Excuse Me Odisha

ଯାହା କହିବୁ ସତ କହିବୁ

ସକାଳୁ ଉଠି କବାଟ ଖୋଲିବା ସମୟରେ କରନ୍ତୁ ଏହି ଗୋଟେ କାର୍ଯ୍ୟ, ଦାରିଦ୍ର୍ୟତା ଆପଣଙ୍କ ପାଖ ମାଡ଼ିବ ନାହିଁ

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଜୀବନରେ ପ୍ରାୟତଃ ସମସ୍ତେ ସୁଖ ସୁବିଧା, ଶାନ୍ତି, ଧନସଂପତ୍ତି ପ୍ରାପ୍ତ କରିବାକୁ ଚାହିଁ ଥାଆନ୍ତି। କିନ୍ତୁ ଜୀବନରେ ଆମ ଦ୍ଵାରା କିଛି ଏଭଳି ଭୁଲ ହୋଇ ଯାଇଥାଏ, ଯାହାଫଳରେ ଏହାର ଅଶୁଭ ପରିଣାମ ଆମକୁ ଭୋଗିବାକୁ ପଡ଼ିଥାଏ। ଆଜି ଆମେ ଆପଣଙ୍କୁ କିଛି ଖାସ ନିୟମ ବିଷୟରେ କହିବାକୁ ଯାଉଛୁ, ଯାହାକୁ ପାଳନ କରି ଆପଣ କଠିନ ପରିସ୍ଥିତିକୁ ସାହସର ସହିତ ମୁକାବିଲା କରି ପାରିବେ।

ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ଲୋକେ ବିଭିନ୍ନ ପ୍ରକାରର ଉପାୟ ପ୍ରୟୋଗ କରିଥାନ୍ତି। ଘରେ କିଛି ସମସ୍ୟା ଦେଖା ଗଲେ ଆମେ ପ୍ରାୟତଃ ବାସ୍ତୁକୁ ଠିକ୍ କରିଥାଉ। ଆଉକେବେ ବ୍ୟବସାୟକୁ ନେଇ ଚିନ୍ତା ଅଧିକ ବଢ଼ି ଯାଇଥାଏ। ଘରେ କିଛି ଏଭଳି ନିୟମ ରହିଥାଏ, ଯାହାକୁ ପାଳନ କଲେ ନିଶ୍ଚିତ ଭାବରେ ଆପଣ ସୁଖରେ ରହିବେ। ତେବେ ଆସନ୍ତୁ ସେହି ଖାସ ଉପାୟ ଗୁଡ଼ିକ ବିଷୟରେ ବିସ୍ତାର ରୂପରେ ଜାଣିବା।

ଅଧିକାଂଶ ପାଠ ପଢୁଥିବା ପିଲାମାନେ ରାତି ଅଧ ଯାଏଁ ଚେଇଁ ଥାଆନ୍ତି ଏବଂ ପାଠ ପଢି ଥାଆନ୍ତି। ଏଥିପାଇଁ ତାଙ୍କ ପିତାମାତା ଅଧିକ ଗର୍ବ ମଧ୍ୟ କରିଥାନ୍ତି। କିନ୍ତୁ ଏଭଳି କରିବା ଭୁଲ ଅଟେ। ରାତି ହେଉଛି ଶୋଇବା ପାଇଁ, ତେଣୁ ରାତି ଅଧ ଯାଏଁ ଚେଇଁବା ଦ୍ଵାରା ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିବା ସହିତ ଚନ୍ଦ୍ର ଦୋଷ ଲାଗିଥାଏ। ଏହାର ଅର୍ଥ ରାତିରେ ଚନ୍ଦ୍ରଙ୍କର ପ୍ରଭାବ ଅଧିକ ରହିଥାଏ। ତେଣୁ ଏଭଳି ଭୁଲ କରିବାରୁ ବଞ୍ଚିତ ରୁହନ୍ତୁ।

ଆପଣଙ୍କ ଘରର ଦୁଆର ମୁହଁକୁ ଆସୁଥିବା ବ୍ୟକ୍ତି ବା ପଶୁପକ୍ଷୀ ମାନଙ୍କୁ କେବେବି ଖାଲି ହାତରେ ଫେରାଇ ଦିଅନ୍ତୁ ନାହିଁ। ଅର୍ଥାତ୍ ଘରକୁ ଆସୁଥିବା ପଶୁପକ୍ଷୀ ବା ଅତିଥିଙ୍କୁ ନିହାତି ଖାଇବାକୁ ଦିଅନ୍ତୁ। ଏହାଦ୍ବାରା ଆପଣଙ୍କୁ ଶୁଭ ଫଳ ପ୍ରାପ୍ତି ହେବ। ରାତିରେ ରୋଷେଇ ଘରେ କେବେବି ଅଇଁଠା ବାସନ ରଖି ଶୁଅନ୍ତୁ ନାହିଁ। ରୋଷେଇ ଘରେ ଦେବୀ ଲକ୍ଷ୍ମୀଙ୍କର ବାସ ହୋଇଥାଏ ବୋଲି ଆପଣ ମାନେ ସମସ୍ତେ ଜାଣିଛନ୍ତି। ତେଣୁ ଅଇଁଠା ବାସନ ରଖି ଶୋଇଲେ, ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି।

ଘରକୁ କେବେବି ଅନ୍ଧାର ରଖନ୍ତୁ ନାହିଁ। ଅନ୍ଧାର କରିବା ଦ୍ଵାରା ନକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ପ୍ରତ୍ୟେକଦିନ ସକାଳେ ଗୋଟେ ଲୋଟା ଜଳରେ ଅଳ୍ପ ସିନ୍ଦୂର ଓ ହଳଦୀ ପକାଇ ଭଗବାନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ଏହାଦ୍ବାରା ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ରାତିରେ କେବେବି ଅନ୍ୟମାନଙ୍କୁ କ୍ଷୀର, ଦହି, ମହୁ ଆଦି ଦିଅନ୍ତୁ ନାହିଁ। ନଚେତ ଏହାଦ୍ବାରା ଆପଣଙ୍କୁ ଆର୍ଥିକ ସଂକଟର ସମ୍ମୁଖୀନ ହେବାକୁ ପଡିପାରେ।

ଯଦି ଆପଣଙ୍କୁ ଏଭଳି ଅନୁଭବ ହେଉଛି କି, ଘରେ ବାରମ୍ବାର ଅଶାନ୍ତି ଓ କ୍ଳେଶ ଲାଗି ରହୁଛି, ତାହେଲେ ରୋଷେଇ ଘରେ ଗୋଟେ ପାତ୍ରରେ ଅଳ୍ପ ଫିଟିକିରି ରଖି ଦିଅନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କ ଘରେ ପୁଣିଥରେ ସୁଖଶାନ୍ତି ବିଦ୍ୟମାନ ହେବ। ଯଦି ଆପଣଙ୍କ ମନରେ ଶତ୍ରୁଙ୍କ ପ୍ରତି ଭୟ ରହୁଛି, ତାହେଲେ ଆପଣ ମଙ୍ଗଳବାର ଓ ଶନିବାର ଦିନ ଅଳ୍ପ କର୍ପୁର ଓ ଲବଙ୍ଗ ଜଳାନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କ ମନରେ ସକାରାତ୍ମକ ପରିବର୍ତ୍ତନ ଦେଖା ଦେବ। ସପ୍ତାହକୁ ବେଳେବେଳେ ଅସହାୟ ଲୋକଙ୍କୁ ଭୋଜନ ବା ବସ୍ତ୍ର ଦାନ କରନ୍ତୁ। ଏହାଦ୍ବାରା ଆପଣଙ୍କୁ ପୁଣ୍ୟ ପ୍ରାପ୍ତି ହେବ ଏବଂ ଈଶ୍ବରଙ୍କ ଆଶୀର୍ବାଦ ସର୍ବଦା ଆପଣଙ୍କ ଉପରେ ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *