Excuse Me Odisha

ଯାହା କହିବୁ ସତ କହିବୁ

ଶିବରାତ୍ରିରେ ଏହି ଦୁଇଟି ତରକାରୀ ଭୁଲରେ ବି ବନାନ୍ତୁ ନାହିଁ । ନଚେତ ଭାଙ୍ଗିଯିବ ବ୍ରତ । ଭଗବାନ ଶିବ ହେବେ କ୍ରୋଧିତ ।

ସେୟାର୍ କରନ୍ତୁ

ଶାସ୍ତ୍ର ଅନୁଯାୟୀ ମହାଶିବରାତ୍ରି ଅତ୍ୟନ୍ତ ପବିତ୍ର ହୋଇଥାଏ । ହିନ୍ଦୁ ପରମ୍ପରାରେ ଶିବରାତ୍ରିର ଅନେକ ମହତ୍ତ୍ୱ ରହିଛି । ଯାହାକି ଫାଲ୍ଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ରେ ପାଳିତ ହୋଇଥାଏ । ଏପରି ମାନା ଯାଇଥାଏ ଯେ ମହାଶିବରାତ୍ରି ଦିନଠାରୁ ହିଁ ସୃଷ୍ଟିର ପ୍ରାରମ୍ଭ ହୋଇଥିଲା । ଏହିଦିନ କେବଳ ପୂଜାପାଠ କଲେ ଜୀବନରେ ସୁଖ ପ୍ରାପ୍ତି ହୋଇଥାଏ । ମହାଦେବ ଯେତେ ଜଲଦି ପ୍ରସନ୍ନ ହୁଅନ୍ତି ସେତେ ଜଲଦି କ୍ରୋଧିତ ମଧ୍ୟ ହୋଇ ଯାଆନ୍ତି । କିଛି ଏଭଳି ଜିନିଷ ଅଛି ଯାହାକୁ ମହାଦେବଙ୍କୁ ଅର୍ପିତ କରିବା ଉଚିତ ଏବଂ ଆଉ କିଛି ଜିନିଷ ଅର୍ପିତ କରିବା ଉଚିତ ନୁହେଁ ।

ମହାଶିବରାତ୍ରି ଦିନ ଧଳା କିମ୍ବା ନାଲି ବସ୍ତ୍ର ଧାରଣ କରି ମହାଦେବଙ୍କ ପୂଜା କରନ୍ତୁ । ଏହିଦିନ ଶିବଲିଙ୍ଗ ପୂଜନର ଅନେକ ମହତ୍ତ୍ୱ ରହିଛି । ଯାହାଦ୍ୱାରା ଉଭୟ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ କୃପା ପ୍ରାପ୍ତ ହୋଇଥାଏ । ମହାଦେବଙ୍କ ବ୍ୟତୀତ ଗଣେଶ , କାର୍ତ୍ତିକ ଏବଂ ନନ୍ଦିଙ୍କୁ ପୂଜା କରିବା ଉଚିତ । ପ୍ରଦୋଷ ସମୟରେ ମହାଦେବ ଶିବଲିଙ୍ଗରେ ବିରାଜମାନ କରନ୍ତି ।

ତେଣୁ ପ୍ରଦୋଷ ସମୟରେ ହିଁ ମହାଦେବଙ୍କୁ ପୂଜା କରିବା ଉଚିତ । ଚଳିତ ବର୍ଷ ମହାଶିବରାତ୍ରି ଅତ୍ୟନ୍ତ ଶୁଭ ଯୋଗ ସୃଷ୍ଟି କରୁଛି । ମହାଦେବଙ୍କୁ ବେଲପତ୍ର ଅତ୍ୟନ୍ତ ପସନ୍ଦ ଅଟେ । ତେଣୁ ମହାଦେବଙ୍କୁ ବେଲପତ୍ର ନିଶ୍ଚୟ ଅର୍ପିତ କରନ୍ତୁ । ଏପରି କରିବାକୁ କରିବା ଦ୍ୱାରା ଭଗବାନ ଶିବଙ୍କ କୃପା ପ୍ରାପ୍ତ ହୋଇଥାଏ ।

ପ୍ରଦୋଷ ସମୟରେ ମହାଦେବଙ୍କ ପୂଜା କରିବା ଉଚିତ । ଶିବରାତ୍ରି ଦିନ ଭଗବାନ ମହାଦେବଙ୍କ ଶିବଲିଙ୍ଗର ପୂଜନ ନିଶ୍ଚିତ କରନ୍ତୁ । ଶିବଲିଙ୍ଗକୁ ପୂଜା କରିବା ଦ୍ୱାରା ମହାଦେବ ଏବଂ ପାର୍ବତୀଙ୍କ ଅସୀମ କୃପା ପ୍ରାପ୍ତ ହୋଇଥାଏ । ମହାଶିବରାତ୍ରି ଦିନ ଚାରି ପ୍ରହର ବ୍ୟତୀତ ପ୍ରଦୋଷ କାଳରେ ମଧ୍ୟ ମହାଦେବଙ୍କୁ ପୂଜା କରିବା ଉଚିତ । ପ୍ରଦୋଷ ପ୍ରହରର ଆରମ୍ଭ ଫେବୃଆରୀ ୧୭ ରାତି ୧୧.୩୬ ରେ ହେବ । ଏହାର ସମାପନ ୧୮ ଫେବୃଆରୀ ରାତି ୦୮.୦୦ ରେ ହେବ । ଉଦୟା ତିଥି ଅନୁଯାୟୀ ପ୍ରଦୋଷ କାଳ ଫେବୃଆରୀ ୧୭ ରେ ରଖାଯିବ ।

ଏହିଦିନ ଲୋକେ ବ୍ରତ ରଖିଥାନ୍ତି ତେଣୁ ଅନ୍ନ ସେବନ କରିବା ଉଚିତ ନୁହେଁ । ଶରୀରରେ ଯେପରି ଜଳୀୟଅଂଶ ନକମିବ ସେଥିପାଇଁ ଡାଳିମ୍ବ ଜୁସ ତିଆରି କରି ସେବନ କରନ୍ତୁ । କିନ୍ତୁ ଆଖୁ ରସ ସେବନ କରନ୍ତୁ ନାହିଁ । ମହାଶିବରାତ୍ରି ଦିନ ମଦ ମାଂସ ସେବନ କରିବା ଉଚିତ ନୁହେଁ । ନଚେତ ମାତା ପାର୍ବତୀ ଏବଂ ମହାଦେବଙ୍କ କ୍ରୋଧର ସାମ୍ନା କରିବାକୁ ପଡ଼ିଥାଏ । ଆପଣ ଅମୃତଭଣ୍ଡା ଏବଂ କଦଳୀ ଖାଇ ପାରିବେ । ଏହିଦିନ ଲୁଣ ସେବନ କରିବା ଉଚିତ ନୁହେଁ । କିନ୍ତୁ କଳା ଲୁଣ ଖାଇବା ଉଚିତ ନୁହେଁ । ଶସ୍ୟ ଜାତୀୟ ଖାଦ୍ୟର ସେବନ କରନ୍ତୁ ନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *