Excuse Me Odisha

ଯାହା କହିବୁ ସତ କହିବୁ

କେଉଁ ଘରେ ଝିଅ ଜନ୍ମ ହୋଇଥାନ୍ତି, LAXMI ସ୍ୱରୂପ କନ୍ୟା କେଉଁ ମାସରେ ଜନ୍ମ ହୋଇ ଥାଆନ୍ତି।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ଭଗବାନ କେଉଁ ଘରେ କନ୍ୟା ସନ୍ତାନ ଜନ୍ମ ଦେଇଥାନ୍ତି। ଆଜିର ଆଧୁନିକ ଯୁଗରେ ମଧ୍ୟ ଗାଆଁ ଓ ସହରରେ ପୁରୁଷ ପ୍ରଧାନ ପ୍ରଥା ଚାଲିଛି। ଯେଉଁ ଲୋକଙ୍କ ଘରେ କନ୍ୟା ସନ୍ତାନ ଜନ୍ମ ହେଉଛନ୍ତି, ସେହି ଘରର ଲୋକେ ନିରାଶ ହୋଇ ଯାଉଛନ୍ତି ଏବଂ ପୁତ୍ର ପ୍ରାପ୍ତି କରିବାର କାମନା ରଖୁଛନ୍ତି। ଏହିସବୁ ମନୁଷ୍ୟର ଅଜ୍ଞାନତା କାରଣରୁ ହେଉଛି।

ଏହାର ଅର୍ଥ ମନୁଷ୍ୟ ଆଜି ମଧ୍ୟ ଝିଅ ମାନଙ୍କୁ ବୋଝ ବୋଲି ମନେ କରିଥାନ୍ତି। କିନ୍ତୁ ଆପଣ ମାନେ ଜାଣି ନଥିବେ କି, କନ୍ୟା ମାନେ ସେହି ଘରେ ଜନ୍ମ ହୋଇଥାନ୍ତି, ଯେଉଁ ପରିବାର ଲୋକେ ଭାଗ୍ୟବାନ ହୋଇଥାନ୍ତି। କେଉଁ ଭଳି ପୁଣ୍ୟ କଲେ ପିତାମାତାଙ୍କୁ କନ୍ୟା ସନ୍ତାନ ପ୍ରାପ୍ତ ହୋଇଥାଏ। ଦ୍ଵାପର ଯୁଗରେ ଥରେ ଅର୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରିଲେ, ହେ ପ୍ରଭୁ କେଉଁ କର୍ମ ଓ ପୁଣ୍ୟ କାର୍ଯ୍ୟ କଲେ କନ୍ୟା ସନ୍ତାନ ପ୍ରାପ୍ତି ହୋଇଥାଏ।

ଭଗବାନ ଶ୍ରୀକୃଷ୍ଣ କହିଲେ, ହେ ଅର୍ଜୁନ ଯେଉଁ ଦମ୍ପତ୍ତିଙ୍କର ଭାଗ୍ୟରେ ଥାଏ, ତାଙ୍କୁ ପୁତ୍ର ପ୍ରାପ୍ତି ହୋଇଥାଏ। କିନ୍ତୁ ସୌଭାଗ୍ୟ ଥିବା ଲୋକଙ୍କୁ କନ୍ୟା ସନ୍ତାନ ପ୍ରାପ୍ତି ହୋଇଥାଏ। ଆଜି ପର୍ଯ୍ୟନ୍ତ କେହି ମଧ୍ୟ ବୁଝି ପାରନ୍ତି କାହିଁ କି, କନ୍ୟା ସନ୍ତାନ ପ୍ରାପ୍ତି ପାଇଁ ଅନେକ ପୁଣ୍ୟ କର୍ମ କରିବାକୁ ପଡ଼ିଥାଏ। ଈଶ୍ୱର ସେହି ଘରେ କନ୍ୟା ସନ୍ତାନ ପ୍ରଦାନ କରିଥାନ୍ତି, ଯେଉଁ ଘର କନ୍ୟା ରତ୍ନ ଭାରକୁ ସମ୍ଭାଳି ପାରିଥାନ୍ତି। କାରଣ ଏହି ତିନି ଲୋକରେ କନ୍ୟାର ଦାୟିତ୍ୱ ଭାର ଶାସ୍ତ୍ର ଉଠାଇ ପାରନ୍ତି ନାହିଁ।

ଶାସ୍ତ୍ରରେ କୁହାଯାଇଛି କି, ଜଣେ ନାରୀ ହିଁ ସମଗ୍ର ସଂସାରକୁ ଚଳାଇବାରେ ସକ୍ଷମ ହୋଇଥାଏ। ଏହାସହିତ ସ୍ତ୍ରୀ ହିଁ ପରିବାର ଓ ସଂସାରକୁ ସ୍ୱଚ୍ଛ କରିବାର କାର୍ଯ୍ୟ କରିଥାଏ। ତାପରେ ଭଗବାନ ଶ୍ରୀକୃଷ୍ଣ କହିଲେ କି, ହେ ଅର୍ଜୁନ ! ଯେଉଁ ଦିନ ଏହି ସଂସାରରେ କନ୍ୟା ସନ୍ତାନ ଜନ୍ମ ହେବା ବନ୍ଦ ହୋଇଯିବେ, ସେହିଦିନ ଏହି ସଂସାର ସ୍ଥିର ଓ ଅଚଳ ହୋଇଯିବ। ଆପଣ ମାନେ ଶୁଣି ଥିବେ କି, ଯେଉଁ ଘରେ ଝିଅ ଜନ୍ମ ହୋଇଥାଏ, ସେହି ଘର ସ୍ବର୍ଗ ହୋଇ ଯାଇଥାଏ।

କହିବାକୁ ଗଲେ ପୁଅ ଗୋଟେ କୂଳରେ ରହିଥାଏ। କିନ୍ତୁ ଝିଅ ଦୁଇ କୂଳକୁ ଉଦ୍ଧାର କରିଥାଏ। ଶାସ୍ତ୍ରରେ କୁହାଯାଇଛି କି, ଗୋଟେ ଝିଅ ତାର ଶାଶୁ ଶଶୁର ଓ ପିତାମାତାଙ୍କୁ ପିଣ୍ଡଦାନ କରି ପାରିବ। ଏପରି କିଛି ନାହିଁ ଯେ ପୁଅ ପିଣ୍ଡଦାନ କଲେ ହିଁ ପୂର୍ବପୁରୁଷଙ୍କୁ ପିଣ୍ଡ ପ୍ରାପ୍ତ ହେବ, ଏଗୁଡ଼ିକ ଲୋକ ମାନେ ଅନ୍ଧ ପ୍ରଥା ବନେଇଛନ୍ତି। ଜଣେ ପୁଅ ଠାରୁ ଜଣେ ଝିଅ ନିଜର ପିତାମାତାଙ୍କ କଥା ଚିନ୍ତା କରିଥାଏ ଏବଂ ଦାୟିତ୍ୱ ବୁଝି ଥାଏ।

ଜଣେ ପୁରୁଷ ଅଧିକ ଦାୟିତ୍ୱ ପଡ଼ିଲେ ବିରକ୍ତ ହୋଇ ଘର ଛାଡ଼ି ଥାଏ। କିନ୍ତୁ ଜଣେ ନାରୀ ତାର ସନ୍ତାନ ଓ ପରିବାରର ପେଟ ପୋଷଣ ପାଇଁ ସମାଜରେ ସଂଘର୍ଷ କରିଥାଏ। ସେଥିପାଇଁ କେବେବି କୌଣସି କନ୍ୟା ନିଜ ପିତାମାତାଙ୍କ ପାଇଁ ବୋଝ ହୋଇ ନଥାନ୍ତି। ଜଣେ କନ୍ୟାକୁ ଧନର ଲୋଭ ନଥାଏ, ତାକୁ ମାନସମ୍ମାନ ଓ ପ୍ରେମର ଆବଶ୍ୟକତା ରହିଥାଏ। ଅନ୍ତିମ ସମୟରେ ଯେଉଁ ବିଷୟରେ କୌଣସି ମନୁଷ୍ୟ ଚିନ୍ତା କରିଥାଏ, ତାହେଲେ ସେ ପର ଜନ୍ମରେ ସେହି ଜନ୍ମ ପାଇଥାଏ।

ଯଦି କୌଣସି ମନୁଷ୍ୟ ଅନ୍ତିମ ସମୟରେ ପଶୁପକ୍ଷୀ ମାନଙ୍କ ବିଷୟରେ ଚିନ୍ତା କରେ, ତାହେଲେ ପରଜନ୍ମରେ ସେ ପଶୁ ହୋଇଥାଏ। ଯଦି କୌଣସି ବ୍ୟକ୍ତି ଅନ୍ତିମ ସମୟରେ ଝିଅ ବିଷୟରେ ଚିନ୍ତା କରିଥାଏ, ତାହେଲେ ସେ ପରଜନ୍ମରେ ଝିଅ ହୋଇ ଜନ୍ମ ହୋଇଥାଏ। ଯଦି ସେ ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରିଥାଏ, ତାହେଲେ ମନୁଷ୍ୟକୁ ମୋକ୍ଷ ପ୍ରାପ୍ତି ହୋଇଥାଏ। ଓଡ଼ିଆ ମାସର ଗଣନା ଅନୁସାରେ ମକର ମାସର ଆରମ୍ଭରୁ କୁମ୍ଭ ମାସ ପର୍ଯ୍ୟନ୍ତ ଅର୍ଥାତ୍ ମାଘ ମାସର ଶୁକ୍ଳ ପକ୍ଷ ଠାରୁ ଫାଲଗୁନ ମାସର କୃଷ୍ଣ ପକ୍ଷ ପର୍ଯ୍ୟନ୍ତ ଯେଉଁ ଅବଧି ରହିଥାଏ, ଏହି ଅବଧିରେ ଜନ୍ମ ହୋଇଥିବା କନ୍ୟା ମାନେ ବହୁତ ଭାଗ୍ୟବତୀ ହୋଇଥାନ୍ତି। ଚୈତ୍ର ମାସର ଶୁକ୍ଳ ପକ୍ଷରୁ ଆରମ୍ଭ କରି ବୈଶାଖ ମାସର କୃଷ୍ଣ ପକ୍ଷ ମଧ୍ୟ ଯେଉଁ କନ୍ୟା ସନ୍ତାନ ଜନ୍ମ ହୋଇଥାନ୍ତି, ସେହି କନ୍ୟା ଲକ୍ଷ୍ମୀ ସ୍ୱରୂପା ହୋଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *