Excuse Me Odisha

ଯାହା କହିବୁ ସତ କହିବୁ

ମକର ସଂକ୍ରାନ୍ତି ଦିନ ଯେଉଁ ଘରେ ଏହି ଦୁଇଟି ତରକାରୀ ହୋଇଥାଏ, ସେହି ଘର ଧନଧାନ୍ୟରେ ପରିପୂର୍ଣ ହୋଇଯାଏ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆପଣ ମାନଙ୍କୁ ମକର ସଂକ୍ରାନ୍ତି ଅବସରରେ ହାର୍ଦିକ ଶୁଭେଛା ଓ ଅଭିନନ୍ଦନ। ଆସୁଥିବା ଜାନୁଆରୀ ୧୫ ତାରିଖ ରବିବାର ଦିନ ମକର ସଂକ୍ରାନ୍ତି କର୍ବ ପାଳିତ ହେବ। ଧାର୍ମିକ ମାନ୍ୟତା ଅନୁସାରେ ଏହିଦିନ ପବିତ୍ର ନଦୀରେ ସ୍ନାନ କରିବା ଓ ଦାନ କାର୍ଯ୍ୟ କରିବା ଦ୍ୱାରା ପୂଣ୍ୟ ପ୍ରାପ୍ତ ହୋଇଥାଏ ଏବଂ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ମାନ୍ୟତା ରହିଛି। ମକର ସଂକ୍ରାନ୍ତି ଦିନ ଲୋକେ ସୁଖସମୃଦ୍ଧି, ଧନସମ୍ପତ୍ତି ଲାଭ କରିବା ପାଇଁ ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରି ଥାଆନ୍ତି। ଏଥିପାଇଁ ଅନେକ ଉପାୟ ଗୁଡ଼ିକ ପ୍ରୟୋଗ କରିଥାନ୍ତି। ଆଜି ଆମେ ଆପଣଙ୍କୁ କିଛି ଖାସ ଉପାୟ ବିଷୟରେ କହିବାକୁ ଯାଉଛୁ। ଯାହାକୁ ପ୍ରୟୋଗ କରି ଆପଣ ଲାଭବାନ ହୋଇ ପାରିବେ।

ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଗ୍ରହ ମକର ରାଶିରେ ଗୋଚର କରିବେ ଏବଂ ପୂର୍ବରୁ ମକର ରାଶିର ବୁଧ ଗ୍ରହ ଓ ଶନି ଗ୍ରହ ଅବସ୍ଥାନ କରିଥିବେ। ଏହି ବର୍ଷର ଏହା ଏକ ଅଦ୍ଭୁତ ସଂଯୋଗ। ଏହାସହିତ ମକର ସଂକ୍ରାନ୍ତି ଦିନ ସକାଳୁ ୧୧:୫୧ ପର୍ଯ୍ୟନ୍ତ ସୁକର୍ମା ଯୋଗ ସୃଷ୍ଟି ହେବ। ତାପରେ ଧୃତି ଯୋଗ ଆରମ୍ଭ ହେବ। ଏହି ଦୁଇଟି ଯୋଗ ଶୁଭ କାର୍ଯ୍ୟ ଆରମ୍ଭ କରିବା ପାଇଁ ଅତ୍ୟନ୍ତ ଶୁଭ ଅଟେ। ଏହିଦିନ ଘରକୁ ଦେବୀ ଲକ୍ଷ୍ମୀଙ୍କର ଚରଣ ପାଦୁକା ଆଣନ୍ତୁ। ଏହା ଘର ପାଇଁ ଅତ୍ୟନ୍ତ ଶୁଭ ହେବ।

ମକର ସଂକ୍ରାନ୍ତି ଦିନ ଆପଣ ନିଜ ଘରେ ମିଠା ବ୍ୟଞ୍ଜନ ପ୍ରସ୍ତୁତ କରି ଦେବୀ ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ ଏବଂ ପରିବାର ଲୋକେ ମିଶି ସେବନ କରନ୍ତୁ। ମକର ସଂକ୍ରାନ୍ତି ଦିନ ତିଳ ଗୁଡ଼ର ଲଡୁ ବନେଇ ଘରେ ଓ ସମ୍ପର୍କୀୟ ଲୋକଙ୍କୁ ବଣ୍ଟନ କରିବା ଉଚିତ। ତିଳ ଲଡୁ ପରିବାର ଲୋକଙ୍କ ସହିତ ଖାଇଲେ ଦେବୀ ଲକ୍ଷ୍ମୀ ଘରକୁ ଆଗମନ କରିଥାନ୍ତି। ଯଦି ଆପଣଙ୍କ ବ୍ୟବସାୟରେ ଅଧିକ କ୍ଷତି ସହିବାକୁ ପଡୁଛି ତାହେଲେ ମକର ସଂକ୍ରାନ୍ତି ଦିନ ନିଶ୍ଚିତ ଭାବରେ ତିଳ ଦାନ କରନ୍ତୁ।

ଦ୍ଵିତୀୟରେ ହେଉଛି ଖିଚିଡ଼ି, ମକର ସଂକ୍ରାନ୍ତି ଦିନ ଖିଚିଡ଼ି ଭଗବାନ ସୂର୍ଯ୍ୟଙ୍କୁ ଅର୍ପଣ କରାଯାଇଥାଏ। ମକର ସଂକ୍ରାନ୍ତି ଦିନ ଖିଚିଡ଼ି ସେବନ କରିବା ବା ଅସହାୟ ଲୋକଙ୍କୁ ଦାନ କରିବା ଦ୍ୱାରା ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ। ମାନ୍ୟତା ରହିଛି କି ଠାକୁରଙ୍କୁ ଖିଚିଡ଼ି ଅର୍ପଣ କଲେ ନବଗ୍ରହ ମଧ୍ୟ ଶାନ୍ତି ହୋଇଥାନ୍ତି। ପିତୃପୁରୁଷଙ୍କୁ ତୃପ୍ତ କରିବା ପାଇଁ ଆପଣ ମକର ସଂକ୍ରାନ୍ତି ଦିନ କଦଳୀ ଅର୍ପଣ କରନ୍ତୁ। ଦେଖିବେ ପିତୃଦୋଷ ଦୂର ହେବ। ଏହାଛଡା ମକର ସଂକ୍ରାନ୍ତି ଦିନ ଅମୃତଭଣ୍ଡା, ମୁଗ ଡାଲି, ଚଣା, ତିଳ, ଗୁଡ଼ ଆଦିର ସେବନ କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *