Excuse Me Odisha

ଯାହା କହିବୁ ସତ କହିବୁ

ବିରଳ ମହା ଶିବରାତ୍ରୀ ଜାଗର | କରନ୍ତୁ ଏହି ଉପାୟ ଧନର ବର୍ଷା ହେବ |

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ଶିବରାତ୍ରି ଦିନ ରାତିରେ ଚୁପଚାପ ଶିବଲିଙ୍ଗ ଉପରେ ଅର୍ପଣ କରନ୍ତୁ ଏହି ଖାସ ଜିନିଷ, ଆପଣଙ୍କ ଜୀବନରେ ସମସ୍ତ ସମସ୍ୟା ଦୂର ହୋଇଯିବ। ପବିତ୍ର ମହାଶିବରାତ୍ରି ଉପଲକ୍ଷେ ଆପଣ ମାନଙ୍କୁ ହାର୍ଦ୍ଦିକ ଶୁଭେଛା ଓ ଅଭିନନ୍ଦନ। ଭଗବାନ ଶିବଙ୍କୁ ମନୁଷ୍ୟ, ଦୈତ୍ୟ, ଦାନବ, ଅସୁର, ଦେବତା ସମସ୍ତେ କରିଥାନ୍ତି। କୁହାଯାଏ କି ଭଗବାନ ଶିବ ଅଳ୍ପ ପୂଜାରେ ସନ୍ତୁଷ୍ଟ ହୋଇ ଯାଇଥାନ୍ତି ଏବଂ ଖୁବ୍ ଶୀଘ୍ର କ୍ରୋଧିତ ମଧ୍ୟ ହୋଇ ଯାଇଥାନ୍ତି।

ଶିବରାତ୍ରି ଦିନ ଉପବାସ କରୁଥିବା ବ୍ୟକ୍ତି ରାତିରେ ଶୋଇବା ଉଚିତ ନୁହେଁ। ଶିବରାତ୍ରିର ମହତ୍ତ୍ଵ ଆମ ହିନ୍ଦୁ ଶାସ୍ତ୍ରରେ ବିସ୍ତାର ରୂପରେ ବର୍ଣ୍ଣନା କରାଯାଇଛି। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଶିବରାତ୍ରି ଦିନ କେଉଁ କାର୍ଯ୍ୟ କରିବା ଉଚିତ ଏବଂ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ। ଫାଲଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ଶିବରାତ୍ରି ପାଳିତ ହୋଇଥାଏ। ଏହି ବର୍ଷ ଫେବୃୟାରୀ ୧୮ ତାରିଖ ଦିନ ମହାଶିବରାତ୍ରି ପାଳିତ ହେବ।

ଶିବରାତ୍ରି ଦିନ ବ୍ରତ କରି ରାତିରେ ଉଜାଗର ରହି ଦୀପ ଜାଳିବା ଅତ୍ୟନ୍ତ ଶୁଭ ହୋଇଥାଏ। ମାନ୍ୟତା ରହିଛି କି ଏହିଦିନ ଭଗବାନ ଶିବ ଓ ଦେବୀ ପାର୍ବତୀଙ୍କର ବିବାହ ହୋଇଥିଲା।ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଶିବରାତ୍ରି ଦିନ ଲୋକେ ଅନେକ ପ୍ରକାରର ଉପାୟ କରି ଥାଆନ୍ତି। କିନ୍ତୁ ସୁଫଳ ପାଆନ୍ତି ନାହିଁ। ଶିବ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତି ପ୍ରତ୍ୟେକଦିନ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିଥାନ୍ତି, ସେମାନଙ୍କ ଜୀବନରେ ସୁଖଶାନ୍ତି ଓ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ। ଭଗବାନ ଶିବଙ୍କୁ କେଉଁ ଜିନିଷ ଅର୍ପଣ କଲେ କିପରି ଶୁଭ ଫଳ ପ୍ରାପ୍ତ ହୋଇଥାଏ, ଆସନ୍ତୁ ଜାଣିବା।

ଯେଉଁ ବ୍ୟକ୍ତି ଆର୍ଥିକ ସଂକଟର ସାମ୍ନା କରୁଛନ୍ତି ବା ଋଣ ଭାରରେ ବୁଡି ରହିଛନ୍ତି ତାହେଲେ ଏଭଳି ଧନ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଶିବରାତ୍ରି ଦିନ ଭଗବାନ ଶିବଙ୍କୁ ଜଳ ଅର୍ପଣ କରିବା ସମୟରେ ସେହି ଜାଲରେ ଅଳ୍ପ ଅଖଣ୍ଡ ଚାଉଳ ଅର୍ପଣ କରନ୍ତୁ। ଏହି ଉପାୟ କରିବା ସମୟରେ ମନରେ ଭକ୍ତି ଭାବ ରଖନ୍ତୁ, ଦେଖିବେ ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ। ଏହାସହିତ ଭଗବାନ ଶିବଙ୍କର କୃପା ଦୃଷ୍ଟି ଆପଣଙ୍କ ଉପରେ ରହିବ।

ଯଦି ଅବିବାହିତ ଲୋକଙ୍କ ବିବାବହାରେ କୌଣସି ବାଧା ସୃଷ୍ଟି ହେଉଛି ବା ବିବାହିତ ଦମ୍ପତ୍ତିଙ୍କ ମଧ୍ୟ ବାରମ୍ବାର ବିବାଦ ଲାଗି ରହୁଛି, ତାହେଲେ ଭଗବାନ ଶିବଙ୍କୁ କଳା ତିଳ ମିଶା ଜଳ ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ। ଯଦି ଆପଣ ଅଧିକ ଧନ ବୃଦ୍ଧି ପାଇଁ ଆଶା ରଖିଛନ୍ତି ଏବଂ ଆର୍ଥିକ ସଙ୍କଟ ଦୂର କରିବା ପାଇଁ, କାର୍ଯ୍ୟରେ ଆସୁଥିବା ବାଧାବିଘ୍ନକୁ ଦୂର କରିବା ପାଇଁ ଆପଣ ଏହି ଖାସ ଉପାୟ କରନ୍ତି।

ଖାସ ଉପାୟଟି ହେଉଛି, ରାତି ୧୧ ବା ୧୨ ଘଟିକା ସମୟରେ ଆପଣଙ୍କୁ ଶିବଲିଙ୍ଗ ସାମ୍ନାରେ ଦୀପ ପ୍ରଜ୍ବଳନ କରିବାକୁ ପଡ଼ିବ। ଏହାସହିତ ୧୦୮ ଥର ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କ ଜୀବନରେ ଆସୁଥିବା ସମସ୍ତ ସଙ୍କଟ ଦୂର ହୋଇଯିବ। ଯଦି ସମ୍ଭବ ହୁଏ, ତାହେଲେ ଶିବରାତ୍ରି ଦିନ ଘରକୁ ମାଟି ଆଣି, ସେଥିରେ ଶିବଲିଙ୍ଗ ପ୍ରସ୍ତୁତ କରି ପୂଜାର୍ଚ୍ଚନା କରନ୍ତୁ। ଆପଣ ଏହି ପବିତ୍ର ଦିନରେ ପାରଦ ଶିବଲିଙ୍ଗ ବା ସ୍ଫଟିକ ଶିବଲିଙ୍ଗ ଆଣି ପୂଜାର୍ଚ୍ଚନା କରି ପାରିବେ।

ଶିବ ପୁରାଣ ଅନୁସାରେ ଏହି ଦୁଇଟି ଶିବଲିଙ୍ଗରେ ଅପାର ଉର୍ଜା ଓ ଶକ୍ତି ଭରି ରହିଥାଏ। ଯଦି ଆପଣ ଘରେ ବା କାର୍ଯ୍ୟସ୍ଥଳରେ ଏହି ଶିବଲିଙ୍ଗକୁ ସଠିକ ଦିଗରେ ରଖିବେ, ତାହେଲେ ଆପଣଙ୍କ ଘରେ ଦେବୀ ଓ ଦେବତାଙ୍କର ବାସ ହେବ। ଶିବରାତ୍ରି ଦିନ ରୁଦ୍ରାକ୍ଷ ଧାରଣ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାସହିତ ଡମ୍ବରୁ, ତ୍ରିଶୂଳ ଆଦି ମହାଶିବରାତ୍ରି ଦିନ ଘରକୁ ଆଣିବା ଅତ୍ୟନ୍ତ ଶୁଭ ମାନା ଯାଇଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *