Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରି ଦିନ କରନ୍ତୁ ଏହି ଖାସ ଉପାୟ, ଦେବୀଙ୍କ କୃପାରୁ ଆପଣଙ୍କର ସମସ୍ତ ଅଭିଳାଷା ହେବ ପୂରଣ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଚୈତ୍ର ନବରାତ୍ରି ମାର୍ଚ୍ଚ ୨୨ ତାରିଖ ଠାରୁ ଆରମ୍ଭ ହୋଇ ନଅ ଦିନ ପର୍ଯ୍ୟନ୍ତ ଚାଲିବ। ଏହିସମୟରେ ସାରା ଦେଶର ଲୋକେ ଦେବୀଙ୍କୁ ଭକ୍ତି କରିବାରେ ମଗ୍ନ ରହିଥିବେ। ଦେବୀ ଦୁର୍ଗାଙ୍କୁ ବିଧି ବିଧାନ ଅନୁସାରେ ପୂଜାର୍ଚ୍ଚନା କଲେ, ବ୍ୟକ୍ତିର ସମସ୍ତ ଅଭିଳାଷା ପୂରଣ ହୋଇଥାଏ।

କହିବାକୁ ଗଲେ ଅଧିକାଂଶ ଲୋକେ ଦେବୀଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ଉପାୟ କରିଥାନ୍ତି।ଆଜି ଆମେ ଆପଣଙ୍କୁ ନବରାତ୍ରିରେ କରାଯାଉଥିବା କିଛି ବିଶେଷ ଉପାୟ ବିଷୟରେ କହିବାକୁ ଯାଉଛୁ। ଯାହାକୁ ପ୍ରୟୋଗ କରି ଆପଣଙ୍କର ଆର୍ଥିକ ସମସ୍ୟା ଦୂର ହୋଇଯିବ ଏବଂ ଧନ ଉପାର୍ଜନ କରିବାର ନୂତନ ସାଧନ ପ୍ରାପ୍ତ ହେବ। ତେବେ ଆସନ୍ତୁ ସେହି ଉପାୟ ବିଷୟରେ ବିସ୍ତାର ରୂପରେ ଜାଣିବା।

ଦହିରେ ସ୍ନାନ କରିବା :-

ନବରାତ୍ରିର ନଅ ଦିନ ମଧ୍ୟରେ କୌଣସି ଗୋଟିଏ ଦିନ ଆପଣ ସ୍ନାନ କରୁଥିବା ପାଣିରେ ଅଳ୍ପ ଦହି ମିଶାଇ ସ୍ନାନ କରନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କୁ କେବେବି ଆର୍ଥିକ ଅଭାବର ସମ୍ମୁଖୀନ ହେବାକୁ ପଡିବ ନାହିଁ। ଏହି ଉପାୟ ବ୍ୟକ୍ତିର ଭାଗ୍ୟକୁ ବଦଳାଇ ଦେଇଥାଏ ଏବଂ ଘର ସର୍ବଦା ଧନଧାନ୍ୟରେ ପରିପୂର୍ଣ୍ଣ ହୋଇ ଯାଇଥାଏ।

ସବୁଜ ଅଳେଇଚକୁ ପାଣିରେ ମିଶାଇ ସ୍ନାନ କରିବା:-

ଦହି ପକାଇ ନଚେତ ସବୁଜ ଅଳେଇଚକୁ ପାଣିରେ ପକାଇ ଆପଣ ନବରାତ୍ରିରେ ସ୍ନାନ କରନ୍ତୁ। ଦେଖିବେ ଆପଣଙ୍କ ଭାଗ୍ୟ ଚମକି ଉଠିବ। ଏହାସହିତ ସୋନଙ୍କର ସମସ୍ତ ଇଛା ପୂରଣ ହୋଇଯିବ।

ଦେବୀ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରନ୍ତୁ :-

ନବରାତ୍ରି ସମୟରେ ଦେବୀ ଦୁର୍ଗାଙ୍କ ସହିତ ଦେବୀ ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରିବା ନିହାତି ଆବଶ୍ୟକ ଅଟେ। ଯଦି ଆପଣ ଚାହୁଁଛନ୍ତି ଦେବୀ ଲକ୍ଷ୍ମୀଙ୍କର ବିଶେଷ କୃପା ଆପଣଙ୍କ ପରିବାର ଉପରେ ପଡୁ, ତାହେଲେ ନବରାତ୍ରିରେ ଶ୍ରୀ ସୁକ୍ତମ ପାଠ କରନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ଆର୍ଥିକ ସଙ୍କଟ ଖୁବ୍ ଶୀଘ୍ର ଦୂର ହେବାକୁ ଲାଗିବ।

ଦେବୀ ଦୁର୍ଗାଙ୍କୁ ଶୃଙ୍ଗାର କରନ୍ତୁ :-

ନବରାତ୍ରିରେ ନଅ ଦିନ ପର୍ଯ୍ୟନ୍ତ ମାଆ ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ସେହିପରି ନବରାତ୍ରିରେ ଦେବୀଙ୍କୁ ଶୃଙ୍ଗାର କରିବା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହୋଇଥାଏ। ମାନ୍ୟତା ରହିଛି କି, ଯେଉଁ ମହିଳା ଦେବୀ ଦୁର୍ଗାଙ୍କୁ ଶୃଙ୍ଗାର କରିଥାନ୍ତି, ସେ ମଧ୍ୟ ନିଜେ ଶୃଙ୍ଗାର କରିବା ଉଚିତ। ଏହାଦ୍ବାରା ପତିଙ୍କ ଆୟୁଷ ବୃଦ୍ଧି ହୋଇଥାଏ ଏବଂ ଘରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ ଏବଂ ଧନ ବୃଦ୍ଧି ହୁଏ।

ବିଶେଷ ଯଜ୍ଞ କରନ୍ତୁ :-

ନବରାତ୍ରିର ପଞ୍ଚମ ଦିନରେ ଧଳା କଉଡ଼ି, ପଦ୍ମ ଫୁଲ, ଗୁଆ,ସବୁଜ ଅଳେଇଚ, ମଖନା ଆଜି ପାଞ୍ଚଟି ଲେଖାଏଁ ନିଅନ୍ତୁ। ଏଗୁଡ଼ିକୁ ନବରାତ୍ରିରେ ହୋମ କରିବା ସମୟରେ ଅର୍ପଣ କରି ଦିଅନ୍ତୁ। ଦେଖିବେ ଆପଣଙ୍କୁ ଖୁବ୍ ଶୀଘ୍ର ଲାଭ ପ୍ରାପ୍ତ ହେବ।

ହନୁମାନ ମନ୍ଦିର ଯାଆନ୍ତୁ :-

ନବରାତ୍ରିରେ ହନୁମାନଙ୍କୁ ପୂଜାର୍ଚ୍ଚନା କରିବା ଦ୍ଵାରା ଅନେକ ଲାଭ ପ୍ରାପ୍ତ ହୋଇଥାଏ। ନବରାତ୍ରିରେ ହନୁମାନ ମନ୍ଦିର ଯାଇ ପାନ ବିଡା ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ ଏବଂ ଧନ ଉପାର୍ଜନ କରିବାର ମାର୍ଗ ଖୋଲିଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *