Excuse Me Odisha

ଯାହା କହିବୁ ସତ କହିବୁ

ଜାନୁଆରୀ ୨୬ ବସନ୍ତ ପଞ୍ଚମୀ : ପିଲାଙ୍କ ସଫଳତା ପାଇଁ ମା’ ମାନେ ମାତା ସରସ୍ୱତୀଙ୍କ ନିକଟରେ ନିହାତି କରନ୍ତୁ ଏହି କାମନା ।

ସେୟାର୍ କରନ୍ତୁ

ବସନ୍ତ ପଞ୍ଚମୀକୁ ମାତା ସରସ୍ୱତୀଙ୍କ ଆରାଧନା ନିମନ୍ତେ ଉପଯୁକ୍ତ ଦିନ ହୋଇଥାଏ । ବାଣୀ ବିଦ୍ୟା ପ୍ରାପ୍ତି ନିମନ୍ତେ ମାତା ସରସ୍ୱତୀଙ୍କ ଆରାଧନା କରାଯାଏ । ବସନ୍ତ ପଞ୍ଚମୀ ଦେବୀ ସରସ୍ୱତୀଙ୍କ ଅବତରଣ ଦିବସ ହୋଇଥାଏ । ସୃଷ୍ଟି ଆରମ୍ଭରେ ଭଗବାନ ଶିବଙ୍କ ଆଜ୍ଞାରେ ଭଗବାନ ବ୍ରହ୍ମା ସୃଷ୍ଟି ରଚନା କଲେ ମାତ୍ର ଜୀବଜନ୍ତୁ ସୃଷ୍ଟି ହେବା ସତ୍ତ୍ୱେବି କିଛି ଅଭାବ ରହିଥିବା ଭଳି ପ୍ରତୀତ ହେଉଥିଲା ।

ତେଣୁ ସେ ନିଜ କମଣ୍ଡଳୁରୁ ଜଳ ହାତରେ ନେଇ ସିଞ୍ଚି ଭଗବାନ ବିଷ୍ଣୁଙ୍କ ଆରାଧନା କାମନା କରିବାରେ ଲାଗିଲେ । ଯାହାଦ୍ୱାରା ଭଗବାନ ବିଷ୍ଣୁ ଆଦି ଶକ୍ତି ଦୁର୍ଗା ମାତାଙ୍କର ଆରାଧନା କରିବାରେ ଲାଗିଲେ । ଆଦି ଶକ୍ତି ଦୁର୍ଗା ମାତା ପ୍ରକଟ ହେଲେ । ଏହାପରେ ମା’ ଦୁର୍ଗା ସରସ୍ୱତୀ ରୂପରେ ପ୍ରକଟ ହେଲେ ଯାହାଦ୍ୱାରା ସୃଷ୍ଟିର ସବୁ ଜୀବଜନ୍ତୁଙ୍କୁ ବାଣୀ ପ୍ରକଟ ହେଲା ।

ମାତା ସରସ୍ୱତୀ ଭଗବାନ ବ୍ରହ୍ମାଙ୍କ ଅଂଶ ଅଟନ୍ତି । ଯେଉଁଦିନ ଏହି ସବୁ ଘଟଣା ଘଟିଲା ସେହିଦିନ ବସନ୍ତ ଋତୁର ପଞ୍ଚମୀ ତିଥି ଥିଲା । ତେଣୁ ଏହି ଦିନକୁ ବସନ୍ତ ପଞ୍ଚମୀ ବୋଲି କୁହାଯାଏ । ତେଣୁ ମାତା ସରସ୍ୱତୀଙ୍କ ଆରାଧନାର ବିଶେଷ ମହତ୍ତ୍ୱ ରହିଛି । ବିଦ୍ୟା ପ୍ରାପ୍ତି କରିବା କିମ୍ବା କୌଣସି କଳାର ପ୍ରାରମ୍ଭ କରିବା ପାଇଁ ଏହି ଦିନ ଅତ୍ୟନ୍ତ ଶୁଭ ହୋଇଥାଏ । ତେଣୁ ବସନ୍ତ ପଞ୍ଚମୀ ଦିନ ମାତା ସରସ୍ୱତୀଙ୍କ ଆରାଧନା ନିଶ୍ଚୟ କରନ୍ତୁ । ବସନ୍ତ ପଞ୍ଚମୀ ଦିନ ସକାଳୁ ଜଲଦି ଉଠି ଯାଆନ୍ତୁ ଏବଂ ସ୍ନାନ କରି ସ୍ୱଚ୍ଛ ହଳଦିଆ ବସ୍ତ୍ର ଧାରଣ କରନ୍ତୁ । ଏହିଦିନ ହଳଦିଆ ବସ୍ତ୍ର ଧାରଣ କରିବାର ବିଶେଷ ମହତ୍ତ୍ୱ ରହିଛି ।

ବସନ୍ତ ପଞ୍ଚମୀ ଦିନ ଯେଉଁ ବ୍ୟକ୍ତି ହଳଦିଆ ବସ୍ତ୍ର ଧାରଣ କରି ମାତା ସରସ୍ୱତୀଙ୍କ ଆରାଧନା କରନ୍ତି ସେମାନଙ୍କ ଉପରେ ମାତା ସରସ୍ୱତୀ ଖୁବ ପ୍ରସନ୍ନ ହୁଅନ୍ତି । ଏହିଦିନ ମାତା ସରସ୍ୱତୀଙ୍କ ପ୍ରତୀମାକୁ ପୂଜା କରିବା ଉଚିତ । ମାତ୍ର ଯଦି ସରସ୍ୱତୀଙ୍କ ପ୍ରତିମା ନାହିଁ ତେବେ କୌଣସି ପୁସ୍ତକ କିମ୍ବା ସରସ୍ୱତୀଙ୍କ ସମ୍ବନ୍ଧୀୟ ବସ୍ତୁକୁ ରଖି ପୂଜା କରି ପାରିବେ । ଦେବୀ ସରସ୍ୱତୀଙ୍କ ନିକଟରେ ଶୁଦ୍ଧ ଘିଅ ଦୀପ ପ୍ରଜ୍ଜ୍ଵଳନ କରନ୍ତୁ ।

ଏହି ଦିନ ହଳଦିଆ ବସ୍ତୁର ଅନେକ ମହତ୍ତ୍ୱ ରହିଛି ତେଣୁ ହଳଦିଆ ମିଠା ବସ୍ତୁ ଅର୍ପିତ କଲେ ଉତ୍ତମ ହୋଇଥାଏ । ଭୋଗ ଲଗାଇ ସାରିବା ପରେ ପରିବାର ସଦସ୍ୟଙ୍କ ସହିତ ମିଶି ତାହାକୁ ପ୍ରସାଦ ଆକାରରେ ଗ୍ରହଣ କରନ୍ତୁ । ମାତା ସରସ୍ୱତୀଙ୍କ ମନ୍ତ୍ର ଅଧିକ ଥର ଜପ କରିବାକୁ ଚେଷ୍ଟା କରନ୍ତୁ । ଯେତେ ଅଧିକ ଜପ କରିବେ ତାହାର ଫଳ ସେତେ ଅଧିକ ପ୍ରାପ୍ତ ହେବ । ଘରେ ଛୋଟ ପିଲା କିମ୍ବା ବଡ଼ ପିଲା ମଧ୍ୟ ଏହି ଜପ କରି ପାରିବେ ।

ଯାହାଦ୍ୱାରା ଏକାଧିକ ଲାଭ ପ୍ରାପ୍ତ ହୋଇଥାଏ । ଯାହାଦ୍ୱାରା ପିଲାର କଥା କହିବାର ସମସ୍ୟା ମଧ୍ୟ ଦୂରେଇ ଯିବ । ଏହାଦ୍ବାରା ପିଲାର ଜିଭରେ ମାତା ସରସ୍ୱତୀଙ୍କ ବାସ ହୋଇଥାଏ । ସ୍ମରଣ ଶକ୍ତି ବଢ଼ିଥାଏ ଏବଂ ବିଦ୍ୟା ବୁଦ୍ଧି ମଧ୍ୟ ପ୍ରକଟ ହୋଇଥାଏ । ବସନ୍ତ ପଞ୍ଚମୀ ଦିନଟି ସବୁ କାର୍ଯ୍ୟ ପାଇଁ ଶୁଭ ହୋଇଥାଏ । ଯଦି ଏହିଦିନ ଶୁଭ କାର୍ଯ୍ୟ କରାଯାଏ ତେବେ ଦେବୀ ସରସ୍ୱତୀଙ୍କ ସୁଲଭ ସମେତ ମାତା ଲକ୍ଷ୍ମୀଙ୍କ କୃପା ମଧ୍ୟ ପାପ୍ତ ହୋଇଥାଏ ।

ପୁରାଣ ଅନୁଯାୟୀ ବସନ୍ତ ପଞ୍ଚମୀ ଦିନ ହଳଦିଆ ବସ୍ତ୍ର ଏବଂ ଅନ୍ୟାନ୍ୟ ପୂଜା ବସ୍ତୁ ହଳଦିଆ ହୋଇଥିଲେ ତାହାର ଅନେକ ମହତ୍ତ୍ୱ ରହିଛି । ହଳଦିଆ ରଙ୍ଗ ସକାରାତ୍ମକ ଏବଂ ସୌହାର୍ଦ୍ଦ୍ୟର ପ୍ରତୀକ ହୋଇଥାଏ । ହଳଦିଆ ରଙ୍ଗ ଉତ୍ସାହ ବଢ଼ାଇ ଥାଏ । ଏହିଦିନ ମା’ ମାନେ ପିଲାଙ୍କୁ ମଧ୍ୟ ମାତା ଲକ୍ଷ୍ମୀଙ୍କ ଆରାଧନା ନିମନ୍ତେ ଶିକ୍ଷା ଦେବା ଉଚିତ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *