Excuse Me Odisha

ଯାହା କହିବୁ ସତ କହିବୁ

୯୦ ବର୍ଷ ପରେ ଜାନୁଆରୀ ୧୪ ତାରିଖ ମକର ସଂକ୍ରାନ୍ତିରେ ଏହି ୬ ଗୋଟି ରାଶିର ଲୋକେ ହେବେ କୋଟିପତି।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ମକର ସଂକ୍ରାନ୍ତି ଅବସରରେ ଆପଣ ମାନଙ୍କୁ ହାର୍ଦ୍ଦିକ ଶୁଭେଛା ଓ ଅଭିନନ୍ଦନ। ଏହି ବର୍ଷ ମକର ସଂକ୍ରାନ୍ତିକୁ ନେଇ ଲୋକଙ୍କ ମଧ୍ୟରେ ଆଲୋଚନା ରହିଛି ଯେ ମକର ସଂକ୍ରାନ୍ତି କେଉଁଦିନ ପଡୁଛି। ପୌଷ ମାସରେ ସୂର୍ଯ୍ୟ ଗ୍ରହ ଧନୁ ରାଶିରୁ ବାହାରି ମକର ରାଶିର ପ୍ରବେଶ କରିବାକୁ ମକର ସଂକ୍ରାନ୍ତି କୁହାଯାଏ। ଏଥର ଏହି ପରିବର୍ତ୍ତନ ଜାନୁଆରୀ ୧୪ ତାରିଖ ରାତ୍ରି ସମୟରେ ହେବ। ଯାହାଫଳରେ ମକର ସଂକ୍ରାନ୍ତି ଜାନୁଆରୀ ୧୫ ତାରିଖ ଦିନ ପାଳିତ ହେବ। ସୂର୍ଯ୍ୟ ଗ୍ରହର ଗୋଚର କିଛି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ଆଉକିଛି ରାଶିର ଲୋକଙ୍କୁ ସୂର୍ଯ୍ୟଦେବ ମାଲାମାଲ କରିଦେବେ।

ମକର ସଂକ୍ରାନ୍ତି ଠାରୁ ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ହୋଇଥାଏ। ଏହିଦିନ ଲୋକେ ଦେବୀ ସଂକ୍ରାନ୍ତିଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ପୌରାଣିକ କଥା ଅନୁସାରେ ଦେବୀ ସଂକ୍ରାନ୍ତି ରାକ୍ଷସ ସଂକ୍ରାସୁରକୁ ବଧ କରିଥିଲେ। ମକର ସଂକ୍ରାନ୍ତି ଭଗବାନ ସୂର୍ଯ୍ୟଙ୍କୁ ସମର୍ପିତ ଅଟେ। ତେଣୁ ଏହିଦିନ ସକାଳୁ ଉଠି ନିତ୍ୟକର୍ମ ସାରି ସଫା ବସ୍ତ୍ର ପରିଧାନ କରନ୍ତୁ। ତାପରେ ଗୋଟେ ତମ୍ବା ପାତ୍ର ନେଇ ସେଥିରେ ଜଳ, ଅଳ୍ପ ଅରୁଆ ଚାଉଳ, ଲାଲ ଫୁଲ, ତିଳ ଆଦି ପକାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ।

ପୌରାଣିକ ମାନ୍ୟତା ଅନୁସାରେ, ମକର ସଂକ୍ରାନ୍ତି ଅବସରରେ ଯେଉଁ ଶୁଭ କର୍ମ କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଏହିଦିନ ଦାନ, ବ୍ରତ ଉପବାସ କରିବା ଉଚିତ। ଏହାସହିତ ଏହିଦିନ ଅସହାୟ ଲୋକଙ୍କୁ ଦାନ କଲେ ପୂଣ୍ୟ ପ୍ରାପ୍ତି ହୋଇଥାଏ। ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଗ୍ରହ ମକର ରାଶିରେ ଗୋଚର କରିବେ ଏବଂ ପୂର୍ବରୁ ମକର ରାଶିର ବୁଧ ଗ୍ରହ ଓ ଶନି ଗ୍ରହ ଅବସ୍ଥାନ କରିଥିବେ। ଏହାସହିତ ଗୁରୁ ଗ୍ରହ ମଧ୍ୟ ଅବସ୍ଥାନ କରିଛନ୍ତି। ତେଣୁଏହା ହେଉଛି ମକର ସଂକ୍ରାନ୍ତିର ବିଶେଷ ସଂଯୋଗ। ଏହି ସଂଯୋଗ କାରଣରୁ ଅନେକ ରାଶିର ଲୋକଙ୍କ ଉପରେ ଶୁଭ ପ୍ରଭାବ ପଡ଼ିବ। ତେବେ ଆସନ୍ତୁ ସେହି ରାଶି ଗୁଡ଼ିକ ବିଷୟରେ ଜାଣିବା।

ପ୍ରଥମେ ହେଉଛି ବୃଷ ରାଶି। ସୂର୍ଯ୍ୟ ଗ୍ରହର ଶୁଭ ପ୍ରଭାବ ଏହି ରାଶି ଉପରେ ପଡ଼ିବାକୁ ଯାଇଛି। ବ୍ୟବସାୟରେ ଲାଭବାନ ହେବେ। ଆପଣଙ୍କୁ ନିଜ ଯୋଗ୍ୟତା ସାବ୍ୟସ୍ତ କରିବା ପାଇଁ ପଡ଼ିବ। ଅଚାନକ ଧନ ପ୍ରାପ୍ତି ହେବ। କୋଟିପତି ହେବାରୁ ଆପଣଙ୍କୁ କେହି ମଧ୍ୟ ଅଟକାଇ ପାରିବେ ନାହିଁ। ପ୍ରେମ ଜୀବନ ସୁଖମୟ ରହିବ। ପାରିବାରିକ ଜୀବନରେ ସୁଖଶାନ୍ତି ବିଦ୍ୟମାନ ହେବ। ମକର ସଂକ୍ରାନ୍ତି ଦିନ ଧଳା ରଙ୍ଗର ବସ୍ତୁ ଦାନ କରନ୍ତୁ।

ଦ୍ଵିତୀୟରେ ହେଉଛି ସିଂହ ରାଶି। ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ। ଆପଣଙ୍କର ସମସ୍ତ ଆଶା ପୂରଣ ହେବ। ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହି ସମୟ ଅନୁକୂଳ ରହିଛି। ବ୍ୟବସାୟରେ ଲାଭବାନ ହେବେ। ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି। ଆପଣଙ୍କର ସମସ୍ତ ଚିନ୍ତା ଦୂର ହେବ। ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। ମକର ସଂକ୍ରାନ୍ତି ଦିନ ଆପଣ ଅସହାୟ ଲୋକଙ୍କୁ କମ୍ବଳ, ଚାଉଳ ଆଦି ଦାନ କରନ୍ତୁ। ଏହାଦ୍ବାରା ଆପଣଙ୍କର ଆସୁଥିବା ସମୟ ସୁଖମୟ ରହିବ।

ତୃତୀୟରେ ହେଉଛି କର୍କଟ ରାଶି। ମକର ସଂକ୍ରାନ୍ତି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ। ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସଠିକ ସମୟରେ ସମ୍ପନ୍ନ ହେବ। ଶତ୍ରୁ ଆପଣଙ୍କର କିଛି ମଧ୍ୟ ବିଗାଡି ପାରିବେ ନାହିଁ। ଅଧିକ ଅର୍ଥ ଉପାର୍ଜନ ପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଶାରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥ ରହିବେ।

ଚତୁର୍ଥରେ ହେଉଛି ମକର ରାଶି। ସୂର୍ଯ୍ୟ ଗ୍ରହର ରାଶି ପରିବର୍ତ୍ତନ ମକର ରାଶିରେ ହିଁ ହେବ। ୩୦ ବର୍ଷ ପରେ ଶନି ଓ ସୂର୍ଯ୍ୟ ଗ୍ରହର ସଂଯୋଗ ହେବ। ଆପଣଙ୍କ ଜୀବନରେ ଚାଲିଥିବା ସମସ୍ତ ସମସ୍ୟା ଦୂର ହୋଇଯିବ। ଶାରୀରିକ ରୂପରେ ଆପଣ ସୁସ୍ଥ ରହିବେ। ଆପଣଙ୍କର କେହି କିଛି ବିଗାଡି ପାରିବେ ନାହିଁ। ଧନ ପ୍ରାପ୍ତି ପାଇଁ ସୁଯୋଗ ମିଳିବ। ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ ସବୁଥିରେ ସଫଳତା ହାସଲ କରିବେ। ମକର ସଂକ୍ରାନ୍ତି ଦିନ ଆପଣ ତିଳ, ଗୁଡ଼ ଆଦି ଦାନ କରନ୍ତୁ ପୁଣ୍ୟ ପ୍ରାପ୍ତି ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *