Excuse Me Odisha

ଯାହା କହିବୁ ସତ କହିବୁ

ଘରକୁ ପକ୍ଷୀ ଆସିବା ଶୁଭ ନା ଅଶୁଭ? ଘରକୁ ପକ୍ଷୀ ଆସିବା ଦ୍ବାରା ମିଳିଥାଏ ୫ ଗୋଟି ସଂକେତ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ବାସ୍ତୁ ଶାସ୍ତ୍ର ଅନୁସାରେ ଘରକୁ ଏହି ପକ୍ଷୀ ଆସିବା ଦ୍ଵାରା ଘରକୁ ମାଡି ଆସିଥାଏ ଦାରିଦ୍ର୍ୟତା। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଘରକୁ ପକ୍ଷୀ ଆସିଲେ ଶୁଭ ହୋଇଥାଏ ନା ଅଶୁଭ ଏବଂ ଏଭଳି କେଉଁ କାର୍ଯ୍ୟ କଲେ ଆପଣ ନିଜ ଦୁର୍ଭାଗ୍ୟକୁ ବଦଳାଇ ଦେଇ ପାରିବେ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

କହିବାକୁ ଗଲେ ବାସ୍ତୁ ଶାସ୍ତ୍ରରେ ଘରର ଦୁଆର ମୁହଁକୁ ଆସୁଥିବା ପଶୁପକ୍ଷୀ ମାନଙ୍କୁ ଭୋଜନ କରାଇବା ଉଚିତ ବୋଲି ମାନ୍ୟତା ରହିଛି। ଆମ ପ୍ରକୃତି ଆମକୁ ଛୋଟ ଛୋଟ କଥାରେ ଭବିଷ୍ୟତ ବିଷୟରେ ସଂକେତ ଦେଇଥାଏ। ଯଦି ଆମେ ସେହି ସଙ୍କେତକୁ ବୁଝି ପାରୁ, ତାହେଲେ ଏହା ଆମ ପାଇଁ ଶୁଭ ହୋଇଥାଏ। କୁହାଯାଏ କି ଭଗବାନଙ୍କ ସୃଷ୍ଟିରେ ପଶୁପକ୍ଷୀ ମାନେ ସୂକ୍ଷ୍ମ ଉର୍ଜାକୁ ମଧ୍ୟ ଶୁଣି ପାରନ୍ତି ଏବଂ ବୁଝି ପାରନ୍ତି। ଆଜି ଆମେ ଆପଣଙ୍କୁ କିଛି ପକ୍ଷୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ, ସେହି ପକ୍ଷୀ ମାନେ ବିଶେଷ ସଂକେତ ଦେଇଥାନ୍ତି।

ଆଉକିଛି ଏଭଳି ପକ୍ଷୀ ରହିଛନ୍ତି, ଯେଉଁ ପକ୍ଷୀ ମାନଙ୍କୁ ଆପଣ ନିଜ ଆଖପାଖରେ ରଖିବା ଉଚିତ ନୁହେଁ। ପ୍ରଥମ ପକ୍ଷୀ ହେଉଛି କାଉ। ପ୍ରାୟତଃ କାଉ ଅନେକ ଲୋକଙ୍କୁ ପସନ୍ଦ ହୋଇ ନଥାଏ। ଯଦି କାଉ ମୁହଁରେ ରୁଟି ଧରିଥାଏ ବା ପାଣି ମାଠିଆରେ ବସି ଥିବାର ଦେଖା ଯାଇଥାଏ, ତାହେଲେ ଏହାକୁ ଅତ୍ୟନ୍ତ ଶୁଭ ମାନା ଯାଇଥାଏ। ଦ୍ଵିତୀୟରେ ହେଉଛି ପାରା। ଶାସ୍ତ୍ରରେ କୁହାଯାଇଛି କି, ଯଦି ପାରା ଆପଣଙ୍କ ଘରେ ବସା ବାନ୍ଧି ରହିଥାଏ, ତାହେଲେ ଏହା ବହୁତ ଅଶୁଭ ହୋଇଥାଏ। କିନ୍ତୁ ଘରକୁ ପାରା ଆସିବା ଅତ୍ୟନ୍ତ ଶୁଭ ମାନା ଯାଇଥାଏ।

ତୃତୀୟ ପକ୍ଷୀ ହେଉଛି ପେଚା। ପେଚା ହେଉଛି ଦେବୀ ଲକ୍ଷ୍ମୀଙ୍କର ବାହନ। କିନ୍ତୁ ଯଦି ଆପଣଙ୍କ ଘରର ଛାତ ଉପରେ ବାରମ୍ବାର ପେଚା ଆସି ବସୁଛି, ତାହେଲେ ବୁଝି ଯାଆନ୍ତୁ କି ଆପଣଙ୍କୁ କୌଣସି ଅଶୁଭ ଘଟଣାର ସାମ୍ନା କରିବାକୁ ପଡିପାରେ। ରାତିରେ ଧଳା ରଙ୍ଗର ପେଚା ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଚତୁର୍ଥ ପକ୍ଷୀ ହେଉଛି ମୟୂର।

ଆଜିକାଲି ମୟୂର ବିଲୁପ୍ତ ହେବାକୁ ଲାଗିଲେଣି। କହିବାକୁ ଗଲେ ମୟୂର ହେଉଛି ଭଗବାନ କାର୍ତ୍ତିକଙ୍କ ବାହନ ଅଟେ। ଯଦି ଆପଣ କୌଣସି ବାହାର ସ୍ଥାନକୁ ଯାଉଛନ୍ତି ଏବଂ ମୟୂର ଦେଖୁଛନ୍ତି, ତାହେଲେ ଆପଣଙ୍କ ଯାତ୍ରା ସଫଳ ହେବ। ଯଦି ଆପଣ ନିଜ ଘରେ ମୟୂର ପର ରଖିବେ, ତାହେଲେ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ।

ପଞ୍ଚମ ପକ୍ଷୀ ହେଉଛି ଚିଡ଼ିଆ। ଏହି ଚିଡିଆ ଆଜିକାଲି ବିଲୁପ୍ତ ହେବାକୁ ଲାଗିଲେଣି। ଏହି ଚିଡିଆ ଯେଉଁ ଘରେ ବସା କରି ରହିଥାନ୍ତି, ସେଠାରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ ଏବଂ ସକାରାତ୍ମକ ପରିବେଶ ସୃଷ୍ଟି ହୋଇଥାଏ। ଯଦି ବହୁତ ସଂଖ୍ୟାରେ ଚିଡିଆ ଆପଣଙ୍କ ଘରର ଛାତ ଉପରେ ଚେଁ ଚେଁ ହେବାକୁ ଲାଗନ୍ତି, ତାହେଲେ ଆପଣଙ୍କ ଘରେ କୌଣସି ମଙ୍ଗଳ କାର୍ଯ୍ୟ ହେବାକୁ ଯାଉଛି।

ସମୟ ଦୃତ କଟିରେ ଚାଲି ରହିଥାଏ। ଆସନ୍ତୁ ଜାଣିବା ଆପଣ ନିଜ ଦୁର୍ଭାଗ୍ୟକୁ କିପରି ସୌଭାଗ୍ୟରେ ପରିଣତ କରିବେ। ପ୍ରତ୍ୟେକଦିନ ସକାଳୁ ଉଠି ନିଜ ପାପୁଲିକୁ ଖୋଲି ଈଶ୍ୱରଙ୍କୁ ଆରାଧନା କରନ୍ତୁ ଏବଂ ତୁଳସୀ ଚଉରା ମୂଳରେ ଜଳ ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କର ସମସ୍ୟା ସମସ୍ୟା ଦୂର ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *