Excuse Me Odisha

ଯାହା କହିବୁ ସତ କହିବୁ

ଫେବଆରୀ ୧ ତାରିଖ ମହା ଏକାଦଶୀ ଦିନ ଚୁପଚାପ ଦୀପରେ ପକାନ୍ତୁ ଏହି ଗୋଟେ ଜିନିଷ, ଖୁବ୍ ଶୀଘ୍ର ଚମକି ଉଠିବ ଆପଣଙ୍କ ଭାଗ୍ୟ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଜାନୁଆରୀ ୩୧ ତାରିଖ ଦିନ ରାତି ୧୧:୫୩ ମିନିଟରେ ଜୟା ଏକାଦଶୀ ତିଥି ଆରମ୍ଭ ହୋଇ ଫେବୃଆରୀ ୧ ତାରିଖ ଦିନ ଦ୍ବିପ୍ରହର ୨:୦୧ ମିନିଟରେ ସମାପନ ହେବ। ଉଦୟା ତିଥି ଅନୁସାରେ ଫେବୃଆରୀ ୧ ତାରିଖ ଦିନ ହିଁ ଏକାଦଶୀ ବ୍ରତ ରଖି ପାରିବେ। ଜୟା ଏକାଦଶୀ ତିଥିକୁ ଭୂମି ଏକାଦଶୀ ମଧ୍ୟ କୁହାଯାଏ। ଆଜି ଆମେ ଆପଣଙ୍କୁ ଏହି ଏକାଦଶୀ ତିଥିରେ କେଉଁ ଖାସ ଉପାୟ କରିବେ, ସେହି ବିଷୟରେ କହିବାକୁ ଯାଉଛୁ। ଏହି ଉପାୟ ପ୍ରୟୋଗ କରି ଆପଣ ଲାଭବାନ ହୋଇ ପାରନ୍ତି।

କହିବାକୁ ଗଲେ ଏକାଦଶୀ ତିଥି ଭଗବାନ ବିଷ୍ଣୁ ସମର୍ପିତ ଅଟେ। ଭଗବାନ ବିଷ୍ଣୁ ଓ ଦେବୀ ଲକ୍ଷ୍ମୀଙ୍କର କୃପା ଲାଭ କରିବା ପାଇଁ ଏକାଦଶୀ ତିଥି ପାଳନ କରାଯାଇଥାଏ। ଏହିଦିନ ଶ୍ରଦ୍ଧାର ସହିତ ବ୍ରତ ପାଳନ କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ ଏବଂ ପରିବାରରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ। ଏକାଦଶୀ ବ୍ରତ ପାଳନ କରିବା ପାଇଁ କିଛି ନିୟମ ରହିଛି। ଯାହାକୁ ପାଳନ କରିବା ନିହାତି ଆବଶ୍ୟକ ଅଟେ। ଏକାଦଶୀ ତିଥି ଦିନ ଆପଣ ରସୁଣ ପିଆଜ ଏବଂ ମାଂସ ଆଦିର ସେବନ କରିବା ଉଚିତ ନୁହେଁ। ଏକାଦଶୀ ତିଥି ଦିନ ଚାଉଳ ଖାଇବା ଉଚିତ ନୁହେଁ।

ଯଦି ଆପଣ ଏକାଦଶୀ ବ୍ରତ ରଖୁଛନ୍ତି, ତାହେଲେ ସେହିଦିନ ଘରେ ଅନ୍ୟମାନଙ୍କୁ କଟୁ ବଚନ କୁହନ୍ତୁ ନାହିଁ। ଏହିଦିନ ପରିବାରରେ ଶାନ୍ତି ବଜାୟ ରଖନ୍ତୁ। ଏହାସହିତ ଦାନ ପୁଣ୍ୟ ମଧ୍ୟ କରନ୍ତୁ। ଘରକୁ ଆସୁଥିବା ଗାଈକୁ ଖାଇବାକୁ ଦିଅନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ପାପ କ୍ଷୟ ହୋଇଯିବ। ଏକାଦଶୀ ଦିନ ଅନ୍ୟମାନଙ୍କ ଉପରେ କ୍ରୋଧ କରନ୍ତୁ ନାହିଁ ଏବଂ ଅନ୍ୟମାନଙ୍କର ଚୁଗୁଲି କରନ୍ତୁ ନାହିଁ। ଏହିଦିନ ଆପଣ କେବଳ ଭଗବାନ ବିଷ୍ଣୁଙ୍କର ଆରାଧନା କରନ୍ତୁ। ଦେଖିବେ ଆପଣଙ୍କୁ ଶୁଭ ଫଳ ପ୍ରାପ୍ତି ହେବ।

ଏକାଦଶୀ ତିଥି ଦିନ ତରକାରୀ, ରୁଟି ଆଦି ମଧ୍ୟ ଖାଇବା ଉଚିତ ନୁହେଁ। ଏହିଦିନ ଫଳ ଆହାର କରନ୍ତୁ। ଏକାଦଶୀ ତିଥି ଦିନ ଆପଣ ସକାଳୁ ଉଠି ସ୍ନାନ ସାରି ଠାକୁର ପୂଜା କରନ୍ତୁ । ତାପରେ ଫଳ ଖାଇ ପାରିବେ। ଏକାଦଶୀ ତିଥି ଦିନ ସନ୍ଧ୍ୟା ସମୟରେ ଆପଣ ତୁଳସୀ ଗଛ ମୂଳରେ ଏବଂ ଠାକୁର ଘରେ ଘିଅର ଦୀପ ପ୍ରଜ୍ବଳନ କରନ୍ତୁ। ଏହି ଦୀପରେ ଗୋଟେ ଲବଙ୍ଗ ପକାଇ ଦିଅନ୍ତୁ । ଏହାସହିତ ଠାକୁର ଘରେ ଆଳତି କରିବା ସମୟରେ କର୍ପୁରରେ ଗୋଟେ ଲବଙ୍ଗ ପକାଇ ଆଳତି କରନ୍ତୁ। ତାପରେ ଘର ସାରା ସେହି ଆଳତିକୁ ବୁଲାଇ ଆଣନ୍ତୁ। ଏଭଳି କରିବା ଦ୍ଵାରା ଘରୁ ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇଯିବ ଏବଂ ଘର ଧନଧାନ୍ୟରେ ପରିପୂର୍ଣ ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *