Excuse Me Odisha

ଯାହା କହିବୁ ସତ କହିବୁ

ଶୋଇବା ସମୟରେ ତକିଆ ତଳେ ଏହି ଗୋଟିଏ ଜିନିଷ ରଖିଦେଲେ ହୋଇଥାଏ ଧନ ପ୍ରାପ୍ତି । ମହିଳା ମାନେ ଖାସ ଧ୍ୟାନ ଦିଅନ୍ତୁ:-

ସେୟାର୍ କରନ୍ତୁ

କିଛି ଏପରି ଖାସ ଜିନିଷ ଅଛି ଯାହାକୁ ତକିଆ ତଳେ ରଖି ଶୋଇଲେ ଦୁର୍ଭାଗ୍ୟ ମଧ୍ୟ ସୌଭଗ୍ୟରେ ପରିଣତ ହୋଇଯାଏ । ଯାହାଦ୍ୱାରା ଧନ ପ୍ରାପ୍ତି ହୋଇଥାଏ ଏବଂ ଜୀବନର ତମାମ ସମସ୍ୟାର ମଧ୍ୟ ସମାଧାନ ହୋଇଯାଏ । ଅନେକ ସମୟରେ ମନୁଷ୍ୟ ଜୀବନରେ ଏତେ ମାତ୍ରାରେ ସମସ୍ୟା ଦେଖା ଦିଏ ଯେ , ତାହା କୌଣସି ପୂଜାପାଠ ଦ୍ୱାରା ମଧ୍ୟ ସମାଧାନ ହୁଏନାହିଁ ।

ଏହାବ୍ୟତୀତ ବ୍ୟବସାୟରେ ଅବନତି ହେବା ସହିତ ଧନ ମଧ୍ୟ ସଞ୍ଚିତ ହୁଏନାହିଁ । ତେଣୁ ଏସବୁର କାରଣ ହେଉଛି ବାସ୍ତୁ ଦୋଷ ଏବଂ ଜାତକ ଦୋଷ । ସ୍ୱାସ୍ଥ୍ୟ ସମସ୍ୟା ଏବଂ ଆର୍ଥିକ ସମସ୍ୟା ଲାଗି ରହିବା ଏସବୁ ମଧ୍ୟ ଘରର ବାସ୍ତୁ ଦୋଷ କାରଣରୁ ହୋଇଥାଏ । କିନ୍ତୁ ବାସ୍ତୁ ଶାସ୍ତ୍ରରେ ବର୍ଣ୍ଣିତ କିଛି ଜିନିଷ ଯଦି ଆପଣ ରାତିରେ ଶୋଇବା ସମୟରେ ତକିଆ ତଳେ ରଖି ଶୁଅନ୍ତି ତେବେ ସେହି ସବୁ ସମସ୍ୟାର ସମାଧାନ ହୋଇଯିବ ।

ଶାସ୍ତ୍ର ଏବଂ ବୈଜ୍ଞାନିକ କାରଣ ଅନୁଯାୟୀ ଠିକ ଦିଗକୁ ମୁଣ୍ଡ କରି ଶୋଇବା ଦ୍ୱାରା ଶରୀର ଏବଂ ମସ୍ତିଷ୍କ ଉପରେ ବେଶ ଭଲ ପ୍ରଭାବ ପଡ଼ିଥାଏ । ଯଦି ଆପଣ ଭୁଲ ଦିଗକୁ ମୁଣ୍ଡ କରି ଶୁଅନ୍ତି ତେବେ ଉଠିବା ବେଳ ମାତ୍ରେ ଆପଣଙ୍କ ମନ ନକରାତ୍ମକତାରେ ଭରିଯିବ ଏବଂ ଆର୍ଥିକ ସମସ୍ୟା ମଧ୍ୟ ଦେଖା ଦେବ । ବୈଜ୍ଞାନିକ କାରଣ ଅନୁଯାୟୀ ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇବା ଉତ୍ତମ ହୋଇଥାଏ । ଏହାଦ୍ବାରା ସ୍ୱାସ୍ଥ୍ୟ ଭଲ ରହିଥାଏ ।

ଗରୁଡ଼ ପୁରାଣ ଅନୁଯାୟୀ ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇଲେ ମାନସିକ ଚିନ୍ତାରୁ ମୁକ୍ତି ମିଳିଥାଏ । ଏହାଦ୍ବାରା ମନୁଷ୍ୟର ଆୟୁଷ ବଢ଼ିଥାଏ । ଗରୁଡ଼ ପୁରାଣ ଅନୁଯାୟୀ ଦକ୍ଷିଣ ଦିଗକୁ ଗୋଡ଼ କରିବା ଅଶୁଭ ଅଟେ । ଯଦି ଆପଣ ଦକ୍ଷିଣକୁ ଗୋଡ଼ କରନ୍ତି ତେବେ ଦକ୍ଷିଣ ଦିଗରେ ପ୍ରବାହିତ ହେଉଥିବା ପୃଥୀବିର ଚୁମ୍ବକୀୟ ଧାରା ଗୋଡ଼ ଦେଇ ମୁଣ୍ଡ ଦିଗରେ ପ୍ରବାହିତ ହେବ । ଯାହାଦ୍ୱାରା ମସ୍ତିଷ୍କ ଉପରେ ପ୍ରଭାବ ପଡ଼ିବା କାରଣରୁ ନିଦ ଖରାପ ହୋଇଥାଏ ।

ଏହାବ୍ୟତୀତ ଆପଣ ପୂର୍ବ ଦିଗକୁ ମଧ୍ୟ ମୁଣ୍ଡ କରି ଶୋଇ ପାରିବେ । କାରଣ ସୂର୍ଯ୍ୟ ପୂର୍ବରୁ ଉଦୟ ହୋଇ ପଶ୍ଚିମରେ ଅସ୍ତ ହୁଅନ୍ତି । ତେଣୁ ଏହି ଦିଗରେ ମୁଣ୍ଡ କରି ଶୋଇଲେ ମସ୍ତିଷ୍କର ବିକାଶ ହେବା ସହିତ ବୁଦ୍ଧି ବଢ଼ିଥାଏ । ବିଦ୍ୟାର୍ଥୀ ଏବଂ ବ୍ୟବସାୟୀ ମାନେ ପୂର୍ବ ଦିଗକୁ ମୁଣ୍ଡ କରି ଶୋଇବା ଅଧିକ ଲାଭ ଦାୟକ ହୋଇଥାଏ । ପ୍ରତ୍ୟେକ ଦିନର ଆରମ୍ଭ ସକାରାତ୍ମକତାର ସହିତ କରିବା ପାଇଁ କୌଣସି ଲୁହା ବସ୍ତୁ ରାତିରେ ଶୋଇବା ସମୟରେ ତକିଆ ତଳେ ରଖିଦେବା ଆବଶ୍ୟକ ।

ଏହାଦ୍ବାରା କୌଣସି ନକରାତ୍ମକ ଶକ୍ତି ଆପଣଙ୍କୁ ସ୍ପର୍ଶ କରି ପାରିବ ନାହିଁ । ଯଦି ଆପଣ କୌଣସି କାର୍ଯ୍ୟ ଆରମ୍ଭ କରୁଛନ୍ତି ଏବଂ ସେଥିରେ ବାଧା ଆସୁଛି ତେବେ ରାତିରେ ଶୋଇବା ସମୟରେ ତକିଆ ତଳେ ସୁନା କିମ୍ବା ରୂପାର ମୁଦ୍ରା ରଖି ଦିଅନ୍ତୁ । ଏହାଦ୍ବାରା ଭାଗ୍ୟ ପରିବର୍ତ୍ତିତ ହେବା ସହିତ ମାତା ଲକ୍ଷ୍ମୀ ମଧ୍ୟ ସେହି ବ୍ୟକ୍ତି ଉପରେ ପ୍ରସନ୍ନ ହୁଅନ୍ତି । ଯଦି ଆପଣ ଖରାପ ସ୍ୱପ୍ନ ଦେଖୁଛନ୍ତି ତେବେ ତକିଆ ତଳେ ରସୁଣ ପାଖୁଡ଼ା ରଖି ଶୁଅନ୍ତୁ । ଏହାଦ୍ବାରା ନିଦ ଭଲ ଆସିବା ସହିତ ଜୀବନରେ ସକାରାତ୍ମକତା ବଜାୟ ରହିଥାଏ

ଯଦି ଆପଣ ଧନ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ରାତିରେ ଶୋଇବା ସମୟରେ ମୁଣ୍ଡ ପାଖରେ ମୂଳା ରଖି ଶୁଅନ୍ତୁ ଏବଂ ସକାଳୁ ତାହାକୁ କୌଣସି ଶିବ ମନ୍ଦିରରେ ଦାନ କରି ଦିଅନ୍ତୁ । ଏହାଦ୍ବାରା ଧନ ସମ୍ବନ୍ଧୀୟ ସମସ୍ୟା ଦୂରେଇ ଯିବ । ଯଦି ଆପଣଙ୍କର ପାରିବାରିକ ସମସ୍ୟା ସହିତ ବ୍ୟବସାୟ ସମ୍ବନ୍ଧୀୟ ସମସ୍ୟା ରହିଛି ତେବେ ରାତିରେ ଶୋଇବା ପୂର୍ବରୁ ଏକ ସବୁଜ କପଡ଼ାରେ ମୁଗ ଡାଲି ବାନ୍ଧି ରଖି ଦିଅନ୍ତୁ ଏବଂ ସକାଳୁ ମାତା ଦୁର୍ଗାଙ୍କ ମନ୍ଦିରରେ ଅର୍ପିତ କରି ଦିଅନ୍ତୁ ।

ଏହାଦ୍ବାରା ବ୍ୟବସାୟରେ ଉନ୍ନତି ଆସିବା ସହିତ ପାରିବାରିକ ସମ୍ପର୍କ ମଧ୍ୟ ମଧୁର ହେବ । ଯଦି ଆପଣ ହଠାତ ଭୟଭୀତ ହେଉଛନ୍ତି ଏବଂ ମୃତ୍ୟୁ ଭୟ ଆପଣଙ୍କ ମନକୁ ଆସୁଛି ତେବେ ରାତିରେ ଶୋଇବା ପୂର୍ବରୁ ହନୁମାନ ଚାଳିଶା ପାଠ କରନ୍ତୁ । ଏହାଦ୍ବାରା ଭଗବାନ ହନୁମାନ ଆପଣଙ୍କ ମନକୁ ଆସୁଥିବା ଖରାପ ଭାବନା ଦୂର କରିବା ସହିତ ଶକ୍ତି ମଧ୍ୟ ପ୍ରଦାନ କରିବେ । ଯଦି ଆପଣ କରଜ ସମସ୍ୟାରେ ବୁଡ଼ି ରହିଛନ୍ତି ତେବେ ରାତିରେ ଶୋଇବା ସମୟରେ ତକିଆ ତଳେ ପାନମହୁରୀ ରଖି ଶୁଅନ୍ତୁ । ଆପଣଙ୍କ ସମସ୍ୟା ଦୂର ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *