Excuse Me Odisha

ଯାହା କହିବୁ ସତ କହିବୁ

ଏହି ପାଞ୍ଚଟି ନାମର ପୁରୁଷ ଜନ୍ମରୁ ହିଁ ମାଲିକ ହେବାର ଭାଗ୍ୟ ନେଇ ଆସିଥାନ୍ତି , ଚାଣକ୍ୟ ନୀତିରେ ହୋଇଛି ବର୍ଣ୍ଣନା

ସେୟାର୍ କରନ୍ତୁ

ଚାଣକ୍ୟ ନୀତିରେ ଅନେକ ଜିନିଷ ବିଷୟରେ ଉଲ୍ଲେଖ କରାଯାଇଛି । ଯାହାକୁ ପଢ଼ିବା ପରେ ଅନେକ ଜିନିଷର ଜ୍ଞାନ ଅର୍ଜନ ହୋଇଥାଏ । ଯାହା ମଣିଷକୁ ବଞ୍ଚିବାର ଏକ ନୂଆ ବାଟ ଯୋଗାଇ ଦେଇଥାଏ । ଆଉ ଯାହା ମଣିଷକୁ ଅନ୍ୟ ଏକ ଦୁନିଆଁକୁ ନେଇ ଯାଇଥାଏ । ତେବେ ଆଜି ଆମେ ଆପଣଙ୍କୁ କିଛି ଏପରି କଥା କହିବାକୁ ଯାଉଛୁ , ଯାହା ବିଷୟରେ ଆପଣ ଆଗରୁ କେବେ ଶୁଣି ନଥିବେ କି ଜାଣି ନଥିବେ । ତେବେ ଆସନ୍ତୁ ସେ ବିଷୟରେ ଜାଣି ନେବା । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନାମରେ ପ୍ରଥମ ଅକ୍ଷର ହିଁ ଆପଣଙ୍କ ଜୀବନରେ ଅନେକ ପ୍ରଭାବ ପକାଇଥାଏ । ମଣିଷର ନାମ ହିଁ ତାର ପରିଚୟ ହୋଇଥାଏ । ଯାହାଦ୍ଵାରା ସମସ୍ତଙ୍କ ପାଖରେ ଜଣା ଯାଇଥାଏ । ଆଉ ଯାହା ତାକୁ ଦୁନିଆଁରେ ଏକ ନୂଆ ପରିଚୟ ଦେଇଥାଏ।

ଆପଣ ସମସ୍ତେ ଜାଣିଥିବେ କି , ପିଲାଟି ପାଠ ପଢିବାକୁ ଗଲେ ପ୍ରଥମେ ତାର ନାମ ହିଁ ପଚରା ଯାଇଥାଏ । ଯାହା ତାର ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ଭଳି କାମ କରିଥାଏ । ତେବେ କିଛି ପିଲା ଏପରି ଜନ୍ମ ହୋଇଥାଆନ୍ତି , ଯେଉଁ ମାନଙ୍କର ଜନ୍ମ ହିଁ ମାଲିକ ହେବା ପାଇଁ ହୋଇଥାଏ । ତେବେ ସେହି ମାନଙ୍କ ବିଷୟରେ ଆମେ ଆସନ୍ତୁ ଜାଣି ନେବା । ଏହି ପାଞ୍ଚଟି ନାମର ବ୍ୟକ୍ତି ଜୀବନରେ କେବଳ ମାଲିକ ହେବା ପାଇଁ ଭାବି ଥାନ୍ତି ଆଉ ତାକୁ ହିଁ ଶେଷରେ ପୁରା କରିଥାନ୍ତି । ତେବେ ସେହି ନାମ ମଧ୍ୟରୁ ପ୍ରଥମ ଅକ୍ଷର ହେଉଛି c ନାମ ଥିବା ବ୍ୟକ୍ତି । ଏହି ବ୍ୟକ୍ତି ମାନେ ଜୀବନରେ କେବଳ ବ୍ୟବସାୟ ବିଷୟରେ ଭାବି ଥାଆନ୍ତି । ଏମାନେ ଆଉ କାହା ବ୍ୟବସାୟ ଉପରେ ନଜର ପକାନ୍ତି ନାହିଁ , ନିଜ ବ୍ୟବସାୟ ଆରମ୍ଭ କରିବା ପାଇଁ ଏମାନେ ଭାବି ଥାଆନ୍ତି ।

ଦ୍ଵିତୀୟ ନାମଟି H ନାମ ବୋଲି କୁହା ଯାଇଥାଏ । ଏମାନେ ମଧ୍ୟ କେବେ କାହାର କାରବାର ଉପରେ ନଜର ରଖନ୍ତି ନାହିଁ । ଏମାନେ ନିଜର ଏକ ସ୍ବତନ୍ତ୍ର ବ୍ୟବସାୟ କରିବା ପାଇଁ ଚିନ୍ତା କରିଥାନ୍ତି ଆଉ ସେଥିପାଇଁ ହିଁ ଚାକିରୀ ଠାରୁ ଦୂରେଇ ରହିଥାନ୍ତି । ନିଜର ବ୍ୟବସାୟ ଆରମ୍ଭ କରି ଏମାନେ ରାତାରାତି ମାଲିକ ହୋଇ ଯାଇଥାନ୍ତି । ଆଉ ନିଜର ଏକ ପ୍ରତିଷ୍ଠା ସ୍ଥାପନ କରିଥାନ୍ତି । ଅନ୍ୟ ନାମ ହେଉଛି M ଅକ୍ଷର । ଏହି ଅକ୍ଷରରୁ ଆରମ୍ଭ ହୋଇଥିବା ଲୋକ ମାନେ ଅନେକ ଚତୁର ହୋଇଥାନ୍ତି । କେବଳ ଚତୁର ନୁହେଁ ଏମାନେ ଅତ୍ୟନ୍ତ ସାହସ ମଧ୍ୟ ହୋଇଥାନ୍ତି । ଏମାନେ କିଛି କାମ କରିବା ଆଗରୁ ବହୁତ ଚିନ୍ତା କରିଥାନ୍ତି ଆଉ ଭାବି ଚିନ୍ତି ଏମାନେ ନିବେଶ କରିଥାନ୍ତି । ଆଉ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଏମାନେ ନିଜର ଏକ ସ୍ବତନ୍ତ୍ର ନାମ କମାଇଥନ୍ତି ।

ଆଉ ଏକ ନାମ ହେଉଛି S ନାମରେ ଆରମ୍ଭ ହେଉଥିବା ବ୍ୟକ୍ତି । ଯେଉଁ ମାନଙ୍କର ନାମ ଏଥିରୁ ଆରମ୍ଭ ହୋଇଥାଏ , ସେମାନେ ବ୍ୟବସାୟ କ୍ଷେତ୍ରରେ ନିଜର ପ୍ରାଧାନ୍ୟ ବିସ୍ତାର କରି ରଖିଥାନ୍ତି । ଏମାନେ ନିଜ ଜୀବନରେ କିଛି କରିବାର ଆଉ ମାଲିକ ହେବାର ଆଶା ରଖିଥାନ୍ତି । ଏମାନେ କାହାର ପାଖରେ ରହି ଚାକିରୀ କରିବାକୁ ଭଲ ପାଆନ୍ତି ନାହିଁ । ଏମାନେ ଜନ୍ମରୁ ହିଁ ମାଲିକ ହୋଇଥାନ୍ତି । ତେବେ ଶେଷ ଅକ୍ଷର ହେଉଛି V। ଏହି ଅକ୍ଷରରୁ ଆରମ୍ଭ ହୋଇଥିବା ବ୍ୟକ୍ତି ମାନେ ମଧ୍ୟ ନିଜର ଏକ କାରବାର ଆରମ୍ଭ କରିଥାନ୍ତି । ପିଲାଟି ବେଳରୁ ଏମାନେ ଅତ୍ୟନ୍ତ ସାହସିକତା ଦେଖାଇଥାନ୍ତି । ଚାକିରୀ କରିବା ଠାରୁ ଏମାନେ ମଧ୍ୟ ଦୂରେଇ ରହିଥାନ୍ତି । ଆଉ ନିଜର ଏକ ବ୍ୟବସାୟ ଆରମ୍ଭ କରି ସୁନାମ ଅର୍ଜନ କରିଥାନ୍ତି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *