ପିଣ୍ଡ ଦାନ ମାଗିବାରୁ ମାତା ସୀତା ବାଲୁକା ସ୍ତୁପ ବନାଇ ବଟ ବୃକ୍ଷ , କେତକୀ ଫୁଲ , ଫାଲ୍ଗୁ ନଦୀ ଏବଂ ଗୋମତାଙ୍କୁ ସାକ୍ଷୀ କରି ପିଣ୍ଡ ଦାନ କଲେ ।

ରାମଚନ୍ଦ୍ର ଆସି ଯେତେବେଳେ ମାତା ସୀତାଙ୍କୁ ପଚାରନ୍ତି ମାତା ସୀତା ପିଣ୍ଡ ଦାନ କରିବା କରିଥିଲେ । କିନ୍ତୁ ରାମଚନ୍ଦ୍ର ଯେତେବେଳେ ପ୍ରମାଣ ମାଗିଲେ ସେତେବେଳେ ମାତା ସୀତା ସାକ୍ଷୀ ରଖିଥିବା ବଟ ବୃକ୍ଷ , କେତକୀ ଫୁଲ , ଫାଲ୍ଗୁ ନଦୀ ଏବଂ ଗୋମତାଙ୍କୁ ପଚାରିଲେ । କିନ୍ତୁ ବଟ ବୃକ୍ଷକୁ ଛାଡ଼ି ସମସ୍ତେ ମିଛ କହିଥିଲେ । ସେହିଦିନ ଠାରୁ ମାତା ସୀତାଙ୍କ ଅଭିଶାପ ଅନୁଯାୟୀ ଗୋମାତା ପୂଜ୍ୟ ହୋଇବି ସୁଦ୍ଧା ଅଇଁଠା ଖାଆନ୍ତି । ମାତ୍ର ଯଦି ଆପଣ ପ୍ରତ୍ୟେକ ଦିନ ଘରର ପ୍ରଥମ ରୋଟି ଗାଈକୁ ଦିଅନ୍ତି ତେବେ ଜୀବନର ସବୁ ଦୁଃଖ କଷ୍ଟ ଦୂର ହେବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *