Excuse Me Odisha

ଯାହା କହିବୁ ସତ କହିବୁ

ମକର ସଂକ୍ରାନ୍ତି ଦିନ କରନ୍ତୁ ଏହି ଖାସ ଉପାୟ, ସ୍ଵୟଂ ଦେବୀ ଲକ୍ଷ୍ମୀ ଓ ଭଗବାନ କୁବେରଙ୍କ କୃପାରୁ ଆପଣ ହୋଇଯିବେ କୋଟିପତି।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ମକର ସଂକ୍ରାନ୍ତି ଉପଲକ୍ଷେ ଆପଣ ମାନଙ୍କୁ ହାର୍ଦ୍ଦିକ ଶୁଭେଛା ଓ ଅଭିନନ୍ଦନ। ଆସୁଥିବା ଜାନୁଆରୀ ୧୫ ତାରିଖ ରବିବାର ଦିନ ମକର ସଂକ୍ରାନ୍ତି ପର୍ବ ପାଳିତ ହେବ। ହିନ୍ଦୁଧର୍ମରେ ମକର ସଂକ୍ରାନ୍ତିର ବହୁତ ମହତ୍ୱ ରହିଛି। ଏହିଦିନ ଦାନ, ବ୍ରତ ଉପବାସ ଆଦି କରିବା ଶୁଭ ହୋଇଥାଏ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି। ଏହି ଆମେ ଆପଣଙ୍କୁ ମକର ସଂକ୍ରାନ୍ତିରେ ଏକ ଖାସ ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣ ପ୍ରୟୋଗ କରି ଶୁଭ ଫଳ ପ୍ରାପ୍ତ କରି ପାରିବେ।

ଆଜି ଆମେ ଆପଣଙ୍କୁ ଧଣିଆକୁ ନେଇ ଖାସ ଉପାୟ ବିଷୟରେ କହିବାକୁ ଯାଉଛୁ। ଧଣିଆ ଘରେ ସୁଖସମୃଦ୍ଧି ଓ ଧନସମ୍ପତ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଯଦି କୌଣସି ବ୍ୟକ୍ତିର କୁଣ୍ଡଳୀରେ ଧନବାନ ହେବାର ଲେଖା ଅଛି, ତାହେଲେ ତାକୁ କେହି ମଧ୍ୟ ରୋକି ପାରିବେ ନାହିଁ। ଯଦି କୁଣ୍ଡଳୀରେ ଧନବାନ ହେବାର ଲେଖା ନାହିଁ, ତାହେଲେ ସେହି ବ୍ୟକ୍ତିଙ୍କୁ ଭାଗ୍ୟ ଉପରେ ଭରସା ରଖି ସଂଯୋଗକୁ ଅପେକ୍ଷା କରିବା ଆବଶ୍ୟକ।

ଆମେ ଆପଣଙ୍କୁ ଯେଉଁ ଉପାୟ କହିବାକୁ ଯାଉଛୁ, ତାହା ଆପଣ କୌଣସି ଶୁକ୍ଳ ପକ୍ଷରେ ହିଁ କରନ୍ତୁ। ଗୋଟେ ମାଟି ପାତ୍ରରେ ଅଳ୍ପ ଧଣିଆ ନିଅନ୍ତୁ। ତାପରେ ସେଥିରେ ୨୧ ଗୋଟି ଏକ ଟଙ୍କା ଓ କିଛି ମାଟି ଭରି ଦିଅନ୍ତୁ। ଏହାକୁ ଘରର ଉତ୍ତର ଦିଗରେ ରଖି ଦିଅନ୍ତୁ। ଯେତେବେଳେ ଧଣିଆ ଗଛ ଉଠି ଯିବ, ସେତେବେଳେ କୌଣସି ଗାଈକୁ ଖାଇବାକୁ ଦେଇ ଦିଅନ୍ତୁ। ସେଥିରୁ କଏନ ବାହାର କରି ଗୋଟେ ଲାଲ କପଡ଼ାରେ ବାନ୍ଧି ନିଜ ଧନଭଣ୍ଡାର ଘରେ ରଖି ଦିଅନ୍ତୁ। ଏଭଳି କରିବା ଦ୍ଵାରା ଘରେ ଧନଧାନ୍ୟ ପରିପୂର୍ଣ ହୋଇଯିବ।

ମକର ସଂକ୍ରାନ୍ତି ଦିନ ଧଣିଆ କିଣିବାର ପରମ୍ପରା ରହିଛି। ଏହିଦିନ ଧଣିଆରେ ଗୁଡ଼ ମିଶାଇ ଭଗବାନଙ୍କୁ ନୈବେଦ୍ୟ ଅର୍ପଣ କରନ୍ତୁ। ଯଦି ଆପଣ ଋଣ ଭାରରେ ବୁଡି ରହିଛନ୍ତି ବା ଆପଣଙ୍କ ପାଖରୁ କେହି ଉଧାର ନେଇ ଫେରସ୍ତ କରୁ ନାହାନ୍ତି, ତାହେଲେ ଏହି ଉପାୟ କରନ୍ତୁ। ମକର ସଂକ୍ରାନ୍ତି ଦିନ ଗୋଟେ କାଗଜରେ ଧଣିଆ ରଖନ୍ତୁ ଓ ଉଧାର ନେଇଥିବା ବ୍ୟକ୍ତିଙ୍କ ନାମ ଲେଖାନ୍ତୁ। ତାପରେ ସେହି ପୁଡ଼ିଆକୁ ଏକାନ୍ତରେ ଜଳାଇ ଦିଅନ୍ତୁ। କିନ୍ତୁ ଧ୍ୟାନ ରଖନ୍ତୁ ଏହି ଉପାୟ କରୁଥିବା ସମୟରେ କେହି ଆପଣଙ୍କୁ ଦେଖିବା ଉଚିତ ନୁହେଁ।

ଯଦି ଆପଣଙ୍କ ଘରେ ବଡ଼ ବିବାଦ ଲାଗି ରହୁଛି, ତାହେଲେ ଘରର ପୂର୍ବ ଦିଗରେ ଅଳ୍ପ ଧଣିଆ ରଖନ୍ତୁ। ଏହାଦ୍ବାରା ଆପଣଙ୍କ ଘରେ ସର୍ବଦା ସୁଖଶାନ୍ତି ବିଦ୍ୟମାନ ହେବ ଏବଂ ପରିବାର ଲୋକଙ୍କର ଉନ୍ନତି ହେବ। ଯଦି ଆପଣଙ୍କୁ ଆର୍ଥିକ ସଂକଟରେ ସାମ୍ନା କରିବାକୁ ପଡୁଛି, ତାହେଲେ ପ୍ରତ୍ୟେକ ବୁଧବାର ଦିନ ଗାଈକୁ ସବୁଜ ଧଣିଆ ଖାଇବାକୁ ଦିଅନ୍ତୁ।

ଯଦି ଆପଣଙ୍କ ଋଣ ଭାର ଅଧିକ ରହିଛି, ତାହେଲେ ଆପଣ ରାତିରେ ଶୋଇବା ପୁର୍ବରୁ ତକିଆ ତଳେ ଧଣିଆ ପୁଟୁଳି ରଖନ୍ତୁ। ପରଦିନ ସକାଳେ ଏହାକୁ କୌଣସି ନଦୀ ବା ପୋଖରୀରେ ପ୍ରବାହିତ କରି ଦିଅନ୍ତୁ। ଯଦି ଆପଣଙ୍କର ବୈବାହିକ ଜୀବନରେ ଅଶାନ୍ତି ଓ ଅସନ୍ତୋଷ ଦେଖା ଦେଉଛି, ତାହେଲେ ଭଗବାନ ବିଷ୍ଣୁଙ୍କୁ ଧଣିଆ ପଞ୍ଜିରି ତିଆରି କରି ଭୋଗ ଅର୍ପଣ କରନ୍ତୁ। ଦେଖିବା ଆପଣଙ୍କ ବୈବାହିକ ଜୀବନରେ ସବୁ ସମସ୍ୟା ଦୂର ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *