Excuse Me Odisha

ଯାହା କହିବୁ ସତ କହିବୁ

ଘର ସାମ୍ନାରେ ଲଗାନ୍ତୁ ଏହି ଦୁଇଟି ଗଛ । ହୋଇଥାଏ ଧନ ପ୍ରାପ୍ତି ଏବଂ ମାତା ଲକ୍ଷ୍ମୀଙ୍କ ସ୍ଥାୟୀ ବାସ ।

ସେୟାର୍ କରନ୍ତୁ

ଭଗବାନ ଶ୍ରୀକୃଷ୍ଣ ବାସ୍ତୁ ଶାସ୍ତ୍ରର ବିଶେଷ ଜ୍ଞାନ ରଖୁଥିଲେ । ସେ ସମୟ ସମୟରେ ଭଗବାନ ଯୁଧିଷ୍ଠିରଙ୍କୁ ବାସ୍ତୁ ଶାସ୍ତ୍ରର ଜ୍ଞାନ ଦେଉଥିଲେ । ସେହି ଜ୍ଞାନ ସମଗ୍ର ମାନବଜାତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଶାସ୍ତ୍ରରେ ଭଗବାନ ଶ୍ରୀକୃଷ୍ଣ କିଛି ଏପରି ଗଛ ବିଷୟରେ କହିଛନ୍ତି ଯାହା ଘରର ସୀମା ମଧ୍ୟରେ ହେବା ଅତ୍ୟନ୍ତ ଅଶୁଭ ହୋଇଥାଏ । ଏହି ସବୁ ଗଛ ଘର ଆଗରେ ରହିଲେ ସେହି ଘରର କେବେବି ଉନ୍ନତି ହୋଇ ନଥାଏ । ଗଛଲତା ଆମ ଚତୁଃପାଶ୍ୱକୁ ସୁନ୍ଦର ରଖିବା ସହିତ ବାତାବରଣକୁ ମଧ୍ୟ ଶୁଦ୍ଧ ରଖିଥାନ୍ତି । ବୃକ୍ଷରୁ ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ । ଘର ସାମ୍ନାରେ କିଛି ବୃକ୍ଷ ଲଗାଇଲେ ଘରେ ଉନ୍ନତି ଆସିଥାଏ ଏବଂ ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ ।

ଆମ ହିନ୍ଦୁ ଧର୍ମ ଶାସ୍ତ୍ରରେ ମଧ୍ୟ କିଛି ଏପରି ଶୁଭ ବୃକ୍ଷ ବିଷୟରେ କୁହାଯାଇଛି । ଏହାବ୍ୟତୀତ କିଛି ଅଶୁଭ ଗଛ ବିଷୟରେ ମଧ୍ୟ କୁହାଯାଇଛି । ଯାହାଦ୍ୱାରା ଘରର ସୁଖ ସମୃଦ୍ଧି ଚାଲିଯାଏ । ଏହାବ୍ୟତୀତ ଶତ୍ରୁ ମଧ୍ୟ ବୃଦ୍ଧି ହୋଇଥାଏ । ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ କେଉଁ ଗଛ ଘର ପରିସରରେ ଲଗାଇବା ଉଚିତ ଏବଂ କେଉଁଟି ଉଚିତ ନୁହେଁ ।

୧ . ଅଶ୍ୱତ୍ଥ ବୃକ୍ଷ:-

ଶାସ୍ତ୍ରରେ ଏପରି କୁହାଯାଇଛି ଯେ ଜଳାଶୟ ନିକଟରେ ଅଶ୍ୱତ୍ଥ ବୃକ୍ଷ ରଖିଲେ ଏବଂ ସେହି ଗଛରୁ ପତ୍ର ଜଳରେ ପଡ଼ିଲେ ପିତୃଙ୍କୁ ଶ୍ରାଦ୍ଧ ସଦୃଶ୍ୟ ହୋଇଥାଏ । ଏପରି କୁହାଯାଇଛି ଯେ ସକାଳୁ ଉଠି ସ୍ନାନ କରି ଅଶ୍ୱତ୍ଥ ବୃକ୍ଷକୁ ସ୍ପର୍ଶ କଲେ ସବୁ ପାପରୁ ମୁକ୍ତି ମିଳିଥାଏ । ଅଶ୍ୱତ୍ଥ ବୃକ୍ଷରେ ବ୍ରହ୍ମା ବିଷ୍ଣୁ ଏବଂ ମହେଶ୍ୱର ବାସ କରନ୍ତି । ଏହାବ୍ୟତୀତ ଏହି ଗଛକୁ ପୂଜା କରିବା ଦ୍ୱାରା ଦୀର୍ଘ ଆୟୁଷ ପ୍ରାପ୍ତି ହୋଇଥାଏ । ଅଶ୍ୱତ୍ଥ ବୃକ୍ଷକୁ କାଟିବା ମଧ୍ୟ ପାପ ହୋଇଥାଏ । କାରଣ ଏହି ଗଛରେ ୩୫ କୋଟି ଦେବଦେବୀଙ୍କ ବାସ ହୋଇଥାଏ । ଅଶ୍ୱତ୍ଥ ବୃକ୍ଷକୁ କାଟିବା ଦ୍ୱାରା ନର୍କ ଦଣ୍ଡ ଭୋଗିବାକୁ ପଡ଼ିଥାଏ ।

୨ . ଅଁଳା ଗଛ:-

ଏହା ଅତ୍ୟନ୍ତ ପବିତ୍ର ଗଛ ଅଟେ । ଏହି ଗଛକୁ ପୂଜା କରିବା ଦ୍ୱାରା ସ୍ୱାମୀ ସ୍ତ୍ରୀ ଜନ୍ମ ମୃତ୍ୟୁ ବନ୍ଧନରୁ ମୁକ୍ତ ହୋଇ ଯାଆନ୍ତି । ଅଁଳା ଖାଇବା ଦ୍ୱାରା ସବୁ ପାପରୁ ମୁକ୍ତି ମିଳିଥାଏ । ଅଁଳା ରସକୁ ପାଣିରେ ମିଶାଇ ସ୍ନାନ କଲେ ଦାରିଦ୍ର୍ୟତା ନାଶ ହୋଇଥାଏ । ଏହାବ୍ୟତୀତ ସବୁ ପ୍ରକାରର ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଥାଏ । ଯେଉଁ ଘର ସାମ୍ନାରେ ଅଁଳା ଗଛ ଲଗାଯାଏ ସେହି ଘରେ ମାତା ଲକ୍ଷ୍ମୀ ଏବଂ ବିଷ୍ଣୁ ସର୍ବଦା ବାସ କରନ୍ତି ।

୩ . ଅଶୋକ ବୃକ୍ଷ:-

ଅଶୋକ ବୃକ୍ଷ ଅତ୍ୟନ୍ତ ପବିତ୍ର ହୋଇଥାଏ । ଯେଉଁ ଘର ସାମ୍ନାରେ ଏହି ଗଛ ଲଗାଯାଏ ସେହି ଘରକୁ ଅକାଳ ମୃତ୍ୟୁ ସମ୍ବନ୍ଧୀୟ ସମସ୍ୟା ଆସି ନଥାଏ । ଏହି ଗଛକୁ ଘରେ ଲଗାଇଲେ ଘରେ ସୁଖ ଶାନ୍ତି ସମୃଦ୍ଧି ଆସିଥାଏ । ଅଶୋକ ବୃକ୍ଷ ଯୌବନ ପ୍ରଦାନ କରିବା ଗଛ ହୋଇଥାଏ । ମାତା ସୀତାଙ୍କୁ ରାବଣ ଅପହରଣ କରି ନେବା ପରେ ଅଶୋକ ବାଟିକାରେ ହିଁ ମାତା ସୀତାଙ୍କୁ ରଖିଥିଲା । ସେଠାରେଅଶୋକ ଗଛ ମାତା ସୀତାଙ୍କର ଅନେକ ସେବା କରିଥିଲା । ତେଣୁ ଅଶୋକ ଗଛ ଅତ୍ୟନ୍ତ ପୂଜ୍ୟ ହୋଇଥାଏ ।

୪ . ନିମ ଗଛ:-

ଶାସ୍ତ୍ର ଅନୁଯାୟୀ ଘରେ ନିମ ଗଛ ଲଗାଇଲେ ସୂର୍ଯ୍ୟ ଦେବ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି । ଏହି ବୃକ୍ଷ ଆୟୁଷ ପ୍ରଦାନ କରିଥାଏ । ଏହାକୁ ଘର ପାଖରେ ଲଗାଇଲେ ନାନା ପ୍ରକାରର ରୋଗରୁ ମୁକ୍ତି ମିଳିଥାଏ । ମାତା ଲକ୍ଷ୍ମୀଙ୍କୁ ନିମ ଗଛ ଅତ୍ୟନ୍ତ ପ୍ରିୟ ହୋଇଥାଏ ତେଣୁ ମାତା ଲକ୍ଷ୍ମୀ ନିମ ଗଛରେ ବାସ କରଥାନ୍ତି । ଘର ସାମ୍ନାରେ ଏହି ଗଛ ଲଗାଇଲେ ଧନ ପ୍ରାପ୍ତି ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *