Excuse Me Odisha

ଯାହା କହିବୁ ସତ କହିବୁ

ସାବଧାନ! ଘରେ ରଖନ୍ତୁ ନାହିଁ ଏହି ଦୁଇଟି ଜିନିଷ, ନହେଲେ ଆପଣଙ୍କର ପୁର ପରିବାର ହୋଇଯିବ ବର୍ବାଦ !

ସେୟାର୍ କରନ୍ତୁ

ପାରିବାରିକ ଜୀବନରେ ଘରେ ଲୋକଙ୍କୁ ଏହି ଦୁଇଟି ଜିନିଷ ରଖିବା ଉଚିତ ନୁହେଁ। ଏଭଳି କରିବା ଦ୍ଵାରା ଆପଣଙ୍କ ଜୀବନରେ ଅନେକ ସଙ୍କଟ ମାଡି ଆସିଥାଏ। ବେଳେବେଳେ ଆମ ତରଫରୁ ଜାଣତରେ ହେଉ ଅବା ଅଜାଣତରେ ଏଭଳି ଭୁଲ ହୋଇ ଯାଇଥାଏ, ଯାହାଦ୍ଵାରା ଆମକୁ ଅଶୁଭ ପରିଣାମ ଭୋଗିବାକୁ ପଡ଼ିଥାଏ। ଆଜି ଆମେ ଆପଣଙ୍କୁ କିଛି ଏଭଳି ଦୁଇଟି ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣ ଘରେ ରଖିବା ଉଚିତ ନୁହେଁ।

ଶାଳଗ୍ରାମ :-

ଶାଳଗ୍ରାମ ଏକ ଏଭଳି ପଥର ଅଟେ, ଯାହା ଅତ୍ୟନ୍ତ ଦୁର୍ଲଭ ଓ ଶୁଭ ହୋଇଥାଏ। ଏହାକୁ ବିଷ୍ଣୁ ଶିଳା ମଧ୍ୟ କୁହାଯାଏ। ମାନ୍ୟତା ରହିଛି କି ଏହା ଭଗବାନ ବିଷ୍ଣୁଙ୍କର ସ୍ୱରୂପ। ଆଜିକାଲି ବଜାରରେ କଳା ରଙ୍ଗର ପଥରକୁ ଶାଳଗ୍ରାମ କହି ବିକ୍ରି କରାଯାଉଛି। କିନ୍ତୁ ତାହା ଶାଳଗ୍ରାମ ନୁହେଁ। ଶାଳଗ୍ରାମ ପଥର ଦେଖିବାକୁ ବହୁତ ସୁନ୍ଦର ହୋଇଥାଏ। ଯଦି ଆପଣଙ୍କର ସଚ୍ଚୋଟ ମନ ନଥିବ,ତାହେଲେ ଆପଣ ଅନେକ ପଥର ମଧ୍ୟରୁ ଶାଳଗ୍ରାମକୁ ଖୋଜି ପାରିବେ ନାହିଁ। ଯଦି ଆପଣ ଶାଳଗ୍ରାମ ପାଇ ଏହାକୁ ସମ୍ଭାଳି ରଖି ପାରୁ ନାହାଁନ୍ତି ବା ପୂଜାର୍ଚ୍ଚନା କରୁ ନାହାନ୍ତି, ତାହେଲେ ଆପଣ ବଡ଼ ସଙ୍କଟରେ ପଡ଼ି ପାରନ୍ତି।

ଯେଉଁ ସାଂସାରିକ ବ୍ୟକ୍ତି ଅନୁଶାସନ, ଏକାଗ୍ରତା, ଜାଗରୁକତାର ଜୀବନ ଅତିବାହିତ କରୁ ନାହାନ୍ତି, ସେମାନେ ନିଜ ଘରେ କେବେବି ଶାଳଗ୍ରାମ ରଖିବା ଉଚିତ ନୁହେଁ। ଯଦି ଆପଣ ଶାଳଗ୍ରାମକୁ ଘରେ ରଖନ୍ତି, ତାହେଲେ ଆପଣଙ୍କ ପରିବାରକୁ ସଙ୍କଟ ମାଡି ଆସିବା ସହିତ ଆପଣଙ୍କୁ କୌଣସି ଶୁଭ ଫଳ ପ୍ରାପ୍ତି ହେବ ନାହିଁ। ଏହାସହିତ ଆପଣଙ୍କ ଯୋଗୁଁ ଆପଣଙ୍କ ପର ପିଢ଼ି ମଧ୍ୟ ଅଶୁଭ ଫଳ ଭୋଗି ପାରନ୍ତି।

ଶାଳଗ୍ରାମ ଏକ ଉର୍ଜା ଭଣ୍ଡାର ଏବଂ ଛୋଟ ବ୍ରହ୍ମାଣ୍ଡ ଅଟେ। ଏଥିରେ ସକାରାତ୍ମକ ଉର୍ଜା ଭରପୁର ହୋଇ ରହିଥାଏ। ଯଦି ଆପଣ ଏହାକୁ ସମ୍ଭାଳି ରଖିବେ ନାହିଁ ବା ନିୟମିତ ଏହାର ପୂଜାର୍ଚ୍ଚନା କରିବେ ନାହିଁ, ତାହେଲେ ଆପଣଙ୍କୁ ଶୁଭ ବଦଳରେ ଅଶୁଭ ପରିଣାମ ଭୋଗିବାକୁ ପଡିପାରେ।

ଏକମୁଖୀ ରୁଦ୍ରାକ୍ଷ :-

ଆପଣ ମାନେ ଦେଖିଥିବେ କି ପ୍ରାୟତଃ ଅଧିକାଂଶ ଲୋକେ ଏକମୁଖୀ ରୁଦ୍ରାକ୍ଷ ଧାରଣ କରିଥାନ୍ତି। କିନ୍ତୁ ପ୍ରତ୍ୟେକ ମନୁଷ୍ୟର ଅନେକ ପ୍ରକାରର ମୂଖ ରହିଥାଏ। ଯେଉଁ ବ୍ୟକ୍ତି ସର୍ବଦା ନକାରାତ୍ମକ ଚିନ୍ତନ କରୁଥାଏ ଏବଂ ଅନ୍ୟର କ୍ଷତି କରିବାକୁ ପ୍ରୟାସ କରେ, ସେହି ବ୍ୟକ୍ତିଙ୍କ ଗଳାରେ ଏକ ମୁଖୀ ରୁଦ୍ରାକ୍ଷ ଧାରଣ କରିବା ଉଚିତ ନୁହେଁ। ନଚେତ ଏହାର ଅଶୁଭ ପରିଣାମ ଭୋଗିବାକୁ ପଡିପାରେ। କହିବାକୁ ଗଲେ ଏଭଳି ଧାର୍ମିକ ଜିନିଷ ପାଖରେ ରଖି କିଛି ଲାଭ ମିଳିବ ନାହିଁ

ଯେତେ ପର୍ଯ୍ୟନ୍ତ ଆପଣଙ୍କ ମନରେ ମଇଳା ଭରି ରହିଥିବ। ତେଣୁ ଧାର୍ମିକ ଭାବନା ରଖୁଥିଲେ, ପ୍ରଥମେ ନିଜ ମନକୁ ଶୁଦ୍ଧ ରଖନ୍ତୁ ଓ ସମର୍ପଣ ଭାବନା ଜାଗ୍ରତ କରନ୍ତୁ। ଏହାଦ୍ବାରା ଘରେ ଈଶ୍ୱର ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ ଓ ଆଶୀର୍ବାଦ କରିବେ। ପ୍ରତ୍ୟେକ ମନୁଷ୍ୟ ଈଶ୍ବରଙ୍କ ଆଶିଷ ପାଇବା ପାଇଁ ହିଁ ଏହିସବୁ ପ୍ରଦର୍ଶନ କରିଥାଏ, ଯେପରି ରୁଦ୍ରାକ୍ଷ ପାଖରେ ରଖିବା, ତୁଳସୀ ମାଳା ପିନ୍ଧିବା। ତେଣୁ ରୁଦ୍ରାକ୍ଷ ପିନ୍ଧୁଥିଲେ, ପ୍ରଥମେ ନିଜକୁ ଶୁଦ୍ଧ ରଖନ୍ତୁ ଏବଂ ସକାରାତ୍ମକ ଚିନ୍ତା ଭାବନା କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *